इस भाग दौड़ भरी ज़िन्दगी से
रुठे बिगड़े इन रिस्तों से
बढ़ती हुई ज़िम्मेदारीयों से
खुद के लिए गए फैसलों से
बीते हुए कल के साये से
आनेवाले कल के फिक्र से
कब से पहना हुआ उस नकाब से
अपने अंदर की शोर से
चलो कहीं दूर चलें।-
आओ, चलो
खुशियों के नाम
आज एक दीप जलाते हैं।
जितने भी ग़म हैं
समेट लो
राॅकेट में बिठाके उन्हें आज छोड़ देते हैं।
कहां रखी है वो फुलझड़ियां
चलो, सब मिलके समृद्धि का स्वागत करते हैं।-
୧. 'ଓଃ! ଏ କି ବର୍ଷା ହେଉଛି କେଜାଣି। ଦୁଇ ଦିନ ହେଲାଣି ବର୍ଷୁଛି ଯେ ବନ୍ଦ ହେବାର ନାଁ ଧରୁନି। ମଣିଷ ଏଥିରେ କ'ଣ କେମିତି ଯେ କରିବ!' ହେଲେ ଶ୍ରୀମତୀ ଙ୍କୁ ଇଣ୍ଟରନେଟ୍ ରେ ଦେଖିଥିବା ରେସିପି ତିଆରି କରିବାର ଅଛି। ପୁଣି ତା' ପାଇଁ ଯାହା ଯାହା ଆବଶ୍ୟକ ସାମଗ୍ରୀ ଘଣ୍ଟାଏ ଭିତରେ ଦରକାର। ବିଚରା ସାହୁ ବାବୁ ଶ୍ରୀମତୀ ଙ୍କ କୋପ ରୁ ରକ୍ଷା ପାଇବା ପାଇଁ ଛତା ବର୍ଷାତି ଯାହା ହାତରେ ଆସିଲା ତା'କୁ ନେଇ ବର୍ଷା ସହ ଯୁଦ୍ଧ କରିବାକୁ ବାହାରିଗଲେ।
******************
୨. ଲତାର ଲୁହ ଭରା ଆଖି ଯେମିତି ଧିକ୍କାର କରୁଛି ଗୁରି କୁ ଆଉ ସେ ଦେଖେଇଥିବା ପ୍ରତ୍ୟେକ ଟି ସ୍ବପ୍ନକୁ। ଲତା ଗୁରି କୁ ବହୁତ ଭଲପାଏ। ହେଲେ ଯେତେ ଯାହା ହେଲେ ବି ସେ ମା' ନା। କେମିତି ଦେଖିବ ନିଜ ପାଞ୍ଚ ବର୍ଷର ଛୁଆଟାକୁ ଏମିତି ଅବସ୍ଥାରେ! ଦି' ଦିନ ହେବ ଘରେ ଚୁଲି ଜଳିନି। ଯାହା ଜଳଖିଆ ଥିଲା ସବୁ ସରିଲାଣି। ଛୁଆଟା ଆଜି ସକାଳୁ କିଛି ଖାଇନି। ଦି' ଦିନ ହେବ ଏମିତି ବର୍ଷା ହେଉଛି ଯେ ଘରୁ ପଦାକୁ ବାହାରିବା ମୁସ୍କିଲ। ବାହାରେ କ'ଣ ଘର ଭିତରେ ରହିବା ବି ମୁସ୍କିଲ ହେଲାଣି। ହାଣ୍ଡି, କଢ଼େଇ, କଂସା, ବାଲ୍ଟି ଯାହା ବି ସବୁ ଘରେ ଥିଲା ଏବେ ଘର ଭିତରେ ଠାଏ ଠାଏ ହେଇ ଥୁଆ ହୋଇଛି। ଆଉ ତା' ଝିଅ ସେଥିରେ କାଗଜ ଡଙ୍ଗା ଭସାଇ ତାଳି ମାରୁଛି।-
କହିବାକୁ ଅଛି ଅନେକ କଥା
ହେଲେ ଏଠି ଘଡ଼ିଏ ଅଟକି ଯିବାକୁ
କାହା ପାଖରେ ସମୟ ବା କାହିଁ!
ବାଣ୍ଟିବାକୁ ଅଛି ହଜାର ବ୍ୟଥା
ହେଲେ ଏଠି ହାତ ଧରି ସବୁ ଠିକ୍ ହେଇଯିବ
କହିବାକୁ ଆପଣାର କିଏ କାହିଁ!
ଭରି ରହିଥିଲା ଏ ଆଖିରେ ଦିନେ ହଜାର ନିରୀହ ସ୍ବପ୍ନ
ହେଲେ ଏଠି ଆଖି ଭିତରେ ଝାଙ୍କି
ହୃଦୟ ପଢ଼ିନେବାର କଳା ସଭିଙ୍କ ପାଖରେ କାହିଁ!
ଭାବିଥିଲି ଖୋଲିଦେବି
ଅନେକ ଦିନୁଁ ବନ୍ଦ ଥିବା ସେ ଝରକା ଟା
ହେଲେ ଆଗ ଭଳି ପବନରେ ସେ ଖୋଲାପଣ ଆଉ କାହିଁ!
ଧୀରେ ଧୀରେ ଅଚିହ୍ନା ଲାଗିଲେଣି
ସବୁ ଚିହ୍ନା ଜଣା ଚେହେରା
ଆଗ ଭଳି ଏ ସହରରେ ସେ ଆପଣାପଣ ଆଉ କାହିଁ!
ଦେଖି ଚାହିଁ ଚାଲୁଥିବ ରାସ୍ତା ଜୀବନର
ଏଠି ଚାଲୁ ଚାଲୁ ଝୁଣ୍ଟି ପଡିଲେ
ଆହାଃ ପଦଟିଏ କହିବାକୁ କେହି ନାହିଁ।-
ସବୁ କିଛି ତ ଥିଲା ହାତ ପାହାନ୍ତା ରେ
ଖୋଲା ଆକାଶ, ମୁକ୍ତ ଅଗଣା
ଆଉ ଏକ ବୈଶାଖ ସଞ୍ଜ
ବାସ୍, ଯାହା ତୁମେ ନଥିଲ।-