ସମୟ ବି ବଡ଼ ବିଚିତ୍ର
କିଏ ନିଜ ଓ କିଏ ପର
ସମସ୍ତଙ୍କୁ ଚିହ୍ନେଇ ଦିଏ ..!
-
जो तुम्हारी पीड़ा का कारण बने…!
ନିଜ ଆତ୍ମସଂମାନ କୁ ତ୍ୟାଗ କରି
ଜୀବନରେ କାହାକୁ ବେଶୀ
ଗୁରୁତ୍ୱ ଦେବନି
ନହେଲେ ବହୁତ କଷ୍ଟ ପାଇବ ।
-
ସରଳତା ମୋର ସାଇତା ସମ୍ପତ୍ତି
ହୋଇବନି କେବେ ଚୋରୀ
ଅଭିନୟ ମଞ୍ଚେ ଅଭିନୟ କରେ
ଖୋଲା ହୃଦୟକୁ ଧରି ।
-
କର୍ମ ଅକର୍ମର ଶେଷ ଫଳାଫଳ
ଜଗତେ ଯିବି ମୁଁ ଥୋଇ
ମୃତ୍ୟୁ ପରେ ତୁମେ ଚର୍ଚ୍ଚା କରୁଥିବ
ଏ ପାପ ପୁଣ୍ୟକୁ ନେଇ ।
ସକାଳର ଭାବ ସନ୍ଧ୍ୟାକୁ ଅଭାବ
ପିଞ୍ଜରା ପକାଇ ଖାଲି
ମୃତ୍ୟୁରେ ମୋର ଚକିତ ହେବନି
ଅଦିନରେ ଯିବି ଚାଲି ।
ମାନ ଅପମାନ ଅଂହକାର ପଦ
ଜୁଇରେ ଜଳେଇ ଦେବ
ପୁନଃଜନ୍ମ ନେଇ ଫେରିବିନି ଆଉ
ନିର୍ବାଣ ପାଇବା ହେବ ।-
ସ୍ମୃତିକୁ ସାଇତି ବଞ୍ଚିଅଛି ଏବେ
ଅତୀତ ଯାଉନି ଛାଡି
ଆସିଯିବୁ ଯଦି ସାଇତା ସପନେ
ଆନନ୍ଦେ ଯିବି ମୁଁ ଗଡି ।
ସ୍ମୃତିର ସହରେ ଭରା ପ୍ରିତୀଘରେ
ନିରୋଳାରେ ବସି ଯାଏ
ସାଇତା ସ୍ମୃତିକୁ ସଜ କରିଦେଲେ
ସମ୍ମୁଖେ ତୁମକୁ ପାଏ ।
ତୁମେ ଚାଲିଗଲ ତୁମ ସହରକୁ
ବାଛିନେଲ ସୁଖ ପଥ
ମୁଁ ରହିଗଲି ନିଃସଙ୍ଗ ପଥରେ
ସାହା ପାଉନାହିଁ ହାତ ।-
ଦଇବ ଯୋଗକୁ-2
ମଣିଷ ଦେହରେ ଏତେ କାଳ ରହି
କି ପୂଣ୍ୟ କରିଛୁ ଦିନେ,
ସୁଯୋଗ ମିଳିଲେ କି ଯଶ ରଚିବୁ
ଦୁନିଆଁ ରଖିବ ମନେ ।🤤
ମୃତ୍ୟୁର ପ୍ରଶ୍ନରେ ହାରିଗଲି ବନ୍ଧୁ
ନିରବ ରହିଲା ପ୍ରାଣ,
ମୁଣ୍ଡକୁ ନୁଆଁଇ ତଳକୁ ଚାହିଁଲି
ନଥିଲା ମୋର ସୁଗୁଣ ।😏
ମରଣ ବେଳରେ ଚକ୍ଷୁ ମୋ ଫିଟିଲା
ତୃଟିକୁ ପାରିଲି ଜାଣି,
ମୋହ ମାୟାର ଏ କର୍ମ ଫଳ ମୋର
ନର୍କକୁ ନେଇଛି ଟାଣି ।😂
ବଳ ବୟସରେ କୁପଥେ ନଯାଇ
ମନକୁ ସଜେଇ ଧର
ସୁଖଦୁଃଖ ଭୋଗି ପୂଣ୍ୟ ପଥେଚାଲି
ପରହିତ ନିତ୍ୟ କର । 😎
ସରିଯାଉ ଆମ ବଳକା ଆୟୁଷ
ପ୍ରଭୁ ନାମ ତୁଣ୍ଡେ ଧରି,
ତାଙ୍କରି ଚରଣେ ଆଶ୍ରିତ ହୋଇଲେ
ଭବରୁ ହୋଇବୁ ପାରି ।🙏-
ଦଇବ ଯୋଗକୁ
ଦଇବ ଯୋଗକୁ ହୋଇଗଲା ମୋର
କାଳ ସଙ୍ଗେ ଆଜି ଭେଟ,
କେତେ ଶରଧାରେ କୋଳେଇ କହିଲା
ସରିଗଲା ତୋର ନାଟ ।😭
ଅତି ଯତନରେ ମନକୁ ବାନ୍ଧିଲା
କଣେଇ ଚାହିଁଲା ମୋତେ,
ଦେହ ପଡ଼ିଥିଲା ଅଲୋଡ଼ା ହୋଇ ମୋ
ଶେଷ ଇଚ୍ଛା ଥିଲା କେତେ ।🙄
ମନେ ଦୁଃଖ ଭରି କାନ୍ଦି ମୁଁ କହିଲି
ସୁଯୋଗ ଗୋଟିଏ ଦିଅ,
ଅର୍ଜିଅଛି ଯାହା ପାରୁଅଛ ଯଦି
ସେଇ ସମ୍ପତିରୁ ନିଅ ।😉
ଲାଞ୍ଚ କଥା ଶୁଣି ମୃତ୍ୟୁ ଯେ ହସିଲା
କହିଲା କଅଁଳ ସ୍ୱରେ,
କେଉଁ ଅଭିମାନେ ମୃତ୍ୟୁକୁ ଟାଳିବ
ମରଣ ଆସିବା ପରେ । 😣
-
ଅତୀତରେ ଯଦି ରହିବାକୁ ଚାହୁଁ
ପାଶୋରି ଯାଉଛି ତୋତେ
ସ୍ମୃତି ହୋଇ ସେଠି ପଡି ରହିଥିବୁ
ଖୋଜିବୁନୁ ପୁଣି ମୋତେ ।
ସ୍ୱାଭିମାନ ମୋର ସାଇତା ସଂପତ୍ତି
ଏଇତ ପୁରୁଷ ବଳ,
କାହା ହୃଦୟକୁ ଆଘାତ ଦିଏନି
ମନରେ ରଖେନି ଛଳ ।
ସ୍ୱାଭିମାନ ନେଇ ଦିନ ମୋ କଟଇ
ମନରେ ନାହିଁ ମୋ ଦୁଃଖ
ତୋର ଚଲାପଥ ସୁଦୂର ବିସ୍ତାରି
ମିଳୁଥାଉ ସବୁ ସୁଖ ।-
ଅହମିକା ଭରା ରାତି ମୋ ପାଇଲା
ସୂରୁଜ ଉଇଁଲା ଯେବେ
ପୂରୁବ ଆକାଶ ଚେଇଁ ଉଠୁଅଛି
କୋକେଇ ବାନ୍ଧୁନ ତେବେ ।
ମର ଶରୀରଟା ନିସ୍ତେଜ ଶୋଇଛି
ଶୋକ କରନାହିଁ କେହି
ଶବ ବାହାକଙ୍କୁ ଅନୁରୋଧ ମୋର
ହସିହସି ନେବ ବୋହି ।
କୁହୁଡି ଭାଙ୍ଗିଲେ ସୂରୁଜ ଉଇଁବ
ଧରଣୀ ଛୁଇଁବ ଖରା
ଯୌବନ ସରିଲେ ଭକ୍ତିଭାବ ଧରି
ଦେହରେ ପଶିବ ଜରା ।
ଦେହ ବଳ ସଂଗେ ଅର୍ଥ ବଳ ମୋର
ଅଲୋଡ଼ା ପଡିବ ବନ୍ଧୁ
ମରଣ ପରେ ମୁଁ ପ୍ରଭୁଙ୍କ ଶରଣେ
ପାରିହେବି ମହାସିନ୍ଧୁ !-
ବଳବନ୍ତ ଠାରୁ ବଳିଆର ପ୍ରଭୁ
ଅଦୃଶ୍ୟରେ ତୁମ ଶକ୍ତି
ପଥରେ ଦେହରେ ବିଶ୍ୱାସକୁ ନେଇ
ଢାଳିଦିଏ ମୋର ଭକ୍ତି ।
ମଣିଷ ଦେହରୁ ମୋହ ଭାଙ୍ଗିଦେଇ
ମରଣ ଖୋଜୁଛି ମନ
ଦେହ ସଙ୍ଗେ ଭାବ ଅଭାବ କରିଣ
ଘଟ ମୋ ହୋଇବ ଶୂନ ।
ନାନା ରୋଗ ବ୍ୟାଧି କଷଣ ଦିଅନ୍ତି
ଶରୀରେ କରନ୍ତି ଘର
ମାନସିକ ଶାନ୍ତି ବିଗାଡ଼ି ଦିଅନ୍ତି
ସଭିଏଁ ଲାଗନ୍ତି ପର ।
ଭାଙ୍ଗି ପଡୁଥାଏ ମନବଳ ସବୁ
ଶରୀର ପାଉଛି ପୀଡ଼ା
କେତେ କଷଣକୁ ଶରୀର ସହିବ
କାୟା ହୋଇଲାଣି ଜଡ଼ା ।-