ଦୀପାବଳୀ
ରାମଙ୍କ ପ୍ରତ୍ୟାବର୍ତ୍ତନର ଖୁସିରେ ଏ ପର୍ବ
ହେଲେ ତୁମେ ଖୁସି କାହିଁକି???
ତୁମେ କଣ ଚିହ୍ନିଛ ରାମଙ୍କୁ??
ମାନିଛ କେବେ ତାଙ୍କ ଆଦର୍ଶ??
ଚାଲିଛ କେବେ ସତ୍ୟ ଓ ମର୍ୟାଦାର ରାସ୍ତାରେ?
ତାହେଲେ କାହିଁକି ଏ ମିଥ୍ୟା ପ୍ରହସନ!!!!!
ରାମଙ୍କ ପର୍ବରେ ତୁମେ ରାମଙ୍କ କେତେ ପାଖରେ???
( ଅନୁଶୀର୍ଷକରେ 👇🏻👇🏻)
-
एक दिआ उन सबकी नाम का
जिन्होंने हमें उनका नाम दिए
दुनिआ में एक परिचय दिए
और खुद सितारे बनगए
एक दिआ उन सबकी लिए
जो कभी हमारी पूर्बज थे
और अब हमसे बहत दूर हे-
ପିତୃପୁରୁଷ :
ସେଦିନ ବାଟେଇ ଦେଇ ଆସିଥିଲୁ
ଆପଣଙ୍କୁ ଆମେ ପ୍ରୟାଗରେ !
କୁଢ଼ କୁଢ଼ ଅସ୍ଥି ର ସଙ୍ଗମେ ,
ଇପ୍ସିତ ମୁକ୍ତି ଅପେକ୍ଷାରେ !
ଅତି ସନ୍ତାପରେ ବିଦାୟ ବେଳରେ
ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲୁ ,
ଆମେ ତୁମ୍ଭର ପୁଅ ନାତି କୁଟୁମ୍ବ
ଯେତେ ସବୁ ଉତ୍ତର ଦାୟାଦ !
ଦୋଷା ଦୋଷ ମାର୍ଜନା କର ହେ ପିତୃପୁରୁଷ !
ପ୍ରିୟଜନ ନିମନ୍ତ୍ରଣ ରକ୍ଷା କରି ଯେବେ ଆଜି
ମର୍ତ୍ତ୍ୟଲୋକେ ତୁମ୍ଭେ ଆସିଲ ଓଲ୍ଲାଇ !
ଆଶ୍ଵିନ ଅମାବାସ୍ୟା ରୁ କାର୍ତ୍ତିକ ଅମାବାସ୍ୟା ,
ନିଷ୍ଠା ନୀୟମରେ କଟିଗଲା ବର୍ଷକେ ଏକ ମାସ ଧରି ,
ପିତୃଲୋକୁ ଆଗମନେ ଦିବ୍ୟ ମହାଳୟା ,
ମର୍ତ୍ତ୍ୟଲୋକେ ବିସ୍ତାରିଲ ଆଶୀର୍ବାଦ ଛାୟା !
ହେ ମହାଭାଗ ; ମୋର ନମସ୍ୟ ସପ୍ତ ପିତୃ ପୁରୁଷ !
ପିତୃ ଋଣ ପ୍ରତିଦାନେ ଘେନ ମୋର ପିଣ୍ଡଦାନ
ବାଇଶି ପାବଛେ ,
ଶୁଭ ଦୃଷ୍ଟି ଥାଉ ତୁମ୍ଭ ଆଶ୍ରିତ ମୁଁ ତୁମ୍ଭରି ଆଶିଷେ !
ଆଜି ପିତୃ ପିଣ୍ଡ ସମାପନେ ଫେରିବାର ବେଳ
ଆଲୋକ ମାର୍ଗରେ ଗତି ହେଉ ଯେ ଉଜ୍ଜ୍ୱଳ !!-
ଦୀପାବଳିର ଶୁଭକାମନା ସଭିଙ୍କୁ
କରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା କରେ ଠାକୁରଙ୍କୁ ।
ରୁହନ୍ତୁ ସଭିଏଁ ଶାନ୍ତି ସୁଖେ ରୋଗମୁକ୍ତେ
ସଦ୍ ବିଚାର, ସଦ୍ ଭାବନା ରହୁ ସଭିଙ୍କର ହୃଦେ ।
ଆସ ସବୁ ଏକ ହୋଇ ଜଳାଇବା ଦୀପ
ମନ ମଧ୍ୟୁ ଜାଳିଦେବା ଗର୍ବ ଅହଂ ସହ ପାପ ।
ତେବେ ଦୀପାବଳି ଅର୍ଥ ସାର୍ଥକ ହୋଇବ
ଅମାବାସ୍ୟା ପରେ ପୁଣି ପୂର୍ଣ୍ଣ ଚନ୍ଦ୍ର ଯେ ଉଇଁବ।-
ଦୀପାବଳୀ:
ତୁ ଦେଇଥିବା ଦୀପ ସେମିତି ସାଇତା ହେଇଛି,
ଜଳିଛି ଯଦି କେବଳ ମୁଁ ହିଁ ଜଳିଛି,
ବୁନ୍ଦା ବୁନ୍ଦା ଲୁହକୁ ଘିଅ କରି,
ନିଜକୁ ବଳି ବଳି ସାରିଛି ସଳିତା କରି ।
-
ଦୀପାବଳୀ ର ଶୁଭ ଅବସରରେ ମୁଁ ଆପଣ ତଥା ପରିବାରର ସମସ୍ତଙ୍କ ଅଧିକରୁ ଅଧିକ ଉନ୍ନତି କାମନା କରୁଛି ଏବଂ ଏକ ସୁରକ୍ଷିତ ଦୀପାବଳୀ ପାଇଁ ଅନୁରୋଧ ।🙏
ଆପଣ ସଭିଙ୍କ ଲେଖା ସାହିତ୍ୟ ଜଗତର ଅନ୍ଧାରକୁ ନାଶ କରୁଥାଉ ।🙏
ଦୀପାବଳୀ ର ଅନେକ ଅନେକ ଅଭିନନ୍ଦନ । 🙏-
ଦୀପାବଳୀ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏।
ଏହି ଦୀପାବଳୀ ଆପଣ ମାନଙ୍କ ଜୀବନ ରେ ଖୁସି ଆଉ ଉନ୍ନତି ନେଇ ଆସୁ 🙏☺️।-
ମିଞ୍ଜି ମିଞ୍ଜି ଜଳୁଥିଲି
ଦୀପ ଟିଏ ହୋଇ;
ପ୍ରକାଶ, ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ ନଥିଲା..
ନା ଥିଲା ସୁସଜ୍ଜିତ,ରଙ୍ଗବେରଙ୍ଗ
ଆଲୋକମାଳା ପରି ଆକର୍ଷକ..!!
କିନ୍ତୁ ନିଜେ ଜଳି
ସ୍ୱଳ୍ପ ଅନ୍ଧକାର ହେଉ ପଛକେ
ମିଟାଇ ମିଳୁଥିଲା
ଏକ ଅପୂର୍ବ ଆତ୍ମସନ୍ତୋଷ..!!
-