Arpita Mohanty   (✍️ଅର୍ପିତା ମହାନ୍ତି)
239 Followers · 13 Following

read more
Joined 12 June 2021


read more
Joined 12 June 2021
7 APR AT 21:35

ଖରା ଛାଇର ସମ୍ପର୍କ ରେ ମନ ହୁଏ ଦ୍ବିଗୁଣା
ଦେହ ଭିଜେ ଛ ଗୁଣା
ମର୍ତ୍ତ୍ୟରେ ଫୁଟେ ପାରିଜାତ
ମରୁଦ୍ୟାନେ ବି ଗାଲିଚା ହସେ
ଯେବେ ସେ ଆସି କୁହନ୍ତି
କଣ ହେଇଚି, କୁହ ତ?
ହୃଦର ଦିକଦିକ ସ୍ପନ୍ଦନ ବଢିଯାଏ
ଆରେ ଇଏ କଣ
ଏ କେଉଁ ସମ୍ଭାବନାର ମୋଡ଼
ପୁନଶ୍ଚ ସଂଯୋଗର ସମ୍ଭାବନା
ଧେତ, ପାଗଳାମୀ ମନ ମୋର
କଣ ପୁଳେ ଗପିଦେଲାଣି !!

-


15 MAR AT 18:27

ଇଏ ସେଇ ପ୍ରେମର ରଙ୍ଗ
ଇଏ ସେଇ ହୃଦୟର ଅଦେଖା ରଙ୍ଗ
ଇଏ ସେଇ ମନର ଅଦୃଶ୍ୟ ଅଭିଶପ୍ତ ରଙ୍ଗ
ଯାହା ରଙ୍ଗହୀନ
ଆଉ ଆଜିର ଯେଉଁ ହୋଲିର ରଙ୍ଗ କଥା ତୁମେ କହୁଛ, ସେ ତ ବଜାରରେ ମିଳୁଛି

ହେଲେ ମୁଁ ଯେଉଁ ରଙ୍ଗ ତୁମକୁ ବୋଳିଥିଲି
ସେ ତ ଭାବନାର ରଙ୍ଗ ଥିଲା, ପ୍ରେମର ସପ୍ତରଙ୍ଗ ଅବିର ଥିଲା
ଯାହା ବି ହେଉ ତୁମକୁ ଢେରସାରା ଶୁଭେଚ୍ଛା ❤️

-


15 MAR AT 18:18

ଇନ୍ଦ୍ରଧନୁର ସାତ ରଙ୍ଗଠୁ,
ନିଆରା ସେ ହୋଲିର ଅବିର /
ରାଗ ରୋଷ ପଛରେ ପକାଇ,
ଯେବେ ଆସିଥିଲ ରଙ୍ଗ ମାଖିବାକୁ /
ମନା କରିପାରେନି ସେ ଅବୁଝା ମନ
କାଇଁ କେଜାଣି.....
ନୂତନ ଏକ ପ୍ରେମ ଯେପରି ଜନ୍ମନିଏ,
ସେଦିନର ମୁହଁକୁ କାଇଁ କେଜାଣି/
ତୁଳନା କରେ..
ସେତ ରଙ୍ଗବେରଙ୍ଗର ଛବିଟିଏ ହେଇ,
ହୃଦୟକାନ୍ଥରେ ଚାପିହୋଇଯାଏ /
ଆଉ ଭାବିବାକୁ ଲାଗେ,
ହୋଲି ଆଉ କେବେ ଆସିବ?

-


9 FEB AT 14:06

"ସୂର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ "

-


12 JAN AT 10:11

ତୁମେ କବି ହେଲେ
ମୁଁ ତୁମ କବିତା
ବସି ଭାବୁଛି ଏକାଏକା
ଦିନ ନାହିଁ ରାତି ନାହିଁ
ତୁମ ସହ କରିବି ମୁଁ ଦେଖା...

-


1 JAN AT 20:34

"ମନର ଅବନା ଭାବନା "
(୨୦୨୫)
ସମ୍ପୂର୍ଣ୍ଣ ଅନୁଶୀର୍ଷକରେ.. ✍️

-


11 DEC 2024 AT 17:48


"ନିରୀହ ଚାହାଣି"
ସମ୍ପୂର୍ଣ୍ଣ ଅନୁଶୀର୍ଷକରେ ✍️

-


28 SEP 2024 AT 21:14

ପଥହରା ପଥିକ

-


10 SEP 2024 AT 14:14

ଆଜିତୁମ ଶୁଭ ଜନ୍ମଲଗନ
ଦେଖୁଥାଅ ନୀତି ଭବିଷ୍ୟତର ସୁନ୍ଦର ସପନ
ସଫଳ ହେଉ ତୁମ ଦୀର୍ଘାୟୁ ଜୀବନ
ସଦା ସୁଖୀହୁଅ ତୁମେ ପ୍ରିୟର କୁନିସିଦ୍ଧି
ସମସ୍ତଙ୍କୁ ବାଣ୍ଟୁଥାଅ ଖୁସି
କୁସୁମିତ ହେଉ ତୁମ କଅଁଳ ପଥ
ବାଟ କଢେଇ ନିଅନ୍ତୁ ତୁମକୁ ସେ ଜଗତର ନାଥ..
ଜନ୍ମଦିନର ଢେରସାରା ଶୁଭେଚ୍ଛା )!!
(ସିଦ୍ଧି )

-


4 AUG 2024 AT 21:29

ମୋ ପିଲାଦିନର "ଫ୍ରେଣ୍ଡସିପ"
କୁଆଡେ ଚାଲିଗଲା.... 😔

ସମ୍ପୂର୍ଣ୍ଣ ଶୀର୍ଷକରେ.....

-


Fetching Arpita Mohanty Quotes