Amit Narayan Satpathy   (Pages of a diary by : Amit)
2.1k Followers · 250 Following

Joined 26 March 2018


Joined 26 March 2018
Amit Narayan Satpathy YESTERDAY AT 23:15

କେଉଁଠି ମିଞ୍ଜି ମିଞ୍ଜି ପାରଦ ବତୀ,
ତ କେଉଁଠି ଲଣ୍ଠନ - ଡିବିରି, ଲିଭି ଆସୁଥିବା
ସେ ଆଲୁଅ ବତୀର ଗତି
ବଖାଣେ ଚିହ୍ନା - ଜଣା ଲୋକଟିଏ ଭିତରର
ଅଜଣା ମଣିଷକୁ,
ଭଗ୍ନ ଶିଳାର ଆଶାର ପରିଭାଷା ଅଛି.. ,
ତା ପାଇଁ ସବୁ ଘଡ଼ି ରାତି,
ତା ଛାତିରେ ସଦା
କେବେ ବି ପୂରଣ ନ ହେବାକୁ ଥିବା
ସ୍ଵପ୍ନ, ନା ଦୁଃସ୍ଵପ୍ନର
ଗୋପନ ତାତି,
ତଥାପି ଏଇ ରାତି
ବାଧ୍ୟ ଯେ କରୁଛି
ସାଜିବାକୁ ତା ଆଶାର ସାଥୀ..।

-


Show more
25 likes · 2 comments
Amit Narayan Satpathy YESTERDAY AT 22:26

Leaves were flying in the wind,
Dried flowers were dancing
On the footpath.
Today, the crossroads know
Blossoms fall in the breeze
But I look around for those
Fallen leaves...
Yes, you had fallen for them
And I had added another click
To my silent camera,
Another regret to my pocket.

-


Show more
25 likes
Amit Narayan Satpathy YESTERDAY AT 13:09

କ୍ରୂରମନା ତୁମେ..

-


Show more
20 likes · 5 comments
Amit Narayan Satpathy 4 DEC AT 23:22

ଭାବିଥିଲି ଆହ୍ଵାନ କରିବି
ଘୁରି ବୁଲିଲି, କେମିତି କରିବି..?
ଆମୋକ୍ଷ ଅନ୍ତର୍ଦାହର
ସୁପ୍ତ ଜୁଇରେ ଦିଶିଲା
ଶବ୍ଦ ପ୍ରାଣ ହୋଇ ବାହାରୁଛି
ଆଉ ଗୋଟିଏ କଳ୍ପ,
ଆଉ ଏକ ଦେହେ
ଜୀବନ ଫୁଙ୍କିବାକୁ।
ବାସ୍ ତାକୁ ହିଁ ମନ୍ତ୍ର କରିଲି
ଦେଖିଲି ତୁମ ପାଇଁ
ଗୋଟିଏ ଅଜଣା କାନ୍ଥରେ
ଲେଖା ହୋଇଥିଲା
କବିତାଟିଏ !

-


18 likes · 5 comments
Amit Narayan Satpathy 4 DEC AT 18:22

-


Show more
27 likes · 10 comments
Amit Narayan Satpathy 3 DEC AT 14:22

ଶୀତୁଆ ଅପରାହ୍ଣରେ
ଆଖି ଆଗରେ,
ନୀଳ ଆକାଶରେ
ଆଶାର ଗୁଡ଼ି ମୋର
ପବନ ସାଥେ ଉଡ଼ୁଥିଲା,
କାହାର ଇଚ୍ଛା କେଜାଣି
ଦୀର୍ଘ ନିଃଶ୍ବାସଟିଏ ଛାଡ଼ି
ହାବୁକାଏ ସେଇ ପବନରେ
ମୋ ଗୁଡ଼ି ଉଡ଼ାଇ ଦେଲା।
ଧାରୁଆ ମାଞ୍ଜା, ଧରି ଶିଖୁଥିଲି
ଶିଖିବା ଆଗରୁ କାହା ପାଖରୁ
ହାରିଗଲି.., ସେ ଦିନକୁ
ଆଉ ଟିକେ ମନ ଭରି ବଞ୍ଚିବି
ଗୁଡ଼ି ସାଥେ ଏକା ଉଡ଼ିବି
ସମୟ ପାଖରେ ହାତ ପତାଇଥିଲି,
ଅମାନିଆ ସେ ମୋ ହାତ କାଟିଦେଲା
ମୋ ଆବେଦନ ଗୁଡ଼ି ସାଥେ
ନିମିଷେ ଉଡ଼ିଗଲା।

-


Show more
24 likes · 2 comments
Amit Narayan Satpathy 2 DEC AT 22:33

Poems express, wipe tears,
Lighten faces,
Pasted on life's clipboard,
Covering silent ' greys ' .

-


Show more
24 likes
Amit Narayan Satpathy 2 DEC AT 15:07

ମୁଁ ବାଲୁଘଡ଼ିର ବାଲିକଣା ସହ
ଆସ୍ତେ କରି ଖସୁଥିବା ସମୟ ।
ମୁଁ ଯେତିକି ବ୍ୟକ୍ତ, ସେ ଅତୀତ
ତା ଦେହେ ଲେଖା - ଇତିହାସ।
ମୁଁ ଜୀବନକୁ ମରି ବାରମ୍ବାର ଉଠିବାର,
ଜଗତକୁ ଭାଙ୍ଗି ପୁଣି ଯୋଡ଼ି ହେବାର ଦେଖିଛି।
ମୁଁ ଜାଣିଛି କେମିତି ମଣିଷ ଏକାଠି ଆସି
ବଞ୍ଚିବାର ଶିଖିଲା, ସମାଜ ଗଢ଼ିଲା ନିଜ ପାଇଁ।
ତା ସ୍ଵଭାବ ଯେ ବହୁ ଆୟାମୀ,
କେବେ ଅଭିମନ୍ୟୁ ସାଜି ଚକ୍ରବ୍ୟୁହରେ,
କେବେ ଭୀଷ୍ମଙ୍କ ପ୍ରତିଜ୍ଞା ପରି ଅଟଳ,
ସବୁ ପ୍ରତିଜ୍ଞା, ସବୁ ପ୍ରତୀକ୍ଷାର ଅନ୍ତ ଏକା ନୁହଁ।
ମୁଁ ଦେଖିଛି ଦ୍ରୌପଦୀ ପରି ନିଜମାନଙ୍କ ଫାଶରେ
ମଣିଷ ଛନ୍ଦି ହୋଇ ପଶାପାଲିର ମୋହରା ହେବାର,
ମୁଁ ମାନୁଛି ମୁଁ ନେଇଛି ପରୀକ୍ଷା ଧୈର୍ଯ୍ୟର
ଅଶୋକବନର ପ୍ରତୀକ୍ଷାରୁ ଅଗ୍ନି ପରୀକ୍ଷାର ପୂତ ଲଗ୍ନ।
ମୁଁ ଶୁଣିଛି ଆରୋପ ସହ ପ୍ରତ୍ୟାରୋପର ଅକୁହା ବେଦନା,
ଜ୍ଞାନୋଦୟେ ବିଭୀଷଣ ଲଙ୍କା ଛାଡ଼ି ରାଘବଙ୍କ ଶରଣ ପଶିବାର।
ମୁଁ ସହିଛି କାହା ଅଲିଖିତ ଆବେଗ ମୋ ଛାତିରେ
ହଁ, ଶାନ୍ତନୁ ପାଇଁ ଶକୁନ୍ତଳାର ମନ କଥା,
କର୍ଣ୍ଣ - କୁନ୍ତୀଙ୍କ ସମ୍ବାଦ ମୋ ଆଖି ଆଗରେ।
ପାଣ୍ଡବ - କୌରବଙ୍କ ଅଜସ୍ର ସଂଗ୍ରାମ ପରେ ବି ବୁଝେନି ମଣିଷ
ତା କଲା କର୍ମର ଓଜନ ତ‌ଉଲେ ନାହିଁ, ବ୍ୟର୍ଥତାର ଯ
ମାପକାଠି ହଜି ଯାଇଛି କେଉଁ ଯୁଗେ..?
ଚାଲିଥିବ ମୋ ଯାତ୍ରା, କିଛି ନୂଆ ଫର୍ଦ୍ଦ ଯୋଡ଼ା ହେଉଥିବ,
ଗଳା ଧକ୍କା ଖାଇ ବି ମଣିଷ ମୋତେ ଭୁଲୁଥିବ,
ଶେଷେ ମୋ ଦେହେ ସିଏ ଦୋଷର କଳା ବୋଳୁଥିବ।

-


Show more
27 likes · 21 comments · 1 share
Amit Narayan Satpathy 1 DEC AT 23:50

-


Show more
34 likes · 7 comments · 1 share
Amit Narayan Satpathy 1 DEC AT 20:04

କିଛି କୁହୁଡ଼ି ସାମ୍ନାରେ ଥିଲା ସେଦିନ
କଜ୍ଜଳପାତିକୁ ଦେଖି ଫେରିଗଲି ସେଦିନକୁ
ମୋ ଆଙ୍ଗୁଠି ଧରି ଅଜା ବୁଝାଉଥିଲେ
ସକାଳେ ନିଦରୁ ଉଠେଇ ବୁଲାଇ ନେଇ
ସେଇ, ସେଇ ଲମ୍ବା ଲାଞ୍ଜ ଦେଖୁଛୁ,
ସେ ପକ୍ଷୀକୁ କୁହନ୍ତି କଜ୍ଜଳପାତି।
ଆଜି ବହୁତ କିଛି ବଦଳିଯାଇଛି
ତାଙ୍କ ନିର୍ଭୁଲ ହିସାବ କିତାବ୍ ଆଗରେ
ମୋର ମସ୍ତିଷ୍କ ଯେ ଗୋଳମାଳ।
କହିଥିଲେ, ଏଇ ସଭ୍ୟତାର ଯାହା ଗତି
ଦିନେ କଜ୍ଜଳପାତି ଖୋଜିବାକୁ ପଡ଼ିବ ରେ..।
ଠିକ୍ ତାଙ୍କ ଡାଏରୀର ସେ ମଳିନ ପୃଷ୍ଠାରେ
" ଆଲୋ କଜ୍ଜଳପାତି ", ଅଧାଲେଖା ଧାଡ଼ି
ମୋ କଣ୍ଠରେ ଆଜି ଆସୁଛି ମାଡ଼ି
ଏଇ ତ ସେଇ ଗୋଟିଏ ବିରଳ ବିହଙ୍ଗକୁ ଦେଖି
ପଚାରିଲାଣି ଦୁଇଟି ଆଖି
" ସେଟା କେଉଁ ପକ୍ଷୀ କହିଲ.."
ହଁ କହିବାକୁ ହେବ କିଛି
କହିବାର ଅଛି ବହୁତ କିଛି।

-


Show more
31 likes · 7 comments · 1 share

Fetching Amit Narayan Satpathy Quotes

YQ_Launcher Write your own quotes on YourQuote app
Open App