QUOTES ON #ଭାଇ

#ଭାଇ quotes

Trending | Latest
24 MAY 2020 AT 11:56

ଭାଇ

ମୋ ଭାଇ ମୋ ଛାଇ
ସତମିଛ ର ଏ ଦୁନିଆ ଭିଡ଼ରେ
ତୁ ଅସରନ୍ତି ବିଶ୍ଵାସ ର ନଈ,
ମୋ ହସ ଲୁହରେ କଥା କହେ
ତୋ ଛଳଛଳ ଆଖି ଦୁଇ,
ସଂସାର ର ଭଲମନ୍ଦକୁ ରହିଥିବୁ
ମୋ ପାଇଁ ସାକ୍ଷୀ ଟିଏ ହୋଇ ,
ନିଆରା ଆମ ସମ୍ପର୍କ ପଥରେ
ତୁ ହସୁଥା ଧାରଟିଏ ହୋଇ ।

-


26 MAY 2020 AT 19:29

କେତେ ରାଗ ରୁଷା ସହ ମୁହଁ ମୋଡ଼ା ମୋଡି,
ଆଜି ପିଲା ଦିନ ର କଥା ଯାଉଛି ମନେପଡି.
ମିଛ ଅଭିନୟ ସଙ୍ଗେ କେତେ ଯେ ଅଭିମାନ,
ଆଜି ସେ ସବୁ ଅଭିମାନ ହୋଇଯାଇଛି ଶୂନ.
ଛୋଟ ଥିଲୁ ବୋଲି କରୁଥିଲୁ ମିଶି ଅଳି ଅଝଟ ,
ଭାଇ ଭଉଣୀ ର ପ୍ରେମ ଇଏ ଥିଲା ପୁଣି କପଟ.
କେତେ ଜିଦି ପୁଣି ମିଛେ ମିଛେ ବାଦ କୁ ହିଂସା,
ଇଏ ତ ଥିଲା ଭାଇ ଭଉଣୀ ର ପ୍ରେମ ପରିଭାଷା.
ଆଜି ଗେଲେଇ ଭଉଣୀ ମୋହର ହେଇଛି ବଡ଼,
ଅତିକ୍ରମ କରିନେଇଛୁ ସେ ପିଲାଦିନ ର ମୋଡ଼.
ଖୁସି ଲାଗେ ଯେ ମନେ ପଡିଗଲେ ମୋ ପିଲାଦିନ,
କେତେ ବାଦ ହିଂସା ଥିଲା ପୁଣି କେତେ ଅଭିମାନ..

-


30 APR 2022 AT 19:03

ସବୁଠୁ ଖରାପ ମୋ ଭାଇ
ଏକଦମ୍ ଖତରନାକ୍ କୁମ୍ଭକର୍ଣ୍ଣ
ସେଇ ଖରାପ ଭାଇ ପାଇଁ ହୃଦୟରୁ ପଦେ
-Bandita ✍🏻

-


17 APR 2021 AT 22:45

...

-


24 MAY 2020 AT 22:57

ଜହ୍ନ ବିନା କୁମୁଦର ମନ
କିଏ ଅବା ଜାଣିବ ,
ଭାଇ ବିନା ଭଉଣୀର ଦୁଃଖ
କିଏ ଅବା ବୁଝିବ ।

-


24 MAY 2020 AT 17:00

ପ୍ରେମ ଥିବ ରାଗରେ
ତା ମୁହଁ ମୋ ମୁହଁ
ସବୁବେଳେ ଅନ୍ୟ ଦିଗରେ
ମୁହାଁ ମୁହିଁ ହେଲେ ଯେବେ
କା କଥା କିଏ ଶୁଣେ କେବେ।
ବାନ୍ଧିବିନି ରାକ୍ଷୀ ଆଉ
ତୋ ଭାଇ ପଣ ସେତିକି ଥାଉ
ଭାଇ ଦିଏ କୋଳେଇ
ଆରେ ମୋ ଗେହ୍ଲେଇ
କେତେ ହଉ ଫୁଲେଇ
ଗୋଟେ ବୋଲି ଭଉଣୀ
ଭାସି ଯାଉଥିଲୁ ମଝି ନଈ ରେ
ଆଣି ଥିଲୁ ତତେ ଛାଣି।
ପୁଣି ରାଗରେ ଗର ଗର
ଚାଲି ଯିବି ମୁଁ ଶାଶୁ ଘର
କାନ୍ଦୁ ଥିବୁ ବସିରେ
ତୋ ଭଳିଆ କାଣ୍ଡୋଇ
କୋଉ ଘରେ ଚଳିବ ନାଇ
ଆମେ ଭାରି ଦୟାଳୁ
ସେଥିପାଇଁ ତତେ ସମ୍ଭାଳୁ।
ହୁଏ ନାହିଁ ଅନ୍ତ ଏ ଯୁକ୍ତିର
କେହି ହାରେ ନାହିଁ କେହି ଜିତେନି
ତଥାପି ଏମିତିକା ବନ୍ଧନ
ଭାଇ ଭଉଣୀ ସଂପର୍କ
କେବେ ବି ତ ଗଣ୍ଠି ଫିଟେନି।

-


13 JAN 2022 AT 11:13

ହସରେ ହସିବାକୁ
ଲୁହରେ ଲୁହ ଗଡେଇବାକୁ
ଲୋକ ମିଳନ୍ତି ତ ଅନେକ
ହେଲେ ହସରେ ମଧ୍ୟ ଯିଏ ଦେଖିପାରେ
ଅଧା ବାଟେ ରହିଥିବା ଲୁହ ବୁନ୍ଦାକୁ
ଏବଂ ନିଜେ ବନିଯାଏ ମାଧ୍ୟମଟିଏ
ଜମାଟ ବାନ୍ଧାଥିବା ଲୁହକୁ
ତରଳେଇବାର, ବହେଇ ନେବାର
ସେମିତି ହୃଦୟଟିଏ ତୋର
ତୁ ପ୍ରିୟ ଭାଇ ମୋର


-


11 JUN 2021 AT 1:02

ସାବିତ୍ରୀ ବ୍ରତ କୁ ନେଇ, ସ୍ଵାମୀ ଙ୍କ ଭାଳେଣି କାହିଁ?
ଟଙ୍କା ଦିଅନ୍ତି ପଠେଇ, ଯେଉଁଠି ଥିଲେ ବି ଭାଇ।
ସାମାଜିକ ପ୍ରଥା ଏହି, ଝିଅଟିକୁ ବାହା ଦେଇ
ବାର ଓଷା ବ୍ରତ ପାଇଁ, ଭୁଲନ୍ତିନି ବାପା ଭାଇ।
ମନ ଲାଖି ଶାଢ଼ୀ, ଚୁଡ଼ି, ବିଧିମତେ ଫଳ ବାଢି,
ନାରୀ ପୂଜେ ସ୍ଵାମୀ ପାଇଁ, ସବୁ ତ ଦିଅଇ ଭାଇ।
ନିଜ ଶକ୍ତି ମତେ ଦେଇ, କର୍ତ୍ତବ୍ୟ କରେ ତ ସେହି
ତା' ଶଙ୍ଖା ସିନ୍ଦୂର ପାଇଁ, ମନେ ରଖିଥାଏ ଭାଇ।
ସ୍ଵାମୀ ହୁଅନ୍ତି ଫୁଲେଇ, ଅଯଥା ଶୁଖାନ୍ତି ନାହି,
ନାରୀ କରନ୍ତି ବଡେଇ, ସମ୍ପର୍କ ରଖିଛି ଭାଇ।
ଆମ ପରମ୍ପରା ଏହି, ଝିଅ ରହି ଥାଏ ଚାହିଁ,
ସମ୍ପର୍କ ର ସାତ ନଈ, ମଲା ଯାଏ ଶୁଖେ ନାହିଁ।

-


24 MAY 2020 AT 17:57

ଲଡୁର ବଡଭାଗ ମୋର,
ନୂଆ ବହି ସବୁ ମୋର,
ବୋଉର କୋଳ ମୋର,
ମାମୁଁ ଆଣିଥିବା ଚକଲେଟ ବି ମୋର,
ପୁରୁଣା କଲମ ତୋର,
ଘରର କାମ ତୋର,
ବଡ଼ ଧାନଗୋଛା ସବୁ
ତୋ ମୁଣ୍ଡରେ,
ବାପାଙ୍କ ବଡ଼ ସାଇକେଲ ଭାଙ୍ଗିବାର
ଦୋଷ ତୋ ଉପରେ,
ମୋ ଦୁଷ୍ଟାମିର ମାଡ଼
ତୋ ପିଠିରେ,
ଏମିତି ଜୀବନ ଯାକ
ସବୁକିଛି ଭାଗ ବାଣ୍ଟି ପାରିଲେନି ରେ
ବହୁତ କିଛି ବାକି ରହିଗଲା ଭାଇ।

-


21 AUG 2021 AT 17:20

ରାକ୍ଷୀ ତୋ ହାତରେ ଆଜି ଭାଇ
ଦିଶଇ କେତେ ସୁନ୍ଦର
ସୁନ୍ଦର ଦିଶିବ ନାହିଁ ବି କିପରି
ମିଶା ସେଥିରେ ଯେଣୁ ରଙ୍ଗ ମୋ ବିଶ୍ୱାସର
ରାକ୍ଷୀ ପୂର୍ଣ୍ଣିମାକୁ ମୁଁ ବର୍ଷକ ଧରି
କରିଥାଏ ଅପେକ୍ଷା
କେବେ ଆସିବ ରାକ୍ଷୀ ପୂର୍ଣ୍ଣିମା
ଅନ୍ତ ହେଵ ମୋ ଅପେକ୍ଷା
ତୋ ହାତରେ ବାନ୍ଧିବା ପାଇଁ ରାକ୍ଷୀ
ମନ ମୋ ହୁଏ ଉଚ୍ଛନ୍ନ
କରୁଥିବୁ ସବୁବେଳେ ମୋତେ ସ୍ନେହ ଶ୍ରଦ୍ଧା
ତୋତେ ରହିଲା ମୋ ରାଣ

-