कौन सा डोरी से बंध गई तुझ से
दूर रह कर भी पास आई
और ना छू कर भी छू गई
मन से दिल तक और दिल से
रूह तक तुम उतर ते गए
ए कैसा बंधन से बांध गए
जन्मों तक.....-
Pen name -Nihar.... The pure white dew drops.I love to compose p... read more
ତୁମେ ନାହଁ ବୋଲି ଦେଖ
ଆଜି ଶବ୍ଦ ସବୁ ପଳାତକ
ଭାବନା କଳ୍ପନା ସବୁ ଅବରୁଦ୍ଧ
ତୁମେ କୁହ କେମିତି ଆଉ ରଚିବି କବିତା
କେଉଁ ମୋହରେ କେଉଁ କୋହରେ
ମୁଁ ଏବେ ପ୍ରାୟ ନିର୍ଜୀବ ମନ୍ଦିରର ଭଗ୍ନ ଶୀଳା
ଆଉ କି ଅଛି ମୋ ଅନ୍ତରେ
ସେ ସାଗରର ଉଦ୍ଧାମତା
ସେ ଆକାଶର ଗାଢ଼ ନୀଳିମା
ମୁଁ ଏବେ ମରୁଭୂମିର ଵିସ୍ତୀର୍ଣ୍ଣ ବାଲୁକାମୟ କୁହେଳିକା
ହେ ପଥିକ ଫେରି ଯାଅ ଫେରି ଯାଅ
ଶ୍ରାବଣ ଏବେ ବନ୍ଦି
ଫଗୁଣ ଏବେ ମୃତ
-
ପ୍ରେମ କେବେ ଠୁ ସମାଧିସ୍ଥ ହେଲାଣି
ଗଭୀର ଭୂଇଁର ପରସ୍ତ ପରସ୍ତ ନିଶ୍ଵାସ ତଳେ
ଆଉ ଖୋଜନି ମୋତେ ସେ ପ୍ରତିଶୃତିର ଦ୍ୱାହି ଦେଇ
ମୁଁ ବି ଆଉ କେଉଁ ନିଶ୍ୱାସ ନେଇ ପାରୁଛି
ଅଣନିଶ୍ୱାସୀ ପୃଥିବୀରେ.....
ଭାବନା, କଳ୍ପନା, ସ୍ବପ୍ନ, ଇଛା ସବୁ ପଳାତକ ସାଜିଛି
ପ୍ରତୀକ୍ଷାର ଅନ୍ତ ଆଉ ହେବନି
ଆଉ ଥରେ ଜନ୍ମ ନ ନେବା ଯାଏ
ଏବେ ଆଉ ସମୟ ବି ନାହିଁ ଆଉ କିଛି କହିବାକୁ
ପୁଣି ଯେବେ ମେଘ ଆସିବ
ପୁଣି ଯେବେ ମଳୟ ବହିବ
ପୁଣି ଯେବେ ଫୁଲ ଫୁଟିବ
କାଳେ ଇଛା ହେବ ସ୍ମୃତି ଚାରଣ ପାଇଁ
ପୁଣି ଥରେ ପୁରୁଣା କବର ଖୋଲି
ହସିବା କାନ୍ଦିବା ଅନ୍ତହୀନ ଆକାଶ ଯାଏ....-
বুকের পাখি উড়ে
তোমার ভালোবাসার
অন্তহীন আকাশে
তুমি কি জানোনা
তুমি ছাড়া আমার কোনো
স্বপ্ন নেই কোনো পৃথিবী নেই
তবে কেন এতো দূরে?
ফিরে এসো এবার জীবনের রঙ নিয়ে
শুধু তোমার আমার প্রেমের তরঙ্গ নিয়ে।
-