QUOTES ON #ଶୁଭସକାଳ

#ଶୁଭସକାଳ quotes

Trending | Latest
22 DEC 2020 AT 10:18

ସେ ତ ଆଶା
ଗଭୀର ଯନ୍ତ୍ରଣା ର ଦ୍ୱାର,
ସେ ପରା ସ୍ୱାର୍ଥ
ହାସଲ କରିବାର ସୂତ୍ର...



ସେ ତ ମୌନ
ନୀରବତା ର ଗନ୍ତାଘର,
ସେ ପରା ଶାନ୍ତ
ସରଳତା ର ସୁନ୍ଦର ଚିତ୍ର.

-


25 SEP 2020 AT 8:10

ସକାଳ ସୁରୁଜର ପ୍ରଥମ କିରଣ
ଆସିଥିଲି ତୋ ପାଶେ ତାକୁ ନ ଦେଖିଣ l

କେମିତି ଥିବୁ ତୁ କଣ କରୁଥିବୁ
ନିଜ ସ୍ୱାସ୍ଥ୍ୟ କଥା କି ତୁ ବୁଝୁଥିବୁ l

ବ୍ୟସ୍ତ ବିବ୍ରତରେ ଭାବନା ଗରମ
ହୋଇଯାଇଥିଲି ମୁଁ ପାଗଳ ସମ l

ତିଳେ ନ ଦେଖିଲେ ରହି ହୁଏନା
ଏ ମନ କଥା ସେ ମନ କାହିଁ ବୁଝେନା l

ଯାଉଛି ମୁଁ, ତୁ ଭଲରେ ଥିବୁ
ଆର ସୂରୁଜକୁ ପୁଣି ଦେଖା ହେବୁ l

-


28 SEP 2020 AT 8:19

ଆଜ ଅନ୍ତରୀକ୍ଷେ ଶୁଭେ ଏ କି ଧ୍ଵନି
ପ୍ରେରଣା ବାଇଦର ଦୁନ୍ଧୁମି
ଜାଗ୍ରତ ହୁଅ ଜାଗ୍ରତ ହୁଏ ହେ କବି କୁଳ
କଲମ ହଉ ତୁମ ମହିୟସୀ
ଆଜିର ଏଇ ଶୁଭ ବେଳାରେ
ଦେଇଛି ଏହି ଶଙ୍ଖ ଧ୍ଵନି...

-


29 JAN 2021 AT 10:34

ତୁମ ଅପେକ୍ଷାର ଅନ୍ତ ପାଖେଇ ଆସୁଛି
ମୁଁ ଖୁବ୍ ଶୀଘ୍ର ତୁମ ପାଖକୁ ଯାଉଛି
ଏତେ ଦିନ ପରେ ତୁମକୁ ମୋ ଆଖି
ଦେଖିବ ବୋଲି ନାଚି ଯାଉଛି !!

-


13 OCT 2020 AT 6:24


ସକାଳ ଆସେ ସୁନେଲି କିରଣେ
ସଦ୍ୟସ୍ନାତା କାକର ବୁନ୍ଦାରେ
ନବ ବଧୂ ବେଶେ ଶୁଭେଚ୍ଛା ନେଇ
ରହିଥାଅ ତୁମେ ଅପେକ୍ଷାରେ...

-


28 DEC 2019 AT 10:02

ଉଦିୟମାନ ସୂର୍ଯ୍ୟର ପହିଲି କିରଣରେ ନିଜ ସକରାତ୍ମକ ଭାବନା କୁ ଜାଗ୍ରତ କର
କାହିଁକି ନା ସେଇ ଟିକିକ 'ପ୍ରଚେଷ୍ଟା' ତମକୁ କାହିଁ-କେତେ ଉଚ୍ଚ କୁ ନେଇଯିବ।

-


23 SEP 2020 AT 10:30

ହେ ଗଧ ଭାଇ ମୋର ଉଠ ଉଠ ସ୍ୱତ୍ୱର
ନ ହେଲେ ପାଣି ଢାଳି ଦେବି ତୁମ ଉପର

-


23 SEP 2020 AT 8:18

ଆସିଛି ଆଉ ଏକ ନୂଆ ସକାଳ
ନେଇ ମନେ ଆଶା ଅପାର
ତେଜସ୍ୱି ସୁରୁଜ ପରି ହୋଇ ଉଠୁ
ତେଜୋମୟ ପ୍ରକାଶ ତୁମ ଲେଖନୀର
ଆହେ କବି କୁଳ.....
ଏହି ଶୁଭେଚ୍ଛା ଜଣାଉଛି ଏହି
ନୂଆ ସକାଳର.... 🌻😊🙏🙏

-


14 APR 2021 AT 8:45

କିଏ ବୁଣିଦେଲା
ସକାଳ ଦେହରେ
ସୁନେଲି ସୁନେଲି ଖରା ,
କିଏ ଫୁଙ୍କି ଦେଲା
ନବ ଉନ୍ମାଦନା
ବିହ୍ଵଳିତ ହେଲା ଧରା ,
କିଏ ଆଙ୍କି ଦେଲା
କୋମଳ ଚେତନା
ପଲ୍ଲବିତ ମନପ୍ରାଣ ,
କିଏ ଗାଇ ଗଲା
ସୁମଧୁର ସୁରେ
ମଧୁମୟ ପ୍ରୀତି ଗାନ ।।

ସୁନୀତା...

-


1 JUN 2020 AT 8:39

ଗଣପତି ଦିଅନ୍ତୁ ସଭିଙ୍କୁ ଦିବ୍ୟଜ୍ଞାନ
ସକାଳର ପୂଜାଥାଳିରୁ ଆରମ୍ଭ
ହେଉ ମୋର ଦିନ।

-