#ବତୀଘର
ସତରେ,
ଗୋଟେ ନିଆରା ସମ୍ପର୍କ
ଅଛି
ତୋର ଆଉ ମୋର
ଯେମିତି,
କ୍ଷୀର ସାଥେ ନୀର ର
ରାତି ସାଥେ ଦିନ ର
କବି ସାଥେ କବିତା ର
ଆଉ,
ଗୋଟେ ପଥଭ୍ରଷ୍ଟ ନାବିକ ର
ମିଞ୍ଜି ମିଞ୍ଜି ବତୀଘର ।।
©Lipin
-
ସେ ବତୀଘର
ଥାଏ କେତେ ଦିଗହରାଙ୍କ ଅପେକ୍ଷାର
ସେ ଦେଖିଛି କେତେ କାତ ହଜିବାର
କେତେ ମଶାଲ ଲିଭିବାର
କିନ୍ତୁ ସାକ୍ଷୀ ନୁହଁ
କାହା ମନ ଭାଙ୍ଗିବାର
କାହା ମୃତ ଶରୀରର-
ଦିନ ଥିଲା ମୋର
ଦୁନିଆ ଟା ସତେ ଏକ ସାଗର
ଏ ଜୀବନ ଜାହାଜ ସେ ସମୁଦ୍ର ର
ଆଉ ତୁ ଥିଲୁ ମୋ ଲାଗି ବତୀ ଘର।
ଏକଦା ଭାବିଥିଲି
ଦିଗ ବାରେଣି ରହିବୁ ବୋଲି
କୂଳ ପହଞ୍ଚି ତୋତେ ଶ୍ରେୟ ଦେବି ବୋଲି
ଅନ୍ଧାର କରି ଗଲୁ ମୁଁ ପଥବଣା ଏଣୀ ବନି ଗଲି।
ପୁରୁଣା ସ୍ଵପ୍ନ ମାନେ ହଜିଲା ପରେ
ମୂଳ ଆଡୁ ନୂଆଁ କିଛି କିଛି କଅଁଳିଲେ
ଖୋଜି ଖୋଜି ନୂଆଁ ଟେକ୍ନୋଲୋଜି ରେ
କୋମ୍ପାସ୍ ଓ ଡିଜିଟାଲ୍ ରୋଟ୍ ମ୍ୟାପ୍ ଲାଗିବାକୁ କୂଳେ।
ଆଜି ତୁ ଖଣ୍ଡହର
ତଥାପି ତୋ ଆଡେ ଯାଏ ନଜର
ସବୁ ଦୋଷ ଏ ନୂଆ ସଭ୍ୟତା-ଭୂତ ର
ବୋଧହୁଏ, ଦୁର୍ଭାଗ୍ୟ ତ ଏ ବତୀଘର ସସ୍କୃତି ର।-
ବତୀଘର ଟିଏ ଅଥଳ ସାଗରେ
ଜାହାଜକୁ ପଥ ଦେଖାଏ
ଜାହାଜର ମଙ୍ଗଳ ପାଇଁ
ସେ ଦିନ ରାତି ଜଳୁଥାଏ ।
ସଂସାର ସାଗର ବେଳାରେ
ଯଦି ମୁଁ କେବେ ପଥ ଭ୍ରଷ୍ଟ ହୁଏ
ହେ ପରମ ଆତ୍ମା ଜ୍ଞାନ ବତୀଘର
ଜାଳିଦିଅ ମୋ ହୃଦୟରେ ।
ସଂସାର କଳୁଷ ପଙ୍କୁ ଉଦ୍ଧାର କର ହେ
ଜ୍ଞାନର ବତୀ ଦେଖାଇ,
ପାରି ହୋଇଯିବ ଜୀବନ ନୌକା
ଜ୍ଞାନର ଆଲୋକ ପାଇ ।
Pramila Gantayat
-
ରେ ଆତ୍ମନ୍,
କେତେ ଆଉ ଅଚେତନ ହେବୁ ତୁ ନିଦ୍ରାରେ
ବାସନାର ଶଯ୍ୟା ତେଜି ଏବେ ଉଠ ନ ମଜ୍ଜି ସ୍ୱପ୍ନରେ,
ଜୀବନ ନଦୀ ତୋ ବହେ ମୃତ୍ୟୁର ସେ ବତୀଘର ଦିଗେ
ପାର ଯଦି ସଚେତନ ହୋଇଉଠ ଏବେଠୁ ସତ୍ତ୍ୱରେ।
ଚାଲିଛି ତୋ ନୌକାଟି ଢଳ ଢଳ ହୋଇ ସିନ୍ଧୁ ଗର୍ଭେ
କେଜାଣି କେଉଁ ମୁହୂର୍ତ୍ତେ ପାଲଟିବୁ ତୁ ଅତୀତ ଚାହିଁଥିବେ ସର୍ବେ,
ଭାବିଛୁ କି ଘେନିଯିବୁ ସେ ପୁରେ ସର୍ବସ୍ୱ ଯାହା ସାଇତିଛୁ
କାଲି ହୋଇ ହଜିଯିବୁ ମାତନାହିଁ ଆଉ ଏତେ ତୁଛା ଦମ୍ଭ ଗର୍ବେ।
ମୃତ୍ୟୁ ଚିନ୍ତା କର ଏବେ ଦେଖିବୁ ତୁ ହେବୁନି ବିଚ୍ୟୁତ
ଚଞ୍ଚଳ ଚିତ୍ତ ତୋ ଆଉ ଧାଇଁବନି ଅନୁସରି ଅଧର୍ମର ପଥ,
ଉଠ ଦେଖ ଅନିତ୍ୟ ଏ ସଂସାରରେ ସବୁ କେତେ ପ୍ରହେଳିକାମୟ
ବେଳ ଥାଉଁ ଥାଉଁ ବାବୁ କରିନିଅ ନିଜକୁ ସଂଯତ।
ସୁଖ ଦୁଃଖ ସବୁ ଏଠି ମାୟାଘେରା ଇନ୍ଦ୍ରଜାଲଟିଏ
ଜୀବନଟା ଲୋଭ ମୋହ କାମନାରେ ପ୍ରଲୋଭିତ ରଙ୍ଗମଞ୍ଚଟିଏ,
ଅଭିନୟ ସରିଯିବ ଚାହୁଁ ଚାହୁଁ ଆସିଲେ ନିର୍ଦ୍ଦେଶ
ମୃତ୍ୟୁ ଏକ ମହାସତ୍ୟ ଜୀବନଟା ଝଲମଲ ପ୍ରତିବିମ୍ବଟିଏ।
-
ମୁଁ ବତୀଘର,
ପ୍ରତୀକ ଏକ ଅସରନ୍ତି ପ୍ରତୀକ୍ଷାର
ମୋ ହୃଦୟ,
ଏକ ପରିତ୍ୟକ୍ତ ପୋତାଶ୍ରୟର
ଆଉ ମନ;
ଅସ୍ବାଭାବିକ ଭାବେ ଶାନ୍ତ
ନା ଅଛି ଆଲୋଡନ ନା ଉଠେ ଜୁଆର !
-
ଜୀବନର ବତୀଘର ସାଜି
ମୁଁ ଯେ ପ୍ରେମ ସୁବର୍ଣ୍ଣ ଯୁଗର,
ହୃଦୟର ମରମରେ ଭିଜି
କବିର କବିତା ସାଜି ପ୍ରାଣର।
ନବ ଯୁଗର କେତନ ଲେଖି
ଆସୋ ହେ ତରୁଣ ସ୍ବପ୍ନ ବୁଣି,
ପୁଞ୍ଜିଭୂତ ଆଲୋକ କୁ ଦେଖି
ସ୍ୱର୍ଗ କମଳ ପାଖୁଡ଼ା ଗଣି।
-
ନିରୁଦ୍ଧିଷ୍ଟ ଆଜି ମୁଁ ଅଜଣା ରାଇଜେ
ଖୋଜିଖୋଜି ପଥ ମୁଁ
ହାରିଗଲି ଜୀବନ ଯୁଦ୍ଧରେ ....!
-
ଅଥଳ ସାଗର ବେଳାରେ ତୁମେ ମୋ
ଦିଗ ବାରେଣୀ ବତୀଘର ଟିଏ ...
ବାଟ ଭୁଲିଗଲେ କେବେ,
ତୁମ ଆଲୋକ ସାହାରେ ,
ସଂସାରର ନାଆ ବାହିନିଏ ...
ଦୟା ଧର୍ମ ସ୍ନେହ ପ୍ରେମ ତ୍ୟାଗ ତିତିକ୍ଷାରେ
ତୁମେ ହିଁ ଧରିଛ ହାତ ,ନୀତିନିଷ୍ଠ ଆଦର୍ଶ ପଣରେ .....
ତୁମେ ଅଛ --ମୁଁ ଅଛି ,ତୁମ ବିନା ଶୂନ୍ୟ ଏ ଜୀଵନ
ପ୍ରେମ ପ୍ରୀତି ପରଶରେ ,
ଏମିତି ବାନ୍ଧିରଖିଥାଅ ଆଜୀବନ ......!!-