କଣ କହିଲ?
ଆଶା....
ଆଶା ରଖିବି ପୁଣି ତୁମ ଉପରେ...
କଣ ମିଳିଛି ମତେ ସେଇଥିରୁ? ,,,
ହଁ ମିଳିଛି ମିଳିଛି,,
କଣ କହିଲ??
ହଜାର ହଜାର ଥର ନିରାଶ ହେଉଥିବା
ଭୟ ର ଏକ ସୁନ୍ଦର ଉପହାର 😔
-
କେଉଁ ଜନମ ର ବନ୍ଧୁ ଟିଏ ମୋର,,
ଆସି ଧରା ଦେଲୁ ରେ ବାୟା ମତେ ll
ରହିଥିବୁ ଧନ ମୋ ପାଇଁ ସବୁଦିନ,,
ହସ ଲୁହ ବାଣ୍ଟିବା ପାଇଁ ତୋ ସାଥେ ll-
ବର୍ଷା ସିନା ଆଜି ମାଟି କୁ ଛୁଇଁ ଖୁସି ପାଉଛି,
ମୁଁ କିନ୍ତୁ ତୁମ ପ୍ରେମ ବର୍ଷା ରେ ନିଇତି ଭିଜୁଛି...
ତୁମେ ତ ବର୍ଷା ବିନ୍ଦୁ ପରି ମୋ ମନେ ଝରୁଛ,
ବାହାର ବର୍ଷା ରେ ଭିଜିବା ପାଇଁ କାହିଁ କହୁଛ.??-
କିଏ କହେ ପ୍ରେମ କଲେ ମିଳେ ଭଲପାଇବା ପ୍ରବଳ
ଆଉ କେ କହେ ସେ ନଥିଲେ ଲୁହ ନିଜର କେବଳ..
କିଏ କହେ ପ୍ରେମ କଲେ ସହିବାକୁ ପଡେ ଅନେକ କଥା
ଆଉ କେ କହେ ପ୍ରେମ ନଥିଲେ ଫାଙ୍କା ଏ ଜୀବନ ରାସ୍ତା.....
ପ୍ରେମର ମାନେ ନୁହେଁ ତୁମେ ଧନ ମୋହରି ପାଇଁ
ସଚ୍ଚା ପ୍ରେମ ସିଏ କରେ ସଦା ଦୁଃଖ କୁ ପିଇ ପିଇ..-
ହଁ ହଁ ତୁମେ ତ
ମତେ ଠିକ ଭାବେ
ବୁଝିଛ,,
ମୁଁ ସେହି ମଣିଷ
ଯିଏ କେବଳ
କଥା କହିବା
ଶିଖିଛି କାମ ରେ
କିନ୍ତୁ ପୁରା ଶୂନ......-
ସଂସ୍କାର ଏତେ ବି ଦାମୀ ନୁହେଁ ଯାହା ତୁମେ ଭାବୁଛ...
ସଂସ୍କାର ସଭିଙ୍କ ପାଖରେ ରହିବା ପାଇଁ ପସନ୍ଦ କରେ,,,,
କିନ୍ତୁ କିଏ ନିଜ ପାଖେ ରଖିପାରେ, ଆଉ କେ ରଖି ପାରେନା....
ହଁ ସଂସ୍କାର ତ ସିଏ,,,,,,,
ଯାହା ପାଖରେ ଅଛି ସେ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଏ,
ଆଉ ଯାହାର ନାହିଁ ନିଶ୍ଚୟ ଅଣଦେଖା ହୁଏ ଏ ସମାଜ ଆଖିରେ......-
ଏ ସ୍ୱାର୍ଥପର ଦୁନିଆରେ ତୁମେ ହିଁ ଲାଗିଲ ଅତି ନିଜର,
ତୁମ ସହ ଚାଲିବା ପାଇଁ ଚାହିଁଲା ଏ ପାଗେଳୀ ତୁମର..
ତୁମ ହସରେ ହସୁଥିଲା ଆଉ ଦୁଃଖରେ ହୁଏ ପୁଣି ଦୁଃଖୀ,
ଆଜି ଅନ୍ୟ କାହା ପାଇଁ ଏ ବାୟାଣୀକୁ ଦେଲ ଯେ ଠକି..
ଜଣେଇଦେଲ ତୁମେ ଏ ଦୁନିଆରେ କେହି ନୁହେଁ କାହାର,
ମୋ ବିଶ୍ୱାସ ରେ ମିଶାଇଦେଲ ତୁମେ ଅବିଶ୍ୱାସ ର ଜହର..
-
ମୁଁ ବି ପ୍ରତିଟି ମୋଡ଼ ରେ ଭାଙ୍ଗି
ଯାଇଥିବା ସେ ମଣିଷ ଙ୍କ
ରାହା ଶୁଣିଚି...
ଯେ ବେସାହାରା କୁ
ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି
ଆଉ ଲୁହ ରେ ଶୋଷ କୁ
ମେଣ୍ଟାଉଛନ୍ତି......
କିନ୍ତୁ...............
ମୁଁ ବି ଏମିତିକା ବାଟ ର ପଥିକ ଟିଏ,
ଯେ ଆଜି ପର୍ଯ୍ୟନ୍ତ ଅନ୍ୟ ର
ସାହାରା ରେ ଚାଲିବା ଶିଖିଛି,
ସେମାନଙ୍କର କଣ ଅବା
ସାହାରା ପାଲଟିବି................
-
ତୁମ କଥା କୁହା ଆଖି ମତେ ନେଲା ଯେ ଡାକି,,
ତୁମ ପାଖରେ ମୋର ଏ ଜୀବନ ଗଲା ଯେ ଲାଖି..-
ହଁ ଯେତେବେଳେ ତୁମ କଥା
ମନେପଡିଯାଏ ଓଠ ନୁହେଁ
ଏ ଦୁଇ ଆଖି ମୋର କିଛି
କଥା କହିଦିଏ,,,,
ଯେବେ ତୁମ ପାଖରେ ମୁଁ
ମୋ ନିଜକୁ ହଜାଇ ଦିଏ
କାହିଁକି କେଜାଣି ଆଉ
କିଛି ଦିନ ବଂଚିବାକୁ ଇଛା
ହୁଏ................-