ଜାଣିଛ...
ଶରତ ଆକାଶରେ ଚନ୍ଦ୍ର ଙ୍କର ଚାହିଦା ଆଜି ଟିକେ ବେଶି ବଢ଼ି ଯାଇଛି..! ତଥାପି ସେ ଦୁଃଖରେ....😬😔
କାରଣ.....
୧୨ ମାସର ଛୁଆଠାରୁ ଆରମ୍ଭ କରି ୨୨ ବର୍ଷର ଯୁବତୀଙ୍କ ଯାଏଁ....ସବୁ ଚନ୍ଦ୍ର ବଦନୀଙ୍କୁ କେବଳ ଚନ୍ଦ୍ରଙ୍କ ଭଳି ସ୍ବାମୀ ଦରକାର...!🤦
ବିଚରା ଚନ୍ଦ୍ର ବି ଭାବୁଥିବେ,,ସମସ୍ତଙ୍କୁ ତ ସଫା ସୁତୁରା ଚନ୍ଦ୍ର ଦରକାର..କିଏ ଯଦି କଳଙ୍କ ଲଗା ଚନ୍ଦ୍ର ଦରକାର ବୋଲି କହି ଦିଅନ୍ତା...ତାହାଲେ ତଥାସ୍ତୁ ବୋଲି କହି ଦେଇ ଟିକେ ଖୁସି ହୁଅନ୍ତି।।🤷🙍
#ହାପି_କୁମାର_ପୂର୍ଣ୍ଣିମା-
👉Mujhe kabse aap hi Ka toh Intezaar tha...
👉... read more
ଶଳା ଯେତେବେଳେ ବି Instagram ଟାକୁ ଖୋଲିଲି😠😡🤦🤦....Insta Reels ରେ ଖାଲି Saiyaan ne Aise Dekha....Mein Paani paani ho gayi ..🎶🎵🎼
ଯଦି ସୈୟାଁ ଦେଖିଦେଲେ ତମେ ପାଣି ହେଇ ଯାଉଛ....
ତାହାଲେ କିଏ ଦେଖିଲେ ତମେ "ପେଟ୍ରୋଲ୍" ଆଉ "ଖାଇବା ତେଲ" ହେବ କହିଲ???
ସେମାନଙ୍କର ବଜାର ଦର ଆକାଶ ଛୁଇଁଲାଣି..🙄🤔🤔-
ଆଜି କାଲିକା ପ୍ରେମ,,
INDIAN ECONOMY
ଭଳିଆ ହେଇ ଗଲାଣି....🙄🤔🤭🤭
କେବେ ଦେଖା ହେଲା??
କେବେ ପ୍ରେମ ହେଲା??
ପ୍ରେମିକାର ଜନ୍ମଦିନ??
ଅମୁକ ତିଥି...ଅମୁକ ନକ୍ଷତ୍ର...ଢିଙ୍କୀ..ଚକୁଳି...
ଏତେ DATA ମନେ ରଖୁ ରଖୁ....😡🤤🤯
ଶଳା,,ପ୍ରେମ ଗାଡିର GROWTH ଟା କମି ଯାଉଛି🤦-
ଏ ନିଆଁ ଲଗା ଜୀବନଟା ତ
ଏମିତିରେ ଝୁଲଉଛି ସବୁଦିନ..😔🙄😩😪
ଆଉ ରଜ ଦୋଳିରେ କ'ଣ ଝୁଲିବି??🤔🙃
-
ଏ ଦୁନିଆରେ ଅଗଣିତ ଚେହେରା ଅଛି...🙄
କିଛି ଚେହେରା ଆମ ଆଖିକୁ ପସନ୍ଦ୍ ଆସେ,,
ତ ପୁଣି କିଛି ଆମ ହୃଦୟକୁ ଭଲ ଲାଗେ....
ଆଉ ତୁମ ଚେହେରାକୁ ମୋର ହୃଦୟ ପସନ୍ଦ୍ କରିଛି...!😍😍💞-
Happy Birthday 💐🎂❤️
RUN MACHINE ❤️🎂💐
{ଅନୁଶୀର୍ଷକରେ ସଂପୂର୍ଣ୍ଣ କବିତାଟି}-
ଗୁରୁ ତୁମେ ବ୍ରହ୍ମା ଗୁରୁ ତୁମେ ବିଷ୍ଣୁ
ତୁମେ ପୁଣି ମହେଶ୍ୱର,,
ମାତା ପିତା ପରେ ତୃତୀୟରେ ଗୁରୁ
ତୁମେ ସାକ୍ଷାତ ଈଶ୍ୱର....!(୧)
ଯାହା ବି ଶିଖିଛି ତୁମଠୁ ଶିଖିଛି
ତୁମ ବିନା ମୁଁ ଯେ ଶୂନ,,
ସଂସାର ଭିତରେ ତିଷ୍ଠି ରହିବାକୁ
ଦେଇଛ ଅମୂଲ୍ୟ ଜ୍ଞାନ....!(୨)
ତୁମ ବିନା ମୋର ଅସ୍ତିତ୍ବ ହିଁ ନାହିଁ
କଳ୍ପନା କରିବା ବୃଥା,,
ଆଶ୍ରା ଦିଅ ମତେ ତୁମ ଶ୍ରୀଚରଣେ
ନଉଁଥାଉ ମୋର ମଥା....!(୩)
ଆଜି ମୁହିଁ ଯାହା ସବୁ ତୁମ ଦୟା
ଅଟେ ସବୁ ତୁମ ଦାନ,,
ପ୍ରତିବଦଳରେ ରଖିବି ଅକ୍ଷୁର୍ଣ୍ଣ
ତୁମରି ମାନ ସମ୍ମାନ....!(୪)
ତୁମ କୃପାଦୃଷ୍ଟି ତୁମ ଆଶୀର୍ବାଦ
ମୋ ଉପରେ ସଦା ରହୁ,,
ବଞ୍ଚିଥିବା ଯାଏଁ ଏଇ ମୋର ତୁଣ୍ଡ
ଜୟଗାନ ତୁମ ଗାଉ....!(୫)-
"ବନ୍ଧୁତ୍ୱ ର ପରିଭାଷା"
******"""""******
ସବୁ ସଂପର୍କର ଉର୍ଦ୍ଧ୍ବରେ ବନ୍ଧୁତ୍ୱ
ଈଶ୍ବରଙ୍କ ଶ୍ରେଷ୍ଠ ସୃଷ୍ଟି,,
ମାନ ଅଭିମାନ ଯେତେ ଥାଉ ହେଲେ
ସଦା ଏଠି ପ୍ରେମ ବୃଷ୍ଟି....!(୧)
ରକ୍ତର ସଂପର୍କ ନଥାଇ ବି ଅଛି
ଭରସା ଆଉ ବିଶ୍ୱାସ,,
ବନ୍ଧୁତ୍ୱ ଅମର କେବେ ତୁଟେ ନାହିଁ
ଥମିଗଲେ ବି ନିଃଶ୍ୱାସ....!(୨)
ରାଜଦ୍ବାରେ ପୁଣି ବିପଦେ-ସଂପଦେ
ବନ୍ଧୁ ରହେ ସଦା ପାଶେ,,
ବନ୍ଧୁର ଦୁଃଖରେ ଲୋତକ ଧରି
ବନ୍ଧୁର ଖୁସିରେ ହସେ....!(୩)
ଏଯୁଗର ହାଏ- ହାଲୋ ରେ ବନ୍ଧୁତା
ନୁହଁଇ କେବେ ସୀମିତ,,
ଚିର ଶାସ୍ୱତ ଏ ପବିତ୍ର ସଂପର୍କ
ନଭ ସମ ପରିବ୍ୟାପ୍ତ....!(୪)
ଆତ୍ମା ବିନା ଯେହ୍ନେ ନଥାଏ ଅସ୍ତିତ୍ବ
ବନ୍ଧୁ ବିନା ଯେ ଜୀବନ,,
ମର୍ତ୍ତ୍ୟର ଜଟିଳ ସଂପର୍କ ବନ୍ଧୁତ୍ୱ
ସଂଜ୍ଞା ଯେ ବଡ କଠିନ....!(୫)-