Lakshmi Dash  
732 Followers · 17 Following

Joined 23 March 2019


Joined 23 March 2019
6 MAY AT 1:55

ବିଧାତା ହାତ ରେ ଭାଗ୍ୟ ର ଡୋରି ଧରେଇ ଦେଇ
ବଡ଼ ଦେଉଳ ରେ ବସିଛ ଠାକୁରେ ମଉନ ହେଇ।
ଯିଏ ଯାହା କହୁ ଶୁଣିବା କୁ ତମର କାନ ତ ନାହିଁ।
ଚକା ଆଖିରେ ଦେଖୁଛ ସବୁ, କିଛି ତ କହୁ ନାହଁ କାହାକୁ
ଏଥିରେ କାଳେ ତମର କିଛି ଦୋଷ ତ ନାହିଁ।
ଚିତ୍ରଗୁପ୍ତ ହାତେ ସଭି ଙ୍କ କର୍ମ ର ହିସାବ ଦାୟିତ୍ଵ ଦେଇ
ରତ୍ନ ସିଂହାସନେ ବସିଛ ପ୍ରଭୁ ନିଜ ଦୋଷ ଛଡ଼େଇ।
କାହିଁ କେତେ ଜନ୍ମ ର କୃତ କର୍ମ ର ସେ ବିଚାର କରଇ
ବେଳ କାଳ ଦେଖି ଯାହାକୁ ଯାହାର ପ୍ରାପ୍ୟ ମିଳଇ
ଏଥିରେ କାଳେ ତମର କିଛି କରିବାର ତ ନାହିଁ।
ଦବା ପାଇଁ କିଛି ହାତ ରେ ତମର ପାପୁଲି ନାହିଁ,
ଗମ୍ଭୀରା ଭିତରେ ବସି ଅଛ ଭକ୍ତ ବାଟ କୁ ଚାହିଁ,
କୋଳେଇ ନବାକୁ ଚାହିଁଛ ପରା ବାହୁ ମେଲେଇ।
କାହିଁ କେତେ ଦୂରୁ ଭକ୍ତ ଆସେ ତମ ଦର୍ଶନ ପାଇଁ
ଏତିକି ମୋ ଅଳି ରଖିବ ଅହେ ଜଗତ ସାଇଁ
ତବ ଦର୍ଶନ ରୁ ବଞ୍ଚିତ କାହାକୁ ପ୍ରଭୁ କରିବ ନାହିଁ। 🙏🏻

-


5 MAY AT 1:00

अकेले इस दुनिया से
सब को जाना ही होगा,
ना साथ कोई होगा ना पास कोई होगा
ख़ुद की परछाईं साथ न होगी
सिर्फ़ अपनी अच्छाई साथ चलेगी
बिना बताए किसीको
सबको अपने किए की सज़ा मिलेगी
सारे अच्छे बुरे कर्मों का हिसाब होगा
जीवन और मृत्यु के चक्रव्यूह में फंसे हैं सब
बिना बताए किसीको
अकेले इस दुनिया में
सब को बार बार आना ही होगा।

-


22 APR AT 23:10

ମୁଁ ନାରୀ ଟିଏ ପରା!
ଏନ୍ତୁଡ଼ିଶାଳ ରୁ ଅନ୍ତିମ ଯାତ୍ରା ଯାଏ କାହିଁ ମୋର ସ୍ଵାଧୀନତା?
ଥିଲି ନାବାଳିକା ମନେ ଡର ଥିଲା
କୁଆଡେ଼ ଯିବିନି ମୁଁ ଏକା, କାଳେ ନେଇଯିବେ ଛୁଆଧରା!
ହେଲି ସାବାଳିକା, ମନେ ଡର ଥିଲା,
ଗଲେ କାଳେ ଏକା,ଗୋଡ଼େଇବେ ସାହି ଟୋକା?
ବୟସ ବଢ଼ିଲା, ବାପାଙ୍କ ର ଡର ବୋଉ ର ଆକଟ,
ଭାଇମାନଙ୍କ ନଜର, ଥିଲା କୋଉ ସ୍ଵାଧୀନତା!
ଥିଲି ଝିଅ ହେଲି ବୋହୁ, ହେଲି ଯେବେ ମାଆ
ମୋ କୋଳ ଝୁଲଣା, ଶିଖିଲି ମୁଁ ଘର କରଣା,
ଦିନ ବିତି ଗଲା ଘର ଅଗଣା ରେ ପରିବାର ମୋର ସାହା।
ଏବେ ବି ମନ ରେ ଲଗିନି ବୟସ ର ଦାଗ ହେଲେ ରଙ୍ଗ ପଡ଼ିଲାଣି ଫିକା,
ଏବେ ବି ପଦା କୁ କାଢ଼ିଲେ ଗୋଡ଼,
କେହି ଜଣେ ଲୋଡ଼ା ମୋର,କରେ ଖୋସମତ ସାଙ୍ଗ ରେ ମୋ ଆସ
ପୁଅ ହୋଉ କି ବାପା! କାହିଁ ମୋର ସ୍ଵାଧୀନତା!
ନୁହେଁ ମୁଁ ସୁନିତା, ମୋ ପାଇଁ ବିସ୍ମୟ ର କଥା ମହାକାଶ ଯାତ୍ରା,
କରିଛି ପ୍ରତୀକ୍ଷା ମହଯାତ୍ରା ର, ଏକା ନୁହେଁ ପୁଅ କାନ୍ଧ ରେ ମୁଁ ଯିବି
ଦାଣ୍ଡ ଦୁଆର ରୁ ସ୍ଵର୍ଗଦ୍ଵାର, କାହିଁ ମୋର ସ୍ଵାଧୀନତା!!!

-


15 APR AT 1:18

ଭୁଲ୍ କିଛି ଏମିତିକା ହୁଏ ଯାହାକୁ ହୁଏନା ସୁଧାରି
ଅନୁତାପ ର ଅଗ୍ନି ରେ ଜଳେ କିଛି ବି ପାରେ ନାହିଁ କରି।
ଆଖି ରୁ ତ ନିଦ ହଜି ଯାଏ ବିଷାଦ ରେ ମନ ଯାଏ ଭରି,
ବେଳେ ବେଳେ ଖୁବ୍ ଇଚ୍ଛା ହୁଏ ଅତୀତ ଟା ଆସନ୍ତା କି ଫେରି !
ବଞ୍ଚିବା କୁ ହୁଏ ଅନିଚ୍ଛା ରେ ନିଜ ସହିତ ସାଲିସ୍ କରି କରି
ସମୟ ଟା ସରି ସରି ଯାଏ ମନ ବୁଝେ ଭାଗ୍ୟ କୁ ଆଦରି।
ଭୁଲ୍ କିଛି ଏମିତିକା ହୁଏ ଜୀବନ ଟା ବିତେ ଝୁରି ଝୁରି,
ସବୁ କିଛି ଭୁଲ୍ ହେଇ ଯାଏ ଶାନ୍ତି ରେ ପାରେ ନାହିଁ ମରି।

-


21 MAR AT 23:03

କବିତା ଗୋ! ତୁମେ କବି ର କଳ୍ପନା
ଭାବ ଓ ଭାବନା, ଚିନ୍ତା ଓ ଚେତନା
କବି ହୃଦୟ ର ଅବ୍ୟକ୍ତ ଯନ୍ତ୍ରଣା
ସୁଖାନୁଭୂତି ର ମଧୁର ମୂର୍ଚ୍ଛନା !
କବିତା ଗୋ! ତୁମେ ସତ୍ୟ ସୁନ୍ଦର ସର୍ଜନା
କବି ଜୀବନ ର ତୁମେ ପ୍ରେରଣା।
କବିତା ଗୋ! ତୁମେ କବି ହାତେ ଥିବା କୁହୁକ ଦର୍ପଣ
ସଭିଙ୍କୁ ଦେଖାଅ ଆଇନା,
ନିତି ଲେଖେ କବି ଭାବନା ରେ ହଜି
ଆଙ୍କେ ନୂଆ ଛବି ଶବ୍ଦ ଅଳଙ୍କାର ଖଞ୍ଜି
କବିତା ଗୋ! ତୁମେ କବିର ମାନସ କନ୍ୟା
କବି କଲେ ସାରସ୍ଵତ ସାଧନା
ଜଗତ କଲ୍ୟାଣ ହୁଏ ସିନା!
ଜଗତେ କଲ୍ୟାଣ ହୁଏ ସିନା।🙏

-


16 MAR AT 2:25

କାହିଁ କେତେ ବର୍ଷ ରୁ ରଙ୍ଗ ମୁଁ ଖେଳୁନି
ସଭିଏଁ ଥାଇ ବି ଲାଗେ ଖୁବ୍ ଏକା ଏକା
ଏବେ ବୟସ ବଢିଲା ଦେହ ରଙ୍ଗ ସାଥେ ମନ ପଡ଼ିଲାଣି ଫିକା।
ମନେ ପଡ଼େ ଆଜି ପିଲା ବେଳ କଥା,
ଭଳି କି ଭଳି ରଙ୍ଗ ପିଚକାରୀ
ଫଗୁ ଦଶମୀ ଆଗ ରୁ ଘର କୁ ଆଣନ୍ତି ବାପା,
ଲାଲି ଗୋଲାପୀ ଅବିର ସାଥିରେ ରଙ୍ଗ ଆଣୁଥିଲେ ମୁଣ୍ଡଫଟା!
ସାହି ପଡ଼ିଶା ରୁ ଡକା ଡକି ହେଇ ସାଙ୍ଗ ସାଥି ମିଶି, ହୋଇ ହସା ହସି
ରାଗ ଋଷା ଭୁଲି, ଖେଳୁ ଥିଲୁ ହୋଲି
ଖେଳ ରେ ଜାତି ଧର୍ମ ସବୁ ଏକା!
ନିଆରା ଥିଲା ସେଦିନ ର ସେଇ କଥା।
ଏବେ ନିଜ ନିଜ ଘରେ ଅଧିକାଂଶ ନାରୀ ଘର କାମ ସାରି,
ସ୍ମାର୍ଟ ଫୋନ୍ ଧରି, ଖେଳନ୍ତି ହାପି ହୋଲି ରଙ୍ଗ ପିଚକାରୀ ବିନା!
ଅଛି କି ଆଉ ସେ ପିଲା ବେଳ ଖୁସି କଥା
ବାଘ ବେଶ ସାଜି ନାଚୂ ଥିଲେ ଟୋକା
କେତେ ବାଜୁ ଥିଲା ବାଜା, ଏବେ ପିଲା ଙ୍କ ର ସିନା ମଜା!

-


11 MAR AT 15:54

ଆମେ ଭାରତୀୟ ଆମେ ଉତ୍କଳୀୟ ଏଇ ଆମ ପରିଚୟ
ବୀର ପ୍ରସବିନୀ ଉତ୍କଳ ଜନନୀ ଭାଷା ଆମ ମଧୁମୟ।
ମଧୁ ବାରିଷ୍ଟର ଗୌରୀ ଶଙ୍କର ଫକିର ମୋହନ ଆଉ କବିବର
ଓଡ଼ିଶା ମାଟି ର ଯୋଗ୍ୟ ବର ପୁତ୍ର ଭାଷା ସାହିତ୍ୟ କୁ ଦେଲେ ଉପହାର
ହେଲେ ଏକତ୍ରିତ ଜାଣିଲା ଜଗତ ଓଡ଼ିଆ ଭାଷା ର ଜୟ।
ଓଡ଼ିଶା ଯେ ହେଲା ସ୍ଵତନ୍ତ୍ର ପ୍ରଦେଶ ସେ ଦିନୁ ପାଳିତ ଉତ୍କଳ ଦିବସ
ଓଡ଼ିଆ ଭାଷା ର ପୁରାଣ ଶାସ୍ତ୍ର ର କରିଲେ ବିଚାର ବିଶ୍ଵ ଦରବାର
ହେ ମହାପୁରୁଷ! ରଖି ଗଲ ଯଶ ତୁମେ ଚିର ବନ୍ଦନୀୟ।
ସବୁଜ ସୁନ୍ଦର ମୋ ପ୍ରିୟ ଉତ୍କଳ ପାହାଡ଼ ଝରଣା ସୁଶୀତଳ ଜଳ
ବନ ଉପବନ ମହୋଦଧି କୁଳ ରଜ ଦଶହରା ଦୋଳ,ପଞ୍ଚୁଦୋଳ
ଆଷାଢ଼ ରେ ରଥ ପ୍ରଭୁ ଜଗନ୍ନାଥ ପ୍ରତି ଓଡ଼ିଆ ଙ୍କପ୍ରିୟ।

-


8 MAR AT 23:28

ନାରୀ! ଜନନୀ, ଭଗିନୀ, ଜାୟା
ସଖୀ, ସଜନୀ, ସୃଷ୍ଟି କାରିଣୀ ଶକ୍ତି ସ୍ୱରୁପିଣୀ
ଦେବୀ ମା ଙ୍କ ରୂପର ଛାୟା.....!
ଆଜି ପରା ଦିନେ କେତେ ଯେ ପ୍ରଶଂସା
ସବୁରି ମୁଖରେ ମୁଖରିତ ହୁଏ ନାରୀ ପାଇଁ ମିଠା ଭାଷା।
ସବୁ ଦିନ ଯଦି ଏମିତି ହୁଅନ୍ତା ବୃଦ୍ଧାଶ୍ରମ ରେ ତ ତାଲା ଝୁଲନ୍ତା,
ବାଳାଶ୍ରମ ରେ କି ବାଳା ବଳାତ୍କାର ର ଶିକାର ହୁଅନ୍ତା!
ଅନାଥାଶ୍ରମ ର ବିଚାରୀ ପାଗଳୀ
ବିଧା ମାଡ଼ ଖାଇ ଭାଗ୍ୟ କୁ ଆଦରି ପଡ଼ି ନ ଥାନ୍ତା!
ସୁନ୍ଦରୀ, ନାରୀ ର ରୂପ ସାଜସଜା ଦାଣ୍ଡ ରେ, ହାଟ ରେ ସବୁ ଠି ଚର୍ଚ୍ଚା!
କାମୁକ ର କାମନା ନିଆଁ ରେ ବାଦ୍ ପଡ଼େ ନାହିଁ କୁନି ନାବାଳିକା!
ବାଳିକା, କିଶୋରୀ, ଯୁବତୀ କୁ ବିକି କିଛି ଲୋକ ଏଠି ସଜାନ୍ତି ବେଶ୍ୟା!
ଆଜି ପରା ଦିନେ କେତେ ଯେ ପ୍ରଶଂସା!
କାଲି ପୁଣି ନାରୀ ବିଭିନ୍ନ ରୂପରେ ହବ ଲୋକହସା!!!

-


5 MAR AT 0:06

ଭାଙ୍ଗିଗଲା ଦମ୍ଭ,
ଭାଙ୍ଗିଗଲା ଆଶା ଆଉ ଭରସା ର ସୌଧ,
ହଜେଇ ମୋ ଆଶା ବାଡ଼ି ହେଲି ମୁଁ ଯେ ଅନ୍ଧ,
ଏ କି ତୋର ନିଷ୍ପତ୍ତି! ନାହିଁ ମୋ ସମ୍ମତି
ତୋ ଇଚ୍ଛା ରେ ମୁଁ ନୁହେଁ ଏକ ମତ।
କହିପାରୁ ମୋତେ ସ୍ୱାର୍ଥପର,
ହେଲେ ପଛେ ହେଲି ଧନ! ଅଛି ମୋର ସ୍ବାର୍ଥ।
ତୋ ବିନା ବଞ୍ଚିବା କଷ୍ଟ , ମରିବା ବି ନୁହେଁ ତ ସହଜ!
ତୁ ଗଲେ ମଧୁ ଭୁବନ
କାହା ମୁଖ ଅନେଇ ବଞ୍ଚିବି ରେ ଧନ?
ଯଶୋଦା ର ବିଳାପ ମୋ ଭିତରେ କରେ ଆର୍ତ୍ତନାଦ।
ଏ ତ କଳିଯୁଗ, ନ ଥିବ ଏତେ ମୋ ଆୟୁଷ,
ତୋ ସାଥେ ହବ ମୋର ଭେଟ!
ଆସିବି ମୁଁ ପ୍ରଭାସ ତୀର୍ଥ, ତୁ ଯେବେ କରୁଥିବୁ ଯଜ୍ଞ
ଦେଖିବି ତୋ ଆନନ୍ଦ ଉଲ୍ଲାସ!

-


27 FEB AT 2:33


ହେ ଶିବ ଶଙ୍କର ପ୍ରଭୁ ମହେଶ୍ୱର 🙏
ତୁମେ ସତ୍ୟ, ତୁମେ ଶିବ ତୁମେ ହିଁ ସୁନ୍ଦର, 🙏
ତୁମେ ସୃଷ୍ଟି ର ଆଦ୍ୟ ଓଁ କାର!🙏
ଫାଲ୍ଗୁନ ର କୃଷ୍ଣ ଚତୁର୍ଦ୍ଦଶୀ ଅଟଇ ପବିତ୍ର
ମହାଶିବ ରାତ୍ରୀ ଆଜି ଜଳୁଛି ଜାଗର
ନାଶିବା କୁ କ୍ରୋଧ, ହିଂସା, ବିକାର ଭାବ ର,
ଦୂର ହେଉ ଅଜ୍ଞତା ର ଅନ୍ଧକାର
ରାତ୍ରୀ ର ଚତୁର୍ଥ ପ୍ରହର! ରହି ଉଜାଗର
ମହାଦୀପ ଦର୍ଶନ ରେ କ୍ଷୟ ହେବ ପାପ ମୋର
ହେ, ଦେବ ଦେବ ମହାଦେବ
କୈଳାଶ ପତି ଶିବ ପ୍ରଭୁ ଆଶୁତୋଷ🙏
ଦିଅ ହେ ଆଶିଷ, ତବ ପାଦେ ସମର୍ପିତ🙏
ହେ ଦୟାବନ୍ତ ପ୍ରଭୁ କରୁଣାବତାର!🙏
କୃପା କର ଭୋଳାନାଥ
କଲ୍ୟାଣ ହେଉ ଜଗତର🙏

-


Fetching Lakshmi Dash Quotes