ବଞ୍ଚିବାର ନିଶା ଜୀଇଁବା ଶିଖାଇ ଦିଏ
ଆଉ ଭଲ ଚରିତ୍ରଟେ ପାଇବାର ନିଶା
ଅଭିନୟ ଶିଖାଇ ଦିଏ
ସେ ଜୀବନ ହେଉ କି ନାଟକ
ଶେଷ ହେଉ ହେଉ ସତ୍ୟତା ଦେଖାଇ ଦିଏ ।-
(ଶେଷେ) ମୁଁ କାଠ ହୋଇ ଜଳିଛି,
ଉତ୍ତାପ ନାମରେ, ନିଜକୁ ଦଗଧିଭୂତ କରିଛି,
ଅଗ୍ନି ନାମରେ,ଜ୍ୱଳନର ଜ୍ୱାଳା ହିଁ ସହିଛି,
ଅଙ୍ଗାର ରୂପରେ ନିଜକୁ ପାଉଁଶ ସଜେଇଛି,
(ପୁଣି) ସେ ଅଙ୍ଗାରର କାଳିମାରେ,
ନିଜକୁ ନିଜେ କଳଙ୍କିତ କରିଛି,
(ଶେଷେ) ମୁଁ କାଠ ହୋଇ ଜଳିଛି ।।-
ଏଠି ଜୀବନର ମୂଲ୍ୟ
ମାଟିରେ ଲୁହର ମହକ ଯେମିତି
ଅଭିନ୍ନ ହେଲେ ବି ନିମ୍ନ
ମୁଠେ ପଖାଳରୁ ଛ' ଖଣ୍ଡ କାଠରେ
ଭରି ହୁଏନି ସେ ଶୂନ୍ୟ
ଏଠି ଜୀବନର ମୂଲ୍ୟ
ଟାଣ ଖରା ଆଉ ଭଙ୍ଗା ଚୁଲି କହେ
କାଦୁଆ ବିଲର ବର୍ଣ୍ଣ
ସଢ଼େଇ ଖୋଳର ପାଉଁଶ କଣ୍ଢେଇ
ଗଅଁଠେ ପୁରଇ ଶ୍ମଶାନ ବୋଝରେ ମଢ଼
ଏଠି ଜୀବନର ମୂଲ୍ୟ *-
ଏ....ଇ ଜୀବନ,
ତୋତେ କେମିତି ବା ଉତାରିବି ସଫା କାଗଜ ଉପରେ ?
ତୁ ତ ନିଇତି ଲେଖୁଛୁ ମୋତେ,
ସକାଳରୁ ସଞ୍ଜ ଯାଏ।-
ମୁଁ ଯେ ମୁହୂର୍ତ୍ତକର ମାଲିକ,
ଯୁଗ ପୁରୁଷ ହେବାର ଆଶା ପାଳିନି।
କ୍ଷଣକେ ଅନେକ ସୁଖ ବଞ୍ଚିଛି
ଭବିଷ୍ୟ ପାଇଁ ଅପେକ୍ଷା ଜାଣିନି।
-
ଯିଏ ଆଲୋକରେ ବଞ୍ଚିଛି ସେ ଛାଇକୁ ବି ଡରେ !
ପ୍ରତିଟି ଉଆଁସରେ ଜୀବନକୁ ଅଣ୍ଡାଳି ଅଣ୍ଡାଳି
ସାଉଁଟିଥିବା ମଣିଷ,
ନା କେବେ କାଣିଚାଏ ଆଲୁଅକୁ ଆଶା କରେ,
ନା ଆଞ୍ଜୁଳାଏ ଅନ୍ଧକାରକୁ ଖାତିର କରେ l-
ଜାଣିଛ ନା !
ଜୀବନ ବେଳେ ବେଳେ
ସେଇ ଛକି ରାସ୍ତାରେ ଅଟକି ଯାଏ
ଯେଉଁଠି ଧୂଆଁ ଆଉ କୁହୁଡ଼ି ଭିତରେ
ଫରକ ଜଣା ପଡ଼େନା,
ଆକାଶର ରଙ୍ଗ ବଦଳିଯାଏ
ହେଲେ ଖବର ରହେନା,
ହାତ ପାଟିକୁ ଯାଉଥାଏ
ହେଲେ ପେଟ ପୁରେନା ।
ଆବାକ୍ ମଣିଷ ଜୀବନକୁ ପ୍ରଶ୍ନ କରେ
ହେଲେ ଜୀବନର ଉତ୍ତର ମିଳେନା ।
ଯାହା ପାଖରେ ଉତ୍ତର ଥାଏ,
ସେ ମଣିଷକୁ ଜୀବନ୍ତ ରଖେନା ।
ହଁ ! ମୃତ୍ୟୁ କାହାକୁ ଉତ୍ତର ଦିଏନା ।-
ମୁଁ ପତଙ୍ଗ
ଦୁଃଖ ମୋ ଅନ୍ଧାର
ସୁଖ ମୋ ଆଲୁଅରେ
ଜଳିଚାଲେ ଜାଳିଚାଲେ
ଦୁଃଖ ସୁଖ
ସବୁ ଭୁଲି
ଚାଲିଆସେ ସେ
ପ୍ରାଣ ପ୍ରିୟ ଦୀପାଲିର
ଅଗ୍ନି ଝାସ ନିକଟକୁ
ମୋହ କୋହ ସବୁ
ଭୁଲି, ସବୁ ପୋଡି
ସବୁ ଜାଳି
ସୁଖର ନିମିତ୍ତ ଭୋଗ ପାଇଁ
ଅଗ୍ନି ରେ ଧାସ ଦେଇ
ସହିଦ ହୁଏ
ସେ ହିସାବ କେହି ରଖନ୍ତି ନାହିଁ
ଅନ୍ଧାରମୋହ ଆକଟ କରେ ସିନା
ସେ ମୋହ କାଟି ଚାଲି ଆସିଲେ
ମୋତେ ମୋ ଜୀବନ
ହାରିବାକୁ ପଡେ
ଆଉ ସେଥିପାଇଁ କେହି
ଦାୟିନୁହେଁ ଦାୟୀ ହୁଏ ମୁଁ
ଧନ୍ୟବାଦ ରେ ଅଂଧାରୀମୋହ-
କହିବାକୁ ଅଛି ଅନେକ କଥା
ହେଲେ ଏଠି ଘଡ଼ିଏ ଅଟକି ଯିବାକୁ
କାହା ପାଖରେ ସମୟ ବା କାହିଁ!
ବାଣ୍ଟିବାକୁ ଅଛି ହଜାର ବ୍ୟଥା
ହେଲେ ଏଠି ହାତ ଧରି ସବୁ ଠିକ୍ ହେଇଯିବ
କହିବାକୁ ଆପଣାର କିଏ କାହିଁ!
ଭରି ରହିଥିଲା ଏ ଆଖିରେ ଦିନେ ହଜାର ନିରୀହ ସ୍ବପ୍ନ
ହେଲେ ଏଠି ଆଖି ଭିତରେ ଝାଙ୍କି
ହୃଦୟ ପଢ଼ିନେବାର କଳା ସଭିଙ୍କ ପାଖରେ କାହିଁ!
ଭାବିଥିଲି ଖୋଲିଦେବି
ଅନେକ ଦିନୁଁ ବନ୍ଦ ଥିବା ସେ ଝରକା ଟା
ହେଲେ ଆଗ ଭଳି ପବନରେ ସେ ଖୋଲାପଣ ଆଉ କାହିଁ!
ଧୀରେ ଧୀରେ ଅଚିହ୍ନା ଲାଗିଲେଣି
ସବୁ ଚିହ୍ନା ଜଣା ଚେହେରା
ଆଗ ଭଳି ଏ ସହରରେ ସେ ଆପଣାପଣ ଆଉ କାହିଁ!
ଦେଖି ଚାହିଁ ଚାଲୁଥିବ ରାସ୍ତା ଜୀବନର
ଏଠି ଚାଲୁ ଚାଲୁ ଝୁଣ୍ଟି ପଡିଲେ
ଆହାଃ ପଦଟିଏ କହିବାକୁ କେହି ନାହିଁ।-
ଚାରିଆଡେ ଚିଲିକା ପରି ଜଳମଗ୍ନ ହୋଇ ସାରିଥିଲା। ରଘୁଆ କାନ୍ଦି ବୋବେଇ ଶନି କକାକୁ ରଡି ପକେଇ ଡାକୁଥିଲା, ହେଲେ ଆକାଶର ଶୂନ୍ୟ ଛାତିରେ ପିଟିହୋଇ ତା' ଶବ୍ଦ ତା ପାଖକୁ ଫେରି ଅସୁଥିଲା 'ଶନି କକା' 'ଶନି କକା' 'ଶନି କକା'... ଆଉ ମନ୍ଦିର ଉପର ନେତଟା ଫରଫର ହୋଇ ଉଡିବାରେ ଲାଗିଥିଲା।
ସମ୍ପୂର୍ଣ୍ଣ_କାହାଣୀଟି_ଅନୁଶୀର୍ଷକରେ...🍁-