ନାରୀଟିଏ ହ ଲୋ ଝିଅ
-
କିଛି ସମାଜର ପ୍ରତିଫଳନ ଆଉ କିଛି ମୋ ହୃଦୟର କଥା ।।
An Economis... read more
ସବୁ ସମ୍ପର୍କ କଣ ପରିଚୟ ଖୋଜେ ନା
ଖୋଜେ ପରିସମାପ୍ତି ;
କିଛି ସମ୍ପର୍କ ବି ଏମିତି
ରହିଯାଏ ନିଜ ନିଜ ଭିତରେ;
ଯେହେତୁ ସେ ଦୁନିଆକୁ ଡରେ ।।-
କିଛି କହିବାର ଥିଲା ତୁମକୁ, ତୁମେ ସମୟ ବାହାର କରି ମୋ କଥା ଶୁଣିବକି ଥରେ । ଜୀବନର ଏଇ ଅଙ୍କା ବଙ୍କା, ଗଡାଣି ଉଠାଣି ରାସ୍ତାରେ ମୋ ସହ ପାଦରେ ତାଳ ପକେଇ ଚାଲିବକି,ଜୀବନର ବାକିଥିବା ସମୟ । ଯେଉଁଠି ଥକି ପଡ଼ିବ ତୁମ ମୁଣ୍ଡ ପାଇଁ ମୋ କାନ୍ଧ ଆଶ୍ରାଟିଏ ସାଜିବ । ଆଉ ମୁଁ କ୍ଳାନ୍ତ ଅନୁଭବ କରିଲେ, ତୁମ କୋଳ ମା' ର କୋଳ ଓ ତୁମ ଶାଡୀକାନି ପଣତ ହୋଇ ପାରିବ । ଏମିତିରେ ତ ସବୁକିଛି ହରେଇ ସାରିଲିଣି,ତୁମେ ମୋ ପ୍ରାପ୍ତି ହୋଇବ । ଏମିତିରେ ସମସ୍ତଙ୍କୁ ନିଜଠୁ ଅଲଗା କରେଇ ସାରିଲିଣି, ତୁମକୁ କିନ୍ତୁ ନିଜ ଭିତରେ ସାଇତି ରଖିବାକୁ ଆଗ୍ରହ, ତୁମ ମୋ ଭିତରେ ସବୁ ଦିନ ରହି ପାରିବ ।
-
ପ୍ରତ୍ୟେକ ରବିବାରରେ
ମୋ ମୋବାଇଲଟି ସାଜିଯାଏ ଆକାଶ
ହ୍ଵାଟ୍ସଆପଟି ଦୁନିଆ,
ସେ ଦୁନିଆରେ ତା' ନାଁ ମୋ ପାଇଁ ସୂର୍ଯ୍ୟ,
ତା' DP ମୋ ପୃଥିବୀ, ଆଉ
ତା'ର online ଆସିବା ଯିବା
ମୋ ପାଇଁ ଜହ୍ନ;
ତା' ମେସେଜ ଶୀତଳ କିରଣ,
ତା' ଅଫ୍ ଲାଇନ
ମୋ ପାଇଁ କଳା ବଉଦ ଘନଘନ ।-
ଏ ଆଖିର ସ୍ୱପ୍ନସବୁ
କାଚକେନ୍ଦୁ ଜଳ
କାନ୍ଧ ଖୋଜି ଫେରିବନି
ବେତାଳ ଅବା
ପଥରଟିଏ ଲେଉଟିବ ନାହିଁ
ମନ୍ଦିରକୁ,
ଭଗ୍ନ ଥିବ ମୁଖଶାଳା
ଅପୂର୍ଣ୍ଣ ଦେଉଳ
ଏ ଆଖିର ସ୍ୱପ୍ନସବୁ
କାଚକେନ୍ଦୁ ଜଳ ।।-