PRANGYA P. MISHRA✍️   (ପ୍ରଜ୍ଞା ପାରମିତା ମିଶ୍ର ✍️)
69 Followers · 61 Following

read more
Joined 4 December 2019


read more
Joined 4 December 2019

- ତୁମ ଅପେକ୍ଷାରେ-

କଳା ବାଦଲ ଛାୟାରେ ଲୁଚିଲେଣି
କେତେବେଳୁ ଜହ୍ନ ଆଉ ତାରାପନ୍ତି,
ରିମ୍ ଝିମ୍ ବର୍ଷାରେ କେତେବେଳୁ
ଶୁଷ୍କ ବସୁନ୍ଧରା ଗଲାଣି ତିନ୍ତି...

ନିଦ୍ରା ଦେବୀ କେତେବେଳୁ ପଣତ ବିଛାଇ
ସୁକୋମଳ କଣ୍ଠେ କଲେଣି ଆହ୍ବାନ
ଆସ ମୋର ଶୂନ୍ୟ କୋଳେ
କର ନିଶ୍ଚିନ୍ତେ ଶୟନ....

କିନ୍ତୁ,
ତଥାପି ଆଖିକୁ ମୋ ନିଦ ନାହିଁ
ବସିଛି ମୁଁ ତୁମ ଅପେକ୍ଷାରେ
ହୃଦୟରେ ପ୍ରେମ ଦୀପ ଜଳି
କିଛି ଆଳାପ କରିବା ଆଶାରେ....

ଝରି ପଡେ ଶୁଷ୍କ ପତ୍ର ସବୁ
ସମୀରର ମୃଦୁ ହିଲ୍ଲୋଲରେ
ସତେକି ମାର୍ଗ ସଜାଏ
ତୁମର ସ୍ୱାଗତ ଆଶାରେ.....

ହୃଦୟର ସ୍ପନ୍ଦନ ମୋ ବଢେ
ରାତ୍ରୀର ଅନ୍ଧାର ସାଥିରେ
ଅମାନିଆ ନୟନ ମୋହର
ଆତୁର ହୁଏ ବିରହରେ...

କିନ୍ତୁ, ତୁମେ ଆସ ନାହିଁ
ଅପେକ୍ଷା ମୋ ଅପେକ୍ଷାରେ ରହେ
କେବଳ ଅତୀତର ସ୍ମୃତିକୁ ସାଉଁଟି
ଅନ୍ଧକାର ରଜନୀଟା ପାହେ.....

-


21 MAY 2024 AT 19:52

*ତୁମେ ମନେପଡ*

ଧୂମାୟିତ ଏଇ ସଞ୍ଜ ବେଳାରେ
ଫିକା ଫିକା ଏଇ ଚନ୍ଦ୍ରାଲୋକରେ
ମନେପଡ ତୁମେ ମନେପଡ
ଏଇ ମୃଦୁ ମଳୟ ପବନ ସାଥିରେ
ବିସ୍ତୀର୍ଣ୍ଣ ଏଇ ଏକାନ୍ତ ବେଳା ଭୂମିରେ....

ମନେ ପଡେ ତୁମ ହାତେ ହାତ ଛନ୍ଦି
ଜହ୍ନକୁ ଦେଖିବାର କ୍ଷଣ
ପୁଣି ବାଲିରେ ଦୁହେଁ ମିଶି
ସ୍ୱପ୍ନର ତାଜମହଲ ଗଢିବାର ବେଳ....

ମନେ ପଡେ
ସେଦିନ ଆମ ସ୍ବପ୍ନର ବାଲି ଘରକୁ
ସାଗରର ଢେଉ ଭାଙ୍ଗି ଦେଲା ବୋଲି
ତୁମେ କ୍ରୋଧରେ ତାତି ଉଠିଥିଲ
ସତେ ଯେମିତି ସାଗରକୁ ଦେବ ଶୁଖେଇ
ଆଉ ନବ ପ୍ରତିଶୋଧ....

-


2 MAR 2024 AT 14:50

ଯିବି ମୁଁ ନାଟମଣ୍ଡପ
*************
ଭଲ ଲାଗୁନି ମୋ କାଳିଆ ସୁନାକୁ
ନିଦ ଆସୁନି ତା' ଚକା ନୟନକୁ,
ଅପଲକ ନେତ୍ରେ ରହିଛି ସେ ଚାହିଁ
ପ୍ରୀତି ଛାନ୍ଦ ଟିକେ ଶୁଣିବା ପାଇଁ ।

ସଜେଇ ଦିଅ ଗୋ ସୁବାସ ଲଗାଇ
ଘୁଙ୍ଗୁର ଦିଅ ପିନ୍ଧାଇ,
ଗଭା ମୋର ବାନ୍ଧି ଦିଅ ମଲ୍ଲି ଫୁଲେ
ଯିବି ମୁଁ ନାଟ ମଣ୍ଡପେ ।

ଘୁଙ୍ଗୁର ପିନ୍ଧି ମୁଁ ଦେବଦାସୀ ରୂପେ
ନାଚିବି ଶ୍ରୀ ଗୀତଗୋବିନ୍ଦ ଛାନ୍ଦେ,
ଅଙ୍ଗଭଙ୍ଗୀ ଯେତେ ଶିଖିଛି ଜୀବନେ
ସମର୍ପିବି ଆଜ ତା' ଛନ୍ଦା ଚରଣେ ।

ସେ ଭଙ୍ଗୀକୁ ଦେଖି ତୋଷ ଚିତ୍ତ ହୋଇ
ନିଦ୍ରିତ ହୋଇଲେ କଳା କହ୍ନେଇ,
ଧନ୍ୟ ହୋଇଯିବ ଜୀବନ ମୋହର
ମରତେ ସରଗ ଯିବି ମୁଁ ପାଇ ।

-


31 DEC 2023 AT 11:38

ଚାହୁଁ ଚାହୁଁ ବର୍ଷଟିଏ ସରିଯାଏ
କ୍ୟାଲେଣ୍ଡର ବି ବଦଳିଯାଏ,
କିନ୍ତୁ ବଦଳେନା ଜୀବନ
ବଦଳେନା ବି ସଂସାର କଷଣ...

-


17 NOV 2023 AT 19:31

ଜୀବନର ଅମଡ଼ା ବାଟରେ
ମାଡ଼ି ମୁଁ ଚାଲେ ଅବିଶ୍ରାନ୍ତରେ,
କେବେ ଆସେ ଟାଣ ଖରା
ତ କେବେ ପୁଣି ଆସେ ଛାଇ,
କେବେ ବହେ ଝାଞ୍ଜି ତ
କେବେ ପୁଣି ମଳୟ ବହଇ....

-


4 SEP 2023 AT 23:38

ଆଧୁନିକ ଶିଷ୍ୟ ମୁଁ
*************
ଆଧୁନିକତାର ଚରମ ସ୍ପର୍ଶରେ
ହୋଇଛି ମୁଁ ଆଧୁନିକ ଶିଷ୍ୟ,
ଇଛା ଥାଉ ବା ନ ଥାଉ
ବଡ ଜାକଜମକରେ ପାଳଇ ମୁଁ ଗୁରୁ ଦିବସ
ମୁଁ ଏମିତିଆ ଆଧୁନିକ ଶିଷ୍ୟ.....

ଜାଣେନା ମୁଁ ଗୁରୁ କିଏ
କାହା ପାଇଁ ଏ ଗୁରୁଦିବସ ?
କିନ୍ତୁ ଏହି ଦିବସ ଆସିଲେ
ଅଳି କରି ଖାଲି କରେ ମୁଁ ବାପାଙ୍କ ପକେଟ
ମୁଁ ଏମିତିଆ ଆଧୁନିକ ଶିଷ୍ୟ.......

ଅନ୍ୟ ଦିନେ ଗୁରୁଙ୍କୁ ପଚାରେ ଅବା ନ ପଚାରେ
ଏହି ଦିନେ କିନ୍ତୁ ମୁଁ ଅବଶ୍ୟ ମନେ ପକାଏ
ବାଛି ବାଛି ଦାମୀ ଗିଫ୍ଟ୍ ମୁଁ କିଣେ
ଉପହାର ଦେଇ କରିବାକୁ ବଶ
ମୁଁ ଏମିତିଆ ଆଧୁନିକ ଶିଷ୍ୟ......

ଧୂପ ଦୀପ ଦେଇ ନୈବେଦ୍ୟ ଚଢ଼ାଏ ମୁଁ
ମାର୍କେଟରୁ ଆଣି ସୁଆଦିଆ ଦ୍ରବ୍ୟ
ହାପି ଟିଚର୍ସ ଡେ କହି ତାଳି ମାରେ ମୁଁ
ଆନନ୍ଦରେ କାଟି କେକ
ମୁଁ ଏମିତିଆ ଆଧୁନିକ ଶିଷ୍ୟ......
ମୁଁ ଏମିତିଆ ଆଧୁନିକ ଶିଷ୍ୟ......

(ବି. ଦ୍ର. - ବ୍ୟଙ୍ଗାର୍ଥ ରେ ଲିଖିତ। କେହି ହୃଦୟକୁ ନେବେ ନାହିଁ। )

-


7 MAR 2023 AT 12:18

ଦୋଳେ ଝୁଲି ଝୁଲି ଆସେ
ଦେଖ ଦୋଳ ଗୋବିନ୍ଦ,
ବୃଷଭାନୁ ସୂତା ସଙ୍ଗେ
ଦେଖ ତା'ର ଆନନ୍ଦ....

ବଉଳକୁ କଷି ଆମ୍ୱ
ସତେ କେଳି କଦମ୍ବ,
କୁଞ୍ଜ ରାଣୀ ସଙ୍ଗେ ଦେଖ
ବିଜେ କଳା ମାଧବ....

ଘଣ୍ଟ ଶଙ୍ଖ ଢୋଲ ସଙ୍ଗେ
ବାଜେ ଖୋଳ ମୃଦଙ୍ଗ,
ଭକ୍ତ ସଙ୍ଗେ ଭଗବାନ
ଖେଳୁଛନ୍ତି ତ ରଙ୍ଗ....

ଦାଣ୍ଡେ ଦାଣ୍ଡେ ବୁଲେ ଦୋଳ
ଖାଇ ଖିରି ଶାକର,
ପାଛୋଟି ନିଅନ୍ତି ସର୍ବେ
ହୋଇ ଆନନ୍ଦେ ଭୋଳ....

-


26 FEB 2023 AT 10:34

🌄ଅଜବ ସକାଳ 🌄
*****************
ସକାଳଟା ଆଜି ଭାରି ଲାଗୁଛି ନିଆରା
ପକ୍ଷୀଙ୍କର କଳରବ ଲାଗେ ପ୍ରୀତିଭରା ।
ବାଳ ସୂର୍ଯ୍ୟ ସତେ ଅବା ମୁରୁକି ହସୁଛି
ନିରବରେ କେତେ କଥା କହି ତ ଯାଉଛି ।
ଦକ୍ଷିଣା ପବନ ପୁଣି ଛୁଇଁ ମୋର କାୟା
ପଚାରୁଛି ତତେ କିଏ କରିଛି କି ମାୟା ?
ସକାଳୁ ସକାଳୁ ଆଜି କି ହେଲା ଯେ ମୋର
ଚତୁର୍ଦ୍ଦିଗେ ଦିଶେ ଖାଲି ପ୍ରୀତିର ସମ୍ଭାର......



-


26 DEC 2022 AT 13:02

ନାମ ମୋର ସତ୍ୟବତୀ
ଅଟଇ ମୁଁ ସତୀ,
ଫେରିବି ମୁଁ ନିଶ୍ଚୟ
ଏହା ମୋ ସ୍ବୀକାରୋକ୍ତି ।

-


31 OCT 2022 AT 13:43

ଅତ୍ୟନ୍ତ ପ୍ରୀତିରେ ମଗନ ହୋଇ
ଆସିଛି ମୁଁ ଫୁଲ ତୋଳିବା ପାଇଁ,
ଲୁଚି ଲୁଚି ନେବି କୁସୁମ ମେଞ୍ଚା
କରିବି ପ୍ରିୟାର କବରୀ ସଜ୍ଜା।

ଦେଖି ଦବ କାଳେ କେଉଁ ମଣିଷ
ବାନର ପ୍ରତି ସେ କରିବ ରୋଷ,
ଟେକା ଫିଙ୍ଗି ଅବା ବାଜା ବଜାଇ
ସବୁ ଶାଖାମୃଗ ଦେବ ଘଉଡାଇ ।

ମରିଯିବ ମୋର ସବୁଜ ଆଶା
ଭାଙ୍ଗିଯିବ ମୋର ପ୍ରିୟା ଭରସା
ସେଥି ପାଇଁ ମୁଁ ବସିଛି ଲୁଚି
ସୁଯୋଗ ଦେଖି ମୁଁ ଚୋରାଇ ନେବି।

-


Fetching PRANGYA P. MISHRA✍️ Quotes