binapani pradhan   (Bina)
2.7k Followers · 306 Following

read more
Joined 8 July 2018


read more
Joined 8 July 2018
16 FEB AT 12:11

କୁମ୍ଭ ମେଳାରେ ଧୋଇ ଆସିଲ ନିଜ ପାପ
ପ୍ରାର୍ଥନାରେ କାହା ପାଇଁ କିଛି ମାଗିପାରିଛ ?

-


21 DEC 2024 AT 12:40



ସେଇ ଯେ ମେସେଜ ବକ୍ସରେ
ସବୁଜ ରଙ୍ଗରେ ଦେଖାଦିଏ,
ତା ଉପସ୍ଥିତିରେ ହିଁ ଧାରେ ହସ ଖେଳିଯାଏ,
ବହୁତ ଦୂରରେ ଥାଇ ବି ଯେ ସବୁକଥା ବୁଝିଯାଏ,
କେବେ ନଦେଖିକି ବି ମନ କଥା ପଢିଦିଏ |
ଲାଗେ ପାଖରେ ଥାଆନ୍ତା କି..
ସେ ଅନଲାଇନ ଫ୍ରେନ୍ଡ |

-


19 NOV 2024 AT 9:48

ସେ ଯେତେବେଳେ ମୋତେ ଭାଂଗୁଥିଲା
ମୁଁ ତାକୁ ଗଢୁଥିଲି , ମୋର ସମସ୍ତ ଭଲପାଇବା ଦେଇ!

-


15 SEP 2024 AT 10:08

ଖୁସି ତ ବଣ୍ଟାଯାଏ,
ଦୁଃଖ ନିଜର ହୋଇ ରୁହେ!

-


29 AUG 2024 AT 5:49

#ଜୀବନ

ଟିକେ କମ୍ ବୁଝ
ବେଶୀ ଖୁସି !

-


15 AUG 2024 AT 16:57

ଦେଶ କଣ ମାଟି , ପାଣି , ପବନ
ନା ପରିଚୟ ଖୋଜୁଥୁବା କାହା ନାମ,
ନା… “ସବୁ ଠିକ୍ ଅଛି “ ବିଶ୍ୱାସର ପାଚେରୀ ପରେ
ବତୀ ଭଳି ଦିଶୁଥିବା
ଟିକେ ଅଭିମାନ ।

ଦେଶର ଚିତ୍ର ଆଂକୁଥିବା ଶିଳ୍ପୀ ମାନେ କୁହତ
କେମିତି ଦିଶେ ସ୍ୱାଧୀନ ଭାରତ?
ଯେବେ ଚିରାଲୁଗାରେ ମା”ଟିଏ ଭିକ ମାଗେ,
ଷ୍ଟେସନରେ ରାଜୁ ଜରି ଗୋଟାଏ,
ଜୀବନ ତାର ଦୁଇ ବାଇ ଦୁଇର ଅସନା ଘର ବୋଲି କୁହେ ।

ଦେଶକୁ ଗଢୁଥିବା ହାତମାନେ କୁହତ
ଦେଶ କି ବନ୍ଚେ ଶହ ଶହ ଆଖିର ଲୁହରେ,
ଲକ୍ଷ ଲକ୍ଷ ପେଟର ଭୋକରେ, କୋଟିଏ
ପରାଧୀନ ଚିନ୍ତା ଚେତନାରେ..ଏଇ କାଲିର
ବେଟି ବଚାଓର ଦରଦୀ ଶବ୍ଦରେ

ଦେଶ ତ ଦେହ ହଜେଇଦିଏ ସେତିକି ବେଳେ
ଅଭିମାନର ଗଳାଚିପି ପରିଚୟ କୁହେ,

ସିଡି ଉପରେ ବସି ବି ମା ଟିଏ “ପୁତ୍ରବତୀ” ଆଶୀର୍ବାଦ ମନାସେ,
ବୁଝେ ତା ଜନ୍ମ ନେବାଠୁ ବନ୍ଚିବାଟା କଷ୍ଟ
ଏ ଦେଶର କାୟିଦା ଭିତରେ ।



-


29 JUL 2024 AT 21:10

ଯାହା ପାଖରେ ଅଭାବ ନଥାଏ
ସେ ଭାବ ହରେଇ ବସେ ।

-


24 JUL 2024 AT 21:08

ଭୁଲ ପାଇଁ କ୍ଷମା

ଛଳନା ପାଇଁ ନୁହେଁ!

-


24 JUL 2024 AT 15:37

ପୁତ୍ରବତୀ ଭବଃ
କନ୍ଯାବତୀ ଭବଃ କାହିଁକି ନୁହେଁ ?

-


23 JUL 2024 AT 18:32

ଦୁନିଆଁରେ ସମସ୍ତେ ବୁଝନ୍ତିନି
“କିଛି ନାହିଁ “ କହିବାର ଅର୍ଥ।

-


Fetching binapani pradhan Quotes