#ଏଣୁ ତେଣୁ କିଛି
କମା,
ବିରାମ ଚିହ୍ନ ଧାଡ଼ି ର
ସେତୁବନ୍ଧ ସମ୍ପର୍କ ର
ପୂର୍ଣ୍ଣଛେଦ ।
ଧାଡ଼ି ଶେଷ
ଆଉ ସମ୍ପର୍କ ବି ଶେଷ....
©ଲିପିନ-
#ପଖାଳ
ଆଉ ସେ ସରାଗ ନାହିଁ
ଆଜି ପଖାଳ କଂସା ରେ ହାତ ବୁଲାଇଲେ
କାହିଁକି ଲାଗୁଛି, ଭାତ ସବୁ ଜାଉ ଭଳି
ସେଦିନ ତ ଭଲ ଥିଲା
ଭୋକ ସବୁ ଆପଣା ଛାଏଁ ଚାଲିଯାଉଥିଲା
ତାକୁ ଦେଖିବା କ୍ଷଣି, କିନ୍ତୁ ଆଜି ନାହିଁ
ସେ ଭୋକ ଅଛି, ହେଲେ ଶାନ୍ତି ନାହିଁ
ଦେହ ଅଛି, ହେଲେ ଆତ୍ମା ନାହିଁ
ମୁଁ ବୋଧେ ଶେଷ ଥର ଖାଇଥିଲି
ପଖାଳ, ଏଇ ବର୍ଷେ ତଳେ ?
ଭୁଲ କହିଲି ! କେତେଥର ଖାଇଛି
ପେଟ ବି ପୁରିଛି, ହେଲେ ଆତ୍ମା ପୁରିନି,
ଆତ୍ମା ତ ରହିଯାଇଛି ସେଇଠି
ଶକ୍ତି ର ଛୁଙ୍କ ଦିଆ ଦହି ରେ,
ଟୁନା ଭାଇ ର ଭଜା ଛୁଇଁ ରେ,
ପ୍ରଭୁ ର ଫିଙ୍ଗର ଚିପ୍ସ ରେ,
ପ୍ରଭାତ ର ହରଡ ଡାଲି ରେ,
ରଶ୍ମୀ ର ଚିକେନ୍ କଷା ରେ,
ରମା ଭାଇ ର ସଂଯତ ଗାଳି ରେ,
ନିର୍ମଳ ଭାଇ ପରିଷ୍କାର ଥାଳି ରେ
ଆଉ ମୋର,ହେଃ !ମୁଁ କହିବିନି,
ତୁମ୍ଭେ ମାନେ କୁହ....
-
#ବତୀଘର
ସତରେ,
ଗୋଟେ ନିଆରା ସମ୍ପର୍କ
ଅଛି
ତୋର ଆଉ ମୋର
ଯେମିତି,
କ୍ଷୀର ସାଥେ ନୀର ର
ରାତି ସାଥେ ଦିନ ର
କବି ସାଥେ କବିତା ର
ଆଉ,
ଗୋଟେ ପଥଭ୍ରଷ୍ଟ ନାବିକ ର
ମିଞ୍ଜି ମିଞ୍ଜି ବତୀଘର ।।
©Lipin
-
ମୁଁ
ରାତି କୁ ଭଲ ପାଏ
କାହିଁକି ନା
ରାତି ରେ ନିଦ ଥାଏ,
ମୁଁ
ନିଦ କୁ ଭଲ ପାଏ
କାହିଁକି ନା
ନିଦ ରେ ସ୍ବପ୍ନ ଥାଏ,
ଆଉ ମୁଁ
ସ୍ବପ୍ନ କୁ ବି ଭଲ ପାଏ
କାହିଁକି ନା
ସ୍ୱପ୍ନ ରେ କେବଳ ତୁମେ ଥାଅ ।
©Lipin
-
#ସାହିତ୍ୟ_ସିନ୍ଧୁ
ମୁଁ ଆଜି
ବୁଡିଯାଏ
ସାହିତ୍ୟ ର ସିନ୍ଧୁ ମଧ୍ୟରେ
କାବ୍ୟ, କବିତା ର
ଅକାତ ଜଳ ରାଶି ରେ,
କିନ୍ତୁ
ପହଁରା ଜାଣେନି
ତଥାପି, ମୁଁ ବୁଡିଯିବାକୁ
ଚାହେଁ
ଏହା ର ଗଭୀରତା ରେ ।
© ଲିପିନ-
#ନୀରବତା_ପ୍ରେମ
ମୁଁ ଦେଖେ
ମୋ
ନୀରବତା କୁ
କାହା
ବାହୁବନ୍ଧନ ରେ
ରହି
ଚୁପି ଚୁପି
ପ୍ରେମ ଗପ
କରୁ ଥିବାର ।
ସିଏ ଆଉ
ତମେ
ନୁହଁ ତ ???
© Lipin
-
ନୂଆ ଆଶା ର କିରଣ ନେଇ
ମୋ ଜୀବନ ରେ,
ମୋ ମନ ରେ
ମୁଁ ଅପେକ୍ଷା ରତ....
??????
-- Lipin-
# ତୁମେ କଣ #
ମିଛ କହି ପ୍ରଶଂସା ସାଉଁଟିବା
ତୁମ ପାଇଁ
ବହୁତ ସହଜ,
ତା ଠୁ ସହଜ
ଧୋକା ରେ
ଅନ୍ୟ ଠୁ
ଜିତିବା,
କିନ୍ତୁ
ସହଜ ନୁହେଁ
ନିଜ ପାଖେ
ଜିତିବା,
କାହିଁକି ନା
ତୁମେ
ନିଜେ ହିଁ ଜାଣିଛ
ତୁମେ କଣ ?
© Lipin
-
ତୁମେ ଅନ୍ଧକାର ରାତି
ଆଉ ମୁଁ,
ଅପେକ୍ଷା ର ତିଥି
ତୁମେ ଘୃଣା ର ପୀୟୂଷ
ଆଉ ମୁଁ,
ଉପେକ୍ଷିତ ଆୟୁଷ ।।-
ହେ ଫଗୁଣ !
ତୁମ ସବୁ ରଂଗ ଠାରୁ,
ଏ ହୋଲି ରଙ୍ଗ
ଟିକେ ନିଆରା,
ସେଥିପାଇଁ ତ
ମୋର ଅପେକ୍ଷା ଥାଏ
ପ୍ରତି ବରଷ, ପ୍ରତିଥର ।।-