ଜୀବନ ରୂପି ଆକାଶ ତଳେ
ରେଣୁ ଗୋଟାଇ ତଟ ସଜାଡି
କାନ୍ଭାସ ଧରି ଚାଲୁଥିବା ମୁଁ' ପଥିକଟିଏ,
ମୋ ଆଦି ଅଛି
ଅନ୍ତ ବି ସୁନିଶ୍ଚିନ୍ତ,
କିନ୍ତୁ ମୋ ଇଚ୍ଛା ଅମୃତର ଭଣ୍ଡାର,
ସେଥିପାଇଁ ତ ଚାଲିଛି ମୋ କଲମର ମୁନ,
ମୁଁ ଝଡି ପଡିଲେ
ସେ ହିଁ ତ ମତେ କାନ୍ଧ ଦେବ,
ଜୁଇ ଯାଏଁ ତ ସଖା ସହୋଦର,
କିନ୍ତୁ ସେ ପରା ମୋ ବିଶେଷ ମିତ୍ର,
ମୋ ସହ ଯିବନି
କି ସେ' ମୋ ସହ ଆସି ବି ନଥିଲା,
କିନ୍ତୁ ତା ପାଇଁ ମୁଁ ଅମର,
ମୃତ୍ୟୁ ପରେ ବି ମୁଁ ଜୀବନ୍ତ,
କାହିଁକିନା ସେ ସାଇତି ରଖିବ ମୋ ପରିଚୟ..
-