ଲୋକ ଦେଖାଣିଆ ଧର୍ମ
ମନ ମତାଣିଆ ବିଜ୍ଞାନ
ଆଜିର ଜୀବନକୁ କରେ ବିପନ୍ନ।
ଅସଲ ଧର୍ମର ତତ୍ତ୍ୱ
ପ୍ରକୃତ ବିଜ୍ଞାନର ମହତ୍ତ୍ଵ
ବୁଝେ ନାହିଁ କେଉଁ ଜନ।-
📖-ସଂସାର,ଜୀବନ, ଅନୁଭବ, ଅନୁଭୂତି ଆଉ କିଛି କଳ୍ପନା ! ଯେ... read more
ତୁମେ ଉଁଇ ଆସ
ଛୁଇଁ ଯାଅ
ଶରୀର ତତ୍ତ୍ୱକୁ ଭେଦ କରି,
ମୁଁ ସହି ଯାଏ
ନଇଁ ଯାଏ
ତୁମରି ଆଶ୍ରାରେ ଆଶା ଭରି।-
ଉଦୟ ଭାନୁର ଆଭାରେ
ଏବେ ଚ୍ଚଇତର ଚିତ୍କାର
ବିଷମ ଗ୍ରୀଷ୍ମର ଶୁଭାରମ୍ଭ
ଏ ଭିତରେ ତୁମ ଅଛୁଆଁ ପଣରେ
ମୁଁ ଖୁବ ବତୁରୁଛି।
ଫାଲଗୁନର ଫୈସାଲା
କେବଳ ତୁମ ହାତରେ
ରଙ୍ଗରେ ଭିଜେଇବ
କି ନିଦାଘରେ ହଜେଇବ
ପ୍ରତିକ୍ଷଣେ ମୁଁ ତୁମ ଅନ୍ବେଷଣ ପଥେ !-
ଆଜି ଲମ୍ବା କାହାଣୀକୁ
ତୁମ ଓଠ ଛୁଇଁଛି
ଭାବି ଥିଲି ବହୁତ କିଛି ଶୁଣେଇବ
ହେଲେ ପଦିଏ କଥାରେ ଅଟକି ଗଲ ଯେ
ଆଜି ଯାଏ ସେ ପୂର୍ଣ୍ଣଛେଦ ଲିଭୁନି
କି ତୁମ ଅଭିମାନ ଥମୁନି
ତଥାପି ବି ସେ ବିଶ୍ୱାସର ଘାଟରେ
ମୁଁ ନିତି ମନ ପଖାଳେ
ଦେହ ସଜାଡେ
ଘର ବସାଏ
ଖାସ
ମୋ ଆଶାର ତପୋବନରେ
ତୁମେ ତପସ୍ବିନୀ ଟିଏ ବୋଲି।— % &-
କର୍ତ୍ତବ୍ୟର ଖୋରାକ
ଯୋଗାଇ ଯୋଗାଇ
ଶେଷରେ...
ସମୟ ପରି ନିର୍ବାକ
ଜୀବନ ପରି ହତବାକ
ହୋଇ ପଡିଥିବା
ମାଟିର ମଣିଷ ମୁଁ।
କେତେ ଆଉ କଷି ହେବି
ଲୁହ ଲହୁରେ
ନା ଆଜି ଆକାଶ ମୋର
ନା ସେ ମାଟି ମୋର
ମୁଁ ଜାଣିଛି ମୁଁ କାହାର
ସେ ମହା ଶୂନ୍ୟର
ମହା ଦୀପ ତଳେ
ମୁଁ ମୁଠାଏ
ନିରବ ଅନ୍ଧକାର !-
ଅଳସୀ ଦେହରେ ସେ
ସ୍ବପ୍ନ ଆୟୁଷର କଥା
କେବେ ଉତ୍ତୁରୀ ପଡି
ଗଙ୍ଗା ହୋଇ ପାପ ଧୁଏ
ନହେଲେ
ଜହ୍ନ ପରି କଳଙ୍କିତ ହୋଇ
ସବୁଦିନେ ମଥାରେ ରହେ !-
ପ୍ରେମ ଶସ୍ତା ହେଲେ
ଜୀବନ ବଳିପଡେ
ଆଉ ଜୀବନ ଶସ୍ତା ହେଲେ
ପ୍ରେମ ମିଳେଇ ଯାଏ
ଏମିତି ଏକ ଘଡିସନ୍ଦି ମୁହୁର୍ତ୍ତରେ
ସମ୍ପ୍ରତି ସମାଜ...!
ଫୁଲ ଫଗୁଣ
ବିରହ ମିଳନ
ପ୍ରେମ ପ୍ରଣୟ
ଏସବୁ ଏବେ ଅର୍ଥନୈତିକ ନିକିତିରେ
ଆଉ ପ୍ରକୃତି ! ହରଡ଼ ଘଣାରେ...!
ବାସ୍ତବତାର ମୂଳପିଣ୍ଡ ପାଖରେ
ଅବାସ୍ତବର କାରନାମା ଢେର ବେଶୀ
ତେଣୁ ଜଣାପଡେ ନାହିଁ
କିଏ ନିର୍ଭୁଲ କିଏ ଦୋଷୀ।।-
ଦିଅ ମୋତେ ଥରେ
ତୁମ ସୃଜନୀ ଛିଟା,
ମୁଁ ହେବି ତୁମର
କାବ୍ୟ କବିତା।
କେତେ ଦିନ ଆଉ
ଭାବନାରେ ଫୁଟି
ଅଭାବେ ଝଡିବ
ମନର ବ୍ଯଥା।
ଭାବନାରୁ ସିନା
ଶବ୍ଦର ଉତ୍ପତ୍ତି
ରୂପ ନ ପାଇଲେ
ସେ କି ସମ୍ପତ୍ତି,
ଶବ୍ଦ ଅଳଙ୍କାରେ ହେବ
ମୋ ରୂପର ଗାଥା,
ତେବେ ସିନା ଯାଇ ବଞ୍ଚିବ
କବୀର ସତ୍ତା।-
କାହିଁକି କେଜାଣି !!
ସ୍ବାର୍ଥ ନ ଥିଲେ
ଯେମିତି
ଜୀବନଟା ଭଲ ଲାଗେନା
ସେମିତି
କିଛି ଅର୍ଥ ନ ଥିଲେ ବି
ଏ ଶବ୍ଦ ଗୁଡାକ ଭାରି ଅଚିହ୍ନା।-
ଆଗରୁ ଶୁଣିଛି ମୁଁ !
ତୁମେ କବି ନହେଲେ ବି
କାଡେ,ଜଣେ ଭଲ ଶବ୍ଦ ଚାଷୀ।
ଅକଥାରେ କଥା ରଖି
ଅମାପକୁ ହୃଦେ ମାପି
କାଗଜ କଲମରେ ନିଅ ଶୋଷି।।-