QUOTES ON #ପ୍ରଥମ

#ପ୍ରଥମ quotes

Trending | Latest
26 SEP 2020 AT 18:27

ପ୍ରଥମ ଦେଖା

ଲାଜେଇ ଆଖି ଓ ନୀରବ ଓଠର ସଂଘର୍ଷ ବେଳ କୁ ବେଳ ବଢି ଚାଲିଥିଲା
ବନ୍ଧା କେଶ ର କିଛି ମୁକ୍ତ ଅଂଶ ତୁମ ସ୍ପର୍ଶ ପାଇଁ ମୁହଁ କୁ ବାରମ୍ବାର ଘୋଡାଇ ଚାଲିଥିଲା
ମେଘୁଆ ପାଗ ର ଥଣ୍ଡା ପବନ ବାହାନା ଟେ ସାଜି ତୁମ ବାହୁ ର ଏକ ନିବିଡ ଆଲିଙ୍ଗନ ଖୋଜୁଥିଲା
ସେ ଭିଡ ସହର ର ନିର୍ଜନତା ବଢେଇ ଦେଇଥିଲା ଆମ ଆତ୍ମୀୟତା
ପରସ୍ପର ଭିତରେ ପରସ୍ପର କୁ ଖୋଜୁଥିଲୁ ଆମେ
ଗୋଟେ ଅଦେଖା ଶ୍ରାବଣ ର ମେଘ ରେ ଭିଜୁଥିଲୁ ଆମେ
ଜହ୍ନ ସହ ବାଦ କରି ସୂର୍ଯ୍ୟ ସହ ମିତ୍ରତା ପାଇଁ ବ୍ୟସ୍ତଥିଲୁ
ଏଇ ବାହାନାରେ ରେ ପରସ୍ପରଠୁ କିଛି ସମୟ ଚାହୁଁଥିଲୁ
ଭୁଲି ଯାଇ ବିଚ୍ଛେଦ ର ବେଦନା
ସେ କ୍ଷଣ ର ସ୍ଥାୟିତ୍ୱ କଳ୍ପନାରେ ଲାଗିଥିଲୁ .....

-


6 JUN 2020 AT 20:00

ତୁମେ ଆଉ ମୁଁ ପ୍ରେମ ଭଳି।
ଯେଉଁଠି ସବୁ କିଛି ପୁରା ଥାଇ ମଧ୍ୟ,
ପ୍ରଥମ ଅକ୍ଷର ଅଧା ଅଛି।

-


11 JUN 2017 AT 18:35

ତୋର ମୋର ପ୍ରେମ ଏବେ ଚୁପ ଚାପ
ସାଇ ସାରା ଲୋକେ ହେଲେ ଟୂପ ଟାପ
ନିରଲା ଏଇ ଖରା ବେଳେ, ତୁମ ଘର ଛାତ 'ପରେ
ତୁମେ ଆଉ ମୁଁ ଦେଖା ହଉ ଲୁଚି ଲୁଚି
ରାତିରେ ଘରଲୋକ ସୋଇ ପଡିଲେ, ତମ ଝରକା ପାଖେ
କହିବାକୁ "GOODNIGHT", ମୁଁ ଆସେ ପାଦ ଚାପି ଚାପି

-


6 OCT 2020 AT 22:02



ପ୍ରଥମ ଦେଖା
********
ପ୍ରିୟା ସାଥେ ମୋର ପ୍ରଥମ ଦେଖା ଥିଲା ଅତି ନିଆରା
ହଳଦୀ ରଙ୍ଗର ଶାଢ଼ୀ ଟିଏ ପିନ୍ଧି ଆସିଥିଲେ
ଲାଗୁଥିଲେ ସତେ ଯେମିତି ଗୋରା ଦେହେ ବୋଳି ହୋଇଥିଲା ଅଳସୀ ଫୁଲର କ୍ଷେତ
ଚାଲି ତାର ରାଜହଂସୀ ଟିଏ ପରି
ଆଖିରେ ଭରିରହିଥିଲା ଅନେକ ସ୍ବପ୍ନ ଓଠରେ ଥିଲା ଅନେକ ଅକୁହା କଥା
ମନରେ ମୋ ଉଙ୍କି ମାରୁଥିଲା ଅନେକ ପ୍ରଶ୍ନ
ଡରି ଡରି ପଚାରିଲି ସତରେ କଣ ତୁମେ ମୋତେ ଭଲ ପାଅ
କିଛି ନ କହି ତୋଳିନେଲେ ମତେ ବାହୁ ବନ୍ଧନରେ
ନୟନରୁ ଝରି ପଡୁଥିଲା ଅସୁମାରୀ ଭଲପାଇବାର ଅଶ୍ରୁ
ଗାଲରେ ମୋ ଭାରି ଦେଲ ପ୍ରୀତିର ଚୁମ୍ବନଟିଏ
ସତରେ କିଛି ନ କହି ବି ସବୁ କିଛି କହିଦେଇଥିଲେ
ଆଉ ମୁଁ ହଜି ଯାଇଥିଲି ତାଙ୍କ ବାହୁ ବନ୍ଧନରେ.....

ଦିଲ୍ଲୀପ ✍️






-


22 AUG 2020 AT 22:59

ସାରା ଦୁନିଆ ର ଖୁସି ଗୋଟେ ପଟେ
ଓ ବୋଉ ର କୋଳ ଗୋଟେ ପଟେ
ସବୁ ଦୁଃଖ ଉଭାନ୍ ହୋଇଯାଏ
ତୋ କୋଳେ ମୁଣ୍ଡ ରଖିଦେଲେ
ଶାନ୍ତି ମିଳେ ତୋ ଶୀତଳ ସ୍ପର୍ଷ
ଯେବେ ବୋଳିଦେଉ ମୋ ଦେହେ
ମନ ର କୋହ ନ କହିଲେ ମଧ୍ୟ
ବୁଝିଯାଉ କ୍ଷଣେ କ୍ଷଣେ
ଶହେ ଲୋକେ ପାଖେ ଥିଲେ ବି
ହୃଦୟରେ ତୁ ହିଁ ସର୍ବ ପ୍ରଥମେ। ❤️

-


5 APR 2020 AT 9:11

ମୋ ରାତ୍ରିର ଶେଷ ସ୍ୱପ୍ନର
ଇଚ୍ଛା ଆକାଂକ୍ଷା ତୁମେ,
ମୋ ସକାଳର ପ୍ରଥମ ଭାବନାର
ମୁରୁକି ହସ ତୁମେ।

-



ମୋ କାହାଣୀର ପ୍ରଥମ ନାୟକ ମୋର ବାପା.

-


8 MAY 2020 AT 9:41

ସକାଳ ର ଏଇ ସୁନେଲି କିରଣର ଆଭା ଯେବେ ପ୍ରକାଶିତ ହୁଏ,
ମନରେ ଅନେକ ନୂତନ ଭାବନା ସେ ସଞ୍ଚାରି ଥାଏ l
ନୀତି ଦିନିଆଁ କର୍ତବ୍ୟ ପାରାୟଣ ବ୍ୟକ୍ତିଙ୍କ ପାଇଁ ଏହା କିଛି ନୂଆ ନୁହେଁ,
ହେଲେ କର୍ତବ୍ୟ ର ପ୍ରଥମ ସୋପାନ ରେ ଥିବା ବ୍ୟକ୍ତି ଟି ପାଇଁ ଅମୁଲ ମୁଲ ହେଇଥାଏ l

-ସ୍ଵାଗତିକା

-


1 MAY 2019 AT 16:30

ତୁମ ଦୁହିଁ ଯୋଡି ସତେ ରାମ ସୀତା ଯୋଡି
ବାନ୍ଧି ରଖ ତୁମେ ଦୁହେଁ ସେଇ ପୀରତିରେ ଡୋରି
ଭାଇ ମୋର ନୁହେଁ ସେତ ଖଣ୍ଡେ ହୀରାସିଏ
ଖୋଜିଲେ ବି ମିଳିବେନି ମୋ
ଭାଉଜଙ୍କ ପରି ଆଉ କିଏ
ଭାଇଙ୍କ ଉପରେ ମୋର ପ୍ରଗାଢ଼ ବିଶ୍ୱାସ
ଭାଉଜଙ୍କୁ ରଖିଥିବ ସଦା ତୁମ ପାଶେ
କରିବନି ଭାଉଜଙ୍କୁ ମୋର ହତାଦର
ଗୋଟିଏ ବୋଲି ଗେହ୍ଲେଇ ଭାଉଜ ମୋହର
ଖୁସି ର ବର୍ଷା ହୋଉ ତୁମ ଦୁହିଁଙ୍କ ପୟରେ
ପ୍ରଭୁ ଜଗନ୍ନାଥ ମୋର ଏତିକି ପ୍ରାଥନା ରେ
ବର୍ଷ ପରେ ବର୍ଷ ତୁମ ଏମିତି କଟିଯାଉ
ଦୁହିଁଙ୍କ ଓଠେ ହସ ସଦା ରହିଥାଉ
ପ୍ରେମର ଡୋରିରେ ବାନ୍ଧି ହେଇ ରହିଥାଉ ତୁମ ମନ
ବିବାହର ପ୍ରଥମ ବର୍ଷରେ ଦୁହିଁଙ୍କୁ
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ






-


19 AUG 2023 AT 15:42

ହୃଦୟର ସ୍ପନ୍ଦନ ତୀବ୍ର ହେଇ ଯାଇଥିଲା,
ସେଇ କିଛି ସମୟର ପ୍ରତୀକ୍ଷାରେ ।
କଳ୍ପନାର ଜାଳରୁ ନିଜକୁ ମୁକୁଳେଇ,
ରହିଥିଲି ମୁଁ ସତ୍ୟର ଅପେକ୍ଷାରେ ।

ତାକୁ ଭେଟିବାକୁ ଯେତିକି ଖୁସି ସେତିକି,
ଭୟ ବି ସଞ୍ଚରି ଥିଲା ମନରେ ।
କାଳେ କଉ କଥା ଖରାପ ଲାଗିବ ଆଉ,
ସଂପର୍କ ଭାଙ୍ଗିଦବ ପ୍ରଥମ ଦେଖାରେ ।

-