Alok Nanda   (Alok Nanda)
1.8k Followers · 383 Following

read more
Joined 17 March 2018


read more
Joined 17 March 2018
19 APR AT 8:36


ପରିଧି ଭିତରେ,
ତୁମେ ମନେ ପଡ..

ହଁ... ତୁମେ ମନେ ପଡ..
ପାହାନ୍ତି ପବନରେ,
ମହକୁଥିବା ମଧୁମାଳତିରେ..
ଅବା ସେଇ,
ଏକାନ୍ତ ସକାଳ ରାସ୍ତା ର ଶୂନ୍ୟପଣରେ ..

-


6 APR AT 15:55


ଏ ସମୟ.. ଭାରି ନିଷ୍ଠୁର ।
ସୁଖର ଛୋଟ ଝରଣା ଟେ ପାଇଁ,
ଦୁଃଖର ବଡ ପାହାଡ ଟେ ବି ଥାଏ ।
ଆଉ ଦୁଃଖ ଆସିଲେ, ଲୁହ ବି ଆସେ ।
କିଛି ଲୁହ, ବହିଯାଏ..
ନଦୀର ଧାରାରେ ।
କିଛି ଲୁହ, ଲୁଚିଯାଏ..
ଆଖି ପରଦା ଭିତରେ ।
ତୁମେ କଣ ଦେଖୁଛ..?
ଜଳୁନଥିବା ଲଣ୍ଠନର, ଏ ଅନ୍ଧାରପଣ..?
ନା ଆଲୋକର, ଅନ୍ଧାରି ନିର୍ବାଣ..?
ଏଇତ ଜୀବନ ।
କେବେ ଜଳୁଥାଏ..
କେବେ ତୈଳ ତ.. କେବେ ସଳିତା ନଥାଏ ।
କାନ୍ଥର ସ୍ମୃତିକୁ,
ଯାହା ଅଳନ୍ଦୁ.. ଘୋଡାଇ ରଖେ ।
ଭାରି ଜିଦ୍ ଖୋର.. ଏଇ ଅଳନ୍ଦୁ ।
ପୋଛିଦେଲେ ବି,
କିଛି ସ୍ମୃତି.. ମଳିନ ରହିଯାଏ ।

-


4 DEC 2023 AT 1:02


When you have
two or three days of work
for your personal life
and life negotiate with you
to grant just one day..
that day is Sunday.. ☺

-


1 OCT 2023 AT 0:39


ଆଜି କେଇ ବର୍ଷ ପରେ ପୁଣି ଦିଶିଗଲା ।
ଏଇ ଷ୍ଟେସନରୁ ବାହାରୁ ବାହାରୁ ଯୋଉ ମନ୍ଦିର...!?
ହଁ.. ସେଇ ମନ୍ଦିରରେ ।
ସେଇ ନିରୀହ ଚେହେରା ।
ଆଖି ବନ୍ଦ । ଓଠରୁ କିଛି ଫୁସଫୁସ ଶବ୍ଦ ।
ହଁ.. ଏତିକି ମୁଁ ଜାଣେ.. ଏ ଶବ୍ଦ ମୋ ପାଇଁ ନୁହେଁ ।
ମୋ ଛାତିର ସ୍ପନ୍ଦନ ଟା କାଇଁ ବଢ଼ି ଗଲା କେଜାଣି..?
ମନକୁ ବହୁ କଷ୍ଟରେ ବୁଝେଇଲି ।
ଜୀବନ ଟା ତା'ର ଖୁସିରେ କଟୁ ।
ମୋ କଥା..? ଆଉ କଣ କହିବି..
ଲାଗୁଛି ଆଜି ଦିନଟା.. ଅଣନିଶ୍ୱାସୀ ଲାଗିବ ।

-


22 JUL 2023 AT 7:30

ରେ
ନିଜକୁ ହଜେଇ ମୁଁ ଠିକଣା ଖୋଜୁଛି,
ସେଇ ଭାଙ୍ଗି ଯାଇଥିବା ସ୍ୱପ୍ନର ଠିକଣା ମ ।
ସନ୍ଧ୍ୟା ପରେ ତ ରାତି..!
ବେଳ ଥାଉ ଥାଉ କିଛି ଚିହ୍ନା ଆଲୁଅ ଦେଖା ଦେବେ
କି ମଝି ନଈରେ, ଏକ ନାଉରି ବିହୀନ ନୌକାରେ
ଏ ମନ ଜୀବନ ବିଲୀନ ହେବ, ମୁଁ ଜାଣେନା ।
ତଥାପି କିଛି ଅଚିହ୍ନା କୁ ଚିହ୍ନା କରିବାକୁ ହେବ ।
କିଛି ଚିହ୍ନା ଅଚିହ୍ନା ସାଜିବେ ।
ଅନ୍ଧାରରେ ମୋ ଲୁହ ନ ଦିଶୁ ।
ରେ ମନ...ଦୀପ ଟିଏ ଜାଳେ ।
ଚିହ୍ନା ସକାଳକୁ ଅପେକ୍ଷା ରହୁ ।

-


30 MAY 2023 AT 18:55


ତୁମ ସ୍ପରଶ ରେ ହୁଏ ଉଜାଗର..
ସନ୍ତାପର କାୟା କରି ଯେ ହରଣ
ତୁମେ ଯେ ସାଜିଛ ସତେ ଯାଦୁଗର..

-


27 APR 2023 AT 2:01


ଏବେ ତୁ ଅନ୍ୟ ରାଜ୍ୟରେ ଥିବା ଏକ ମେଘ ମାଳିକା..
ଆଉ ମୁଁ ଏଠି ଶୁଖିଲା ମାଟିର ଏକ ସୁପ୍ତ ବାଟୀକା..

କିଛି ମେଘ ଏ ମାଟି ପାଇଁ ବଞ୍ଚାଇ ରଖିଥା..
ଯେବେ ବରଷିବୁ, ଏ ଦେହ ସହ ମନ ବି ଭିଜିବ,
ଏ କଥା ବି ଜାଣିଥା..

ଦେହର ଦୂରତାରେ, ମୋ ହୃଦୟର ନିବିଡ଼ତା
କେବେ ଭାଙ୍ଗିବ ନାହିଁ..
ସମୟ ଚକ୍ରରେ, ଫୁଲ ଫୁଟି ଝଡିଗଲେ ବି
ଏ ମହକ କେବେ ସରିବ ନାହିଁ..

-


20 APR 2023 AT 0:31


ଠିକ୍ ସେମିତି..
ଯେମିତି ଜୀବନ ଜଞ୍ଜାଳରୁ କିଛି କ୍ଷଣ ଅବକାଶ ନେଇ
କେବଳ ଜୀବନକୁ ଅନୁଭବ କରିବା..
ଏଇ ଯେମିତି ମୋ ଅଧରରେ ତୁମ ଅଙ୍ଗୁଳିର ସ୍ପର୍ଶ..
ଯେମିତି ଶିହରି ଯାଉଥିବା ମୋ ମନ..
ଏ ଗ୍ରୀଷ୍ମ ସନ୍ଧ୍ୟାରେ ଏ ମହକ
ଅଳ୍ପ ଅବଧି ପାଇଁ ହେଲେ ବି ସୁନ୍ଦର ।

-


19 APR 2023 AT 0:57


ଏ ବିପରୀତ ପବନ..
ତୁମ କାନ ପାଖକୁ ଯିବାକୁ ଦେଉନାହିଁ ।
ତୁମେ ଏ ପବନ ସଙ୍ଗେ ବହି ଆସ ନା..
ହୁଏତ କିଛି କଥା.. କିଛି ବ୍ୟଥା..
ଅପହଞ୍ଚ ରୁ ପହଞ୍ଚ ହେଇଯିବ ।

-


10 APR 2023 AT 1:01


କାହିଁକି ବା ନହେବ.. ?
ସ୍ୱଳ୍ପ ଅବଧି କଅଁଳ ଖରାରେ ବି,
ଜୀବନ ଯେବେ ଶୂନ୍ୟ ହୁଏ..
ଧୀର ପବନର ପାହାରରେ,
ସପନ ଯେବେ ଭଗ୍ନ ହୁଏ..
ଏ ଅଭିମାନ.. ତା ଅଧିକାର ନୁହେଁ କି..?

-


Fetching Alok Nanda Quotes