****"ସ୍ବପ୍ନ ସୁନ୍ଦରୀ-୧୫୮"****
ପଡ଼ି ଗଲେ ମନ ହୃଦୟେ କମ୍ପନ
ନେତ୍ରେ ଅଶ୍ରୁ ଅସୁମାରୀ,
ମସିହା ବାଇଶ ଦେଇ ଥିଲା ବିଷ
ମୋ ମୁଖେ ସ୍ବପ୍ନସୁନ୍ଦରୀ l-
ସାନ ଭାଇକୁ ମୋ ପଦିଏ କୁହଇ
ମାନିବୁରେ ବୋଲ ମୋର,
ବାହାର ଜାଗାରେ ଭଲରେ ଚଳିବୁ
ସର୍ବେ କରି ଆପଣାର l
ଅଧା ଗିଲାସର ପାଣି ତୁ ପିଇବୁ
ଅଧା କୁ କରିବୁ ଦାନ,
Clean water ଆମ ସ୍ୱାସ୍ଥ୍ୟ ପକ୍ଷେ
ନିହାତି ଯେ ପ୍ରୟୋଜନ l
ମିତବ୍ୟୟୀ ହୋଇ ସଞ୍ଚୟ କରିବୁ
ତୋର ଭବିଷ୍ୟତ ପାଇଁ,
ବାପା ମାଙ୍କର ଗର୍ବ ଗଉରବ
ସର୍ବଦା ହେବୁରେ ଭାଇ l
ତୋ ଠାରୁ ଏ ଭାଇ ଅନତି ଦୂରରେ
ରହିଛି କେନ୍ଦ୍ରାପଡାରେ,
ଝୁରେ ମୋର କର୍ଣ୍ଣ ତୋ ମିଠା ବଚନ
ତୋର ଏ ଜନ୍ମ ଦିନରେ l
ଯୋଉଠି ବି ଅଛୁ ଈଶ୍ୱର କୃପାରେ
ସୁଖେ ବିତୁ ତୋର ଦିନ,
ଜନମ ଦିନରେ ଭାଇକୁ ମୋହର
ହାର୍ଦ୍ଦିକ ଅଭିନନ୍ଦନ l-
ତୋତେ ଆଉ ମୋତେ ସମ୍ପର୍କର ସୁତେ
ବିହୀ କଲା ଭାଇ ଭାଇ,
ହୃଦୟ ଗହ୍ୱରେ ଶ୍ରଦ୍ଧା ସ୍ନେହ ଡୋରେ
ବାନ୍ଧିକି ରଖିଛି ମୁହିଁ l
ପଡୋଶୀ ଘରର ସାନ ଭାଇ ସିନା
ଭାବିନି କେବେ ମୁଁ ପର,
ତୋର ହସ ମୁଖ ଦେଖି ଦେଲେ ଦୁଃଖ
ହୋଇ ଯାଏ ମୋର ଦୂର l
ଦେବଙ୍କ ପ୍ରସାଦୁ ଜନ୍ମ ଲଭିବାରୁ
ଦେବପ୍ରସାଦ ତୋ ନାମ,
ସୁଶାନ୍ତ, ସରଳ ରୂପ ମନୋହର
ବୋଲଇ କରନ୍ଦା ଗ୍ରାମ l
ପ୍ରଭୁଙ୍କ କୃପାରେ ତୋର ନିଷ୍ଠା ବଳେ
ପହଞ୍ଚିଲୁ ଲକ୍ଷ୍ୟ ସ୍ଥଳ,
ଶ୍ରେଷ୍ଠ ସଫଳତା ହାସଲ କରିଲୁ
ପ୍ରୟୋଗି ଜ୍ଞାନ କୌଶଳ l
ପ୍ରଭୁଙ୍କ ନିକଟେ ମୋର ମାତ୍ର ଅଳି
ଆର ଜନମର ପାଇଁ,
ଏହି ନିବେଦନ ପ୍ରଭୁ କର ଘେନ
'ଦେବୁ ହେବ ସାନ ଭାଇ l'
-
10th-2009
12th-2011
B.SC-2014
B. ED-2018
OSSTET-2018
RHT qualify-2024
& become a Teacher.
Despite many hardships, it was my strong will, unwavering courage, the blessings of my elders, and the grace of the Almighty that made this journey possible.-
****"ସ୍ବପ୍ନ ସୁନ୍ଦରୀ-୧୫୭"****
ତୁମରି ସ୍ମୃତିରେ ପ୍ରେମ ପୀରତିରେ
କବିତା ଲିଖନ ଜାରି,
ଆଗୋ ପ୍ରିୟତମା ହୃଦୟର ଜେମା
ତୁମେ ମୋ ସ୍ବପ୍ନ ସୁନ୍ଦରୀ l-
ଅଦ୍ୟ ବିବରଣୀ ବୈଭବ ଯେ ଶୁଣି
କହିଲା ବିଚାର କରି,
ଚକି ଗୁଡ଼ ଯେବେ କହୁଣୀ ଟପିଲା
କହୁଛ ପାଶେ ମୋହରି l
ସ୍ଵାର୍ଥୀ ଦୁନିଆ ରେ କାହାକୁ ବିଶ୍ୱାସ
ସହଜେ କରିବ ନାହିଁ,
ଦେହ ରୋଗ ମଣି ସୀମିତ ସମ୍ବଳ
ବିନିଯୋଗ କର ଭାଇ l-
ଛାତ୍ର ଛାତ୍ରୀଙ୍କର ମନରେ ଜିଜ୍ଞାସା
ଲେଖି ଛନ୍ତି ଅବା ନାହିଁ,
ସ୍ୱାଧୀନତା ଦିବସର ଅବସରେ
କବିତାଟେ ଆଜି ପାଇଁ l
ପୁଣି ସେ ବୋଇଲେ ଜନ୍ମାଷ୍ଟମୀ ତିଥି
ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ,
ପ୍ରଭୁଙ୍କର ଜନ୍ମ କିପରି କିଏ ସେ
କରିଲେ ତାଙ୍କ ପାଳନ l
ଛାତ୍ର ଛାତ୍ରୀଙ୍କର ସ୍ନେହ ସଦ୍ଦିଚ୍ଛାରେ
ହୋଇ ଯାଇଛି ମୁଁ ବାନ୍ଧି,
ପ୍ରତିଶୃତି ଦେଲି ପିଲାଏ ଲେଖିବି
ପଦ ସାଥେ ପଦ ଛନ୍ଦି l
ଈଶ୍ୱର ବିଶ୍ୱାସୀ ସର୍ବଦା ହୋଇଲେ
ନ ଥିବ କାହାକୁ ଭୟ,
ଆଶ୍ୱାସନା ଦେଇ ପିଲାଙ୍କ ନିକଟୁ
ତକ୍ଷଣେ ନେଲି ବିଦାୟ l
ଆଜି ଦିବସର ବିଶେଷତା ପାଇଁ
କାଗଜ କଲମ ଧରି,
କବିତା ଲିଖନେ ମନ ବଳାଇଲି
ପ୍ରଭୁଙ୍କ ନାମ ସୁମରି l-
****" ଶୁଭ ଜନ୍ମ ଦିନ ବାବା "****
ଆଦର୍ଶ ବିଦ୍ୟାଳୟେ ଅଧ୍ୟାପନାରେ
ମନେ ଗର୍ବ ଆସି ଥିଲା,
ସ୍ୱର୍ଗ ସମାନ ସେ ପ୍ରତୀତ ହୁଅଇ
ସେ ଦିନ କୁଆଡେ ଗଲା?
ସହକର୍ମୀ ଯେତେ ଶିକ୍ଷକ ଶିକ୍ଷିକା
ଭାଇ ଭଉଣୀର ପରି,
ପରିବାର ଡୋରେ ବାନ୍ଧି ଦେଇ ଥିଲେ
ମୋର ସର୍ବ ଛାତ୍ର ଛାତ୍ରୀ l
ନବମ ଶ୍ରେଣୀର ସିଦ୍ଧାର୍ଥ କୁମାର
ଥିଲା ମୋର ଅତି ପ୍ରିୟ,
ସୁଧୀର,ସଂସ୍କରୀ ଆଜ୍ଞାଧୀନ ଛାତ୍ର
ଶୁଭୁ ଥାଏ ତା'ର ଜୟ l
ପଢି ଭଲ ପାଠ ହୋଇ ଶ୍ରେଷ୍ଠ ଚାଟ
ଭଲ ମଣିଷଟେ ହୁଅ,
ତୋର ଗୁରୁ ଭାବେ ସଦା ଗର୍ବ କରେ
ସଦା ହୋଉ ତୋର ଜୟ l
ତୋ ଜନ୍ମ ଦିନର ମଧୁ ଅବସରେ
ବହୁତ ଦୂରରେ ରହି,
ଜନମ ଦିନର ଶୁଭେଚ୍ଛା ଜଣାଏ
ମୋ ପ୍ରିୟ ଛାତ୍ର କୁ ମୁହିଁ l-
ସେତ କର୍ମଭୂମି ଏତ ଜନ୍ମଭୂମି
ତେଣୁ ମୋହ କର ତ୍ୟାଗ,
ସୁକର୍ମ କରିଲେ କାଳ କାଳକୁ ଯେ
ସମ୍ପଦ କରିବ ଭୋଗ ।
ଭାଇଟା ମୋହର ବୋଲ ମାନ ମୋର
କେନ୍ଦ୍ରାପଡ଼ା ଜଲ୍ଦି ଚାଲ,
ଦଶହରା ଛୁଟି ତୁମ ପାଇଁ ଭେଟି
ରଖି ଅଛି ଢେଙ୍କାନାଳ l
ଶୁଣି ତା ବଚନ ବୁଝି ଗଲା ମନ
ନେତ୍ରୁ ଅଶ୍ରୁ ପୁଣି ଝରେ,
ଘରର ପୁଅକୁ କୁଣିଆଁ ସଜେଇ
ସର୍କାରୀ ଚାକିରୀ ପାରେ ।
ସାରି ନିତ୍ୟ କର୍ମ ସ୍ନାହାନ ତର୍ପଣ
ଶିବାଳୟ ଯାଇ କରି,
ବିଦାୟ ଜଣେଇ କରନ୍ଦା ଗ୍ରାମକୁ
ଆସିଲି ବେଗି ବାହାରି ।-
ଆଜି ପ୍ରଭାତରେ ଭ୍ରାମ୍ୟମାଣ ଯନ୍ତ୍ରେ
ସଂଯୋଗି ମୋତେ ବୈଭବ,
ବୋଲଇ ସଧୀରେ କୁହ ବନ୍ଧୁ ବାରେ
କେନ୍ଦ୍ରାପଡ଼ା କେବେ ଯିବ?
ରାକ୍ଷୀ ପୂର୍ଣ୍ଣମୀର ସାଥେ ରବିବାର
ହେଇ ଗଲା ଆଜ ପୂର୍ଣ୍ଣ,
କେନ୍ଦ୍ରାପଡ଼ା ଯାଇ ଅଧ୍ୟାପନ ପାଇଁ
ବଳାଉନ କିଆଁ ମନ l
ସି.ଏ.ଲ ପନ୍ଦର ଜମାରୁ ମାତର
ମାପି ଚୁପି ଚଳୁ ଥିବ,
ସି.ଏ.ଲ ସରିଲେ ତୁମରି ପିଠିରେ
ଜଣେ କେହି ନ ପଡ଼ିବ ।
ସହଜେ ତ' ତୁମେ ତହିଁରେ ବିଦେଶୀ
ଦୁଃଖ ବୁଝିବେନି କେହି,
ସାହା ହେବା ଦୂର ଆହା କହିବାକୁ
ସେଠି ଜଣେ କେହି ନାହିଁ।
-