ତୁମେ ଦେଖା ଦିଅ ଅନ୍ଧାରୁଆ ଛାଇ ଉହାଡରେ
ଜୁଳୁଜୁଳୁ ତାରାଟିଏ ହୋଇ,
ମୁଁ ଧନ୍ଦି ହୁଏ ସିନ୍ଧୁ ଖୋଜି ଦୂର ତାଳ ବନେ
ଅଧା ଶୁଖା ଧାରାଟିଏ ହୋଇ।
ଭୋଗୁଥିବା ରୁଧିରରେ ଲେଖା ହେଉଥାଏ
ନିଜ ଭାଗ ଯନ୍ତ୍ରଣାର ଚିଠା,
ମୁଁ ସେ ଲୁଣା ମେଘରୁ ଖୋଜେ ସୁଖର ବରଫ
ଅଧା ଭିଜା ଧରାଟିଏ ହୋଇ।
ମେଘ ମାନେ ଅଭିମାନ କରି ଉଡ଼ିଯାନ୍ତି
ପବନର ସାଥେ ବସି ମିତ,
ମୁଁ ଜଳୁଥାଏ ବୈଶାଖର ଟାଙ୍ଗରା ଛାଇରେ
ନିତି ଏକ ଖରାଟିଏ ହୋଇ।
କିଏ କହେ ତୁମେ ଏକ ଅଦେଖା ଠିକଣା
ତୁମେ କିନ୍ତୁ ସବୁ ପଥେ ସାକ୍ଷୀ,
ମୁଁ ଉଡ଼ିବୁଲେ ମାଟି ଠାରୁ ଚାଖଣ୍ଡେ ଉପରେ
ପକ୍ଷ ଛିନ୍ନ ପାରାଟିଏ ହୋଇ।-
ଗହ ଗହ ଭିଡ଼ ଓ ଡହ ଡହ ଖରାରେ
ସରୁଥାଏ ତମାମ ଜୀବନ,
ନିଜ ସହ କଥା ହୋଇ ନିଜ କଥା ଶୁଣିବାକୁ
ଚୁପଚାପ୍ ରାତିଟେ ହିଁ ଥାଏ।
-
କେବେ ସାଜେ ଲୋଚାକୁଚା ସୂତା କନା ଖଣ୍ଡେ
ଆଖି ଲୁହ ପୋଛି ଦେବା ପାଇଁ,
କେବେ କରେ କୁତୁକୁତୁ ବନାଇ ବାହାନା
ଏକା ଏକା ହସେଇବା ପାଇଁ।
ଭାବ ସରସୀରେ ଝରେ ଶୁଖା ପତ୍ର ପରି
ଦେହେ ଟିକେ ଶିହରଣ ପାଇଁ,
ଅନ୍ତରଙ୍ଗ ଆତ୍ମୀୟଟେ ସାଜି ଏକାନ୍ତରେ
ଅନ୍ତରକୁ ଧୀରେ ଯାଏ ଛୁଇଁ।
ଭିଜାଏ ନିଆଁରେ କେବେ ଜାଳେ ସେ ବର୍ଷାରେ
ଛୁଇଁ ଦିଏ ମାଘଟିଏ ହୋଇ,
କବିତା ସେ ଜହ୍ନ ହୋଇ ମୋ ଅନ୍ଧାର ଫେଡେ
ରାତି ଯେବେ ଥକି ପଡ଼େ ଶୋଇ।-
अपनी कमियों के किस्से सुनाते चले गए
कई खालीपन के दास्तां बताते चले गए
तमन्नाओं के कतार में हम यूं भ्रमित हुए
हम भरे थे चारों और से ये भूलते चले गए-
ଏଇ ଅନ୍ତିମ ପରିଚ୍ଛେଦ ହିଁ ରୋପି ଦେଇ ଯାଏ
ଆଗାମୀ ଏକ ଘଟଣାର ମହାଦ୍ରୁମଟିଏ
ନଇଁ ଆସୁଥିବା ଧୁମିଳ ସଂଜରେ
ଏଇ ଡ଼ିସେମ୍ବରରେ।-
ଜୀବନ ମୁଁହ ବୁଲେଇ ଦେଲା ପରେ
ଘୂମେଇ ପଡ଼େ ମୁହୂର୍ତ୍ତ
କ୍ଳାନ୍ତ ହୋଇ ଆଖି ମେଲି ଶୋଇଥିବା ଫାଙ୍କା ଅଗଣାରେ।
ସ୍ମୃତି ମାନେ ଫୁସ୍ ଫୁସ୍ ହୋଇ କଥା ହୁଅନ୍ତି
ଏଇ ଏଇ ଗତ କାଲିର ଘଟଣାକୁ କାହାଣୀ କରି
ଏବେ ଯାହା ଖୁସି ହେବା କଥା ନିଜ ଭାବନାରେ।
ସବୁ ରାତି ଶୋଇଯାଏ ସୁନେଲି ଖରାର ସ୍ୱପ୍ନରେ।
ଆଶା ଏକ ସୁରିଲା କବିତା
ପ୍ରାଣ ଯିଏ ଭରିଦେଇ ପାରେ ମୃତ ଜୀବାଶ୍ମରେ।-
ଗୋଟିଏ ଅକସ୍ମାତ ପୂର୍ଣ୍ଣଚ୍ଛେଦ।
ଏକ କୋଳାହଳମୟ ବର୍ତ୍ତମାନକୁ
ବଦଳେଇ ଦେଇପାରେ
ନିଃଶବ୍ଦ ଭବିଷ୍ୟତରେ।
ଏକ ପରିସମାପ୍ତିଟିଏ
ଘରଟାରେ ଛାଡ଼ି ଦେଇଯାଏ
ମେଞ୍ଚା ମେଞ୍ଚା ଅଭୁଲା ଶୂନ୍ୟତା।
ଜମାଟ ବାନ୍ଧେନା ରକ୍ତ
ଥକା ଆଖିରେ ଲେଖାହୁଏ
ଓଦା ଓଦା ଅସରା କବିତା
ଏବେ ଅତୀତ ହିଁ ବଖାଣିବ
ଅଙ୍ଗେଲିଭା ଉଷ୍ମ ଉପନ୍ୟାସ
ସମୟ କହିବ କଥା
ସ୍ମୃତିର ଶେଷ ପାହାଚରେ।-
ଦୁଃଖ ସବୁକୁ ବୁମ୍ କରି ଫୁଟେଇ ଦେବାର ବେଳ
କ୍ଷତ ସବୁକୁ ଲୁଗା ତଳେ ଲୁଚେଇ ଦେବାର ବେଳ।
ତୁମେ ବୁଝିଥିବା ଜୀବନ ଏଠି ଖୋଜିଲେ ମିଳେନା
ନିଜକୁ ଅନ୍ଧାର କରି ଏବେ ଆଲୁଅ ବାଣ୍ଟିବାର ବେଳ
ହଁ
ଏବେ ଦୀପଟିଏ ହେବାର ବେଳ
ମନଭରି ଜଳିବାର ବେଳ
ଏବେ ବଞ୍ଚିବା ନୁହେଁ ଜୀଇଁବାର ବେଳ-
मुकद्दमा शुरू होने से पहले ही
हमें कसूरवार ठहरा जा चुका था
हमारे अपनी सफाई में कुछ कहने की
कोई अहमियत ही नहीं था।-
ସୁଖ ମାନେ
ଈର୍ଷା କରନ୍ତି ବୋଧହୁଏ
ଦୁଃଖ କିନ୍ତୁ ଖୁବ୍ ବିଶ୍ଵସ୍ତ।
ଯୁଦ୍ଧ ଏଠି ନିତିଦିନ
ନିଜ ସାଥେ ନିଜେ କରି
ନିଇତି କ୍ଷତାକ୍ତ।-