ହେ ଚିନ୍ମୟୀ...
ସୁଢ଼ଳ ମନ ରେ, ଢ଼ାଳନ୍ତି ସଭିଏଁ, ଭକତି ର ପୁଷ୍ପାଞ୍ଜଳି ।
ସୁଜ୍ଞ ନୁହେଁ ମୁଇଁ, ତଥାପି କହିବି, ଏ ଅର୍ଘ୍ୟ ମୂଲ୍ୟବୋଧ କିଭଳି ।।
ହେ ଚିନ୍ମୟୀ...
ତୁମ ହତ୍ୟା ହୁଏ, ତୁମ ଶୋଷଣ ରେ, ଏ ମନ ଟିକେ ହୁଏ ଦୁଃଖୀ ।
ଛିନ୍ନମସ୍ତା ହୋଇ ରୁଣ୍ଡ କର ମୁଣ୍ଡ, କର ପାପୀ କୁ ରୁଦ୍ଧ, ହେ ରୁଧିର ମୁଖୀ ।।
ହେ ଚିନ୍ମୟୀ...
ତୁମ ଭାସ୍ବତୀ ରେ, ଭାସ୍ବର ହେଉ, ଅନ୍ଧାର ନିମଗ୍ନ ଧରିତ୍ରୀ ।
ନିବୃତ୍ତ ହୁଅନ୍ତୁ ପାପ ରୁ ସଭିଏଁ, ନିଭୃତ ନିବେଦନ, ହେ ଜଗଦ୍ଧାତ୍ରୀ ।।-
ଶରତ ସୁନ୍ଦରୀ
ଶରତ ସୁନ୍ଦରୀ ନୁହଁ ତୁ ଗୋ ବସନ୍ତ ଠୁ ଉଣା
ଶୁଭ୍ର ବସନା ଲାଜକୁଳୀ ଲତା ନବ ଯଉବନା
ଗଭାରେ ଲଗାଇ କାକୁଡି ଆଉ ଜହ୍ନି ଫୁଲ
ନୟନେ ଲଗାଇ ଘନ ଅଞ୍ଜନ ରଙ୍ଗଣୀ ଫୁଲ
ଓଠ ପାଖୁଡା ସାଜେ ନାଲି ଗୋଲାପ ସୁବାସ
ମନ୍ଦ ମୃଦୁଳ ସମୀରେ ଉଡେ ତୋର ଝିନ ବାସ
ନଈ ଧାରେ ଧାରେ ପାଉଁଜିର ଝଙ୍କାରେ,
କେତେ ଯେ କବିର ପ୍ରେରଣାଦାୟିନୀ ତୁ ଗୋ l
ଶ୍ୱେତ ବସନା ସ୍ମିତ ହାସ୍ୟ ଆନନରେ
ଦରଦୀ ପ୍ରେମିକର ମନ ଭୁଲା ଶୋଭା ତୁ ଗୋ l
ଗଭୀର ରାତ୍ରି ର ସଙ୍ଗୀ ମିଳନେ
ହେଉ ତୁ ଗୋ ଆନମନା
ଶେଫାଳି ଫୁଲର ଅତର ଲଗାଇ
ନିର୍ମଳ ଗଗନ ତଳେ ଚନ୍ଦ୍ର କିରଣେ
ପୂର୍ଣ୍ଣ ଇନ୍ଦୁ ପରି ଦିଶୁ ଅପରୂପା
ଦୂରେ ଶୁଭୁ ଥାଏ କୁଆଁରୀ ଗୀତ,
ସରି ସରି ଯାଏ ଯାମିନୀ ଆୟୁଷ,
ଉଷା ସଖି ପଚାରେ ରାତିର ଗୋପନ କଥା l
ଅଧର ରଙ୍ଗ ଆଖି କଜ୍ଵଳ କି ପାଇଁ ପଡିଛି ଫିକା l
କେମିତି ସ୍ନାତ କାକର ବିନ୍ଦୁରେ ଶୁଭ୍ର ପିନ୍ଧା ଝିନ ବାସ
ଲାଜକୁଳୀ ମୋର ଶରତ ପ୍ରେୟସୀ କିବା ଦେବ ଉତ୍ତର ?
ନିହାର
-
ନଈ ପଠାରେ କାଶତଣ୍ଡିର ନାଚ
ସତେ ଯେପରି ପ୍ରେମିକାର ମୁରୁକି ହସ
ସବୁଜ ରଙ୍ଗର ପ୍ରକୃତିର ବେଶ
ଯେମିତି ପ୍ରେମୀର ନିଜ ପ୍ରେମ ପାଇଁ ଭାସ
ଋତୁରାଜ ନହେଲେ ବି ସେ ଋତୁଟିଏ "ଶରତ" ।।
ଆକାଶରେ ଭସା ବାଦଲର ମେଲାଣି
ସତେ ଯେପରି ପ୍ରେମିକାର ନାଲି ଓଢଣୀ
ସଦ୍ୟ ସକାଳର ଟିକି କାକର ଟୋପା
ଯେମିତି ପ୍ରେମୀ ଧରିଛି ପ୍ରେମର ମୁକ୍ତା
ଋତୁରାଜ ନହେଲେ ବି ସେ ଋତୁଟିଏ "ଶରତ" ।।
ଶେଷରେ ଜଗଜ୍ଜନନୀଙ୍କ ହୁଏ ଆଗମନ
ଚିରଦିନ ହେଲା ରହିଆସିଛି ପ୍ରେମ ଏକ ପବିତ୍ର ବନ୍ଧନ
ହିମକୁ ନିମନ୍ତ୍ରଣ କରି ଫେରିଯାଏ ଶରତ
ଯେମିତି କିଛି ପ୍ରେମ ପାଇଁ ବିଚ୍ଛେଦ ନିଶ୍ଚିତ ।।
ଋତୁରାଜ ନହେଲେ ବି ସେ ଋତୁଟିଏ "ଶରତ" ।।
-
ମନ୍ଦ ସମୀରଣ ବହୁଛି ଏକାଳେ
କେଡେ ସୁରମ୍ୟ ସେ ନଦୀର ପଠା।
ସହସ୍ର ସୁନ୍ଦରୀ ଶୁଭ୍ର ପରିହିତା
ବଡ଼ ଅଭୁଲା ଏ ଶରତ ଗାଥା।।-
ଧବଳ ଧରଣୀ ନୀଳିମା ଆକାଶ
କାଶତଣ୍ଡି ସଙ୍ଗେ ଶେଫାଳୀର ବାସ
କର ପଲ୍ଲବରେ ସଜାଇ ନିହାର
ସ୍ୱାଗତିକା ଗାଏ ଋତୁ ଶରତର।
ଜଗତ ଜନନୀ ମର୍ତ୍ତ୍ୟକୁ ଓହ୍ଲାନ୍ତି
କରିବାକୁ ପାପୀନାଶ।-
ଖଞ୍ଜା ଅଭିମାନ ସବୁ ଚାଳତଳେ ଥରି ଉଠନ୍ତି
ଯେବେ ଆନ୍ଦୋଳନର ବାଆ ବହିଯାଏ।
ହଁ, ସମର୍ପିବା ଜୀବନଟାକୁ ସେଇ କାମରେ
ବିମୂର୍ତ୍ତକୁ ମୂର୍ତ୍ତ କରିବାରେ, କିଛି କମ୍ କଥା ନୁହେଁ।
ସହସ୍ର ରାତିର ସୁକୁମାର ସ୍ଵପ୍ନ
ବାସ୍ନାୟିତ ଶେଫାଳି ପଥେ କାଶଫୁଲ ବଣକୁ ବାଟ
ବାସ୍ ଆଣିବାକୁ ସେହି ନଦୀପଠାରୁ ଆଞ୍ଜୁଳାଏ ମାଟି,
ଚିନ୍ତାମଗ୍ନ ଯାତ୍ରାଟିଏ ଘାସ ବଣ ଆଡ଼କୁ
ଯୋଗାଡ଼ିବାକୁ ଧ୍ୟାନମୂର୍ତ୍ତିକୁ ରୂପମୂର୍ତ୍ତିରେ ଆଣିବାକୁ
ଶୁଖିଲା ଘାସ, ଗୋଟିଏ ଢାଞ୍ଚା, ସେ ଅବୋଲକରା
ଆବେଗ ଆଗେ ହେବ ପେଟ ପାଟଣା ଆଉ ମାଟିକୁ
ହାତର ଛୁଆଁ ଦେଇ ଚିନ୍ମୟୀ ଗଢ଼ି ତୋଳିବାକୁ
- ଏଇ ଦୁଇ କଥାଙ୍କ ଭିତରେ ସଂଘର୍ଷ।
ଦେଖିଲେ ଭୂମଣ୍ଡଳେ ଏହି ମୂର୍ତ୍ତରୁ - ବିମୂର୍ତ୍ତର
ପୁନଶ୍ଚ ବିମୂର୍ତ୍ତରୁ ମୂର୍ତ୍ତ ସାଜିବାର ଖେଳା ଚାଲେ।
କୋହର ସାଇତା ମଣିଙ୍କୁ କେବେ ଢାଳି ଦିଆଯାଏ
କେବେ ପୁଣି ବାଷ୍ପ କରି ପବନ ପିଇଯାଏ।
ଆଚ୍ଛା, ଢାଳିଦେଲେ ବି ଦେଖା କି ସବୁବେଳେ ଯାଏ,
ସେ ଲୋତକ ମଣିକୁ ପାନ କରିନିଏ ଓଠ,
ତଥାପି ଗୋଟିଏ ତୃପ୍ତି ଦରକାର ମାନବର
ଉଭାନ କରିଦେବାରେ ଏବଂ ପ୍ରକାଶ କରିବାରେ..।
କୋଣାର୍କ ହେଲା ମୂର୍ତ୍ତ, ତା ପଛର ଏତେ କାରୀଗରଙ୍କ
କୋହ, ମୋହ, ମାୟା ସବୁ କିଛି ରହିଗଲା କି ବିମୂର୍ତ୍ତ..
ସେ ଯାହା ହେଉ, ଓଁକାରରେ ଓଲଟା ପ୍ରାଣ ହଂସ ଥାଉ
ତୁମେ ଚାହିଁଲେ ତାକୁ ଜାଣିପାରିବ, ହଁ ମୂର୍ତ୍ତରେ
ବିମୂର୍ତ୍ତର ସନ୍ଧାନ ପାଇ ପାରିବ..।
ଯେବେ ଦେହମନ୍ତ୍ର ନୀରସ ଲାଗିବ, ଟିକିଏ ଅନେଇବ
ମୂର୍ତ୍ତ ମୃଣ୍ମୟୀ ଭିତରେ ବିମୂର୍ତ୍ତ ଚିନ୍ମୟୀ
ଆହୁରି ବିମୂର୍ତ୍ତ ଅନେକ କିଛି
ଚାହିଁଲେ ଅଣ୍ଡାଳି ପାରିବ..।-
ଶରତ ଆସିଛି,
ମୋ ଗାଁ ହସୁଛି,
ହସେ ପୁଣି ଗାଆଁ ନଈ..
ଶ୍ୱେତ ଶାଢ଼ୀ ପିନ୍ଧି
କାଶତଣ୍ଡୀ ହସେ,
ଆନନ୍ଦେ ଅଧୀର ହୋଇ...
ଶରତ ଆକାଶ
କେଡେ ତୋଫା ଦିଶେ,
ସତେ କୀ ନୀଳ ସାଗର,
ପ୍ରକୃତି ସାଜିଛି ୠତୁମତୀ ରାଣୀ,
ଆହା କେଡେ ମନୋହର...
ଶରତ ସନ୍ଧ୍ୟାରେ
ଜହ୍ନ ବି ଖେଳୁଛି,
ତା ଚୁନା ଚୁନା ଜ୍ୟୋତ୍ସ୍ନା ଛିଂଚି,
ଚକୋର ଚକୋରି ପ୍ରେମସିକ୍ତ ହୋଇ,
ପ୍ରୀତି ଗପ କରୁଛନ୍ତି...
ପାର୍ବଣ ର ଋତୁ
ଶରତ ସାଜିଛି,
ବିଂଚିଦେଇ ତାର ଆଭା,
ଆଶୀର୍ବାଦ ଦେବାପାଇଁ ଧରା କୁ ଆସିଛି,
ମହିଷାମର୍ଦ୍ଧିନୀ ମା ଦୁର୍ଗା...
ଚତୁର୍ଦିଗ ଆଜି
ଉଛୁଳି ଉଠୁଚି,
ଶରତ ର ମଧୁ ସ୍ପର୍ଶ ରେ,
ଆଶା ର ଆଲୋକ ନୂଆ ଉନ୍ମାଦନା,
ଭରିଛି ସବୁରି ମନରେ.....
-
ଶରତ ସକାଳ ଶୀତୁଆ ମଳୟ
ଥିରି ଥିରି ବହି ଯାଏ
ଶୁଭ୍ର କାଶତଣ୍ଡି ଡାଳଚ୍ୟୁତ ହେଇ
ଆନନ୍ଦେ ବିଭୋର ହୁଏ,
ବରଷକେ ଥରେ ଆସିବେ ଜନନୀ
ଦୁଃଖ ସୁଖ ବୁଝି ଯିବେ
ଭାବନାରେ ଏଇ ମୂର୍ତ୍ତିକାର ହାତେ
ମାଟି ପିଣ୍ଡୁଳାଟି ଶୋଭେ,
ନିର୍ମଳ ଏ ଶୋଭା ଶରତ କାଳର
ସୁସଜ୍ଜିତ ଢଙ୍ଗେ ଧରା
ଦେଖି ଆତ୍ମା ତୃପ୍ତ ପ୍ରକୃତି ଜନନୀ
ନଈ ପାହାଡ଼ାଦି ଘେରା।।-
ତୁମେ କେମିତିକା ଋତୁ !
ତୁମ ପାଖେ ଅଛି ଖାଲି ଆବେଗ ର ପ୍ରେମ ବାସ୍ନା
ଯେଉଁ ଆଡେ ଚାହୁଁଛି ମୁଁ
ଦିଶିଯାଏ ମତେ ଖାଲି ତୁମ ଯୌବନର ଜ୍ୟୋତ୍ସ୍ନା ।
ସୁକୁମାରୀ ପୁଷ୍ପ ରାଜି
ପାହାନ୍ତି କାକରେ ନିତି ସାନନ୍ଦେ ଭିଜାନ୍ତି କାନ୍ତି
ନିର୍ମଳ ଆକାଶ ରାତି
ମିଞ୍ଜି ମିଞ୍ଜି ତାରା ବତୀ ଜହ୍ନାଲୋକ ଦିଏ ଶାନ୍ତି ।
ଋତୁରାଣୀ ନ ହେଲେ ବି
ତୁମେ ଅନିନ୍ଦ୍ୟ ରୂପବତୀ ଲାଗ ଚିର ହରିତ
ତୁମ ନାମଟି ପୁରୁଷ ସିନା
ବାସ୍ତବରେ ନାରୀ ତୁମେ ସୁନ୍ଦରୀ "ଶରତ" ।
-
କାଶତଣ୍ଡୀ ଫୁଲ ଦିଶଇ ଚତୁର୍ଦ୍ଦିଗ
ଆସିଛି ବୋଲି ଶରତ
ମାଆଙ୍କ ଆଗମନ ପାଇଁ
ଧରା କରୁଛି ଭବ୍ୟ ସ୍ଵାଗତ
ମେଘମାଳା ମାଗିଲେଣି ମେଲାଣି
ଯୋଡ଼ି ବେନି କର
ଚତୁର୍ଦ୍ଦିଗ ହେବ ନିର୍ମଳ
ସଜେଇ ହେବ ଏ ସଂସାର
ସଵୁଜ ଧାନ କ୍ଷେତ
ଦିଶଇ ଭାରି ସୁନ୍ଦର
କାଚ କେନ୍ଦୁ ପରି ଚକଚକ କରଇ
ପୁଷ୍କରିଣୀର ଜଳ
ଆସିବେ ବୋଲି ମାଆ
ଚତୁର୍ଦ୍ଦିଗେ ହେଲାଣି ପ୍ରଚାର
ମାଆ ହୋଇବେ ସାହା
ଏ ଦୁଃଖୀଜନର-