Bishnupriya Mishra✍️❣️   (Bishnupriya Mishra✍️❣️)
75 Followers · 57 Following

Poetry is life❤️
Be real🙂& simple..🙂
Be like the moon...simple but attravtive...✨✨❣️
Joined 13 July 2020


Poetry is life❤️
Be real🙂& simple..🙂
Be like the moon...simple but attravtive...✨✨❣️
Joined 13 July 2020

🙏🌼ଶ୍ରୀ ରାଧାରାଣୀ 🙏🌼

କରିଛୁ ଏତେ ଉପକାର ତୁ
ପାରିବି ନାହିଁ ଗଣି,
ସାରା ଜୀବନ ସେବାରେ ଦେଲେ
ତଥାପି ହେବି ଋଣୀ ।

ତୋ ପଣତକାନି ଢାଙ୍କି ରଖିବୁ
ଆମ ଉପରେ ସଦା,
ସୌଭାଗ୍ୟ ମୋତେ ଏତିକି ଦବୁ
ତୁଣ୍ଡେ ଗାଇବି ରାଧା ରାଧା ।

ମନରେ ଦବୁ ଅମାପ ଭକ୍ତି
ରାଗ ହିଂସାଠୁ ରଖି ଦୂରେ,
ତୋ ସେବାରେ ବିତିଯାଉ ମୋ ଦିନ
ଏତିକି ଭିକ୍ଷା କରେ ।

ବିଷ୍ଣୁପ୍ରିୟା ମିଶ୍ର 🙏🌼


-





ଈଶ୍ୱରଙ୍କୁ ଭଲ ପାଉଥିବା ମଣିଷ ,ଈଶ୍ୱରଙ୍କୁ ଭଲ ଲାଗୁଥିବା କର୍ମ ବି କରିବା ଉଚିତ୍ ।🙏🌼❤️

-



🙏🌼 କାଳିଆ ସୁନା🌼🙏

ମୋ ପାଇଁ କି ମନା ତୋ ବଡଦେଉଳ
କହ ରେ କାଳିଆ ସୁନା,
ପତିତ ଙ୍କ ଲାଗି କାଇଁ ଉଡେ ମିଛେ
ତୋ ପତିତପାବନ ବାନା ।
କାଳିଆ ସୁନା ...ପତିତପାବନ ବାନା...
ବାଲି କାଇଁ ତୋର ଶରଧାବାଲି ରେ
ତିଳେ ହେଲେ ଶ୍ରଦ୍ଧା ନାହିଁ,
କେଡେ ବିକଳରେ ଡାକଇ ମୁଁ ତତେ
ତୋ କାନରେ କି ପଡୁନାହିଁ ।
କାଳିଆ ସୁନା... କାନେ ତୋର ପଡୁ ନାହିଁ...
ଦାରୁରେ ତିଆରି ଶରୀରଟା ସିନା
ଦାରୁ କି ହୃଦୟ ତୋର,
ରତ୍ନସିଂହାସନେ କି ଦେଖୁଛୁ ବସି
ଭକତର ଲୁହ ଧାର ।
କାଳିଆ ସୁନା.... ଭକତର ଲୁହ ଧାର...
କୃପାସିନ୍ଧୁ ବୋଲି ଡାକନ୍ତି ଭକତେ
ବିନ୍ଦୁଏ କୃପା ତ କର,
ତୋ ପାଖକୁ ମୋତେ ଟାଣି ନେ ରେ ଜଗା
ଦେଖିବି ବଡଦେଉଳ ।
କାଳିଆ ସୁନା....ଦେଖିବି ବଡଦେଉଳ....
:- ବିଷ୍ଣୁପ୍ରିୟା ମିଶ୍ର 🙏❤️

-



ଦୀନବାନ୍ଧବ ହେ.....🙏

ଦୀନବାନ୍ଧବ ହେ
ତୁମ ପରି କିଏ ହେବ
ଅଳପ ମାଗିଲେ ଅନେକ ଦେବ
ଯାଚି ଯାଚି ଥାଳି ପୂରା କରିବ
ଭକତ ଭୋକିଲା ମୁହଁକୁ ଦେଖି
ନିଜ ଥାଳି ଅନ୍ନ ବଢେଇ ଦେବ ।
ଦୀନବାନ୍ଧବ ହେ ...ତୁମ ପରି କିଏ ହେବ..
ଆହେ କୃପାସିନ୍ଧୁ ଭକତର ବନ୍ଧୁ ରକ୍ଷକ ତୁମେ ଭକ୍ତର
ତୁମେ ଅଛ ବୋଲି ଦୁଃଖୀ ଦୁଃଖ ଭୁଲି ତୁମ ସେବାରେ ତତ୍ପର
କୃଷ୍ଣ କେଶବ ହେ...
ତୁମ ପରି କିଏ ହେବ...
ଜନନୀ ପରିକା ସ୍ନେହ ଢାଳିବ
ପିତା ରୂପେ ଆକଟ କରୁଥିବ
ଭାଇ ବନ୍ଧୁ ସାଜି ବିପଦେ ଆପଦେ
କାନ୍ଧେ କାନ୍ଧ ଯୋଡ଼ି ଠିଆ ହୋଇବ ।
ଦୀନବାନ୍ଧବ ହେ....
ତୁମ ପରି କିଏ ହେବ....
ତୁମେ ଏକା ସତ୍ୟ ମିଥ୍ୟା ଏ ଜଗତ,ତୁମେ ଅନଥାର ନାଥ
କିଏ ଅଛି ଜ୍ଞାନୀ ପାରିବ ବଖାଣି କେଇ ଶବ୍ଦେ ଜଗନ୍ନାଥ
ରାଧମାଧବ ହେ...
ତୁମ ପରି କିଏ ହେବ....
ଅଳି କଲେ ଅଳି ପୂରା କରିବ
କାନ୍ଦିଲେ ଆଖିରୁ ଲୁହ ପୋଛିବ
ଭକ୍ତ ହାତ ଧରି ଅବାଟରୁ କାଢି
ଭଲ ବାଟେ ନେଇଯିବ ।
ଦୀନବାନ୍ଧବ ହେ...
ତୁମ ପରି କିଏ ହେବ...।

:- ବିଷ୍ଣୁପ୍ରିୟା ମିଶ୍ର 🙏❤️

-




.....ଯେମିତି ତୁମେ......

ଜହ୍ନକୁ ପାଖରେ ପାଇବାର କଳ୍ପନା ହିଁ କରା ଯାଇପାରେ
ବାସ୍ତବରେ କ'ଣ ଜହ୍ନକୁ ପାଇ ହୁଏ ....❤️

-



ମୋ କଳା କାହ୍ନୁ😘

କଳାକାହ୍ନୁ ମୋର ଦିଶଇ ସୁନ୍ଦର
ସୁନ୍ଦର ତା' ଦୁଇ ଆଖି,
ମୟୂରଚନ୍ଦ୍ରିକା କେଡେ ଶୋଭା ପାଏ
ଆଖି ଯାଏ ତା'ଠି ଲାଖି ।
କୁନି କୁନି ଓଠେ ତୁନି ତୁନି କହେ
ମନଟାକୁ ବାନ୍ଧି ରଖେ,
କୁନି କୁନି ହାତେ ହାତ ଧରି ମୋର
ଟାଣି ରଖେ ତା' ପାଖେ ।
ଗେଲ କରିବାକୁ ଡାକିଦେଲେ ଥରେ
ଧାଇଁ ଆସି କୋଳେ ବସେ,
ଆଉଁସିଦେଲେ ମୁଁ ମଥାକୁ ତାହାର
ମୁରୁକି ମୁରୁକି ହସେ ।
ଲୁହ ଯଦି କେବେ ଆଖିରୁ ଝରାଏ
କୁନି ହାତେ ଦିଏ ପୋଛି,
କହିଦିଏ ଠାରେ ଅଛି ତୋ ପାଖରେ
ଭୁଲିଯା' ତୁ ସବୁ କିଛି ।
ଏଇ ଭାବ ଡୋରେ ବାନ୍ଧି ରଖିବୁରେ
ମୋ ସୁନା,ମୋ ଜୀବ ଧନ,
କୋଳରେ କୋଳେଇ ଧରିଥିବି ତତେ
ଏତିକି ଚାହେଁ ମୋ ମନ ।
:- ବିଷ୍ଣୁପ୍ରିୟା ମିଶ୍ର ❤️🙏





-




ସ୍ବପ୍ନ ଏତେ ସୁନ୍ଦର ଥିଲା ଯେ ଆଖି ଖୋଲିବାକୁ ଇଚ୍ଛା ହେଲାନି,ହେଲେ ସ୍ବପ୍ନ ରାଇଜରେ କଣ ବଞ୍ଚି ହୁଏ
ଆଖି ଖୋଲିଲି ତ ବାସ୍ତବତାକୁ ନେଇ ଆଉ ବଞ୍ଚି ପାରିଲିନି ।

-



ଜୟ ଜଗନ୍ନାଥ

ମାଗୁନାହିଁ କିଛି ତତେ ରେ କାଳିଆ
ଚରଣେ ଶରଣ ଦେ,
ତୋ ମୁହଁକୁ ଚାହିଁ ବିତୁ ଏ ଜୀବନ
ଏତିକି ସୌଭାଗ୍ୟ ଦେ ।
ଦୁଃଖୀ ଦୁଃଖ ଦେଖି କାନ୍ଦୁ ମୋ ପରାଣ
ଲୁହ ତା'ର ପୋଛି ପାରେ,
ଏତିକି ଶକତି ଦବୁ ରେ କାଳିଆ
ଏଇ ମୋ ଦୁଇ ହାତରେ ।
ପାଦେ କଣ୍ଟା ଫୁଟୁ ଲୁହ ଲହୁ ବହୁ
ତଥାପି ଭଲ ବାଟରେ,
ହାତ ଧରି ମୋର ଚଲେଇ ନବୁ ରେ
ସତ୍ୟ ଧର୍ମର ପଥରେ ।
ହୃଦୟରେ ମୋର ରହିଥିବୁ ସଦା
ମନ୍ଦ ଗୁଣ ସବୁ କାଢି,
ସଭିଙ୍କ ସେବାରେ ଲଗାଇବୁ ମୋତେ
ସେବା କରିବି ମୁଁ ଦାସୀ ପରି ।🙏
ବିଷ୍ଣୁପ୍ରିୟା ମିଶ୍ର 🙏❤️

-






ତୁମେ ଫେରିବ ବୋଲି କଥା ତ ଦିଅ
ମୁଁ ସାରା ଜୀବନ ଅପେକ୍ଷା କରିବାକୁ ରାଜି ଅଛି ।

-



ମୋ କୁନି ଗୋପାଳ😘

କାହିଁକି ମୁହଁ ଶୁଖିଛି ଧନ
କୋଳକୁ ମୋର ଆ,
କହିଦେ କାନେ ତୋ ମନ କଥା
ଶୁଣିବ ତୋର ମାଆ ।
ତୁ ପରା ମୋର ଜୀବନ ଧନ
ତୋ ପାଇଁ ମନ କାନ୍ଦେ,
ଶୁଖିଲା ମୁହଁ ଦେଖିଲେ ତୋର
ମନକୁ ଭାରି ବାଧେ ।
ହଜିଛି ଯଦି ଆଣିବି ଖୋଜି
ଭାଙ୍ଗି ଥିଲେ ଗଢେଇ ଦେବି,
ମୋ ଚଗଲା ଧନ ଚଗଲା ହେଲେ
ତୋତେ ବୁଝେଇ ନେବି ।
ସଜେଇ ଦେବି ଧନକୁ ମୋର
ବଇଁଶୀ ଦେବି ହାତେ,
ଅଝଟ ସବୁ ସହିବି ତୋର
କୋଳେଇ ନେବି ତୋତେ ।
ମୋ ହସ ଖୁସି ତୋର ହେଉ
ତୋ ଦୁଃଖ ସବୁ ମୋର,
ତୋ ମୁହଁକୁ ଚାହିଁ ଯାଉ ଜୀବନ
ଆରେ ମୋ କୁନି ଗୋପାଳ ।
:- ବିଷ୍ଣୁପ୍ରିୟା ମିଶ୍ର🙏❤️

-


Fetching Bishnupriya Mishra✍️❣️ Quotes