Sunita Sahoo  
1.0k Followers · 235 Following

Joined 11 January 2019


Joined 11 January 2019
1 JAN AT 14:16

ନୂଆ ବରଷରେ କୋଟି ଦଣ୍ଡବତ
ବଡ଼ ଠାକୁର ମୋ ଜଗତନାଥ
ସବୁ ସକାଳକୁ ସାକ୍ଷୀ ତୁ ରହିବୁ
ଅବେଳରେ ଛାଡି ନଦେବୁ ହାତ ,

ଆତଯାତ ଏଠି ଜୀବନ ପ୍ରଦୀପ
ଜଳୁଥାଏ ଲିଭୁଥାଏ
ତୋ ହାତରେ ଦେଇ ଜୀବନ ଜଞ୍ଜାଳ
ସୁଖ ଦୁଃଖ ଭୋଗୁଥାଏ ,

ବରଷ ବରଷ ହରଷେ ଆସୁଛି
ଭାଗ୍ୟର ଡୋରିକୁ ଛନ୍ଦି
ସବୁ ଭରସା ତୋ ଚକାବଦନ ରେ
ଦେଇଛି ଏ ମନ ବାନ୍ଧି ,

ନୂଆ ବରଷର ପହିଲି ସକାଳେ
ପତିତପାବନ ଚାହିଁ
ଭିଜିଯାଉ ମନ ହଜିଯାଉ ପ୍ରାଣ
ଆନନ୍ଦର ଅଶ୍ରୁ ବହି ।। ସୁନୀତା ...


-


15 NOV 2024 AT 20:59

ଆ ସକାଳ

ଆ ସକାଳ ,
ଆଜି ପୁଣିଥରେ
ତୋ'ର ମୋ'ର ଭେଟ ହେବା ,
ରାତ୍ରିର କେଇ ଟୋପା ହାଲ୍କା ପଣ
ତଥାପି ତୋତେ ଜାବୁଡ଼ି ଧରିଥିବ
ଆଉ ମୁଁ ମୋ ସହ ପୁଣି ବଞ୍ଚିବାକୁ
ସାଲିସ୍ କରୁଥିବି ,
ତୁ ପ୍ରାଚୀ ଆକାଶରୁ ହାତ ଛାଡୁଥିବୁ
ମୁଁ ଅନ୍ତଃହୀନ ସ୍ଵପ୍ନରୁ ମୁକୁଳି ସାରିଥିବି ,
ତୁ ଦିଗବଳୟରେ ନୂତନ ସୂର୍ଯ୍ୟର
ରେଖାଚିତ୍ର ଆଙ୍କୁଥିବୁ
ଆଉ ମୁଁ ଆଙ୍କୁଥିବି ମୋ ଅଗଣାରେ
ଆଗାମୀ କେଇ ଦଶନ୍ଧିର ବୀଜମନ୍ତ୍ର ସବୁ ।।

ସୁନୀତା ...

-


1 NOV 2024 AT 22:35

ऐ ज़िन्दगी यूं रुठा न कर
तेरे हर ग़म से वाकिफ हूं
पता है मुझे
तु फिर मुस्कुराएंगी सुबह देख कर
मैं तो यूंही बदनाम हूं ।

यहां खुशियां आंख मिचौली है
फिर भी ढूंढ ही लेती हुं ,
ग़म तो बेशुमार मिला है
आंचल में लपेट ही लेती हूं ।

सुनीता ...

-


31 OCT 2024 AT 8:19

ଦୀପାବଳି

ଆସ ଦୀପ ଟିଏ ଜାଳ......
ସେ ଦୀପରେ ନିର୍ବାପିତ ହେଉ
ଅସରା ଦୁଃଖ ର ଢେଉ
ଆଉ ଯେତେ ସବୁ ଅସହଜ ଅହମିକା ,
ସେଦିନର କୋହ ମୋହ ଭରା
ଅନ୍ଧାରୁଆ ଦୁଃଖ ସବୁ
ହାତଧରି ଏକାକାର ହୋଇ
ଦୀପ ତଳେ ଆତ୍ମାହୁତି ଦେଉ ,

ଆସ ଦୀପ ଟିଏ ଜାଳ .....
ସେ ଦୀପରେ ସ୍ବାର୍ଥର ବତୀ ନ ରହୁ
ହାଲ୍କା ହାଲ୍କା ପବନରେ
ଅବନୀ ର ଭାର କ୍ଷାନ୍ତ ହେଉ ,
ଧୂସର ଆକାଶଟା ସମୟ ବକ୍ଷରେ
ଧୂଆଁଳିଆ ଇତିହାସ ରଚୁ ପଛକେ
ଦୀପାବଳି ଶୁଭ ହେଉ....
ଦୀପାବଳି ମହାର୍ଘ ହେଉ ।।

ସୁନୀତା ...





-


16 JUN 2024 AT 21:52

ବାପା


ତୁମେ ବିଶ୍ବାସର ପ୍ରଥମ ପାହାଚ
ଆଶ୍ୱାସନା ର ବଟଦ୍ରୁମ ଅବା ,
ଘନ ଅନ୍ଧାରରେ ଆଲୋକର ଧାରା
ସୁରକ୍ଷାର ସ୍ଥିର କଳ୍ପବଟ ।

ତୁମେ ଘଞ୍ଚ ଶୀତଳ ବନାନୀର
ସ୍ନିଗ୍ଧ ଅବକାଶ ,
ହୃଦୟ ତନ୍ତ୍ରୀର ଅଗଭୀର ପୃଷ୍ଠରେ
ମୋ ଅସ୍ତିତ୍ବର ନୀଳ ମହାକାଶ ।

ତୁମେ ଅଚଳ ମହାମେରୁ
ଆପଦେ ଆୟୁଧ ,
ତୁମେ ଅନନ୍ତ ଶୁଷ୍କ ମରୁ ପରେ
ଆଶାର ବାରିଦ ।

ତୁମେ ମହାମନ୍ତ୍ରର ଓଁକାର ନାଦ
ଜୀବନ ଆଧାର ବେଦ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ସରି
ଏ ଜୀବନ ରେ ଗୀତଗୋବିନ୍ଦ ।

ସୁନୀତା ...



-


25 MAR 2024 AT 21:48

ରଙ୍ଗ


ଦୁଃଖ ପାଶୋରା ଦିନଟିଏ ଆଜି
ଅଗଣାରେ ମୋର ଖୁବ୍ ଉତ୍ପାତ କରେ
ଚିହ୍ନା ଚିହ୍ନା ମୁହଁ ସବୁ ଅଚିହ୍ନା ହୁଏ
ରଙ୍ଗୀନ୍ ହୁଏ ପାଣିରୁ ପବନ ,

ଏ ହନ୍ତସନ୍ତ ପୃଥିବୀର ଦିନଟିଏ
ଆଗପଛ ବିଚାର କରେନା
ଅଜାଣତେ ଜୀବନ ମନସ୍କ ହୁଏ
ବୟସ ତା'ର ଚଉହଦୀ ଡିଏଁ ,

ରଙ୍ଗ ତଳେ ଲୁଚିଯାଏ
କେତେ ଯେ ପୁରୁଣା ଦାଗ ସବୁ
ଘାସ ଗାଲିଚା ବି ରଙ୍ଗୀନ୍ ହୁଏ
କହିପାର , ସବୁଜ କେବଳ ହିଁ ବାହାନା ।।

ସୁନୀତା ...



-


31 DEC 2023 AT 19:18

ହାତ ଧରି ପଥ ଦେଖାଇ ଦିଅ ହେ
କରୁଣା ଊଣା ନହେଉ ,
ଦିନ ମାସ ବର୍ଷ ସରି ସରି ଯାଏ
ଏ କି ଲୀଳା ମହାବାହୁ !
ସମୟ ତ ସବୁ ତୁମ ହାତେ ଖେଳ
କାଳ କାଳକୁ ସେ ରହୁ ,
ପଥ ହୁଡା ଯଦି ପଥିକ ମୁଁ ହୁଏ
ରଖିବ କି ମହାବାହୁ !
କେତେ ରୂପ ରଙ୍ଗ କଳା କଉଶଳ
ଜଗତ ଶୋଭା କି କହୁ
ତବ ଇଙ୍ଗିତ ରେ ବହୁଛି ସମୀର
ସାଧ୍ୟ କିଏ ମହାବାହୁ !
ଆଦ୍ୟ ଏ ଜୀବନେ ଅନ୍ତ ପୁଣି ତୁମେ
ଖନା ମୁଖେ ବାକ୍ୟ ରହୁ
କୋଟିନିଧି ଲଭେ ତୁମ ଦରଶନେ
ଅପୂର୍ବ ହେ ମହାବାହୁ !!

ସୁନୀତା ...


-


5 SEP 2023 AT 7:22

ହେ ଗୁରୁ
ତୁମ ଦୀକ୍ଷାରେ ଦୀକ୍ଷିତ
ତୁମ ଶିକ୍ଷା ରେ ଶିକ୍ଷିତ ମୁଁ ,
ତୁମ ଆଶ୍ରୟ ରେ ଆଶ୍ରିତ
ସେଇ ଆଲୋକରେ ଆଲୋକିତ
ସେଇ ବିଚାରରେ ଆନ୍ଦୋଳିତ
ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର
ଚରଣରେ ଅବସ୍ଥିତ ମୁଁ ...... ।।

ସୁନୀତା ...

-


30 AUG 2023 AT 7:23

ରାକ୍ଷୀ

ମୁଠାଏ ଆଶିଷ ବିଞ୍ଚିଦେ ସକାଳ
ମୋ ଭାଇର ମଥାନ ପରେ
ଅକ୍ଷତ କୁଙ୍କୁମ ଚନ୍ଦନର ଲେପ
ରାକ୍ଷୀ ବାନ୍ଧିବି ତା'ପରେ ,
ସାକ୍ଷୀ ତୁ ରହିବୁ ସବୁ ସକାଳକୁ
ଭାଇର ଆପଦ ବେଳେ
ଦି ଧାର ସୂତା ର ଲେଖିବୁ କାହାଣୀ
ସଂଜ ଗଡିଗଲା ପରେ ।।

ସୁନୀତା ....

-


29 JUL 2023 AT 23:27

ତୁମେ ଆଜି ପୁଣି ପୂର୍ଣ୍ଣ
ପରିପକ୍ଵ କବିତା ଗୁଚ୍ଛ ,
ମୁଁ କାଲିର ଅଭେଦ୍ୟ ଦ୍ଵନ୍ଦ
ଅମାନିଆ ସଫେଦ୍ ଫର୍ଦ୍ଦ ।।

@ସୁନୀତା...

-


Fetching Sunita Sahoo Quotes