ମୁଁ ଠିକ୍ ଜାଣିଛି ତୁ ଆମ ସମ୍ପର୍କର
ଭଙ୍ଗା ଆଇନାକୁ ପୁଣି ଥରେ
ଅଠା ଲଗେଇ ଯୋଡ଼ି ମୋତେ ଦେଖେଇଦେବୁ।
ହେଲେ ତୁ ବି ମନେରଖିଥା....
ସେ କେବେବି ଆଉ ପୂର୍ବ ଭଳି ଚକଚକ୍ କରିବନି।-
ବୁଢ଼ାବାପାଙ୍କ ଅନ୍ତେ ପଡିରହିଛି ସେଇ ଅଳନ୍ଧୁ ଲଗା ସିନ୍ଧୁକଟି, ସେଇଟି ତ ଥିଲା ତାର ଶେଷ ସମ୍ପତ୍ତି। ଅତି ଶ୍ରଦ୍ଧାରେ ତା ବାପା ଦେଇଥିବା ତାର ସେଇ ଖଣ୍ଡିକ ସିନ୍ଧୁକ ସତେ ଯେମିତି କେଉଁ ଗୁପ୍ତ ଭଣ୍ଡାର ଠୁ ତ କମ୍ ନଥିଲା, ପ୍ରଚୁର ଧନ ସମ୍ପତ୍ତି ଭରି ରଖିଥିବା ଭଳି ସେଇଟିକୁ ସେ ଅତି ଯତ୍ନରେ ରଖୁଥିଲା, କେବେବି ସେଥିରେ ଟିକେ ଧୂଳି ବି ଲାଗିବାକୁ ଦେଉନଥିଲା। କଥା ଛଳରେ ମୁଁ ଯେତେବେଳେ ଚିଡାଇ ଦିଏ ଆଉ ଜିଦି କରିବସେ ସେଇ ସିନ୍ଧୁକରେ ଥିବା ଜିନିଷପତ୍ର ଦେଖିବାକୁ,ସେ ଜମା ଦେଖାଏନି କିନ୍ତୁ ଭାରି ସରାଗରେ କୁହେ ମୋ ବାପ ଦେଇଛି,ତୁ କି ଜାଣିବୁ ତା ମୂଲ?
ଆଜି କିନ୍ତୁ ତା ଅନୁପସ୍ଥତିରେ ମୁଁ ଠିକ୍ ଅନୁଭବ କରିପାରୁଛି ସେ ବନ୍ଦ୍ ପଡ଼ିଥିବା ସିନ୍ଧୁକର ମୂଲ୍ୟ।ବେଶୀ କିଛି ମୂଲ୍ୟବାନ ଜିନିଷ ନୁହଁ ମ ,ବାସ୍ ଖାଲି ବୁଢାବାପାଙ୍କର ସାଲ୍ ଆଉ ତାକୁ ଦେଇଥିବା ସିନ୍ଦୂର ଫରୁଆ, ଯାହାକି ବୁଢ଼ାବାପାଙ୍କ ଅନୁପସ୍ଥତିରେ ତା ପାଇଁ ଥିଲା ଅମୂଲ୍ୟ।ତା ହାତ ବାଜି ଚକ୍ ଚକ୍ କରୁଥିବା ସେଇ ସିନ୍ଧୁକଟି ଆଜି ଯେମିତି ଅଲୋଡ଼ା, ଅଖୋଜା ହେଇଯାଇଛି, ଆଉ ଯାହା ଦେହରେ ଲାଗିଛି ଆଜି ମେଞ୍ଚାଏ ଅଳନ୍ଧୁ।-
ନୀରବରେ ଚାଲୁଚାଲୁ
କେତେବେଳେ
ପାଦ ଝୁଣ୍ଟେ ଦୁଆର ବନ୍ଧରେ,
ଆଉ
ସଜ ଅଳତାର ଗାଢ଼ ରଙ୍ଗ,
ରହିଯାଏ କାହା ହୃଦୟ କାନ୍ଥରେ।-
ଶବ୍ଦ ସବୁକୁ ନିଜ ପାପୁଲିରେ
ଧରିରଖିଥିବା ମଣିଷ
ମୋ ନାନୀ,
ରଙ୍ଗ ତୂଳୀ କୁ ନିଜ ହାତରେ
ନଚଉଥିବା ମଣିଷ
ମୋ ନାନୀ,
ସୁର ତାଳ କୁ ଗୋଟାପଣେ
ନିଜର କରିଥିବା ମଣିଷ
ମୋ ନାନୀ,
ବହି ଥାକକୁ ନିଜର ଭାଇବନ୍ଧୁ
କୁଟୁମ୍ବ ଭାବୁଥିବା ମଣିଷ
ମୋ ନାନୀ।
ଆତ୍ମୀୟତାର ପରଶ ରେ ସଭିଙ୍କୁ
ବାନ୍ଧିପାରୁଥିବା ଦରଦୀ ହୃଦୟ ଟେ
ମୋ ନାନୀ।-
ଆଖିର ଲୁହ କୁ ଓଠରେ ପିଇଯେ
କେତେ ଜଳି ଜଳି ମରିବି
ହୃଦୟର ଦୁଃଖ ସହି ସହି ମୁଁ ଯେ
କେତେ ଦିନ ଆଉ ବଞ୍ଚିବି।
କଥା ଥିଲା ପରା ଦୁହେଁ ଦୁହିଁଙ୍କର
ପୋଛିଦେବା ଆଖି ଲୁହ,
କେମିତି କହିବି ଏ ଅନ୍ତର ବେଦନା
ସାଥି ତୁମେ ଆଜି କୁହ।
କାଲି ଥିଲେ ସବୁ ଆପଣାର ଯେତେ
ଆଜି ହୋଇଗଲେ ପର,
ସବୁ ଏଠି ପର ଆପଣା ମିଛର
ଛଳନାର ଷଠିଘର।
ହୃଦୟର ଦୁଃଖ ଥରୁଟିଏ ବୁଝ,
ଦିଅ ନାହିଁ ଏତେ କଷ୍ଟ
ଫେରି ଆସ ସାଥି ଆଜି ମୋ ପାଖକୁ
ଜୀବନ ମୋ ଅସ୍ପଷ୍ଟ।-
ଆରେ!
ଟିକେ ସେଇ ପରଦାଟିକୁ
ହଟେଇ ଦେଖ ନା,
ଦୁନିଆଟା ଭାରି ସୁନ୍ଦର ଲାଗିବ।
କିନ୍ତୁ,
ଯେବେ ଯାଏଁ ସେଇ ପଟିଟା
ନିଜ ଆଖିରେ ବନ୍ଧାଥିବ ନା
ସେତେବେଳ ଯାଏଁ,
ସବୁ କିଛି ଧୂଆଁ ଧୂଆଁ ହିଁ ଦିଶିବ।-
ଜୀବନ ମରୁବାଲିରେ ହଠାତ୍
ପ୍ରଚଣ୍ଡ ବର୍ଷା, ଆଉ ପରେ
ପୁଣି ଧିମା ଖରାର ସ୍ପର୍ଶରେ
ଉଇଁ ଉଠିଛି ଇନ୍ଦ୍ରଧନୁର
ନାଲି ନେଳି ରଙ୍ଗ ସବୁ।
"ଧେତ୍",ତାହା ନୁହେଁ ମ,
ଇଏ ସବୁ କଣ ଗୋଟେ କଥା!!
ମରୁଭୁଇଁ ରେ ପୁଣି ବର୍ଷା?
ଆଉ ପୁଣି ଇନ୍ଦ୍ରଧନୁ!!!!!🤭-
ଆଜି ଏ ମେଘୁଆ ଆକାଶ ଆଉ
ଚିକ୍ ମିକ୍ ତାରା ଭିତରେ ଟିକେ
ମୋ ଜହ୍ନକୁ ଦେଖିବାକୁ
ଭାରି ଇଚ୍ଛା।
ଆରେ ସତେ ତ,
ଆଜି ତ ଅମାବାସ୍ୟା!
ହଁ,ସେ ବି କହୁଥିଲା
ଅମାବାସ୍ୟା ର ଜହ୍ନ ସାଜି
ଦିନେ ମୋ ପାଖକୁ ଆସିବ
ଆଉ ମନର ଇଚ୍ଛାକୁ ପୁରା କରିବ।-
ଭାରି ଇଚ୍ଛା
ତୁମ ବଗିଚାରେ ଗୋଲାପ ଟିଏ ହୋଇ ଫୁଟନ୍ତି,
ସେତକ ବା କାହିଁ ଭାଗ୍ୟରେ?
ହଉ ନଥାଉ ସେତିକି ସୁଯୋଗ ହେଲେ
ଅନାବନା ଗଛ ଟିଏ ତ ହେବି
ଦୂରତା କମିଯିବ।
କାହାରି ନଜରକୁ ବି ଆସୁନଥିବି
ଆଉ ଗଛ ଉହାଡରେ ଲୁଚି ରହି
ତୁମ ଯିବା ଆସିବା ବାଟକୁ ଚାହିଁ ରହିଥିବି।
କେବେ ସମୟ ପଡ଼ିଲେ
ଆସି ନିଜ ହାତରେ ଓପାଡ଼ି ଦେଇପାର,
ଜୀବନର ଶେଷ ସମୟରେ
ତୁମ ହାତ ସ୍ପର୍ଶ ପାଇବାର ଥରେ
ସୁଯୋଗ ତ ପାଇଯିବି।-