Hai kuchh khwaish jo kabhi Puri ho nahi payegi
kuchha hai sapne jo mein khud nahi janti ...
agar koi puchhe kya hai teri manjil?
Toh v mein kuchh kehe nahi sakti .....
akhir kesi hai ye zindagi jo kabhi humari marji se
nahi chalti !!-
କେତେ ଆପଣାର ଏଇ ରାତି
ବୁଣିଥାଏ ନିତି ନିଷ୍କପଟ ମନେ
କୋଟି କୋଟି ତରାଫୁଲେ ପ୍ରଜାପତି।
ମେଘର ଅଗଣେ ବୋଇତ ସଜାଇ
ମୁରୁକି ହସେ ଟିକି ଚଦ୍ରମାର ପ୍ରତିଛବି
ଆହାଃ!କେତେ ଆପଣାର ଏଇ ରାତି।
ସତେ କି ହାତଧରି ନିଏ ତୋଳିବାକୁ
ପିଲାଦିନେ ସେଇ ପୂର୍ଣ୍ଣମିର ଶଶି
କୋଳେଇ ନେଇ ହୃଦୟରେ ଆଙ୍କେ
ନିଷ୍କପଟ ମନେ ଇଦ୍ରଧନୁ ସାତରଙ୍ଗି
ସତେ କେତେ ଆପଣାର ଏଇ ରାତି।
-
ଅନ୍ଧାରୀ ରାଇଜର ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡ
ନା ' ସେ କେଉଁ ପରିରାଇଜର ପରୀ
ନା ' ସେ କେଉଁ ଅନ୍ଧାରୀ ଦୁନିଆର ରାଣୀ ......
ବାସ୍ !ଏକ ଖଣ୍ଡବିଖଣ୍ଡିତ ଅସ୍ତିତ୍ବର ହୃଦୟଟିଏ
କେବଳ ଚମକି ଉଠେ ଅନ୍ୟପାଇଁ
ଏକ ଧୂସରିତ ଚାଦର ଆଢ଼ୁଆଳରେ ନିଜକୁ ଲୁଚାଇ .......-
ଅନୁବାଦ କରିହୁଅନ୍ତା କି
ମୋ ହୃଦୟର ପ୍ରତିଟି ସ୍ପନ୍ଦନ କୁ
ଗୋଟି ଗୋଟି କରି ପଢି ଶୁଣାଇ ଦିଅନ୍ତି
ହୃଦୟର ପ୍ରତିଟି ଘାତ ପ୍ରତିଘାତ କୁ.......
ତୁମର ଚରଣାଶ୍ରିତ ହୋଇ
ଗାଇଦିଅନ୍ତି କି ମନର କେତେ କେତେ
ଅନାବନା ଭାବର ସଂଗୀତକୁ
ଧୋଇଦିଅନ୍ତି ତୁମର ଶ୍ରୀଚରଣ
ଏଇ କୋହଭରା ଅଶ୍ରୁର ଧାରାରେ.....
ଭାବରେ ବୁଝାଇ ପାରନ୍ତି କି
ନୀଳଚକ୍ର ନିବାସୀ ଜଗତର ନାଥଙ୍କୁ
ବାସ୍ ଅନୁବାଦ ପାରନ୍ତି କି
ମୋ ହୃଦୟର ପ୍ରତିଟି ସ୍ପନ୍ଦନ କୁ-
Aankhon ko chhoo ke phir
behjati hai aansuon ke saath ,
Dhundh rahee ye zindagi phir
kisi takdeer ke saath........
Bikhar jaati hai khwahishen
manjilon ke paas,
Aakhir Kaise hai ye sapna
jo mil nahin pati sawarne ke baad.....-
ଆଶାର ନାଉରୀ ସପନ ସଜାଏ
ଅସ୍ତଗାମୀ ରବି ସାଥେ
କିଛି ଆଶା ଫୁଲ କଢ଼ ହୋଇ ଫୁଟେ
ବାକି ଆଉକିଛି ଭୂଇଁରେ ଲୋଟେ।
ଭୋକର ବିକଳେ ମାଟି ବି ଆକାଶ ଛୁଏଁ
ପରିବାର ପାଇଁ ଦାଣ୍ଡେ ଦାଣ୍ଡେ ବୁଲି
ବାପା ବି ଅଧିଆ ପଡ଼ନ୍ତି।
ଚୁଲିର ମୁଣ୍ଡରେ ବନ୍ୟା ବି ଆସିଛି
ମା' ର ଲୋତକ ଧାରରେ
ଉତୁରା ସପନ ସବୁ ଯାଉ ହେଇଯାଏ
ଗରିବ ମୋହର ସାମ୍ନାରେ।
ଭୋକର ଭୂଗୋଳ ଅସ୍ତବ୍ୟସ୍ତ କରେ
ଜୀବନର ମାନଚିତ୍ର
ଇତିହାସ ମଧ୍ଯ ପରକ୍ଷି ପାରେନି
ଏ କେଉଁ ଶତାବ୍ଦୀର ଅଙ୍କ?-
ହୃଦୟର ପ୍ରତିଟି ବିଫଳତା ଯେବେ
ଅସ୍ଥିର କରିପକାଏ ଜୀବନ
ଜୀଇଁବାର ପ୍ରତିଟି ମୂହୁର୍ତ୍ତ,
ଖଣ୍ଡିଏ ସଫେଦ୍ ପୃଷ୍ଠା ଆଉ ତୂଳୀ ହଁ
କଷ୍ଟ ପ୍ରକାଶର ସାଜେ ମାଧ୍ୟମ।
କାନଭାସ୍ ର ସଫେଦ୍ ପୃଷ୍ଠାରେ
କାରିଗର ରଙ୍ଗାୟିତ କରେ ନିଜ
ସସ୍ବପ୍ନର ଖଣ୍ଡବିଖଣ୍ଡିତ ଅଂଶ
ରଙ୍ଗବେରଙ୍ଗ ତୂଳୀର ସହାୟତେ।
ତୂଳୀରୁ ରଙ୍ଗସରିଗଲା ପରେ
ଜୀବନ୍ତ ସାଜେ ମୃଗତୃଷ୍ଣା ସ୍ବପ୍ନ
ଶିଳ୍ପୀ ସାଜେ କେଉଁ ଅଜଣା ଭବିଷ୍ଯତ
ପାଇଁ ସାଇତା କାରିଗର,
ଆଉ ବାକି ରହିଯାଏ ଖଣ୍ଡିଏ ବାଉଁଶ
ଯାହା କ୍ଷଣକେ ସାାଜେ ଅଲୋଡ଼ା ଶ୍ରମିକ।-
ଆଶା ନିରାଶାର ଦରିଆ ମଝିରେ ଝଲସି ଉଠେ ମଲାଜହ୍ନ
ପ୍ରାପ୍ତି ଅପ୍ରାପ୍ତିର ବୁକୁଫଟା ଯନ୍ତ୍ରଣା ଛାଡ଼ିଯାଏ ଜୀବନର ଶେଷ ଚିହ୍ନ।-