Swarnalata Rathor   (Swarnalata ✍)
873 Followers · 172 Following

Joined 17 April 2019


Joined 17 April 2019
18 JUL 2023 AT 14:21

ଅଜଣା ସର୍ତ୍ତ
ଦିନେ ପାଚେରୀ ହୋଇ ଠିଆ ହୁଏ
ନିଜକୁ ଦୀର୍ଘାୟୁ କରିବାର ନିଶାରେ
ଆଉ ଭାବନା ସବୁ
କାଠଗଡ଼ା ଭିତରେ ଜେରା ହୁଅନ୍ତି
ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାରେ
ହେଲେ ଠିକ୍ ସମୟରେ
ପ୍ରତିଶ୍ରୁତିର ସାକ୍ଷୀ ଗୁଡ଼ା
ମୂକ ପାଲଟି ଯାଆନ୍ତି
ଆଉ ବାଜି ମାରି ନିଏ
ଅଜଣା ସର୍ତ୍ତ ଟିଏ
କେଉଁ ଏକ ଅଜଣା ମୁହୂର୍ତ୍ତରେ...

-


3 JUL 2023 AT 22:43

ବତୁରା ସପନର ମହକ
ଆଉ ବାସେ ନାହିଁ
ଆଗ ପରି
ଶ୍ରାବଣ ର ଧାରେ ଧାରେ
କି ଉଡ଼େ ନାହିଁ
ରଙ୍ଗୀନ ପ୍ରଜାପତି ଭଳି
ପବନ ର ତାଳେ ତାଳେ
ଏକ ଅଜଣା ଡର
ମୋଡ଼ ବଦଳୁଥାଏ
ଥରକୁ ଥର
କାଳେ ଧୋଇ ଯିବ ରଙ୍ଗ ତାର
ରହିଯିବ ଅଲିଭା ଦାଗ ସବୁ
ସ୍ମୁତି ସବୁ ପୋଡ଼ି ଗଲା
ପରେ ପରେ.....

-


27 MAY 2022 AT 0:39

ଭଲ ହେବା ନିଶାରେ ଏଠି ମଣିଷ କାହାରି ଭଲ କରିପାରେନି,
ଆଉ କିଛି ଲୋକ ନିଃସଙ୍କୋଚ' ରେ ଖରାପ ହୋଇବି
ଅନେକ କିଛି ଭଲ କରିଯାଆନ୍ତି•••

-


23 MAY 2022 AT 22:28

ଯଦି ଅନ୍ୟର ପସନ୍ଦ ଅନୁସାରେ ଆମେ ନିଜର ପସନ୍ଦକୁ
ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ କରୁଥିବା
ତେବେ ପରିଶେଷରେ ନିଜର ବୋଲି ଗୋଟେ କିଛି ପସନ୍ଦ ହିଁ ନଥିବ ଯାହାକୁ ଆମେ ନିଜର ବୋଲି କହିପାରିବ l

-


16 MAY 2022 AT 1:12

ଫରକ୍ ବାସ୍ ଏତିକି
ଅନୁଭବି ମଣିଷ ଗୁଡା
ଅନୁମାନର ଗୋଟି ଧରି
ନା ଅନ୍ଧାରରେ ବାଡ଼ି ବୁଲାନ୍ତି
ନା ଛଅ ଆଉ ଚାରି ର
ଛକା ପଞ୍ଝାରେ
ଏକ ର ମୂଲ୍ୟକୁ ଭୁଲନ୍ତି l

-


16 MAY 2022 AT 0:39


ଏମିତିରେ କାହାକୁ କିଛି ମିଳି ଯାଏନି
ଯିଏ ସହେ
ତାରି ଭାଗରେ ସବୁତକ
ରାଗ
ଅଭିମାନ
ଅଭିଯୋଗ
ଆସି ଲଦି ହେଇଯାଏ l

-


16 MAY 2022 AT 0:23

ତୁ ନିଜେ କହୁ
ଭଲପାଇବାକୁ ମାପି ହୁଏନି
ତେବେ କେଉଁ ତରାଜୁରେ ମାପ ଚୁପ କରି
ତୁ ଅଭିଯୋଗ ସବୁ ପରଷି ଦେଉ
ମୋ ଭାଗରେ ?

-


8 MAY 2022 AT 9:30

ପୁରୁଣା ଚଷମା ଦେଖିଛି
ବୈଶାଖ' ର ତାତି
ଶୁଖେଇ ପାରେନି
ଲୁହର ଝରକୁ,
ତଥାପି ଶୁଷ୍କ
ମନ ମରୁଭୂମି
ବଞ୍ଚେଇ ରଖିଛି
ଆଶା ଟିକକ'କୁ!

-


7 MAY 2022 AT 16:54

ଯେଉଁଠି ଆଖି ଥାଇ ବି
ମଣିଷ ପାଲଟି ଯାଏ ଅନ୍ଧ
ଆଖିର ଧୂଳିକୁ ଭେଦି
ଦେଖି ହୁଏନି
ସତ ଆଉ ମିଛକୁ
ସେଇଠି ହାର ମାନେ
ପାୱାର ଦିଆ ଚଷମା•••

-


6 MAY 2022 AT 23:22

ହଜାରେ ଅକୁହା ଶବ୍ଦ ଯୋଡ଼ି ହେଲେ ଯାଇ,
ଜନ୍ମ ନିଏ ଗୋଟେ ନୀରବତା•••

-


Fetching Swarnalata Rathor Quotes