କବି ଚାହେଁନି ବ୍ୟଳସବ୍ୟସନ, ସେ ଚାହେଁନି ସୁନ୍ଦର ସୁଗନ୍ଧିତ ସ୍ଥାନ
ଯେଉଁଠି ବସି ସେ ଏକାକୀ କବିତା ଲେଖିବ ।
ସେ ଲେଖିବା ପୂର୍ବରୁ କେବେ ଭାବି ନଥାଏ ତା ଲେଖା କେବେ ପୁରସ୍କୃତ ହେବ
କିମ୍ବା ତାକୁ ସେ ଲେଖା ପାଇଁ ସମ୍ମାନ ଦିଆଯିବ ।
ସେ ତ ଶବ୍ଦ ଓ ଭାବନା ମାନଙ୍କ ସହ କେବଳ ଖେଳୁଥାଏ ସାଧାରଣ ଖେଳାଳୀଟିଏ ଭଳି ।
ନୀରବ ନିଶ୍ଚଳ ସ୍ଥାନରେ ତାର ଭାବନା ଯେମିତି ସ୍ଵତଃ ପ୍ରବୃତ୍ତ ଝରିଆସେ
ଠିକ୍ ସେମିତି ଭିଡ଼ ମଧ୍ୟରେ ଝରେଇ ପାରେ ସେ ନିଜ ଲେଖନୀର ସ୍ୟାହିକୁ ।
ସମାଜର ପ୍ରତିଟି ଘଟଣାକୁ ଦେଖି ଲେଖନୀ ଚାଳନା କରିବା ସତେ ଯେମିତି ତା'ର ଧର୍ମ ସାଜି ଯାଇଥାଏ ।
ସେହି ଧର୍ମ ସହ ନିଜ କର୍ମକୁ ଏକାକାର କରି କବିଟିଏ ସମସ୍ତଙ୍କ ପରି ସାଧାରଣ ଜୀବନ ବିତାଏ !!
ପ୍ରକୃତରେ ତା ଜୀବନ ସାଧାରଣ ନୁହେଁ ବରଂ ହୋଇଥାଏ ଅସାଧାରଣ !!
ଚାଲନ୍ତୁ ଆଜିର ସାକ୍ଷାତକାରରେ ପଢିବା ସେହିଭଳି
ଦୁଇ ଦୁଇଟି କବିଙ୍କର ସାଧାରଣ ଦେଖାଯାଉଥିବା ଅସାଧାରଣ ବ୍ୟକ୍ତିତ୍ବ ।-
:- ବାରମ୍ବାର ତୋତେ ଗୋଟିଏ କଥା ବୁଝେଇବା ପରେ ତୁ ବୁଝୁନୁ କଣ ପାଇଁ ??? ତୁ ମୋ ପରିସ୍ଥିତିରେ ରହିଲେ ଜାଣନ୍ତୁ ମୋ ଭିତରେ ଏବେ କେତେବଡ଼ ଝଡ଼ ଚାଲିଛି । ଏବେ ବଞ୍ଚିବାକୁ ମୁଁ ଚାହେଁ ଏକାଏକା । ମୋତେ ଦୟାକରି ମୋ ବାଟରେ ଛାଡ଼ି ଦେ ଝିଅ please.....
:- ଏକା ଛାଡ଼ିଦେବି !!! ତୁ ପରା ମୋ ମାଆ । ତୋତେ ମୁଁ ଏକା କେମିତି ଛାଡ଼ି ପାରିବି ! ତେଣିକି ତୁ ମୋତେ ଯାହା ଭାବୁଛୁ ଭାବେ ପଛେ । ଏଇଟା ତୋ ଉପରେ ମୋର ଅଧିକାର !!
*************************************************************
:- ତୁ କଣ ଜାଣିନୁ ପାଗେଳୀ ତୁ ମୋ ପାଇଁ କଣ !!! ତେବେ କହ ତ ତୋ ବିନା କେମିତି ବଞ୍ଚିବି ମୁଁ !!! ସବୁବେଳେ ମୁଁ କୁହେ ନା ଝିଅ ମୋ ଭିତରେ ତୁ ଆଉ ତୋ ଭିତରେ ମୁଁ ଅଛି । ଏବେ ଠିକ୍ ସେୟା ହିଁ ହେଇଛି । ତୁ ତ ମୋ ଭିତରେ ବେସ୍ ଖୁସିରେ ବଞ୍ଚିଛୁ.... ତୋ ହୃଦୟଟା ବି ମୋ ଛାତିରେ ଶବ୍ଦ କରୁଛି ଧକ-ଧକ-ଧକ ! କିନ୍ତୁ ତୋ ବିନା ମୁଁ.... ଏଇଥିପାଇଁ ତ ତୋତେ ମୁଁ ସବୁ ଲୁଚେଇଥିଲି ଆଉ ଦୂରେଇ ଦେଇଥିଲି ମୋ ଠାରୁ । କିନ୍ତୁ ତୁ..... ଶେଷରେ ସେୟା ହିଁ କଲୁ ଯାହା ମୋର ପ୍ରଥମରୁ ଡର ଥିଲା । ଭାବିଥିଲି ନୂଆ ଜୀବନର ଆରମ୍ଭରୁ ପ୍ରଥମେ ତୋ ମୁହଁ ଦେଖିବି । ହେଲେ ମୁଁ କଣ ଜାଣିଥିଲି ମୋ ସ୍ପନ୍ଦନ ଯାହା ହୃଦୟରେ ହେଉଛି ସେଇ ହୃଦୟଟା ତୋର ବୋଲି....... ସେଦିନ ଟିକିଏ କଣ ରାଗିକି କହିଦେଲି ବୋଲି ତୁ ମୋତେ ସତରେ ଏକା କରିଦେଲୁ ଧନ । ତୋତେ ଟିକିଏ ରାଗିକି କହିବାର ବି କଣ ମୋର ଅଧିକାର ନାହିଁ !!!
(ଏତିକି କହି ଝିଅ ଶ୍ରୁତିର ଫୋଟୋରୁ ବାସି ହୋଇଯାଇଥିବା ଫୁଲକୁ କାଢ଼ି ନୂଆ ଫୁଲକୁ ଖୋସି ଦେଉଥିଲା ମାଆ ପଲ୍ଲବୀ )-
ନିଜ ଖୁସି ତ ସେ କେବେ ଚାହାନ୍ତିନି
ବରଂ ଅନ୍ୟର ଖୁସିରେ ଖୁସି
ଆଉ ଦୁଃଖରେ ଦୁଃଖୀ ସାଜି
ଭରି ଚାଲିଥାନ୍ତି ଅନ୍ୟ ମନରେ
ଅଜସ୍ର ପ୍ରେରଣା.....
(ଅନୁଶୀର୍ଷକରେ ଭାଇ ତୁମ
ପାଇଁ କିଛି ତୁମ କୁନି ଅପା ତରଫରୁ)-
ଚିଠିର ଅପେକ୍ଷା (ଭାଗ -୨)
(ଏକ ଅଫେରା ରାଇଜର
ଚିଠି ଅପେକ୍ଷାରେ ଆଜି ବି ମୁଁ )-
ହଁ ସେ.....
ସେ ତ ସ୍ନେହରୂପୀ ଦେବୀ ଜଣେ
ଗାନ୍ଧିଜୀଙ୍କୁ ଆଦର୍ଶ ସଜାଇ
ତାଙ୍କ ପ୍ରଦର୍ଶିତ ପଥରେ
ଅହିଂସା ଓ ସହିଷ୍ଣୁତାକୁ
ଅସ୍ତ୍ର କରି ଆଗେଇ ଚାଲିଥିବା,
ଆଖିରେ ହିଁ ଆଖିର ଲୁହକୁ
ପିଆଇ ଦେଉଥିବା ,
ସବୁ ଦୁଃଖକୁ ଛାତିର
ଗଭୀର ସାଗରରେ
କବର ଦେଉଥିବା
ସାଗରଙ୍କର କନ୍ୟା ସେ ସାଗରିକା.....-