କାହିଁକି ମୁଁ ଲେଖେ
ଦୂର ହେବା ପାଇଁ ମନର ଦୁଃଖ
ନା ସୁଖ କୁ ହାତ ଆଞ୍ଜୁଳିରେ ଆମନ୍ତ୍ରଣ କରେ
ଲେଖି ଲେଖି ଆଉ କେତେ ଲେଖିବି
ମୋର ଏଇ କୁନି ହାତରେ
ଯାଇଛି ମୋର ମନ ଭାଙ୍ଗି
ଲେଖି ଦେଲେ ବୋଧେ ଯୋଡି ହୋଇଯାଏ କିଛି
ମନକୁ ସାନ୍ତ୍ୱନା ଦେବା ପାଇଁ ବୋଧେ ମୁଁ ଲେଖେ...
ମୋ ସହ ଘଟିଥିବା ଅତୀତ, ବର୍ତ୍ତମାନ ର ସାରସତ୍ୱ କୁ
ମନ କହେ ଚିରି ଫୋପାଡ଼ି ଦେବାକୁ
ତଥାପି ମୁଁ ସାଇତେ କାହିଁ ମୋ ମନ କାଗଜରେ
ଜାଗାଧରେନି ଆଉ ମୋ ଡାଏରୀର ଦସ୍ତା ରେ
ତଥାପି ମୁଁ ଲେଖେ.....
ଲେଖି ଲେଖି କଲମର କାଳି ଅନ୍ତ ହୋଇଯାଏ
ତଥାପି ମୁଁ ଲେଖେ.....
ମୋର କାଳି ହୀନ କଲମରେ.....
ଆଙ୍କି ଦିଏ କବିତାର ଯୁବ ପ୍ରତିଛବି.....
ପ୍ରଶ୍ନ ଉଠେ କାହିଁକି ମୁଁ ଲେଖେ ?....
ମୋ ନିଜ ପାଇଁ ନା ଆଉ କାହା ପାଇଁ
ଉତ୍ତର ଖୋଜେ ହେଲେ ପାଏ ନାହିଁ
ତଥାପି ବି ମୁଁ ଲେଖେ
ଲେଖିଲେ ବୋଧେ ପାଏ ମୋ ପ୍ରଶ୍ନର ଉତ୍ତର
କାହିଁକି ମୁଁ ଲେଖେ..............
-
କାହିଁକି ସେ ନିରୀହ ଲୋକ ଙ୍କ
ଉପରେ ଅତ୍ୟାଚାର କରିଚାଲୁଛ?
କାହିଁକି ???
ଓଃ.....................
ବୁଝିନେଲି.........
କେବଳ ନିରୀହପଣ ହିଁ ତା ଦୁର୍ବଳତା,
ତେଣୁ ଅତ୍ୟାଚାର ପାଇବା ସ୍ୱାଭାବିକ..
😒-
କାହିଁକି ନା ......
ସେ କଥାରେ କିଛି ବୁଝିବାର ହିଁ ନଥିଲା
ଥିଲା ଯଦି , କିଛି ଅଜଣା ଠିକଣା
ଆଉ ସେଇ ଠିକଣାର ବାସ୍ତବତା କହିବାକୁ ଗଲେ
ଦୁଇ ଚାରୋଟି ସ୍ୱାର୍ଥଭରା ଆଳଙ୍କାରିକ ଶବ୍ଦରେ
ଗୁନ୍ଥା ଅହଙ୍କାରର ଅନୁଶୀଳନୀରେ ସଜ୍ଜା
ଭାବର ସ୍ୱତନ୍ତ୍ର ପରିଚୟ ସବୁ ;
ମାନବିକତାର ପରିସର ସହ ବୋଧେ
ସେମିତି କେବେ ସାକ୍ଷାତ ହୋଇନି
ଏଇ ଜଣା ଅଜଣା ଜୁଆରର .....
ଏମିତି ଏଣୁ ତେଣୁ ପ୍ରଶ୍ନ ଘେରରେ
ଯେବେ ସେ ଅଜଣା ଜୁଆର ତା ଅସ୍ତିତ୍ୱକୁ ଫେରିଯାଏ
କିଛି କ୍ଷଣ ନିର୍ବାକ ରହି
କେବଳ ନିଜ ପ୍ରତିବିମ୍ବକୁ ଦେଖୁଥାଏ .....
ସମୟ ସ୍ରୋତରେ ପ୍ରତିବିମ୍ବର ପରିଚୟ
କେବଳ କେତୋଟି ପ୍ରଶ୍ନ ଘେରରେ
ଏମିତି ରଙ୍ଗ ବଦଳେଇ ନୂତନତାର
ସ୍ପର୍ଶ କରିବ ବୋଲି କିଏ ଜାଣିଥିଲା !
କିଏ ଜାଣିଥିଲା ......
ଅନ୍ୟକୁ ସରଳତାର ସଂଜ୍ଞା ଦେଉଥିବା ଅଜଣା ବାସ୍ନାର ମହକରେ
ଦିନେ ନିଜେ ନିଜର
ବାସ୍ନା ସହ ଅପରିଚିତ ହେବ ବୋଲି ....
ହେଲେ କଥା ଏତିକି ନଥିଲା ....ହୁଏତ ଆରମ୍ଭ ମାତ୍ର ;-
ମୁଁ ତୋ ତୁମକୁ କେବଳ କେମିତି ଅଛ? ବୋଲି ପଚାରିଲି, ତୁମେ କିନ୍ତୁ ତୁମର ଅତୀତ ରେ ଘଟିଯାଇଥିବା ଘଟଣା ସବୁ କହିଦେଲ? 😞
-
ସବୁ କାହିଁକିର ଉତ୍ତର କଣ ଦେଇ
ହୁଏ ଶବ୍ଦରେ ? କିଛି ଉତ୍ତର ବି ଏମିତି ଥାଏ
ଯାହା ବୁଝିବାକୁ ହୁଏ ଆଖିରେ, ହୃଦୟରେ ଆଉ ମନରେ ।
ଫୁଟଫାତ୍ ର ଅନ୍ଧାରରେ ରାଜମହଲର ସ୍ୱପ୍ନରେ
କଣ କିଛି ବାସ୍ତବତା ଥାଏ ନା ଅଛି; ତଥାପି ସେ ସ୍ୱପ୍ନ ବଞ୍ଚିବାର
ଗୋଟାଏ ମତୁଆଲା ନିଶା ଭାରି ଦିଏ ଜୀବନରେ,
ପାଇବାର ଆଶା ଟାଣି ଦିଏ ମନରେ ଆଉ
ଆକାଂକ୍ଷାର ସୌଧଟିଏ ତୋଳିହୋଇଯାଏ ଆପଣାଛାଏଁ ।
ଏଇଟା ଜୀବନ; ହଁ ଆଉ ତୁମେ ବି ।
ଯେଉଁଠି ନିଶ୍ୱାସକୁ ଆଶ୍ରା ମିଳେ
ଆଉ ବିଶ୍ୱାସକୁ ଭରସା, ତୁମେ ତ
ସେହି ଠିକଣା ।
ତୁମେ କିନ୍ତୁ ଏସବୁ ବୁଝନି ;
ଆଉ ବୁଝନି-
ତୁମ କାହିଁକିର ଉତ୍ତର ଠିକ୍
ମୋ ଝର୍କା ବାହାର ପୃଥିବୀ ପରି
ଅଦ୍ଵିତୀୟ ଏବଂ ଅବର୍ଣ୍ଣନୀୟ ।।-
;;; କାହିଁକି ;;;
ଅନେକ କାହିଁକିର ପ୍ରଶ୍ନ ଭିତରେ ଚାଲନ୍ତୁ ଖୋଜିବା କିଛି ଉତ୍ତର ଅନୁଶିର୍ଷକରେ ।-
୧୦ ବର୍ଷର ପ୍ରେମ କାହାଣୀକୁ ତମେ
୫ ଦିନରେ ଭାଙ୍ଗି ଦେଲ...
ନିଜର କହୁଥିବା ଲୋକ ତମେ
ମୋ ଜୀବନରେ ଆସି କାହିଁକି ଏମିତି ଖେଳ ଖେଳିଲ
-
କାହିଁକି ?
-----^-----^--
ଆଜି କାହିଁ ଏ ରାତିର ଅନ୍ଧକାର ବି
ଭାରି ଆପଣାର ଲାଗୁଛି ,
କାହିଁ ଏ ଅନ୍ଧକାରର ନୀରବତା ବି
ପ୍ରଶାନ୍ତିର ଭାବ ବିସ୍ତାରୁଛି ,
କାହିଁ କେଜାଣି ଏ ଦୂର ଆକାଶର ଅର୍ଦ୍ଧଚନ୍ଦ୍ରଟି
ଝରକା ଦେଇ ମୋତେ ଅବିରତ ଦେଖୁଛି ପରି ଲାଗୁଛି ,
ଆଉ କାହିଁ କେଜାଣି ଏ ଜ୍ୟୋସ୍ନାର ସ୍ପର୍ଶ ମଧ୍ୟ
ଶୀତଳତାର ଅପୂର୍ବ ଅନୁଭବରେ ଶିହରଣ ଖେଳଉଛି ,
କାହିଁକି ? କାହିଁକି ? କାହିଁକି ?
# ଜାଣିନି ଏସବୁ ତୁମ ସ୍ମୃତିଚାରଣ ର ପରିଣାମ ନା ମୋ ପାଗଲାମୀ
-
କାହିଁକି ଏଠି ସବୁ ଇଚ୍ଛା
ଜୀବନର ପୃଷ୍ଠା ଭିତରେ ନଥାଏ,
କାହିଁକି ଆଖିର ସବୁ ସ୍ବପ୍ନ
ଆଞ୍ଜୁଳାରେ ଧରା ଦେଇ ନଥାଏ,
ପାଖରେ ଥାଏ ତ କେବଳ
ତୃଷାର୍ତ୍ତ ଗଳା,
କେଇମୁଠା ଭୋକ
କିଛି ହରେଇବାର ଅବଶୋଷ,
କିଛି ପାଇବାର ବିଷାଦ,
ଆଉ ନାହିଁ ନଥିବା କିଛି ଅତୃପ୍ତି।-