ଏଠି ବିଶ୍ୱାସ ନାଁ'ରେ କିଛି ସନ୍ଦେହ ହିଁ ତ ବାକି
ପକ୍ଷୀ ତ ଉଡ଼ି ଯାଉଛନ୍ତି କେବେଠାରୁ ମଣିଷ ଦେଖି।।-
କେଉଁ ଗୋଟେ
ପୁରୁଣା ଗୀତର ପଦରେ,
ଆଜି ବି ଅଛେ!
ତୁମେ ଆଉ ମୁଁ . . . . . . . .
-
ଠାକୁର ଏଇଠି ଥିଲେ
ମୋ ଗାଁ ବରଗଛ ତଳେ
ମେଞ୍ଚେ ସିନ୍ଦୁର
କେଇ ହାତ ବାନା
ଧ୍ୟାନମଗ୍ନ ଉଇହୁଙ୍କା
କେଇ ଧାଡ଼ି ପିମ୍ପୁଡି
ଆଉ ମନରେ ପୁଳାଏ ବିଶ୍ୱାସ.....-
କିଛି ଏମିତି ହିଁ ସରିଯାଏ! ଏଠି ଅନେକ କାହାଣୀ
କିଛି ଅଧା ଲେଖି, କିଛି ଅଧା ପଢ଼ି ଆଉ କିଛି ଅଧା ଶୁଣି।।-
ଆମେ ଅନେକ କାହାଣୀ ଦେଖିଥାଉ, ଶୁଣିଥାଉ ଆଉ ପଢ଼ିଥାଉ ଆମ ଜୀବନରେ। ସବୁ ମନେ ରୁହେନି, ସବୁ ମନକୁ ଛୁଏଁନି ଆଉ କିଛି ଯେତେ ପଢିଲେ ବି ମନ ପୁରେନି। ଏମିତି ଏକ କାହାଣୀ ଯେଉଁଥିରେ ନଚାହିଁବି ବୋଧ୍ ହୁଏ ମୁଁ ଗୋଟେ ଅଂଶ ହେଇଗଲି। ଆଶା ଆପଣମାନଙ୍କ ମନକୁ ଛୁଇଁବ!
-
ଭ୍ରମ ତ ଥିଲା ବହୁତ ଏ ମନକୁ
ଖୋଜୁଥିଲି ଫଗୁଣକୁ ବୈଶାଖରେ,
ପଢ଼ିବାକୁ ଫୁରସତ୍ ନଥିଲା ତା'କୁ
ଆଉ ମୁଁ ବିକ୍ରି ହେଉଥିଲି ପୁରା ସହରେ।-
ବାଟବଣା ପଥିକ ତୁ ଚାଲ୍ ସମ୍ଭାଳି
ଏଠି ପ୍ରତି ମୋଡ଼ରେ ମିଳିବେ ଲକ୍ଷେ ଲୋକ ନକଲି।।-
ସ୍ମୃତି ହେଇଯିବ ଭାବି ଜୀବନରେ ବହୁତ କାମ ଡରି ଡରି କରିନି,
ମୁଁ ଆଜି ଯାଏଁ ବୋଉ ପାଇଁ ଝୁଣ୍ଟିଆ ହଳେ କିଣି ପାରିନି।।-
ଡେଣା କାଟି ପୁରା ଆକାଶକୁ କିଣିବାକୁ ହୁଏ,
ନିଜ ସ୍ବପ୍ନ ସବୁ ପାଦରେ ଦଳି କେହି ଜଣେ ବାପା ହୁଏ।।-