Pramila Gantayat  
511 Followers · 917 Following

Joined 17 March 2020


Joined 17 March 2020
20 JUN 2024 AT 23:48

ଅଝଟିଆ ପିଲାଦିନ ଅଝଟିଆ ମନ ।
ବାପାଙ୍କ ଶାସନ ପୁଣି ବୋଉ ମୋଡେ କାନ ।
ଜେଜେ ମା କୋଳ କରି କହେ ମୋ ଧନ କାନ୍ଦନା ।
ଯାତ୍ରା ରୁ କିଣି ଦେବି ସୁନ୍ଦର ଖେଳନା ।
ସତେକି ଆସିବ ଫେରି ପିଲାଦିନ ?
ମିଛ ଋଷା ମିଛ କାନ୍ଦ ମିଛ ଅଭିମାନ ।

-


12 MAY 2024 AT 20:48

ବୋଉ କଥା ଭରି ମନେ ପଡେ
କେମିତି ଗୋଟାଏ ଶୂନ୍ୟ ପଣରେ
ଦି ଟୋପା ଲୁହ ଝରି ପଡେ।
ବିଷାଦ ର ଛାୟା ଘୋଟି ଯାଏ
ତା ସ୍ନେହ ପରଶ ଭାବନାରେ ଆସେ
ଛାତି ତଳେ କୋହ କମିଯାଏ ।
କୋଉ ଦେବୀ ଠାରୁ ଉଣା ନୁହେଁ ସିଏ
ସକାଳ ରୁ ସଞ୍ଜ ସଂଜରୁ ସକାଳ
ପରିବାର ଚିନ୍ତା କରୁଥାଏ ।
ଯେତେ ଝଡ ଝଞ୍ଜା ପଣତ ରେ ବାନ୍ଧି
ବକ୍ଷରୁ ନିଗାଡି ଅମୃତ ପିଆଇ
ମଙ୍ଗଳ ର ଦୀପ ଜାଳୁ ଥାଏ ।
🙏🌹🙏🌹🙏🌹🙏🌹

-


1 JAN 2024 AT 16:06

ବିଦାୟ ୨୦୨୩🌹🌹ସ୍ଵାଗତ୨୦୨୪🌹🌹
ବାକ୍ୟ ଟିଏ ସରିଯାଏ ପୂର୍ଣ୍ଣ ଛେଦ ପରେ
କାହାଣୀ ଟି ସରେନାହିଁ ଶେଷ ପୃଷ୍ଠା ପରେ ।
ବର୍ଷ ଟିଏ ସରିଯାଏ ଜୀବନ ବହିରେ,
ଦୁଃଖ ସୁଖ ଫେଣ୍ଟା ଫେଣ୍ଟି ସମୟ ମଧ୍ୟରେ ।
ସଞ୍ଜ ରୁ ସକାଳ  ଆମ ସଂଘର୍ଷ ଜୀବନ
ରାଗ ରୁଷା ହସ ଖୁସି ମାନ ଅଭିମାନ ।
ଜୀବନ ବହିର କିଛି ପୁରୁଣା ଅଧ୍ୟାୟ
ସ୍ମୃତି ହୋଇ ରହିଯାଏ ବତୁରା ହୃଦୟ। 
ଭୁଲିଯିବା ନାହିଁ ଆମ ପୁରୁଣା ସ୍ମୃତିକୁ
ସାଉଁଟିିବା ଅତୀତର ସ୍ନେହ ମମତାକୁ ।
ଭୁଲିଯିବା ଅତୀତର ମାନ ଅଭିମାନ
ଫୁଲ ପରି ହସି ଉଠୁ ସଭିଙ୍କର ମନ ।
ନୂତନ ଭାବନା ପୁଣି ନୂଆ ସମ୍ଭାବନା,
ନୂତନ ଆଶା ଆକାଂକ୍ଷା ନୂଆ ଉଦ୍ଦୀପନା।
ଜୀବନଟା ବନ୍ଧା ନୁହେଁ ବର୍ଷ ମାସ ଦିନେ
ମନ ଭରି ଜିଇଁ ଯିବା ସମୟ ସାଥୀରେ ।
Pramila Gantayat ✍️🌹











-


11 DEC 2023 AT 22:22

ମନ ଦେଇ ମନ ନେଇଥିଲୁ ବୋଲି
ଦେହେ ପ୍ରେମ ରଙ୍ଗ ମାଖି ମୁଁ ଥିଲି ,
କପଟୀ ଭ୍ରମର ଛାଡି ଚାଲିଗଲୁ
ପ୍ରତାରଣା ବିଶ ମନେ ଭରିଲୁ ।

ହଜି ଯାଇଥିଲି ତୋ ଆଖିରେ ପ୍ରିୟ
ସପନ ବଣିକ ତୁ ସାଜିଥିଲୁ,
ଅଧା ବାଟେ ସିନା ଛାଡ଼ି ଚାଲି ଗଲୁ
ପ୍ରେମରେ ମୋହର କଳଙ୍କ ହେଲୁ ।

-


16 SEP 2023 AT 23:44

ତୁମେ ମୋ ଜୀବନ ସାହିତ୍ୟ
ମୁଁ ଏକ ଅନା ବନା ଗଛ ଟିଏ
ତୁମ ବଗିଚାର ,
ଓପାଡି ଫିଙ୍ଗି ଦେଲ ଭାବି ସାତପର ,
ସେ ଯାହା ହେଉ...
ତୁମେ କିନ୍ତୁ ମୋ ଅଭୁଲା ସ୍ମୃତି
ଜନ୍ମ ଜନ୍ମାନ୍ତର ।

-


14 SEP 2023 AT 9:59

ତୁମେ ମୋ ପୂର୍ଣ୍ଣମୀ ଜହ୍ନ
ମୁଁ
ନିଶିଦ୍ଧ ରାତ୍ରିର ଭଙ୍ଗା ଅଭିସାର ,
ହେ ଭଷା ବାଦଲ ଢାଙ୍କିଦେ ଆକାଶର ଜହ୍ନ
ମୁଁ ହୋଇଯିବି ତୃପ୍ତ
କାହାଣୀ ଟେ ଅତୃପ୍ତ ମନର ।

-


4 JUL 2023 AT 20:09

ମା ସେ ଜନନୀ ସର୍ବଂସହା ଯେଣୁ
ଶ୍ରେଷ୍ଠ ଏହି ଧରା ପରେ ,
ପାଦେ ତା ମସ୍ତକ ରଖ କରି ନତ
ନମରୁ ସେ ଅନାଦରେ ।

-


26 JUN 2023 AT 10:44

ଝିପି ଝିପି ବରଷାରେ
ଭିଜିବାକୁ ଭଲ ଲାଗେ ଭାରି,
ଥଣ୍ଡା ଥଣ୍ଡା ଶୀତଳ ପବନେ
କାଲୁଆ ରେ ଦେହ ଯାଏ ଥରି ।
ଓଦା ଓଦା ଓଢଣୀ ରେ
ଲାଜବତୀ ଲୁଚାଏ ତା ଶିରି ,
ଟିକି ଟିକି ବରଷାର ଟୋପା
କେଶରୁ ତା ପଡୁଥାଏ ଝରି ।
ନାଲି ନାଲି ସାଧବ ବୋହୁ ଟି
ଚାଲୁଥାଏ ଘାସ ଗାଲିଚାରେ,
ନୀଳ ନୀଳ ପରାଜପତି ଟି
ଉଡୁ ଥାଏ ଫୁଲରେ ଫୁଲରେ ।
ଟୋପା ଟୋପା ବରଷାର ପାଣି
ଝରିପଡ଼େ ପତ୍ର ଗହଳରୁ,
ଗୁରୁ ଗୁରୁ ହଳଦୀ ବସନ୍ତ
ଡେଉଁ ଥାଏ ଡାଳରୁ ଡାଳକୁ ।
Pramila Gantayat✍️

-


22 JUN 2023 AT 10:21

କର୍ମ ସାଥେ ଭକ୍ତି ବିଶ୍ୱାସ କରି ମୁଁ
ପ୍ରତୀକ୍ଷା ଲୁହରେ ଯାଇଛି ହଜି,
ଦଦରା ନାଆକୁ କୂଳ ବହୁଦୂର
ଅନ୍ତିମ ପରୀକ୍ଷା ଜୀବନେ ଆଜି।
Pramila Gantayat🌹

-


19 JUN 2023 AT 9:41

ବାପା 🙏🙏🌹🌹
ପିତୃ ଦିବସରେ ବସି ଭାବୁଥିଲି
କଣ ଲେଖିବି ବାପାଙ୍କ ପାଇଁ,
ଯେତେ ଭାବୁଥିଲି ସେତେ ତିନ୍ତୁ ଥିଲି
ଅମାନିଆ ଲୁହ ମାନିଲା ନାହିଁ ।

ସ୍ମୃତି ପଟଳରେ ଉଙ୍କି ମାରୁଥିଲା
ବିଗତ ଦିନର ଅଭୁଲା ବାଣୀ ,
ଉଦାସୀ ଆଖିରେ ଭାସିଯାଉଥିଲା
ତୁମ ମିଠା ହସ ମୁହଁ ଚାହାଣୀ ।

ଭାବି ମୁଁ ପାରୁନି ଛାଡି ଚାଲିଗଲ
ଲାଗେ ତୁମେ ମୋର ପାଖରେ ଅଛ,
ସକାଳରୁ ସଞ୍ଜ ସଞ୍ଜରୁ ସକାଳ
ମୋ ସାଥିରେ କେତେ କଥା ଗପୁଛ ।

କିଏବା ଭୁଲିଛି ନିଜ ପିତା ମାତା
ହୃଦୟ ମନ୍ଦିରେ ତୁମରି ସ୍ଥାନ ,
ପିତା ଗୁରୁ ପିତା ପରମ ଦେବତା
ପିତା ପାଇଁ ବଢେ ସନ୍ତାନ ମାନ ।
Pramila Gantayat ✍️










-


Fetching Pramila Gantayat Quotes