Bairagi Charan Naik   (ràág✍🏻)
547 Followers · 22 Following

read more
Joined 3 May 2020


read more
Joined 3 May 2020
13 MAR 2021 AT 17:28

ଚାହୁଁଛି ଚାହିଁବି କହୁଛି କହିବି
ମୁଁ ତୁମକୁ ଭଲପାଏ
ଦୁଇଦିନ ପାଇଁ ନୁହେଁ ମୋର ପ୍ରେମ
ଥିବ ଜୀଇଁ ଥିବା ଯାଏ ।
ସବୁଦିନ ଭଲ ପାଉଛି ମୁଁ ସତ
ଆଜି ଖାସ୍ ଟିକେ ଅଧିକ
ଦ୍ଵିଗୁଣ ପ୍ରେମର ସମ୍ଭାର ଆଣିଛି
ତୁମପାଇଁ ତୁମ ପ୍ରେମିକ ।
ଇଚ୍ଛା ତ ହେଉଛି ଆଜିର ଦିନକୁ
କରିଦେବି ତୁମ ନାଆଁରେ
ଅଜାଡ଼ି ଦେବି ମୁଁ ଅସରା ପ୍ରେମକୁ
ଯାହା ବିରଳ ଏ ଦୁନିଆରେ ।
ଗଭୀର ହୃଦୟେ ଅମାପ ପ୍ରେମ ତ
କେବଳ ତୁମରି ପାଇଁ
ତୁମ ଛଡ଼ା ଆଉ କାହାକୁ ଜୀବନେ
ଆସିବାକୁ ଦେବି ନାହିଁ ।

-


11 MAR 2021 AT 6:36

ନୀଳକଣ୍ଠେଶ୍ଵର ମହାଦେବ ପ୍ରଭୁ
ଜଟାଧାରୀ ପଶୁପତି
ସ୍ବାର୍ଥ ନେଇ ପୁଣି ଆସିଛି ଏସନ
ଭୋଗ ଧରି ତୁମ କତି ।
ଗତ ବର୍ଷ ଯାହା ମାନସିକ ଥିଲା
ଏଯାଏ ପୂରଣ ହେଇନି
କୋଟିଏ ଭକ୍ତଙ୍କ ଭିଡ଼ରେ ମୋ ସ୍ବର
ତୁମ କାନେ କିବା ବାଜୁନି ।
ଅଭିମାନ ଛାଡି ନୂଆ ଆଶା ନେଇ
ପୁଣି ମୁଁ ଆସିଛି ଧାଇଁ
ନିର୍ଜଳ ଉପବାସ କରିଛି ହେ ପ୍ରଭୁ!
ପ୍ରସନ୍ନ କରିବା ପାଇଁ ।
ସ୍ବାଦିଷ୍ଟ ଭୋଜନ ଦେଖି ମୋ ନୟନେ
ଭୁଞ୍ଜିବାକୁ ଚାହୁଁଥିଲି
ନିର୍ଜଳ ଉପବାସ କଥା ହେଜ କରି
ମନ ମାରି ଶୋଇଗଲି ।
ହେ ତ୍ରିଲୋଚନ ପାର୍ବତୀଙ୍କ ପ୍ରାଣ
ଦେବ ଦେବ ମହାଦେବ
ଦେବ ଦେବ ଭାବି ନିରାଶ ହେଉଛି
କେବେ ଆଉ କୁହ ଦେବ ?

(ଅନୁଶୀର୍ଷକରେ ସମ୍ପୂର୍ଣ୍ଣ କବିତା)

-


6 JAN 2021 AT 16:11

କେତେ ଅବିବେକୀ କେତେ ଯେ ନିଷ୍ଠୁର
ମଣିଷ ନା ତୁମେ ପଥର
ଭାଙ୍ଗି ଦେଉଅଛ ସ୍ବପ୍ନର ସହର
ତୁମ ଅଲିଅଳି ଝିଅର ।
ମୁଁ ସିନା ଅଚିହ୍ନା ଅଜଣା ଚରିତ୍ର
ତୁମ ଝିଅକୁ ତ ଚିହ୍ନିଛ
ହୃଦୟର କଥା ପଢ଼ିସାରି ତୁମେ
କାହିଁକି ନିଷ୍ଠୁର ହେଉଛ ।
ଝିଅକୁ ତ ଥରେ ପ୍ରଶ୍ନ କରି ଦେଖ
କାହାକୁ ସେ ଭଲ ପାଉଛି
ଶୁଣେଇବ ପରେ ତୁମର ନିଷ୍ପତ୍ତି
ପଚାର ସେ କ'ଣ ଚାହୁଁଛି !

(ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକରେ)
👇👇👇👇👇👇👇👇

-


12 OCT 2020 AT 12:15

ଦୋହଲାଏ ହେମାଳ ପବନ
ଥରାଇ‌ ଦିଏ କ୍ଳାନ୍ତ ଶୁଷ୍କ ଯୌବନ,
ଯିଏ ଦିନେ ଭରପୁର ଲାଗୁଥିଲା
ସେ ଚଢେ ଆଜି ବାର୍ଦ୍ଧକ୍ୟର ସୋପାନ ।

ପୁଳାଏ ମାଂସ ଚର୍ମର ଆବରଣ
କରୁଥିଲା ଅବିରତ ଆକର୍ଷଣ,
ସେଇ ସ୍ମୃତି ଆଜି ଝରେ ଲୁହ ହୋଇ
କରି ଦିଏ ପ୍ରକୃତିକୁ ସମର୍ପଣ ।

-


15 SEP 2020 AT 9:20

କଳ୍ପ ତରୁ ଡାଳେ ବାନ୍ଧି ନାଲି ଶଙ୍ଖା
ମାଗୁଥିବା ମନ ମାନସୀ
ତୁମ ଦର୍ଶନରେ ମାନସୀକୁ ଭୁଲି
ତୁମ ପ୍ରେମ ଥାଏ ମନାସି ।
ଚାରିଯୁଗ ଧରି ତୁମକୁ ବିଧାତା
ବୋଧେ ଛୁଟି ନେଇ ଗଢ଼ିଛନ୍ତି
ସବୁ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟକୁ ନେଇ
ତୁମ ଦେହେ ଢାଳିଛନ୍ତି ।
ପରୀ ଅପସରୀ କାହାଣୀ ଶୁଣିଛି
ବହୁତ ସୁନ୍ଦର ବୋଲି
ତୁମକୁ ଦେଖିଲେ ଲାଗୁଛି ସତେକି
ସ୍ଵର୍ଗରୁ ଆସିଛ ଚାଲି ।
ପୃଥିବୀ ପୃଷ୍ଠରେ ଏମିତି ସୁନ୍ଦରୀ
ଜନ୍ମ ହୋଇ ନଥିବେ କେହି
ଯାହାକୁ ତୁଳନା କରିହେବ ଥରେ
ତୁମ ସହ ତାକୁ ନେଇ ।

-


6 SEP 2020 AT 6:37

ନିରୋଳାରେ ବସି,
ତୁମ କଥା ଭାବି ଏକା ଏକା ହସିବା
ଏହା କି ମୋର ପାଗଳାମି !
ଆକାଶକୁ ଚାହିଁ,
ତୁମକୁ ଜହ୍ନ ସହ ତୁଳନା କରିବା
ଏ କି ମୋର ପିଲାଳିଆମି !

ତୁମ ଆଖିରେ ଲୁହ ଦେଖିଲେ
ଏ ହୃଦୟକୁ ଆଘାତ ଲାଗୁଛି..
ଟାଙ୍ଗରା ମନତଳେ ତୁମ ପ୍ରତି
କୋମଳ ଉଦ୍ୟାନଟେ ତୋଳିଛି..
ବାସ୍ତବରେ ଏହା କ'ଣ !
ପ୍ରେମ ନା ଆକର୍ଷଣ ?

-


21 AUG 2020 AT 7:01

ଜାଣେନା ଆଉ କେତେ ଦିନ
ଏ ବର୍ଷା ଆଉ ବର୍ଷିବ ?
ଆକାଶ ଛାତିରୁ କେତେ ଆଉ
ଅବିରତ ଝରୁଥିବ ।
ହେଲେ ଜଣାଅଛି କେବେ ଦିନେ
ମେଘମୁକ୍ତ ହେଇଯିବ
ଆକାଶ ଛାତିରୁ ମେଘ ପୋଛି
ମୁରୁକି ରବି ହସିବ ।
ଏ ତନୁ ମହାସାଗରରେ
ଯୌବନର ଲଘୁଚାପ
ପ୍ରେମବର୍ଷା କରେ କବିତାରେ
ଛାଡିଯାଏ ପ୍ରୀତି ଛାପ ।
ବୟସ ଜୁଆର ଅଶାନ୍ତ ହୁଏ
ଲଙ୍ଘିବାକୁ ଥରେ କୂଳ
ଡରଲାଗେ କାଳେ ବନ୍ୟା ହେବ
ଜଳାଧୀନ ହେବ ସ୍ଥଳ ।

-


11 AUG 2020 AT 7:08

ତୁମକୁ ଦେଖିଲା ପରେ ମୋ
ଛାତିତଳେ ବନ୍ୟା ହେଲା
ଟାଙ୍ଗରା ହୃଦୟ ପଠାରେ
ବାଲିଚର ଜମି ଗଲା ।
କାଳକ୍ରମେ ସେ ବାଲିଚରେ
ତୁମ ସ୍ନେହ ଶ୍ରଦ୍ଧା ଜମି
ପ୍ରେମର ଚାରା ବୁଣିବାକୁ
ହୋଇଲା ଉତ୍କୃଷ୍ଟ ଭୂମି ।
ତୁମ ଅଧର ଧାରେ ହସ
ପ୍ରେମ-ବୀଜ ଦେଲା ପୋତି
ତୁମ ଦୁଃଖେ ମୋ ଲୁହରେ
ହୃଦୟ ଟା ଗଲା ତିନ୍ତି ।
ତୁମ ଦର୍ଶନରେ ହେଲା
ପ୍ରେମ-ବୀଜ ଅଙ୍କୁରିତ
ଦେଖୁ ଦେଖୁ ମହାବୃକ୍ଷ ହୋଇ
ସ୍ବପ୍ନେ ହେଲା ଆଚ୍ଛାଦିତ ।

-


11 JUL 2020 AT 5:51

ହୃଦୟ କୋଣରୁ ମୋତେ କାଢିଦେଇ
ଯେଉଁଠି ତୁମେ ଫିଙ୍ଗି ଦେଇଥିଲ
ସେଇଠି ସେମିତି ମୁଁ ନୀରବରେ ଥିଲି
ହେଲେ ତୁମେ ଦୂରେ ଚାଲି ଗଲ ।
ଜଣାନାହିଁ କେତେ ବର୍ଷ ବିତିଗଲାଣି
ତୁମ ଫେରିବାକୁ ଅପେକ୍ଷା କରି
ହେଲେ ଜାଣିଥିଲି ଦିନେ ଫେରିବ
ତୁମ ଭୁଲ୍ ର ଅନୁତାପ କରି ।
ଆଉ ଦେଖ,ତୁମେ ଫେରିଛ ସେ ସ୍ଥାନକୁ
ଯେଉଁଠି ମତେ ଫିଙ୍ଗି ଦେଇଥିଲ
ଯାହା ହେଲା ବହୁତ ଭଲ ହେଲା
ତୁମେ,ପ୍ରେମର ମାନେ ତ ବୁଝିଗଲ !

-


26 JUN 2020 AT 10:05

ଯିଏ ନିଜ ଭାଷା ଆଉ ସାହିତ୍ୟକୁ
ଦୃଷ୍ଟି ଦିଏ ନାହିଁ ଥରେ
ଲଗାମ ବିହୀନ ଘୋଡ଼ା ସେ ଚଢେ
ଭାବେ, କ'ଣ ହେବ ତାପରେ ।

-


Fetching Bairagi Charan Naik Quotes