ଇଛିଲି ମୁଁ ଇଛାସ୍ମରି
ନିଜେ ହେଲି ନିଜର ଆକାଶ....-
ମୁଁ ଥିଲି ଅପନ୍ତରା ଜନଶୂନ୍ୟ କେଉଁ ଅରଣ୍ୟରେ
ଭେଟ ହେଲା ଅକସ୍ମାତ ଯଦି !
ବିଦାୟ କୁହନାହିଁ ଏ... read more
ଯାଅ !!
ଏବେ ଜିଇଁ ନିଅ
ତୁମ ପାଇଁ ଆପେକ୍ଷି ଥିବା ଦରଭଙ୍ଗା ଜୀବନକୁ
ମୁଁ କିନ୍ତୁ ଏଇଠି ବସି ଶୁଭ ମନାସୁ ଥିବି ତୁମ ପାଇଁ.....
ପୁନଶ୍ଚ ରାଧିକା...
ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକ ରେ-
ଯେବେ ତୁମ ସହ ଭେଟ ହେଲା
ମୁଁ ହଜିଗଲି
ଭାବନାର ବନାନୀ ଭିତରେ
ତୁମର ର ସେ କୁହୁକ ସ୍ପର୍ଶ
ମୋ ଆଙ୍ଗୁଳି ରେ ଭରିଦେଇଥିଲା
ଶହସ୍ର କମ୍ପନ
ବିବଶ କରିଥିଲା
ଶବ୍ଦ ର ମାଳା ଗୁନ୍ଥିବା ପାଇଁ
ଯାହାର ଶେଷ ପରିଣତି
ତୁମେ ଏବେ ମୋ କବିତାରେ
ଆଉ ମୁଁ !!!
କବିତା ପ୍ରେମରେ .....
-
ଦୂର ଚାନ୍ଦ ତୁମେ ରହିଚ ଦୂରରେ
ମୁଁ ପୋଖରୀ ପଙ୍କରେ ଭିଜେ
ନୀତି ସଞ୍ଜ ହେଲେ, ତୁମକୁ ଦେଖିଲେ
ମୋ ଆଖି ଲୁହରେ ଭିଜେ....
-
ମୁଁ ଅମା ଅନ୍ଧକାର ରାତି
ତୁମେ ପୂର୍ଣ୍ଣମୀ ର ଜହ୍ନ
ମୁଁ ବୈଶାଖୀ ର ଝାଂଜି
ତୁମେ ମଳୟ ପବନ,
ମୁଁ କାଚ ର କଣ୍ଢେଇ
ତୁମେ ହୀରା ର ଚମକ
ମୁଁ ବାସ ହୀନ ଫୁଲ
ତୁମେ ସେଫାଳି ମହକ,
ତୁମ ପ୍ରେମ ବିନା
ଅଧା ଅଧୁରା ଜୀବନ
ତୁମ ପ୍ରେମର ସ୍ପର୍ଶ ରେ
ମୁଁ ସହଜ ସମ୍ପୂର୍ଣ।
-
ତୁମ ସ୍ୱପ୍ନ ରେ ମୁଁ ଆତ୍ମହରା
ମୋ ସକାଳ ରୁ ସଞ୍ଜ ଯାଏଁ,
ତୁମ ଭାବନା ରେ ମୁଁ ବିଭୋର
ମୋ ଚେତନରୁ ଅବଚେତନ ଯାଏଁ...
ମୋ ପ୍ରତି କବିତାରେ ତୁମେ ଆସ
ପ୍ରେମଭରା ଶବ୍ଦ ହୋଇ,
ହୃଦୟ ସ୍ପନ୍ଦନେ ବାଜିଯାଅ ତୁମେ
ପୁଣି ମିଳନ ସଂଗୀତ ଗାଈ...
ମୁଦା ପଲକରେ ତୁମେ ଆସୁଥାଅ
ଗୋଧୂଳି ସଂଧ୍ୟାର ଛାୟା ଚିତ୍ର ଟିଏ ହୋଇ,
ତୁମେ ଆସ ନାହିଁ ସିନା ବାସ୍ତବରେ
ହେଲେ ନିତି ଆସ ତୁମେ ମନ ଆକାଶର
ନିବୁଜ କବାଟ ଫିଟେଇ...
ବଣମଲ୍ଲୀ ପରି ବସିଯାଅ ତୁମେ
ଚଉଦିଗ ଚହଟାଇ,
ମନେ ଆଣିଦିଅ କେତେ ଆଶାର ଜୁଆର
ଭାବନାରେ ବାସ୍ତବ ର ସଂଜ୍ଞା ନେଇ ...
ଅନ୍ତହୀନ ତୁମ ପ୍ରମର ରାଇଜେ
ନିତି ହଜିଯାଏ ମୁହିଁ,
ଯେବେ ଚାଲିଯାଅ ଦୂରେ ବହୁଦୂରେ
ସ୍ମୃତି ର ବୋଝକୁ ମୁଣ୍ଡେଇ
ତୁମ ବାଟ ରହିଥଏ ଚାହିଁ.....
-
ଗପ ସରେ
ଫୁଲଗଛ ମରେ
ମୁଁ ଶୁଣେ ଅସ୍ପଷ୍ଟ ଯେତେ ଟାପୁ ଶବ୍ଦ
ଜହ୍ନରାତି ;ରଜାପୁଅ
ଅଗନା-ଅଗନି ବନସ୍ତ !
ତାରାଖୋଜି
ଚାଲିଯାଏ ଜେମା
ଧୂସର ରଙ୍ଗର କ୍ଲାନ୍ତି
ପଡିରହେ
ଶାଳ ଜଙ୍ଗଲରେ ।
ଆମ ଗାଁ ଲୁଣାନଈ ପରି
ବର୍ଣ୍ଣହୀନ
ବାସ୍ନାହୀନ
ବସନ୍ତର ପ୍ରତିଟି ପାଖୁଡା !
ଆହାଃ !
କାହିଁକିବା ଜୀବନର ଚିତ୍ର ଆଙ୍କୁ ଆଙ୍କୁ
ଭେଣ୍ଡା ପୁଅ ମେଣ୍ଢା ହୁଏ
ମାଲ୍ୟାଣୀର କାଉଁରି ସ୍ପର୍ଶରେ !
-
ନିଆଁ ପରି ରାତି, ଅନେକ ନିରବତାର ନିମନ୍ତ୍ରଣ ଏଇ ରାତି, ହଜାରେ କୋହ ଅୟୁତ ମୋହର ସମାହାର ଏଇ ରାତି।ରାତି ନଥିଲେ ସ୍ୱପ୍ନ ନାହିଁ, ପ୍ରେମ ନାହିଁ, ପାପ ନାହିଁ ପୃଥିବୀ ନାହିଁ।ଜୀବନ ଯନ୍ତ୍ରଣା ର ଚିତ୍ରଖାତା ବି ଏଇ ରାତି।
ରାତିର କବିତା....
-