କର୍ତ୍ତବ୍ୟର ବୋଝ ତଳେ ଦବିଯାଏ
ଖୁସି ଆଉ ଦୁଃଖ
ଜୀବନର ଭାର ବି ଭାରି ହୁଏ
ସମୟ ହୁଏ ଯେବେ ବିମୁଖ ।
ଅଣ ନିଃଶ୍ୱାସୀ ଲାଗେ ସ୍ବପ୍ନ ସବୁ
ହରେଇବା ଭୟରେ
ହାତ ପାଖେ ଥିବା ବେଳ ସରିଯାଏ
ବିଶ୍ୱାସ କୌତୁହଳେ।
ଭୁଲ ନଥାଇ ବି ଦୋଷୀ ହୁଏ
ଯନ୍ତ୍ରଣା ମିଳେ ବାରମ୍ବାର
ଆଘାତ ହୁଏ ହୃଦୟ କାନ୍ଦେ
ଉପହାସ କରୁଥାଏ ଆପଣାର ।-
କାଗଜ ଛାତିରେ ଲୁହର ସ୍ୟାହିରେ ଭାବନାକୁ ଝରାଉଥିବା ଗ... read more
କଂସେଇ ଖାନାରେ ଲାଗିଛି ଗହଳି
ଗହ୍ମା ପୂର୍ଣ୍ଣମୀ ପାଇଁ
ମେଁ ମେଁ କରି କାନ୍ଦୁଛି ଛୁଆଟା
ମାଆ କୁ ହରେଇ ଦେଇ ।
ଆଖି ଆଗେ ଆଜି ନିରୀହ ମାକୁ
କଂସେଇ ଦେଇଛି ହାଣି
ଭାବେ ପାଳି ମୋର ପଡ଼ିବ ନିଶ୍ଚୟ
କେଉଁ ଦିନ ପୁଣି କେଜାଣି ।
ସୁନ୍ଦର ସଂସାର ଥିଲା ଯେ ତାହାର
ମାଆ ବାପାଙ୍କ ସାଥେ
ବାପା ଆଗେ ଗଲେ ମାଆ ପଛେ ପଛେ
ଶାଣିତ ଖଣ୍ଡାର ଚୋଟେ ।
ପରମ୍ପରା ନାମେ ଏଠି କେତେ ଯେ ନିରୀହ
ନୀତି ହୁଅନ୍ତି ମଣିଷ ପାରଣା
ଜିହ୍ୱା ଲାଳସାରେ ସବୁ ଭୁଲିଛି ମଣିଷ
ମାନବିକତା ଆଜି ହୁଏ ଅଜଣା ।-
ଜଗତର ସ୍ଵାମୀ ଆହେ ପରଂବ୍ରହ୍ମ
ଅପୂର୍ବ ତୁମରି ଲୀଳା
ରତନ ବେଦିରୁ ସ୍ନାନ ମଣ୍ଡପକୁ
ପହଣ୍ଡିରେ ବିଜେ ପରା ।
ସ୍ନାନ ମଣ୍ଡପରେ ଚନ୍ଦନ ଲାଗି
ଆହା କି ସୁନ୍ଦର ମୁଖ
ସାଥେ ଭାଇ ଭଉଣୀ ଅଛନ୍ତି
କି ମନଲୋଭା ଦୃଶ୍ୟ ।
ମାନବୀୟ ଲୀଳା ରଚୁଛ ଠାକୁରେ
ଭକ୍ତ ମାନଙ୍କ ପାଇଁ
ଦୁଃଖ କ୍ଲେଶ ରୋଗ ନିଜେ ଭୋଗୁଛ
ଜଗତ ଠାକୁର ହୋଇ ।
ଅପୂର୍ବ ଦର୍ଶନ ତୁମରି ମହିମା
କେ ଅବା ବର୍ଣ୍ଣି ପାରିବ
ଦରିଦ୍ର ଅକିଞ୍ଚନ ଅଜ୍ଞାନୀ ବାଳୁତ
ସତେ ମୋ ପ୍ରତି କୃପା ହୋଇବ ।-
ହଁ ମୁଁ ଦେଖେ ସବୁବେଳେ ରାତିରେ
ଥକି ପଡ଼ିଥିବା ବାପା ଙ୍କ ମୁହଁକୁ
ଲାଲ ପଡ଼ିଯାଇଥିବା ସେ ସରଳ ମୁହଁ
ଆଉ ପିଠିରେ ଲଦି ହୋଇଥିବା ଦାଇତ୍ୱକୁ ।
ହଁ ମୁଁ ଦେଖେ ପୁଣି ରକ୍ତାକ୍ତ ହୋଇଥିବା
ଥକି ପଡ଼ିଥିବା ପାଦ ଦୁଇଟିକୁ
ମେଞ୍ଚାଏ ଧୂଳି ଲାଗିଥିବା ଚିରା ଧୋତି ଆଉ
ସଂଘର୍ଷ ମୟ ତାଙ୍କ ଜୀବନକୁ ।
ହଁ ମୁଁ ଦେଖେ ତାଙ୍କ ସ୍ବପ୍ନ ଆଉ ସମ୍ଭାବନା ଭିତରେ
ଅନେକ ଆଶା ଆଲୋକକୁ
ପୁଣି ପାପୁଲି ରେଖାରେ ଲିଭି ଆସୁଥିବା
ବୟସର ଅପରାହ୍ନ ସମୟକୁ ।
ହଁ ମୁଁ ଦେଖେ ଝାଉଁଳି ପଡ଼ିଥିବା ଚେହେରା
ଆଉ ଦାୟିତ୍ୱର ବୋଝ ବିଡାକୁ
ତଥାପି ନଥାଏ ଅବଶୋଷ କିଛି ତାଙ୍କର
ମୁଁ ଦେଖେ ଓଠ ତଳ ମୁରୁକି ହସକୁ ।
ହଁ ମୁଁ ଦେଖେ ନିଃଶ୍ୱାସକୁ ଜାବୁଡ଼ି ଧରି
ସମୟକୁ ପଛକରି ଚାଲିବାର
ଆଉ ପାଣି ଢୋକେ ପି ଦିନ ସାରା
ଭୋକ ଉପାସରେ ରହିବାର ।-
ଶିତର ଲହରୀ ଭିତରେ
ଝିପ୍ ଝିପ ବର୍ଷାର ଛିଟାରେ
ଫୁଙ୍ଗୁଳା ଦେହଟା ପଡ଼ିରହିଥିଲା
ମଶାଣି ବରଗଛ ମୂଳରେ ।
କାଲି ଭେଟିଥିଲି ଜୀବନକୁ
ଅନ୍ଧାର ଘେରା ମଶାଣି ଭୁଇଁରେ
କେଉଁଠି ଶୁଭୁଥିଲା ଚିତ୍କାର
କେଉଁଠି କୋହ ଭରା କାନ୍ଦଣା ।
ମାଆ ଦୁଃଖରେ କାନ୍ଦି କାନ୍ଦି
ମାଟି ମୁଠା ମୁଠା ପକାଉଥିଲା
ଛୁଆର ମୃତ ଦେହ ଉପରେ ।
ଆଉ କିଛି ଦୂରରେ
ଲିଭି ଆସୁଥିଲା ଦିକ୍ ଦିକ ହୋଇ
ଜଳୁଥିବା ଜୁଇର ନିଆଁ
ପୁଣି ସଜଡ଼ା ଚାଲିଥିଲା
ବାନ୍ଧିବାକୁ ଆଉ ଏକ ଶବ ବୁହା ।
ଗର୍ବ ଅଂହକାର ସବୁ ପାଉଁଶ ହୋଇ
ଉଡୁଥିଲା ହାଲକା ପବନରେ
ଶୁଭୁଥିଲା ହରିନାମ ରାମ ନାମ
ଖଇ କଉଡ଼ି ଫଗୁ ଅବିରରେ ।-
ବାହୁନି ବାହୁନି କାନ୍ଦେ ରାମ ଭାଇ ତୋର
ଛାଡି ଯାଉ କାହିଁ ବୋଲି ସୁନାର ସଂସାର ।
ପର କରିଦେଲୁ ଆଜି ପାଚେରୀ ଉଠେଇ
ସମ୍ପର୍କ ଭିଡ଼ରେ ଆଜି ଅଚିହ୍ନା ସଜେଇ ।
ତୋର ସମ୍ମାନ ପାଇଁ ଭାଇ ଲଢ଼ୁଥିଲା
କିଛି ସ୍ୱାର୍ଥ ପାଇଁ ଭାଇ ଅଲୋଡା ହୋଇଲା ।
ତଥାପି ତୋର ଭାଇ ଅଛି ତୋର ସାଥେ ସାଥେ
ହସ ଖୁସି ଖେଲିଯାଉ ତୋ ଜୀବନ ଚଲାପଥେ।-
ଅପେକ୍ଷା ଭିତରେ ବିତି ଯାଉଛି ଜୀବନ
ପାଇବାକୁ ଟିକିଏ ସ୍ନେହ
ଦୂରତା କ୍ରମରେ କାହିଁକି କେଜାଣି ତୁମେ
ବେଶୀ ମନେ ପଡ କୁହ ।
କେତେ ରାତି ମୋର ଏକାକୀ କଟିଛି
କେବେ ପଚାରି ବୁଝିବ ଲୁହକୁ
ମନ ତଳେ କେତେ କଷ୍ଟ ଯନ୍ତ୍ରଣା ରହିଛି
ଚାପି ରଖିଛି ନିଜର କୋହକୁ ।
ପ୍ରତିଦିନ ଦେଖେ ତୁମ ସହ ଅନେକ ସ୍ବପ୍ନ
ଭଲପାଇବାର କେତେ ମୁହୂର୍ତ୍ତ
ଆଖି ଖୋଲିଦେଲେ ଦୂରେ ଚାଲିଯାଅ
କରି ହୁଏନା ତୁମକୁ ଆୟତ୍ତ ।
ଅପେକ୍ଷାର ଅନ୍ତ କେବେ ଯେ ହୋଇବ
ମିଳିତ ହୋଇବା ପୁଣି ଦୁହେଁ
ଆଲିଙ୍ଗନ କରି ହଜିଯିବା ପୁଣି ଥରେ
ବାନ୍ଧି ହୋଇ ପ୍ରେମ ସ୍ନେହେ ।-
ପୂରୁବ ଦିଗର ଦୂର ଦିଗବଳୟରେ
ତରୁଣ ତପନ ହସେ
ଆଲୋକ କିରଣ କିଣି ନିଏ ମନ
ଖୁସିର ଜୁଆର ଉଲ୍ଲୁସି ଉଠେ ।
କାଳିଆ ସାଆନ୍ତ ପ୍ରଭୁ ଅମରିଷ
ଦୁଃଖକୁ ଲାଘବ କଲେ
ମାତା ପାର୍ବତୀ ଲକ୍ଷ୍ମୀ ସାଆନ୍ତାଣି
ଖୁସିରେ ଘର ଭରିଲେ ।
ହାତ ପାହାନ୍ତାରେ ଆଞ୍ଜୁଳାଏ ସପନ
ସତ ଯେବେ ହୋଇଯାଏ
ଅସରନ୍ତି ଆଶା ଖୁସିର ପସରା
ଅଗଣାରେ ଧରା ଦିଏ ।
ପାଦ ନାଚିଉଠେ ଆନନ୍ଦିତ ଭାବେ
ଓଠ ତଳେ ହସ ଆଙ୍କି
ଭାବନା ଭିତରେ ମନ ଉବୁଟୁବୁ ହୁଏ
ଖୁସିର ନଉକାରେ ବସି ।
ଦୁଃଖୀ ଦୁନିଆରେ ସୁଖ ପାଇବାର ଅପେକ୍ଷା
କେବେଠାରୁ କରିଥିଲି
ଆଖି ଆଢ଼ୁଆଳେ କଣେଇ ଚାହିଁ କି
ସେ ଆସେ ଆଜି ଥିରି ଥିରି।-
ଜୀବନ ସୁନ୍ଦର ଲାଗଇ ନିଜର
ତୁମେ ପ୍ରିୟା ଥିଲେ ପାଖେ
ରଙ୍ଗୀନ୍ ଆକାଶେ ଫଗୁଣର ଛିଟା
ପ୍ରେମର ପରଶ ସାଥେ ।
ଖୁସିର ମୁହୂର୍ତ୍ତ ସବୁକୁ ଏକାଠି କରି
ଆଞ୍ଜୁଳିରେ କରେ ଭର୍ତ୍ତି
ତୁମେ ଥିଲେ ପାଖେ ସବୁ ତ ନିଆରା
ମନରେ ନଥାଏ ଭିତି ।
ଏକାକୀ ଭିତରେ ତୁମକୁ ଖୋଜଇ
ନିରବତା ପାଖେ ବସି
କ୍ଳାନ୍ତ ମୁହୂର୍ତ୍ତ ଅପସରି ଯାଏ ସବୁ
ତୁମେ ଦେଲେ ଟିକେ ହସି ।
ପ୍ରିୟା ତୁମ ମୁହଁ ଦିଶୁଥାଏ ମୋତେ
ସପନେ ହେଉ କି ଜାଗରଣେ
ତୁମ କଥା ମନେ ପଡୁଥାଏ ନୀତି
ହସୁଥାଅ ମନ ଉପବନେ ।
ତୁମ ପାଇଁ ସାଥୀ ସବୁ ମୁଁ ପାଇଛି
ନିଜ ଖୁସି ପରିଚୟ
ପ୍ରେମ ଭଲପାଇବା ଅଜାଡ଼ି ଦେଇଛ
ତୁମ ପରି ନାହିଁ କେ ନିଶ୍ଚୟ ।
ରାଗିବା ଋଷିବା ଅଭିମାନ ଯେତେ
ଦେଖିଲେ ତୁମରି ପାଖେ
ଭୁଲିଯାଏ ଦୁଃଖ ସବୁ ଆପଣାର
ନୂଆଁ ଜୀବନ କାହାଣୀ ଲେଖେ ।-
ଭାଗ୍ୟକୁ କାମୁଡି ପଡ଼ି ରହିଅଛି
ଯାଉଛି ସମୟ ସରି
ମିଛ ସ୍ୱାଭିମାନ ଆଭିଜାତ୍ୟ ଯେତେ
ଗର୍ବରେ ଯାଉଛି ଜଳି ।
ଅଙ୍କା ବଙ୍କା ହାତ ପାପୁଲି ରେଖାରେ
ଜୀବନ ଜାତକ ମେଳ
ସମୟ ସୂଅରେ ଭାସି ଭାସି ଦିନେ
ସରିଯିବ ଆୟୁ ଖେଳ ।
ଦୁର୍ବଳ ହୋଇପଡେ ସମ୍ପର୍କ ଡୋର
ସ୍ବାର୍ଥ ସରିଗଲା ପରେ
ତଥାପି କାହିଁକି ସମ୍ପର୍କ ଗଢ଼ିଉଠେ
ସ୍ୱାର୍ଥବାଦି ଦୁନିଆଁରେ ।
ଜନମ ମରଣ ନାଆରେ ଜୀବନ
ଦୁଇ ପଟେ ସଂସାର ଜ୍ଵାଳା
ଅଭିମାନ ଏଠି ବନ୍ଧା ପଡ଼ିଥାଏ
ଭଲପାଇବା କି ଅବା ଲୋଡା ।
ମୃତ୍ୟୁ ପରେ ପାଖେ କିଛି ତ ନଥିବ
ଥିବ ଶ୍ମଶାନ ଭୂଇଁରୁ ହାତେ
ଜଳି ପୋଡ଼ି ଶରୀର ପାଉଁଶ ହେବ
କିଛି ଯିବ ନାହିଁ ସାଥେ ।
କର୍ମ କରିଚାଲ ଧର୍ମ ପଥେ ରହି
ଭାଗ୍ୟ ହାତେ ନଦେଇ ଡୋର
ଭକ୍ତି ଭାବେ ସମର୍ପଣ ମନୋଭାବ ରଖ
ଏହାହିଁ ମାନଦଣ୍ଡ ଜୀବନର ।-