Bela Bhumi   (Bela Bhumi (Odia Poetry))
683 Followers · 774 Following

read more
Joined 11 October 2017


read more
Joined 11 October 2017
25 JUL AT 16:41


ତୋ ନାଁ ରେ ଟିକେ
ଚର୍ଚ୍ଚା ନକଲେ ଦିନଟେ
ଜାଣେନା କାହିଁକି ଅଦେଖା ବେଦନା
ଛାତି ତଳେ ମୋର ଉକୁଟେ,
ବକଟେ ପ୍ରେମକୁ ରକେଟ କରି ତୁ
ଯାହା ଉଡେଇଲୁ ହାୱାରେ
ରାତିର ନିଦ ମୋ ସୁନଫୋଟକା ମୁଁ
ବଦନାମ ସାରା ସହରେ ।।ବେଳାଭୂମି

-


25 JUL AT 12:40



ମେଘ ଛୁଇଁଛି ତୋ ମୁକୁଳା କବରୀ
ହେଲେ ମୁଁ ଜଳୁଛି ଏଠି
ଆଖିରେ ଆଖିଏ ବଉଦର ଭେଳା
ବିରହ ଲେଖୁଛି ଚିଠି.....
ସାଜେ ଶ୍ରାବଣୀ ସେ କଦମ୍ବ ଅତରେ
ମହକ ଉଡାଇ ଆସେ
ଋତୁ ରାଜୋବତୀ ରାତି ସପନଟା
କୁହୁଳା କୁହୁଳା ବାସେ।।ବେଳାଭୂମି

-


25 JUL AT 10:26

ଏଠି ସେଠି ଆଜି ଉଡି ବୁଲୁଅଛି
ଅଧା ଲେଖା ଗୁଡ଼େ ଚିଠି....
ତୁମ ପାଇଁ ଯାହା ଲେଖି ବସିଥିଲି
କେବେ ସେ ରାତିରେ ଉଠି....
ଏବେବି ଡାଏରି ଚାପା ଗୋଲାପଟା
ଚୁପି ଚୁପି ଝାରେ ଲୁହ
କିଛି କୁହେ କିଛି ଅବୁଝା ବୁଝାରେ
ଦେଖାଏ ତୁମରି ମୁହଁ....ବେଳାଭୂମି

-


24 JUL AT 12:32

ଜଳି ଯାଉଥିବି ତୁମରି ପାଇଁ ମୁଁ
ବାସର ଦୀପଟେ ହୋଇ
ତୁମେ ବସିଥିବ ଅଭିସାର ବେଶେ
ଆଉ କାହା ପଥ ଚାହିଁ ....,
ଶିଖା ସିନା ଜାଣେ ଜଳିବା ଯନ୍ତ୍ରଣା
ଦୀପ ବା କାହୁଁ ତା ବୁଝିବ .....
ସୀମନ୍ତରେ ତୁମ ଆଉ କା ସିନ୍ଦୁର
ମୋତେ ବା କାହିଁକି ଖୋଜିବ ? .. ।।ବେଳାଭୂମି

-


24 JUL AT 12:16



ପାନ୍ଥଶାଳା କେବେ ପଚାରି କି ବୁଝେ
ପାନ୍ଥର ମରମ ବ୍ୟଥା ?
ଅନାମିକା କେବେ ବୁଝିଛିକି କେଉଁ
ଅଜଣା ପ୍ରେମିକ କଥା ।। ବେଳାଭୂମି

-


23 JUL AT 11:14


ଜୀବନର ଏଇ ଅନ୍ଧ ଅନ୍ଧାରେ
ଦେଖିଛି ତୋ ଚକା ଆଖି
ଦେଖିଚି ପୁଣି ତୋ ବଡ ଦାଣ୍ଡେ କେତେ
ପତିତ ମରିଛି ଡାକି,
ସ୍ଵର୍ଗ ଦ୍ୱାରେ ତୋର ଦାହ ହୋଇଛନ୍ତି
କେତେ ଯେ ନିଃସହାୟ
କହିକି ପାରିବୁ ପ୍ରହସନେ ତୋର
କାହାର ଏ ସବୁ ଦାୟ ?ବେଳାଭୂମି

-


23 JUL AT 10:57

ପ୍ରତିଟି ସ୍ପନ୍ଦନେ ଛାତି ଜପୁଥାଉ
ତୁମ ନାମ ଅବିରତ
ନହେଉ ପଛେ ମୋ ହରି ଦରଶନ
ପ୍ରଭାତ ପ୍ରଣବେ ଶିକ୍ତ।।ବେଳାଭୂମି

-


26 MAY AT 17:25


ଶ୍ରାବଣର ଧାରା ଅବା ଫଗୁଆ ବସନ୍ତେ
ଟିକିଟିକି ତାରା ଫୁଲ ଜହ୍ନ ରୋଷଣିରେ
ଝିଲିମିଲି ମଖମଲି ହସ ହସୁଥାଉ
ମରି ପୁଣି ଜିଉଁଥିବା ପ୍ରତିଟି ରାତିରେ ,
ମୋ ଆଖିର ଯେତେ ସ୍ଵପ୍ନ ..
ପ୍ରିୟତମା ସ୍ମୃତି ଖୋଜୁଥାଉ।।ବେଳାଭୂମି

-


10 MAY AT 18:35

ନାଲି ମେହେନ୍ଦୀରେ ସଜହେଉ ଯେବେ
କୃଷ୍ଣଚୂଡ଼ା ଯାଏ ରୁଷି
ଚହଲା ପାଣିରେ ଜହ୍ନ ଓହ୍ଲାଏ ମୋ
ଗାଁ ଗଡ଼ିଆରେ ଆସି,
ଲେଉଟାଣି ସଞ୍ଜେ ଅନ୍ଧାର ଫେରେ
ସପନ ଚିହିଁକି ଉଠେ
ଦେହ ଦାହ ହୁଏ ରୂପ ସହରର
ତୋର ସେ କୁଆଁରୀ ତୁଠେ।।ବେଳାଭୂମି

-


17 APR AT 8:32


ବାଉଳାରେ ଯେବେ ନାମକୁ ଲେଖିଲି
ଶିଉଳୀର ପାଖୁଡ଼ାରେ
ଜାଣି ମୁଁ ନ ଥିଲି ଝରିଯିବ ବୋଲି
ରାତି ପାହିଗଲା ପରେ ।।ବେଳାଭୂମି

-


Fetching Bela Bhumi Quotes