Abhilipsa Sahoo   (Abhilipsa.)
1.7k Followers · 147 Following

read more
Joined 30 July 2018


read more
Joined 30 July 2018
31 JUL AT 22:13

ହେ ନୀଳ ରଙ୍ଗର ନାୟକ
ତୁମ ଶ୍ରବଣେ ମୋହ ସମ୍ମୋହକ
ଗୁଣ କଥାରେ ଚିତ୍ରିତ ମହକ
କରିଦିଏ ବହି ରଙ୍ଗା ପୁରକ
ହେ ଆକର୍ଷଣର ଶୀର୍ଷକ
ହୃଦୟେ ଅଧିର କାରକ
ଆହେ ନୀଳମଣି ପ୍ରାଣ ପାଳକ

-


30 JUL AT 23:58

କୋମଳ ବର୍ଣ୍ଣା ସେ ହୃଦୟର ସ୍ୱର
ନୀରିହ ଶବ୍ଦରେ ବିରହର ଦ୍ୱାର
ଅକିଞ୍ଚନ କି ଏ ରାତିର ତୋରଣ
ନୀରବ ଜ୍ୟୋତ୍ସ୍ନା ଧାରେ ଶୀତଳ ଗର୍ଜନ

-


29 JUL AT 22:15

ଚିନ୍ତନେ ତାଙ୍କର ଚନ୍ଦନ ସୁଗନ୍ଧ
ଅନୁଭବେ ଇତି ସଂସାର
ଦର୍ଶନେ ତାଙ୍କର ପ୍ରାଣ ଯେ ଅଧିର
ଭାବକୁ ବିରହ ଆଧାର

କେଉଁ ଛନ୍ଦେ ପ୍ରଭୁ ଶବ୍ଦ ମୁଁ ବାଢ଼ିବି
କେଉଁ ରଙ୍ଗେ ମୁଁ କରିବି ଶୃଙ୍ଗାର
କେଉଁ ଫୁଲ ହାର ଗୁନ୍ଥିବି ମଣିମା
କେଉଁ ଭାବେ ହେ ପୂଜିବି ପୟର

-


28 JUL AT 21:11

कब संकट ही आवेंगे नाथ
कि मैं गोविंद कह दूं
.....

-


27 JUL AT 23:19

ରାତି କି କହୁଛି ମେଘର କାନରେ
ଦେଖ ତା'ର ଚିଠି ଆସିଛି
ମୁଁ କି ଜାଣିବି ମୋତେ କି କୁହ ହେ
ଚିଠିରେ କି ରଙ୍ଗ ଲାଗିଛି

ରଙ୍ଗର ସୁଗନ୍ଧ ବାରି ପାରିବ ତ
କହିବ ମୋ' କଜଳ କାହାଣୀ
ଦେଖୁଁ ଦେଖୁଁ ଦୂରୁ ଝୁଣ୍ଟି ପଡ଼ିଲେ ହେଁ
ତେଣେ ମନ ଯେ କାନ୍ଦିବ ବାହୁନି

ଥାଉ ଚାହିଁଦିଅ ଥରେ ରଜନୀ
ରାତିର ପାଉଣା ଦେଇ ନଥିଲି ହେ
ବିରହେ ଭାରି ମୁଁ ଅଭାଗିନୀ

କିଛି ଶବ୍ଦ.. କିଛି ଭାବନା//

-


26 JUL AT 23:10

କେତେ ରାତି ଅପେକ୍ଷାରେ
ଗୋଟିଏ କାହାଣୀ
କେତେ ଅପେକ୍ଷାର ପରେ
ରାତିର ଓଢ଼ଣୀ

ଭାବନାର ଆଲିଙ୍ଗନେ କେତେ ଠାର ଶବ୍ଦ
ମିଳନର ଆବେଗରେ କାହିଁ ବାଡ଼ ବନ୍ଧ
ଏମିତି କାଗଜ ପରେ କାଗଜର କଥା
ଲେଖି କି ସରୁଛି ତୁମ ପ୍ରେମିକାର ବ୍ୟଥା


କିଛି ଶବ୍ଦ.. କିଛି ଭାବନା//

-


25 JUL AT 23:13

କହି କି ପାରିବି ଏ ସନ୍ଧ୍ୟାର ଆକୃତି
ଅପେକ୍ଷାର ମେଘୁଆ ସ୍ପର୍ଶ
ଅନ୍ଧାରୁଆ କାହାଣୀରେ ଓଦା ଓଦା ସ୍ମୃତି

ମୁଁ ବି ଶୁଣୁଛି
ଝରକା ସେପାଖ
ଚିହ୍ନା ଚିହ୍ନା ଆକର୍ଷଣକୁ
କେଜାଣି କୋଉଠି
ଝୁଣ୍ଟି କି ପଡ଼ିଛି
ଜଣା ଶୁଣା ମନୋଭାବକୁ


କିଛି ଶବ୍ଦ.. କିଛି ଭାବନା//

-


24 JUL AT 20:16

ସଞ୍ଜ ନଇଁ ଆସୁନି ଯେ
ମୁଁ ତୁମ ପ୍ରତି ଢଳି ଯାଉଛି
ନିଜକୁ ହଜେଇ ଦେଉଛି
ଆଉ ରାତିଠୁ ଦୂରେଇ ଯାଉଛି

ଏ କ'ଣ ତୁମ ଆସିବାର ମହକ
ନା ସଞ୍ଜକୁ ଛୁଇଁ ଯିବାର କିଛି କୁହୁକ

ତୁମେ କି ଜାଣିବ ଏ ଶବ୍ଦର ପରିସୀମା
ତୁମେ କି କହିବ ଏ ଅପେକ୍ଷାର କଳନା
ତୁମେ କି ପାଇ ପାରିବ ଏ ଗଭୀର ହୃଦୟରେ
ଲାଜୁଆ ଶ୍ରାବଣର ଉଷ୍ଣ ବନ୍ଦାପନା

ଅପେକ୍ଷାରେ//

-


21 JUL AT 21:49

it's the night I'm thinking of
in You, yours and ours sip crop
let's not to crown the light up //

-


21 JUL AT 21:39

ହଁ, ତୁମେ ମନେ ପଡ଼ୁଛ
ବହୁତ ମନେ ପଡ଼ୁଛ
ଏମିତି ହିଁ
ସବୁ ସ୍ଥିର ଲାଗୁଛି
ପୁଣି ଟାଣ ଖରା
ହଠାତ୍ ସକାଳର କଅଁଳ ସ୍ପର୍ଶ
ଦେଖୁ ଦେଖୁ ଅନ୍ଧାରିଆ ଆକାଶ
ଆଉ ତୁମେ ମନେ ପଡ଼ୁଛ

ମୁଁ ତ ଆକର୍ଷିତ ମୋ' ଶବ୍ଦ ଘେରରେ
ହେଲେ ଓଦା ଓଦା ଆଖିର ଆଢ଼ୁଆଳରେ
କ'ଣ କରିବି!
ମୁଁ ତ ଚିତ୍ରିତ ମୋ' ଭାବନାରେ
ହେଲେ ଅସମୟେ ଏ ବର୍ଷା ଛିଟାରେ
କ'ଣ କରିବି!
ଯେ ତୁମେ ମନେ ପଡ଼ୁଛ

-


Fetching Abhilipsa Sahoo Quotes