ନୀରବରେ ନୀରବତା ପଢିବାକୁ ଭଲଲାଗେ,
ବର୍ଷା ର ସିକ୍ତତା ପଢିବାକୁ ଭଲଲାଗେ,
ସବୁ ଚେହେରା ର କାହାଣୀ ଅଲଗା -ହେଲେ
କାହାଣୀ ତୁମ ଆଖିର ପଢିବାକୁ ଭଲଲାଗେ।
ଝରଣାର ଗୀତ ଆଜିକାଲି ଭଲଲାଗେ
ବିହଙ୍ଗମ କଳରବ ବି ତ ମନଲୋଭେ,
ସୃଷ୍ଟି ରେ ସଙ୍ଗୀତର ଉତ୍ସ ଅନେକ-ହେଲେ
ସଙ୍ଗୀତ ତୁମ ସ୍ପନ୍ଦନର ହିଁ ଭଲଲାଗେ।-
From- Bhubaneswar, Khordha
Fb-Sandeep Sekhar Jena
IG- @sande_epsilon0
Wri... read more
Phoolon me rang
Hawaon me khusbu
Aur mausam me ishq likha hoga..
Hamare kahani kudrat ne
Bade fursat me likha hoga....-
ଶ୍ରାବଣୀ ସାନିଧ୍ୟ ଲଭିବା ନିମିତ୍ତ
ପ୍ରାଣ ଯେ ହୁଅଇ ନିତି ହନ୍ତସନ୍ତ।
ହେଲେ ସେ ମାନିନୀ ପ୍ରତୀକ୍ଷା ବୁଝେନି
ଅବା ବାଟବଣା ହୁଏ ଜାଣି ଜାଣି।
ବଶୀଭୂତ ଅବା ଯାଇଛି ସେ ହୋଇ
ତୁମ ରୂପ ବନେ ନିରୁଦ୍ଦିଷ୍ଟ କାହିଁ?
-
ସ୍ବର ରେ ରଖିଛ କେଉଁ ସୁରା ପ୍ରିୟେ
ମତ୍ତ ହୁଏ ସବୁ ଥର,
ନିଶାସକ୍ତ ଯେହ୍ନେ ନିଶା ଲୋଡ଼େ ନିତି
ମତେ ଲୋଡା ତୁମ ସ୍ବର।
ସକାଳ ସଞ୍ଜରେ ସେ ନିଶା ନକଲେ
ଦିବସ ନୀରସେ ଯାଏ,
କାଦମ୍ବରୀ ମିଥ୍ୟା କୁଖ୍ୟାତି ଲଭିଛି
କେହି ତୁମ ସରି ନୁହେଁ।
-
କାଶତଣ୍ଡୀ ତୁମ ସୁଷମା ପ୍ଲାବନେ
ସୈାନ୍ଦର୍ଯ୍ୟ ର ଉପତ୍ୟକା,
ମଧୁମୟ ଲାଗେ ନୀରସ ଜୀବନ
ତୁମ ସ୍ପର୍ଶେ ମଧୁ ଧୌତା।
ଅନୁଶୀର୍ଷକ ରେ....-
Kuch toh reh gaya hai sayad
Naqis yeh kahani hai...
Yeh tasvir Jo adhura sa hai
Unki Khaami ki kahani hai...
-
ପ୍ରତିରୋଧ ଲାଗେ ସମୟର ବେଗେ
ମନ୍ଥର ହୁଅଇ ପାଦ,
ନିରୁଦ୍ଦିଷ୍ଟ ହୁଏ ରୂପ ଉପବନେ
ପିଇ ତୁମ ରୂପାମୃତ।
ତୁମରି କୋଳରେ ଶାନ୍ତିର ସାମ୍ରାଜ୍ୟ
ତୃପ୍ତିର ସନ୍ଧାନ ମିଳେ,
ହେ ପ୍ରିୟ ପ୍ରକୃତି ମହୌଷଧି ତୁମେ
ବ୍ୟସ୍ତତା ର ଅନ୍ତରାଳେ।-
ତୁମେ ମାନେ ବି ଖୁସି ତ? ଠିକ୍ ଆମ ପରି....
ହଁ ଠିକ୍ ଅନୁମାନ ଲଗେଇଛ। ଆମେ ପୁଣି ଦେଖା ହେବାକୁ ଯାଉଛୁ। ମନେ ଅଛି ନା ଗଲା ଶୀତ ର କଥା। ବାସ୍ ସେତିକି ହିଁ ଥିଲା ଆମର ଏକ ସୀମିତ ସମୟର ମିଳନ।
ହଉ ହେଲା ମାନୁଛି, ତା ଆଗରୁ ଦୁଇ ଥର ନିଦାଘ ରେ ବସନ୍ତ ଆସିଥିଲା ଆମ ପାଇଁ, ହେଲେ ସେଇଟା କୁ କଣ ଗଣିବି କି ଏ ସୂଚୀ ରେ। ଏ ଯେଉଁ
ବର୍ଷ ବର୍ଷ ର ଅପେକ୍ଷା କଣ ଏ କେତେ ଘଣ୍ଟା ର
ସାମୟିକ ଅବଲୋକନ ରେ ସୁଝି ପାରିବ।
ସମୁଦ୍ର ସମ ଅପେକ୍ଷା କୁ ଶଂଖେ ସମ ମିଳନ। ମନ କଣ ବୁଝେ ଏସବୁ।
ହଁ ଆଉ ମାତ୍ର କେଇ ଦିନ ର ପ୍ରତୀକ୍ଷା ମୋ ପାଇଁ। ଏହି କଥା ର ଖୁସି ହିଁ
ମତେ ଆଉ ଅଧିକ ସାହସ ଦିଏ ସବୁ ଦିନ ପ୍ରତୀକ୍ଷା କରିବାକୁ।-
Suna hai sab Lage pade hain dunia ki
Is bhag daud me...
Hum toh unki nigahon ki uljhan me kahi kho Gaye Hain🙈-