ନାରୀ ଜୀବନର ଅକୁହା କଷ୍ଟ
ଗୋଟେ ନାରୀ ଦେହରୁ ପ୍ରତି ମାସରେ ବହିଯାଏ କେତେ ରକତର ଧାର, ତାହା ପୁଣି କୁଳର ରକ୍ଷା ନିମନ୍ତେ ନିଜର ବଳିଦାନ ଆଉ ଏଇଟା କାଳେ ପରିଚୟ ତା ଅସ୍ପୁଷ୍ଟତାର । ଯାହା ପାଇଁ ଦୁନିଆ ଆଜି ଆଲୋକିତ ତାକୁ ମନା ମନ୍ଦିର ପୁଣି ମନା ତାକୁ ନିଜ ରୋଷେଇ ଘର ,ବୁଝି ପାରେନା ଏ ହିସାବଟା ମୁଁ ସମାଜର । ଏହା କଳୁଷିତ ମସ୍ତିଷ୍କ, ବିକଳାଙ୍ଗ ପରମ୍ପରା ନା ଉଆଁସ ରାତ୍ରିର ଦୁଆତ ଧାରୀ ଚନ୍ଦ୍ରମାର ପରିଚୟ । ଭାବୁଛି ମୁଁ କାଲିକୁ ଗୋଟେ ନୁଆ ନିୟମ କରନ୍ତି ,ଯଦି କେବେ ମୁଁ ଅସୁସ୍ଥ ହୁଅନ୍ତି ,ସେବା ପାଇବା ଆଗରୁ ପ୍ରଥମେ ଡାକ୍ତରାଣିଙ୍କୁ ତାଙ୍କ ମାସନ୍ତ ତାରିଖଟା ପଚାରନ୍ତି ଆଉ ଗୁରୁମା ଜାହାଙ୍କ ଆଲୋକରେ ଆଲୋକିତ ଆଜି ଏ ସମାଜ, ତାଙ୍କ ପାଖରୁ ବିଦ୍ୟା ଅଧ୍ୟୟନ ପୁର୍ବରୁ ତାଙ୍କ ମାସନ୍ତ ତାରିଖଟା ବି ପଚାରି ବୁଝନ୍ତି ।
ଏହା ହେଉଛି ଆମ କଳୁଷିତ ମସ୍ତିଷ୍କ ଧାରି ମୁର୍ଖ ସ୍ନାତକର ପରିଚୟ ।।।-
☞ ନାରୀ❛‿❛
ଯଦି ଆର୍ଥିକସ୍ୱୋଛଳ ନଥାଏ,ତେବେ ଝିଅଟିର ପିତା ଜ୍ବାଇଁର ଯୋଗ୍ୟତା ଅନୁସାରେ ଉପଯୁକ୍ତ ଯୌତୁକ ଦେବାକୁ ସମର୍ଥ ହୋଇପାରନ୍ତି ନାହିଁ। ଫଳରେ ଶାଶୁ- ଶଶୁରଙ୍କ ଦ୍ଵାରା ନିର୍ଯାତିତା ହୁଏ ନିରୀହ ଝିଅଟି। ଯେଉଁ ଝିଅଟି ଭାବୁଥାଏ,ସ୍ବାମୀ ହିଁ ତାର ଇହକାଳ-ପରକାଳ ଦେବତା, ତାରି ପୂଜାରେ ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି।ଏହା ଭାବି ସେ ତାର ସେବାରେ ଲାଗିଥାଏ। ମାତ୍ର ପ୍ରତିବଦଳରେ ପାଏ ଲାଞ୍ଛନା, ଅପମାନ, ଘୃଣା। ଏତେ କଷ୍ଟପାଈ ମଧ୍ୟ ଦୋଷାରୋପ କରେନି ମା' ସମାନ ଶାଶୁ ଓ ଦେବତାସଦୃଶ
ସ୍ବାମୀଙ୍କୁ। ସେଥିପାଇଁ ଦୋଷ ଦିଏ ନିଜକୁ। କପାଳରେ ହାତଦେଇ ସ୍ଥାଣୁ ହୋଇ ବସି ରହେ। ଆଖିରୁ ବୋହିପଡେ଼ ଅଜସ୍ର ଲୁହ।
-
ଲାଞ୍ଛିତ କରି ମୋତେ
ବରଷକ ବାରମାସ
ଆଜି ପାଳନ କର ତୁମେ
ସ୍ୱାଧୀନତା ଦିବସ!!!
ନିଃସହାୟ,
ନିର୍ଯାତନାର ବେଡ଼ି
ପାଦେ ବନ୍ଧାଇ
ନଚାଅ ତୁମେ ମୋତେ
ହେ ଦ୍ରୋହୀଗଣ;
ଆଜି କିନ୍ତୁ
ପଣତ ଛାଇରେ
ଛିଡ଼ା ହୋଇ
ରଖିବ ମାନ ସମ୍ମାନ ମୋର
କରୁଛ ପଣ!!!!!!!!!-
ଆଜି ପର୍ଯ୍ୟନ୍ତ ସମାଜ କେବଳ ନାରୀ ର ସତୀତ୍ଵ କୁ ଦେଖି ଆସୁଛି
କିନ୍ତୁ
କେବେ ଚେଷ୍ଟା କରିଛି ସେହି ସମାଜ ପୁରୁଷର ସତୀତ୍ୱ କୁ ଦେଖିବା ପାଇଁ???-
ଚାରି ପଟେ କାନ୍ଥ
ଉପରେ ଛାତ ଟିଏ
କାନ୍ଥ ସାରା
ଆତ୍ମୀୟତାର ସୂକ୍ଷ୍ମ କାରୁକାର୍ଯ୍ୟ
ତାକୁ ଘୋଡ଼ାଇ ରଖିଛି
ସୁନ୍ଦର ଗୋଟିଏ ପଣତ
ପଣତ ସାରା ବୁଣା
ସମର୍ପଣର ଚୁନା ଚୁନା ଫୁଲ...-
ତୁ କଥା କହନା ,
ତୋ ଟୁକୁଟୁକୁ ପାଦ ଧରାରେ ରଖନା,
ସ୍ୱପ୍ନର ନୀଡ ସଜାଡନା।
ତୋତେ ଶିରୋନାମା କରି ପିନ୍ଧି ,
ତୋ ରକ୍ଷାକବଚକୁ ଟାଣି ଟାଣି ,
ଲମ୍ବା କରୁଥିବା ଏ ସମାଜ,
ପାପ ଆଉ ମୃତ୍ଯୁକୁ
ଅର୍ଘ୍ୟଥାଳିରେ ସଜାଡିଦେଲାବେଳେ
ତୋ ଶରୀରଟା ଜୁଡୁବୁଡୁ
ଅପବାଦ,ଯାତନାର ନୀଳ ପରସ୍ତରେ,
କେତେଟା କଳଙ୍କକୁ ଭୋଗିବୁ ,
ମଥା କଚାଡିବୁ ,
କାହା ଆଗେ ଚିତ୍କାରକରି
କହିବୁ ,
ମୋର ଦୋଷନାହିଁ ?
ସେମାନଙ୍କ ଆଖିରେ ବହଳେ କଳଙ୍କ ,
ମନରେ ପୁତିଗନ୍ଧମୟ ପାପ ,
କା ଅାଗେ କହିବୁ ,
ତୁ ସୀତା କି ଶକୁନ୍ତଳା ବୋଲି
ଯୁଗେ ଯୁଗେ ବୋହିଛୁ ଅଗ୍ନିପରୀକ୍ଷାର ବୋଝ,
ଜରାୟୂରେ ତୋର ଏବେ ବି ଦୁଇଧାର ଲୁହ,
ଜନ୍ମ ନେଉ ନେଉ ତୁ ଭୋଗ୍ୟା,
ତୋ ଦେହରେ ଯେମିତି ଚିତାକୂଟା ନାରୀତ୍ୱର ଗଂଜଣା ,
ଯନ୍ତ୍ରଣାରେ ପାପୁଲି ତୋ ଥରଥର ,ତୋ ଚୁଲିରେ
କୁହୁଳେ ରୁନ୍ଧିଦିଆ କ୍ଷୀଣସ୍ୱର।
ହାୟ୍ କାହିଁକି ଜନ୍ମିବୁ ତୁ ,
ଯେଉଁଠି ଉଜୁଡେ ତୋ କଅଁଳ ବୟସ ,
ଫଟାଭୂଇଁ ତୋର ଚାରିପାଖ,
କ୍ଷତାକ୍ତ ତୋ କୌଶୋରରୁ
ପାଉଁଶ କୁଢ ଗାଁ ମଶାଣିର।
-
ଗୋଟେ ନାରୀ ଦେହରୁ ପ୍ରତି ମାସରେ
ବହି ଯାଏ କେତେ ରକତର ଧାର,
ଆଉ ଏଇଟା କାଳେ କୋଉ
ପରିଚୟ ତା ଅସ୍ପୃଶ୍ୟତାର।
ତାକୁ ମନା ମନ୍ଦିର ପୁଣି
ତା ନିଜ ରୋଷେଇ ଘର।
ବୁଝି ପାରେନା ଏ ହିସାବଟା
ମୁଁ ଏହି କଳୁଷିତ ସମାଜର।
ସତରେ ନାରୀ ପ୍ରତି ଏହା ଏକ ବ୍ୟଭିଚାର!
ନା ଏକ ଦଣ୍ଡ କୋଉ ଅଭିଶାପର।-