"ଶ୍ରାବଣର ସନ୍ଧ୍ୟା "
ବର୍ଷା ଭିଜା ଗୋଟେ ଶ୍ରାବଣ ସନ୍ଧ୍ୟାକୁ ତୁମେ ବି ଅନେଇ ଥିଲ
କାଦମ୍ବିନୀ ନୁହେଁ କାଚ ପରି ଭାଙ୍ଗି ବରଷା କରେଇ ଥିଲ ! ।।
ଏଯାଏଁ ଅଛି ସେ କାଞ୍ଚିକ କଜ୍ୱଳ ବଜ୍ରାଘାତ ତାଳ ତଳେ
ସୌଦାମିନୀ ନୂହେଁ ସ୍ମୃତିରେ ଚମକେ ,ମନେପଡ ଯେତେବେଳେ ।।
ଶ୍ରାବଣ ଚନ୍ଦ୍ରମା ଫିକା କିରଣରେ ଚକୋର ଯନ୍ତ୍ରଣା ଦେଇ
ଆଂଶିକ ହସରେ ନିରବ ରୁହନା ସ୍ୱପ୍ନରୁ ଦୂରେଇ ଯାଇ ।।
ମୁକ୍ତା ହୋଇ ଦିଶେ ପ୍ରତି ବର୍ଷା ବିନ୍ଦୁ ଇନ୍ଦୁର ଚମକ ପାଇଁ
ବିଗତ ଶ୍ରାବଣ ଭିଜିବାର ମଜା ଆଜିର ଶ୍ରାବଣେ ନାହିଁ ।।
ଦଲକାଏ ଆଶି ପତଳା ପବନ ଭିଜା ଭିଜା ରାସ୍ତା କଡେ
ଛୁଇଁ ଦେଲା ପରେ ଶୂନ୍ୟତା ପଥରେ ତୁମ କଥା ମନେ ପଡେ ।।
Alekha Chandra 📖🖋(Allu)
-
ମୁଁ ତୁମ ଭାବନାର ଧାରରେ ଭିଯିବାକୁ ରାଜି,
ହେଲେ ତୁମେ କେବେ ଶ୍ରାବଣ ତ' ନେଇକି ଆସ
କଥା ଦଉଛି ମୁଁ ପତ୍ର ହୋଇ ଝରିଯିବି,
ହେଲେ ତୁମେ କେବେ ବସନ୍ତର ମୃଦୁ ମଳୟ ତ' ହୋଇ ଆସ...
-
ମୋ ଭାବନାରେ ଯଦି ଭିଜିବାକୁ ଚାହଁ
ତୁମ ପାଇଁ ଆଣିଦେଵି ଏକ ରଙ୍ଗୀନ ଆକାଶ
ମୋ ପୂର୍ଣ୍ଣିମା ଚାନ୍ଦ ହୋଇ ହସିବ
ତୁମ ପାଇଁ ଆଣିଦେଵି ସହସ୍ର ବସନ୍ତ ବନାନୀର ସମ୍ଭାର
ତୁମ ପାଇଁ ତୋଳି ଦେବି ମୋ ହୃଦୟ ଭୂମିରେ ଏକ
ଭବ୍ୟ ଉଆସ...ରାଜୁତି କରିବ
ହୃଦୟ ସାମ୍ରାଜ୍ଞାନୀ ହୋଇ l
Nihar✍️
-
ଶ୍ରାବଣର ବର୍ଷା
ଶ୍ରାବଣର ବର୍ଷା ପଡେ ଝରି
ବୃକ୍ଷଲତାଦି ଉପରେ
ମୟୂର ନାଚ଼ଇ ମଣ୍ଡୁକ ରାବଈ
ଏଇ ଧରାର ବକ୍ଷରେ।-
ଶ୍ରାବଣ ମୁଁ ହେବିନି, କାଳେ କିଏ କହିବ
ତୁମେ ବର୍ଷାରେ ଭିଜୁଛ
ମଳୟ ବି ହେବିନି, କାଳେ କିଏ କହିବ
ତୁମେ ପବନେ ଝଡୁଛ
ମୁଁ ହେବାକୁ ଚାହେଁ ଲମ୍ବା ରାସ୍ତାଟିଏ
ତୁମ ଜୀବନର
ମୋ ଦେହରେ ପାଦ ପରେ ପାଦ ଥାପି
ତୁମେ ଚାଲୁଥିବ ବହୁଦୂର,
ଆଉ ଦେଖିବା ଲୋକେ କହୁଥିବେ
ତୁମେ ରାସ୍ତାରେ ଚାଲୁଛ।-
ଭିଜାଇବି ତୁମକୁ ହୋଇ ଶ୍ରାବଣ ର ଜଳଧାର,
ରୁତୁ ରାଜ ବସନ୍ତ ହୋଇ ହରିବି ମନ ତୁମର।ଗଢିବା ଗୋଟିଏ ଆମେ ଛୋଟିଆ ଘର,
ତୁମେ ହେବ ରାଣୀ ଆଉ ମୁଁ ରାଜା ତୁମର।-
ଆସିନି ଶ୍ରାବଣ ଗରଜେ ବରଷା
କୂଳ ଲଂଘେ ଲୁହ ପଲକ ଡେଇଁ,
ଶୁଭୁନାହିଁ କାହିଁ ମୋହନ ବଇଁଶୀ
ଶୁଖିଲା ପଡିଛି ଯମୁନା ନଈ ...,
ଉଦାସୀ ଉଦାସୀ ଋତୁ ଋତୁମତୀ
ମିଳନ ସହରେ ବିରହ ଛାଇ ,
ଚକୋର ବାହୁନେ ତୁହାଇ ତୁହାଇ
ମଲାଜହ୍ନ ଲାଗି କାନ୍ଦୁଚି କଇଁ,
କେବେ ତମେ ଅଛ କେବେ ମୁଁ ନାହଁ
ଏଇତ ଆମର କାହାଣୀ ବହି ।।ବେଳାଭୂମି
-
🌼🙏ଓମ୍ ନମଃ ଶିବାୟ 🌼🙏
ନନ୍ଦୀଙ୍କ କାନରେ କହି ତ ଦେଇଛି
ମନ କଥାଯାକ ମୋର,
ତୁମ ପାଖେ ପ୍ରଭୁ ପହଞ୍ଚି ନାହିଁ କି
କାଇଁ ଦେଲନି ତ ମୋ ଉତ୍ତର ।
ଅପରାଧ ଯଦି ହୋଇଛି ମୋ ଦ୍ଵାରା
କ୍ଷମା କର ଛୁଆ ଭାବି,
ତୁମେ ଯଦି ମୋତେ ପାଦେ ଆଡେଇବ
କାହା ପାଖକୁ ମୁଁ ଯିବି ?
ତୁମ କୃପା ପାଇଁ ତୁମରି ପାଖରେ
ବସି ରହିଲି ମୁଁ ପ୍ରଭୁ,
ତୁମ କୃପା ଖାଲି ଥାଉ ମୋ ଉପରେ
ବାକି ନେଇ ଯାଅ ମୋଠୁ ସବୁ ।
:- ବିଷ୍ଣୁପ୍ରିୟା ମିଶ୍ର 🌼🙏-
କ୍ଷଣ ପରେ କ୍ଷଣ ଦୁନ୍ଦୁଭି ସ୍ବନ,
ବର୍ଦ୍ଧିତ କରେ ହୃଦକମ୍ପନ।
କ୍ଷଣପ୍ରଭା ଘେନି କ୍ଷଣ ସ୍ମିତହାସ୍ୟ,
ବଜ୍ରପ୍ରହାରେ ପ୍ରାଣୀ ସଙ୍କାଗ୍ରସ୍ତ।
ହେମାଳ ସମୀର ଜାଡ ତା ହସ୍ତ,
ସ୍ପର୍ଶେ ତା ଅଂଗଅଂଗ ଶିହରିତ।
ସିକ୍ତ ମାଟିର ଅତର ବାସ,
ସିକ୍ତ ଶରୀରେ ସବୁଜ ବାସ।-