ବିଷ୍ଠା ଖିଆ କାକ କୃଷ୍ଣ କି ଭଜିବ ଧୂଳି ମାଖି ଦେହେ ହସ୍ତି !
ତୁଣ୍ଡ ଗଡ଼ବଡ଼ ମନ୍ତ୍ର ଉଚ୍ଚାରଇ ଜଳାଇ ପର'ର ବସ୍ତି !!
ସତୁଣ୍ତ ତୁଣ୍ଡ କୁ ବିଷ ଝର ଝର ପିଠି ପଛେ ଛୁରୀ ଧାର !
ମଝି ଦାଣ୍ଡେ ନାଚ ବିଲୁଆ ମାଙ୍କଡ଼ ଦେଖ ହେ ବହପ ତା'ର!!-
ବଳକା ଆୟୁଷ ମଝି ଦରିଆରେ
ଲୁହ ଲହୁ ଯାଏ ମିଳେଇ !
କେଉଁ ଜନମର ଋଣ ଶୁଝୁଅଛ
ମାରୁଛ ଗୋଡ଼େଇ ତୋଡ଼େଇ !😊-
ସମସ୍ତ ପ୍ରିୟଜନଙ୍କୁ
ନବ ବର୍ଷର ହାର୍ଦ୍ଦିକ ଓ ଆନ୍ତରିକ ଶୁଭେଚ୍ଛା 💐💐💐❤️❤️😊
ନବ ପଦଧ୍ଵନି ହୁଏ ପ୍ରତିଧ୍ଵନି
ନବ ନବ ତରୁ ଶାଖେ!
କାନ ଡେରୀ ଶୁଣ କୋକିଳ କଣ୍ଠି ସେ
ଲାଗି ଆସେ ହୃଦ ପାଖେ !!
ନବ ନବ କୁଞ୍ଜ ନୃତ୍ୟ ଧ୍ୟାନ ମଗ୍ନେ
ପାଛୋଟି ଦୁଆର ମୁଖେ !
ବେଳ ଗଡ଼ି ପୁନଃ ସିନ୍ଦୁରା ସୁରୁଜ
ଲାଗି ଆସେ ହୃଦ ପାଖେ !!
ବିତିଗଲା ଦିନ ସ୍ମୃତି ପାଲଟିଲା
ସଞ୍ଚିତ ମୋତି ମଣି !
ଗଣିଗଣି ଦିନ ନୂତନ ବରଷେ
ସାଉଁଟିବି ହୀରାମଣି !!
-
ସକାଳ ଯେବେ ଆସେ ମହକି ମୁରୁକି ହଁସେ
ସ୍ୱଚ୍ଛ ନୀରରେ ପଦୁଅଁ ନାଚି
କାନ ପାଖେ କହିଆସେ _୧
ସିନ୍ଦୁରା ସୁରୂଜ ଦିଶେ ଚହଟି ଗଗନେ ଭାସେ
ସକାଳ ଦଉଡ଼ କ୍ଷିପ୍ର ଗତିରେ
ପଶ୍ଚିମ ପଣତେ ଝାସେ _୨
ଧୂଳି ଗଲା ଉଡ଼ି ଉଡ଼ି ସୁରୂଜ ବି ଗଲା ବୁଡ଼ି
ଚାଲ ଧନମଣି ଗଣ୍ଠିଲି ମୁଣ୍ଡେଇ
ଦୁଇ ଡେଣା ଦେଇ ଝାଡ଼ି -୩
ଏ ଧରା ନୁହେଁ ଆମର ସପନର ବାଲି ଘର
କିଏ ଜାଣେ କେବେ ପଡିବରେ ପାଳି
ଭାଙ୍ଗିବ ନିଦ୍ରା ତୋ'ର -୪
ଅଳସ ବିଛଣା ଛାଡ଼ି ଜୀବନ ବି ଯାଉ ଗଡ଼ି
ନୀଡ଼ ବାନ୍ଧି କ୍ଷଣେ ପୁଲକ ଭରିଣ
ସ୍ମୃତି ହୋଇଯାଉ ଯୋଡ଼ି -୫
-
ସଞ୍ଜର ପଣତ ଯେତେ ଯେତେ ଫିଟୁଥିଲା
ମା' ର ଭାତହାଣ୍ତି ସେତେ ସେତେ ଫୁଟୁଥିଲା!
କେବଳ ଆଖି ଲାଖିଥିଲା ବାପାର ସଉଦା ଥଳି କୁ
କର୍ଣ୍ଣଦ୍ଵୟ ସତର୍କ ଥିଲା
ଗୋଟିଏ ପଟେ କୁନା' ମୁନା'ର ପେଟର ଶବ୍ଦ
ଆରପଟେ ବାପା'ଙ୍କର ପହଞ୍ଚିବାର ପାଦ ଶବ୍ଦ !
-
ଆସ ଆସ ସଖା
କବିତାଟି ଅନୁଶୀର୍ଷକରେ👇
ପବିତ୍ର ଦୀପ ପର୍ବରେ ସମସ୍ତ ସୁଧି ଜନଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🪔🪔-
ସେହି ଲୁଚକାଳି ଖେଳର ଜୀବନ ପଥରେ
ଆୟୁଷ ଆରମ୍ଭ ହୁଏ,ପୁଣି ଶେଷ !
କିନ୍ତୁ ପ୍ରେମ କେବେ କଳଙ୍କିତ ହୁଏନା
କାରଣ ସେ ପ୍ରେମ
ତାକୁ ଏତେ ଶିଘ୍ର ଚିହ୍ନି ବି ହୁଏନା
ଆୟୁଷ ସରିଆସେ
ଠିକ୍ ପାହାନ୍ତିକୁ ଶେଫାଳୀ ପରି
ତେଲ ବିହୀନ ଦୀପ ପରି !-