ଆଜି ନିଜକୁ ମୁଁ ନିଜ ଭିତରେ ଖୋଜୁଛି l
-
ତୁମ ସାଥେ ଜୀବନର ସ୍ୱପ୍ନ ଦେଖୁବାକୁ
ଭରିଦେବି ଇନ୍ଦ୍ରଧନୁ ସାତ ରଙ୍ଗ ତୁମ ଜୀବନରେ
ବୁଣିଦେଵି ଫୁଲକୁ ମୁଁ ତୁମ ଚଲାପଥରେ
ତୁମ ଶୁଷ୍କ ମରୁଭୂମି ରେ ଝରଣା ହୋଇ ବହିବାକୁ ଦିଅ
ଅମାବାସ୍ୟା ଅନ୍ଧକାରେ ମତେ ଜଳିବାକୁ ଦିଅ
ଶୀତ ର କାକର ରେ ମତେ ଦିଅ ଭିଜିବାକୁ
ବର୍ଷା ର ଆଗମନେ ମତେ ଦିଅ ନାଚିବାକୁ
ସାଗର କୂଳେ ମୁଁ ନୀତି ପାଦ ଧୋଉଥିବି
ଆଞ୍ଜୁଳାରେ ଜଳକୁ ମୁଁ ତୁମ ଦେହେ ସିଞ୍ଚୁଥିବି
ବାସ !! ଅନୁମତି ଦିଅ ମତେ
ତୁମ ସହ ପ୍ରାତଃର ସୂର୍ଯ୍ୟଦୋୟ ଦେଖିବାକୁ
ରାତ୍ରିର ଗଭୀରତା କୁ ତୁମ ସହ ମାପିବାକୁ llll
-
ସେ କିଛି କହିବାକୁ ଚାଁହୁଥିଲା
ହେଲେ ଚତୁର୍ପାଶ୍ୱ ର ନୀରବତା ତାକୁ ଚୁପ ରହିବାକୁ ବାଧ୍ୟ କରିଥିଲା ll-
" ସଂଜ୍ଞା "
ନାରୀ - ଆଜି କେତେ ଯେ ନାରୀ ନିଜ ସ୍ୱାମୀ ଠାରୁ ନିର୍ଯାତନା ପାଇ ମାଡ ଖାଇ କାଲି ସକାଳୁ ଉଠି ଯିବେ ମା' ଦୁର୍ଗା ଙ୍କ ଦର୍ଶନ ପାଇଁ l ମା' ସେମାନଙ୍କୁ ତାର ସବୁ ସାହସ ଦଉ ଅନ୍ୟାୟ ବିରୋଧ ରେ ସ୍ୱର ଉତ୍ତୋଳନ କରିବା ପାଇଁ ll
ପୁରୁଷ - ରାତିରେ ସ୍ତ୍ରୀ, ଝିଅକୁ ମାଡ ମାରି ସେ ବି ଯାଏ ସକାଳେ ଦେବୀ ମା' ଆଗରେ ତାର ଭକ୍ତି ଅଜାଡି ଦେବାକୁ l ଏଇ ଦେଖାଣିଆ ଭକ୍ତି ତାର କେଉଁଠୁ ଆସେ ଜାଣିଥିବେ ଯଦି ନିଶ୍ଚିତ କହିବେ ll-
ମୁଁ ମେଘ ତୁମ ଅଦିନିଆ ବର୍ଷାର
ତୁମେ ତୃଷ୍ଣା ମୋ ବ୍ୟାକୁଳ ଓଠର
ମୁଁ ଭଅଁର ତୁମ ଫୁଲ ପାଖୁଡାର
ତୁମେ ବାସ୍ନା ମୋ ଚତୁଃପାର୍ଶ ର
ମୁଁ ଚନ୍ଦ୍ରମା ତୁମ ପୂର୍ଣ୍ଣମୀ ରାତ୍ରି ର
ତୁମେ ସ୍ବପ୍ନ ମୋ ଗଭୀର ନିଦ୍ରାର
ମୁଁ ଆଉ ତୁମେ
ଆମେ ପୂଜାରୀ ପ୍ରେମର ll-
ଏଇ ବାଦଲ ଫଟା ବର୍ଷା ଯୋଉ ବରଷୁଛି
ସତେକି କେହି ଜଣେ ବିରହ ଅଶ୍ରୁ ଢାଳୁଛି ll
-
ଫୁଟିବ ବୋଲି ସେ ବସିଛି ଅଡ଼ି,
ରବି ର ପହିଲି କିରଣ ସ୍ପର୍ଶେ
ବାସ୍ନା ଖେଳିବ ତାର ଚଉପାଶେ,
ନଭ ଆଡକୁ ସେ ବସିଛି ଚାହିଁ
ଆମନ୍ତ୍ରଣ କରେ ଭଅଁର କୁ
ମହୁ ତାର ଶୋଷିବା ପାଇଁ,
ରଙ୍ଗ ବେରଙ୍ଗ ବେଶ ଧାରଣ କରଇ
ସତେକି ଇନ୍ଦ୍ରଧନୁ ରୁ ରଙ୍ଗ ଆଣିଛି ଚୋରେଇ ,
ପବନ ର ତାଳେ ଯେବେ ସେ ନାଚଇ
ଜନ ସମାଜ ର ମନ ତୋଷଇ,
କିନ୍ତୁ କିଏ ଜାଣେ କୋଉ ଭାଗ୍ୟ ନେଇ ସେ ଫୁଟିଛି
ଭାଗବାନ ଙ୍କ ମସ୍ତକ ରେ ସେ ଚଢ଼ୁଛି
କିବା ରାସ୍ତା ଘାଟେ ପଡି ଅଲୋଡ଼ା ହେଉଛି ???
-
ବଞ୍ଚୁଛି ଜୀବନ ତୁମକୁ ସ୍ମରି
ବୁଣୁଛି କେତେ ଆଶା ଅସୁମାରୀ
ଦୁନିଆ କୁ ଆଜି ଯାଇଛି ପାଶୋରି
ଲୁହ ଭିଜା କାନି ମୋ ଗଲାଣି ବତୁରି
ଜାଣିଛି ଦିନେ ତୁମେ ଆସିବ ଫେରି ll-
"ତମେ ଓ ତମ ହସ"
ଏ ଆଖି ତମ ଦୁଇ ଧାର ହସରେ
ନିଈତି ଲାଖି ରହେ l
ରାତ୍ରିର ଘନ ଅନ୍ଧକାରେ
ତୁମେ ଇଙ୍ଗିତ କର ଜହ୍ନ ଆଡେ,
ମୁଁ କିନ୍ତୁ ଚାହିଁ ରହିଥାଏ
ତମ ସେଇ ମନ୍ଦ ମନ୍ଦ ହସକୁ
ଠିକ ଚାତକ ଟେ ପରି ll
-