ଅନ୍ତର କଥା କଲମ ବୁଝେ
ସ୍ମୃତିସିକ୍ତ ଏକ ଅଳସୀ ସନ୍ଧ୍ୟାରେ
ମୋ ଅନାବନା ଭାବନା ମିଶି
ଓଠର ସରୁ ଧାରରେ
ଯେବେ ସ୍ମିତ ନେଇ ଆସନ୍ତି.....
ସଂପୂର୍ଣ୍ଣ ଲେଖା ଅନୁଶୀର୍ଷକରେ.....
ଅନିତା ପାତ୍ର✍️-
କାହିଁ କେତେ କାଳରୁ
ଅପେକ୍ଷା କରି ବସିଛି,
ଏଯାଏଁ ଲେଖିଲନି ତ ଚିଠିଟିଏ?
ସତ କୁହ ଭୁଲି ଯାଇଥିଲ ନା
କ'ଣ ଭାବୁଛ!
ହଠାତ୍ କ'ଣ ଗୋଟେ ବାହାନା କରି
ଏଇଠୁ ଖସି ଯିବି ବୋଲି...
ଆରେ ଯାଅ ଯାଅ....
ତୁମର ସେଇ ଭୁଲାମନକୁ
କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯୋଡ଼ି ଦିଅନି...
ଅନିତା ପାତ୍ର✍️
-
ସମାଜ ପାଇଁ ବାର୍ତ୍ତାଟିଏ!
କ୍ଷଣିକରେ ପ୍ରାଣ ନେଇ ବି ପାରିବ
ଜନମ ଦେଇଛି ଯିଏ,
ଅବଳା ଦୁର୍ବଳା ଭାବିବନି ତାକୁ
ନାରାୟଣୀ ପରା ସିଏ!
ଅନଳରେ ଯଦି ପାଦ ଦେବ ତୁମେ
ତୁମକୁ ଦେବ ସେ ଜାଳି,
ଧୈର୍ଯ୍ୟକୁ ତାହାର କରନି ପରୀକ୍ଷା
ମୃତ୍ୟୁରେ ପଡ଼ିବ ଟଳି!
ସଂପୂର୍ଣ୍ଣ ସୃଷ୍ଟି ଅନୁଶୀର୍ଷକରେ....
ଅନିତା ପାତ୍ର✍️-
ଏଇ ରାଜନୀତିର ପଶାଖେଳରେ
ନ୍ୟାୟର ଆୟୁଷ ଅଳ୍ପ,
ଦୋଷୀ ବୁଲୁଥିବ ଛାତି ଟାଣ କରି
ରେବୀ,ସୌମ୍ୟା ହେବେ ଗଳ୍ପ!
ଅନିତା ପାତ୍ର✍️-
ଅଧା ଗଢ଼ା ହୋଇ ରହିଛୁ କାଳିଆ
ତଥାପି ତୁ ପାଉ ପୂଜା,
ଚାରି ଗୋଡ଼ ହାତ ଥାଇ ମଧ୍ୟ ନର
କର୍ମ ଯୋଗୁଁ ଭୋଗେ ସଜା।
ଅନିତା ପାତ୍ର✍️-
*ଶ୍ରୀକ୍ଷେତ୍ରକୁ ଥରେ ଡ଼ୋରି ଲଗେଇଦେ*
*ନନ୍ଦିଘୋଷକୁ ମୋତେ ଛୁଆଁଇଦେ,*
*ଭାବ ସାଥେ ଆଜି ଭାବ ମିଶାଇଦେ*
*ଦର୍ଶନ ଦେଇ ଆତ୍ମା ତୃପ୍ତ କରିଦେ।*
ଅନିତା ପାତ୍ର✍️-
ଶ୍ରାବଣ ଆସିବା ଆଗରୁ ଆସ,
ଆଞ୍ଜୁଳାଏ ପ୍ରୀତି ଉପହାରରେ ଦେଇ ଦେବି.....
ଅନିତା ପାତ୍ର✍️-
ସମୟ ପାଖରୁ ଅଳ୍ପ ସମୟ ଚୋରେଇ,
ଥରୁଟେ ଆସନ୍ତନି ମୋତେ ଦେଖା କରିବାକୁ!!
ଅନିତା ପାତ୍ର✍️-
ଅକାରଣେ ଝରି ପଡ଼ୁଥିବା ଏ ହସର
କାରଣ ହୋଇକି ଦେଖ,
ଭାବରେ ଭରପୂର ପୀରତି ସାଉଁଟି
ହୃଦୟରେ ତୁମ ରଖ।
ଅନିତା ପାତ୍ର✍️
-
ତୁମେ ଗଲାପରେ.....
ଆଇନା ଆଗରେ ମୁଁ ନିଜକୁ ଦେଖିନି
ଆଖିରେ କଜଳ ଟିପଟିଏ ମାରିନି,
ମଥାରେ କେବେ ଟିକିଲିଟେ ମାଖିନି
ଗଭାରେ ମଲ୍ଲୀର ଗଜରା ସଜେଇନି...
ହାତ ପାପୁଲିରେ ମେହେନ୍ଦୀ ଲଗେଇନି,
ପାଦେ ସରୁ ଅଳତା ଧାରଟେ ବୋଲିନି...
ଆଉ ତୁମେ କହୁଛ
ମୋ'ଠୁ ଦୂରେଇ
ବହୁତ୍ ଖୁସି ଅଛ ବୋଲି..!!
ଅନିତା ପାତ୍ର✍️
-