Swagatika Nanda   (ସ୍ଵାଗତିକା ନନ୍ଦ ✍️)
597 Followers · 144 Following

read more
Joined 9 August 2020


read more
Joined 9 August 2020
3 JUL 2021 AT 12:48

ଏ କଳିଯୁଗ ରେ,,,,,

ଏଇ କେତେଟା ବଡ଼ ବଡ଼ିଆ ଙ୍କ ର
ଧଳା,ନାଲି ଗାଡିର ମୂଲ୍ୟଟା ବୋଧେ,
ଖରା ତରା ରେ ନିଜ ଶରୀର କୁ ଶିଝେଇ
ରଖୁଥିବା ଗରିବ ର ଦେହ ରୁ
ବୋହିଚାଲୁଥିବା ବୁନ୍ଦାଏ ବୁନ୍ଦାଏ
ଝାଳ ଠୁଁ ବି 'ମୂଲ୍ୟବାନ' ସାଜିବାଟା
ସମ୍ଭବ ସାଜିଥାଏ.....

-


2 JUL 2021 AT 0:01

.....

-


29 JUN 2021 AT 22:04

ସବୁକିଛି ଜାଣି ---'ଅଜଣା'
ସବୁକିଛି ବୁଝି ---- 'ଅବୁଝା'

କେବଳ ଏହି ଗୁଣ ବୋଧେ,ଏ ମଣିଷଜାତି
ପାଖରେ ଦେଖିବାକୁ ମିଳେ...

-


28 JUN 2021 AT 11:04

ଏଇଠି ଅନେକ ମାନବ,
ବିଷଧର ସାପ ସ୍ୱରୂପ ହୋଇ ଅଛନ୍ତି,
ଥରେ ଦଂଶି ଦେଲେ ମରିବା ଟା
ସୁନିଶ୍ଚିତ.....

{ଏମାନଙ୍କ ପାଇଁ ମଣିଷ ଜାତି କୁ ନିନ୍ଦିଲେ କଣ ଚଳିବ?}

କାରଣ ଭଗବାନ ବିଛୁଆତି
ଗଛ କୁ ସୃଷ୍ଟି କରିଥିଲେ ମଧ୍ୟ,
ମାଟି ଅଗଣା ରେ ପୂଜା ପାଉଥିବା
ତୁଳସୀ ଗଛ କୁ ବି ସୃଷ୍ଟି କରିବାକୁ
ଭୁଲିନାହାନ୍ତି...

-


27 JUN 2021 AT 14:46

ତୋ ପ୍ରେମ ରେ ଅନ୍ଧ,
ଆଉ କାହା ପ୍ରେମ କାଇଁ ଲୋଡ଼ିବି?
ତୋ ହସ ଭାରି ମିଠା,
ଆଉ କିସ ପାଇଁ ଲୁହ ଝରାଇବି?
ତୋ ଆଖିରେ ଯାଦୁ,
କାହାକୁ ଆଉ ଯାଦୁଗର ବୋଲାଇବି?
ତୋ ଭାବରେ ବନ୍ଧା,
ଆଉ କାହା ସହ ଭାବ ବାନ୍ଧିବି?
ତୋ ସାହାରା ଲୋଡ଼େ,
ବେସାହାରା କାଇଁ ନିଜକୁ ମଣିବି?
ତୋ ଚେହେରା ରେ ମୁଗ୍ଧ,
ଆଉ କେଉଁଠି ନିଜକୁ ହଜାଇବି?
ତୋ ମୋହ ରେ ନିଶା,
ଆଉ କେଉଁ ନିଶା ପାନ କରିବି?
ତୋ ନାମରେ ଶ୍ରଦ୍ଧା,
ଆଉ କେଉଁ ନାମ ତୁଣ୍ଡେ ଧରିବି?

-


26 JUN 2021 AT 0:00

❤ଶୁଭେଚ୍ଛା❤

ବୈଶାଖ ମାସେ ତୁ ସାଜୁ
ଶ୍ରାବଣ ବର୍ଷା ର ଛିଟା,
ତୋ ଆଖି ସେ ନୀଳ କଇଁ
କଥା ମହୁ ଠୁଁ ଲାଗଇ ମିଠା //

ନିଜ ଠୁଁ ନିଜର ବୋଲାଉ
ଦେଉ କେତେ ଆଶ୍ୱାସନା,
ଜୀବନ ର ଅର୍ଥ ବୁଝାଇ ଦେଉ
ମନେ ଭରୁ ସାହସ ସୀମା //

ତୋ ସ୍ନେହ ଡାକ ରେ ଥାଏ
ଅସୁମାରୀ ଭଲପାଇବା,
ଈଶ୍ୱର ପାଶେ କାମନା ମୋର
ତତେ ଦୀର୍ଘାୟୁ କରିବା //

ଚଲାପଥେ ଫୁଲ ଫୁଟୁଥାଉ
କଣ୍ଟା ଜୀବନେ ନ ଦେଉ ଧରା,
ହସୁଥା ତୋ କଅଁଳ ଓଠେ
ଚମକି ଉଠୁ ସୁନ୍ଦର ଚେହେରା //

କେବେ ଶୀତ ଋତୁ ରେ ସାଜୁ
ତୁ ରବି ଙ୍କ କଅଁଳ ଖରା,
ହୃଦୟ ରେ ନାହିଁ ଛନ୍ଦକପଟ
ଘୃଣା ର ବିଷାକ୍ତ ଶିରା //

ଆଜି ଶୁଭ ଜନ୍ମଦିନେ ତୋର
କରୁ ହୃଦୟ ରୁ ଅଭିନନ୍ଦନ,
ତୋ ଖୁସି ତତେ ମିଳୁଥାଉ
କପାଳେ ଲାଗୁ ଖୁସି ର ଚନ୍ଦନ //


-


24 JUN 2021 AT 15:53

ଆରେ ଏ ଜୀବନ !

କଣ ଚାହୁଁ ମୋ ଠାରୁ,
ଏ ଟିକକ ନିଃଶ୍ୱାସ?

ତତେ ବା କହିଥିଲି ସବୁକିଛି ଦିନେ ଚାଲିଯିବ ବୋଲି,

ଆଉ କିଛିଦିନ ଅପେକ୍ଷା କରେ
ତୁ ଚାହୁଁଥିବା ଜିନିଷ
ତତେ ନିଶ୍ଚୟ ମିଳିଯିବ...

-


21 JUN 2021 AT 23:54

"ସବୁ କିଛି ଠିକ୍ ହେଇଯିବ",
କିଛି କ୍ଷଣ ପାଇଁ
ଏ ମିଛ ସାନ୍ତ୍ୱନା କେତେ ଯେ
ଶାନ୍ତି ଦିଏ,
ତାହା କେବଳ
ଏ କଥା ଟା ଲୋଡ଼ା
କରୁଥିବା ଅସ୍ତବ୍ୟସ୍ତ
ମନ ଟା ହିଁ
ବୁଝି ପାରୁଥିବ....

-


21 JUN 2021 AT 0:45

ଏଇଠି ଲୁହ ବି କାନ୍ଦେ ହୃଦୟ ଭିତରେ..
କିନ୍ତୁ ଫରକ୍ ଏତିକି,,,
ଆଖି ର ଲୁହ,ବାହାରକୁ ଝରିପଡେ,
ଆଉ ହୃଦୟ ଲୁହ,
ଭିତରେ କୁହୁଳି କୁହୁଳି ଜଳୁଥାଏ...

-


20 JUN 2021 AT 21:50

............

-


Fetching Swagatika Nanda Quotes