ତୁ ମୋ ନୀରବ ରାତିର ସାଥି
ମୋର ଅଭୁଲା ଅତୀତର ସ୍ମୃତି ।
ତୋ ସାଥେ ଯାଏ ମୋ ସମୟ ବିତି
ପ୍ରତି ଦିନ ବାର ମାସ ତିଥି ।।
ତୋ ସାଥେ ମୋର ଏ ବନ୍ଧନ
ଲାଗେ ସତେ ହୃଦୟ ଓ ସ୍ପନ୍ଦନ ।
ତୋ ଭିତରେ ହଜିଯାଏ ମୋ ମନ
କେବେ କରିନାହୁଁ ତୁ ଅଭିମାନ ।।
ସ୍ନେହପ୍ରେମର ସମ୍ପର୍କ ଏ ଆମର
ନ ଲାଗୁ ଆମକୁ କାହା ନଜର ।
କେବେ କରି ପାରିବିନି ତୋତେ ଦୂର
ତୁ ମୋ ଡାଏରୀ ହୃଦୟର ।।
# ମୋ ଡାଏରୀ
-
କାହିଁକି ?
-----^-----^--
ଆଜି କାହିଁ ଏ ରାତିର ଅନ୍ଧକାର ବି
ଭାରି ଆପଣାର ଲାଗୁଛି ,
କାହିଁ ଏ ଅନ୍ଧକାରର ନୀରବତା ବି
ପ୍ରଶାନ୍ତିର ଭାବ ବିସ୍ତାରୁଛି ,
କାହିଁ କେଜାଣି ଏ ଦୂର ଆକାଶର ଅର୍ଦ୍ଧଚନ୍ଦ୍ରଟି
ଝରକା ଦେଇ ମୋତେ ଅବିରତ ଦେଖୁଛି ପରି ଲାଗୁଛି ,
ଆଉ କାହିଁ କେଜାଣି ଏ ଜ୍ୟୋସ୍ନାର ସ୍ପର୍ଶ ମଧ୍ୟ
ଶୀତଳତାର ଅପୂର୍ବ ଅନୁଭବରେ ଶିହରଣ ଖେଳଉଛି ,
କାହିଁକି ? କାହିଁକି ? କାହିଁକି ?
# ଜାଣିନି ଏସବୁ ତୁମ ସ୍ମୃତିଚାରଣ ର ପରିଣାମ ନା ମୋ ପାଗଲାମୀ
-
ଯନ୍ତ୍ର କିପରି ମଣିଷକୁ କବ୍ଜା କରିନିଏ
ତାହା ମୋତେ🤵 ଆଉ ମୋ ମୋବାଇଲ୍ 📱କୁ ଦେଖିଲେ ସହଜରେ ଅନୁଭବ କରିହୁଏ ।😌-
ସବୁ ହଜିଛି ଆଜି ଅତୀତରେ :-
-----^-----^-----^-----^----
କଳ୍ପନାର ରଙ୍ଗୀନ କାଗଜରେ
ବର୍ତ୍ତମାନରେ ଥାଇ ଭବିଷ୍ୟତ ଆଙ୍କିଥିଲି
ଭବିଷ୍ୟତରେ ଟିକି ଦୁନିଆଁରେ
ନିଜର ଉପସ୍ଥିତିକୁ ବେଶ ଭଲ ଭାବରେ
ଅନୁଭବ କରିବାରେ ସଫଳ ହେଇଥିଲି ।।
ହେଲେ ମୁଁ କଣ ଜାଣିଥିଲି କି
ଦିନେ ରଙ୍ଗୀନ କାଗଜର ରଙ୍ଗ ଲିଭିଯିବ
ଅଙ୍କା ହେଇଥିବ ଭବିଷ୍ୟତ ଫିକା ପଡିଯିବ
ଧୀରେ ଧୀରେ ଝାପସା ହେଇ ଅଦୃଶ୍ୟ ହେଇ ଯିବ
ସେଇ କାଗଜଟି ହିଁ ସ୍ମୃତି ସାଜି ରହିଯିବ ବୋଲି ।।
( ଅନୁଶୀର୍ଷକରେ ସମ୍ପୂର୍ଣ୍ଣ କବିତାଟି 👇🙏)
-
ସମୟ ଡୋରିରେ ମୁଁ ବନ୍ଧା
----^-----^----^-------^---
ଦିନେ ଥିଲା ସେ ସମୟ
ଯେବେ ସାଥି ମେଳରେ ମୁଁ ଝୁମୁଥିଲି
ଆମ୍ବତୋଟାରେ ମୁଁ ଖେଳୁଥିଲି
ବଉଳା ଗାଈର ଚାନ୍ଦ ବାଛୁରୀ ପଛେ ପଛେ ଧାଉଁଥିଲି ।।
ପୁଣି ସମୟ ଆସିଲା
ଯେବେ ସାଥି ମେଳ ଭୁଲିବାକୁ ବାଧ୍ୟ ହେଲି
ସମ୍ପର୍କର ଡୋରିରେ ମୁଁ ବାନ୍ଧି ହେଲି
ପୁଣି କାହା ଇଶାରା ଅନୁସାରେ ଚାଲିବାକୁ ଲାଗିଲି ।।
ପୁଣି ଏବେ ସମୟ ଆସିଛି
ଯେବେ ସବୁ ଥାଇ ମୁଁ ଏକା ଅନୁଭବ କରିଲି
ନିଜର ମଧ୍ୟରେ ପର ଭାବ ଦେଖିବାକୁ ପାଇଲି
ତାଙ୍କରି ଠାରୁ,ଯାହା ଙ୍କ ପାଇଁ ସବୁ ଛାଡି ଦେଇଥିଲି ।।
ଆଜି ମୋ ଅତୀତ ନାହିଁ ମୋ ପାଖରେ
ନାହିଁ ଭବିଷ୍ୟତର କ୍ଷଣିକ ସମ୍ଭାବନା
ଆଜି ସାଜିଛି ମୁଁ ଅଦରକାରୀ
ଆଜି ସାଜିଛି ଟିକି କଣ୍ଢେଇ , ଟିକି ଖେଳଣା ।।
-
ମୁଁ କବିଟିଏ ::--
----^-----^----
କଲମ ମୂନକୁ ଅସ୍ତ୍ର ରୂପେ ସଜାଇ
ଜୀବନ ଯୁଦ୍ଧରେ ଯେ କରେ ଲଢେଇ
ପରାଜୟର ଶୀର୍ଷ ଦେଶରେ ଥାଇ
ବିଜୟ ସଙ୍ଗୀତ ଯେ ଗାଏ
ମୁଁ ସେଇ କବି ଟିଏ ।।
(ଅନୁଶୀର୍ଷକରେ କ୍ଷୁଦ୍ର କବିତାଟି
ଆପଣଙ୍କ ଅପେକ୍ଷାରତ😊)
👇👇👇👇👇👇👇
-
Dear friend
You can crush me
You can abuse me
whenever you want .
But don't leave me alone .
The word "misunderstanding" will disappear from our "friendship dictionary " if we try to understand each other .😊
-
କାହିଁ ବୁଝିଲୁନି ତୁ ?
Remake of
Song - milne hai mujhse aayi
Singer-Arijit singh
ଦୁନିଆଁକୁ ଯାଇ ଭୁଲି
ତୋତେ ମୁଁ ନିଜର କଲି
ତଥାପି କାହିଁ ବୁଝିଲୁନି ତୁ ?
ଓ...ନିଜକୁ ନିଜଠୁ ଦୁରେଇ
ଗଲି ମୁଁ ତୋର ହେଇ
ତଥାପି କାହିଁ ବୁଝିଲୁନି ତୁ ?
👇👇👇👇👇👇👇👇👇👇
-
କିଛି ହୃଦୟର କଥା ......
ଯେତେବେଳେ ଅଧିକ କଥା କହୁଥିବା
ଏବଂ ଅଧିକ ହସୁଥିବା ବ୍ଯକ୍ତି ଚୁପ୍ ହେଇଯାଏ ,
ସେତେବେଳେ ଭାବିନେବାକୁ ହେବ ଯେ ,
"ସେ ଭିତରୁ ଭାଙ୍ଗି ପଡିଛି "।।
" ସବୁବେଳେ ହସୁଥିବା ଏବଂ ହସଉଥିବା ବ୍ଯକ୍ତି ସବୁବେଳେ ଯେ ଖୁସିରେ ଥାଏ ତାହାର କିଛି ଯଥାର୍ଥତା ନାହିଁ । ହେଇପାରେ ସେ ନିଜର ଦୁଃଖକୁ ଲୁଚାଇବା ପାଇଁ ଚେଷ୍ଟା କରୁଛି ।।"-