ଶୀତୁଆ ସକାଳେ ଆଖି ଖୋଲି ଯେତେବେଳେ
ତୁମକୁ ପ୍ରଥମ ଥର ଦେଖିଲି
ବିଶ୍ୱାସ କରି ପାରିଲିନି
ସତରେ ତୁମେ ଏତେ ସୁନ୍ଦର
ନା ପରୀ ନା ଅପସରି
କିଏ ହେବ ତୁମ ସରି
ହଜିଗଲି ସେଇ ଶୀତୁଆ ପବନରେ
ଭିଜିଗଲି ସେଇ କାକରା କଣିକାରେ
ହସିଦେଇ ଟାଣିନେଲ ତୁମ କୋଳକୁ
ସତେ ଯେମିତି ମୁଁ ତୁମର ଅତି ଆପଣାର
ଓଃ କି ଶାନ୍ତି
ନା ଛଳନା, ନା ପ୍ରତାରଣ, ନା ଯନ୍ତ୍ରଣା
ତୁମ ସେଇ ନିଷ୍କପଟ ଭଲ ପାଇବା
ଲାଗିଲା ସତରେ ଚିରଦିନ ପାଇଁ ନିରବୀ ଯାଆନ୍ତି କି
କିନ୍ତୁ ଭାଗ୍ୟ ର ବିଡମ୍ବନା
ହଠାତ ତୁମକୁ ଛାଡି ଚାଲିଆସିଲି
ମୁଁ ଗୋଟିଏ ଧୋକାବାଜ
ମୁଁ ଜାଣିଛି ତୁମେ କେବେ ରାଗିବନି
ବରଂ ଅପେକ୍ଷା କରିଛ ମୋ ଫେରିବା ବାଟକୁ
କିନ୍ତୁ ମୁଁ କଥା ଦେଉଛି ତୁମକୁ
ଦିନେ ନା ଦିନେ ନିଶ୍ଚୟ ଆସିବି
ଆଉ ପୁଣି ଲେଖିବା ଆମର ସେଇ ଅଧୁରା ଗଳ୍ପ
ଯାହା କେବେ ସରିବନି..........
I miss u koraput___ ଦିପୁ✍️
-
ଗୋଟିଏ ଦିନ ଆସିବ ମୁଁ ତୁମଠାରୁ
ବହୁତ ଦୁରକୁ ଚାଲିଯିବି
ଜାଣିନି କେଉଁଠି ହଜିଯିବି
ତୁମେ ଯେତେ ଚିତ୍କାର କରି ଡାକୁଥିଲେ ବି
ନା ମୁଁ ଆଉ କେବେ ଫେରିବି
ଦିନରେ କାମ ସାରି ରାତିରେ
ଯେବେ ଘରକୁ ଫେରିବ
ଯୁଆଡେ ଦେଖିଲେ ବି
କେବଳ ନିଜକୁ ଏକା ପାଇବ
ସେତେବେଳେ ମୁଁ ତୁମକୁ ମନେ ପଡିବି
ନା ମୁଁ ଆଉ କେବେ ଆସିବି
ସମ୍ପର୍କ ଆମର ତୁଟିବ
ନା ଆଉ କେବେ ମୋ ଉପରେ ରାଗିବ
ନା ତୁମକୁ କିଛି କହିବି
କେବଳ ଚିର ନିଦ୍ରାରେ ଶୋଇଥିବି
ସେଦିନ ନିଶ୍ଚୟ ତୁମ ଆଖିରୁ ଲୁହ ଝରିବ
ପ୍ରିୟା ଭଲରେ ଥିବ... ଖୁସିରେ ଥିବ.....
Dipu ✍️
-
ସମର୍ପଣର ମୂଲ୍ୟ କେବେ କିଏ
ଦେଇ କି ପାରିବ କୁହ.....
ଜୀବନ ବି ଦେଲେ ତାହା କିଞ୍ଚିତମାତ୍ର...
Dillip✍️
-
ତୁମେ ଆଉ ମୁଁ
*************
ତୁମେ ଆଉ ମୁଁ...
ସତେ ଯେମିତି...
ଦୁଇଟୋପା କାକର ବିନ୍ଦୁ ପରି...
ଦେଖା ହେଲେ ଜୀବନର ଚଲାପଥରେ...
ଜୀବନର ରାସ୍ତା ଜୁଆଡେ ନେଇଗଲା...
ଚାଲିଗଲେ...
ଆଉ ପୁଣି...
କେଜାଣି କେବେ...
ଜଣେ ଜଣଙ୍କଠି ମିଶି...
ଜିବନ ହୋଇ...
ସାଗରରେ ଲୀନ ହୋଇଗଲେ...
ହଁ...
ତୁମେ ଆଉ ମୁଁ...
ଏକ ହୋଇଗଲେ...
Dillip✍️
-
କୋରାପୁଟିଆ ଗୀତ
***********
ହେ ଭୁଲିନଯା ରେ ତୁଇରେ ନାନୀ ମକେ
ହେ ଛାଡ଼ିନଯା ରେ ତୁଇରେ ନନୀ ମକେ
ତୋର ବିନା ବଚି ନାଇଁ ପରେ କାଇ
ପଇଲି ଦେଖାଇ ରେ ଭଲ ପାଇଚି ମୁଇ
ମୋର ମନଜୀବନ ଦେଇ ତକେ ଭଲ ପାଇ ଆଚି
ଆରେ ଏ ସୁନ୍ଦରୀ ତୋର ବିନା ଲୋଡ଼ା ନାଇ କିଚି
ମୋର ଆକିର ହାସୁ ଝରିଲାନି ତକେ ଦେଲେ ହେତି
ମୁଇ କାନ୍ଦି କାନ୍ଦି ରଇଲିନିରେ ହୋଇଲେ ମଝା ରାତି
ମୋର ଆକି ଲଗେ ତୋର ଚେଏରା ଗଲାନିରେ ନାଚି
ପ୍ରେମ କରି କାଇ ଭୁଲ କରି ନାଇଁ
ମନକେ ମୋର ସୁନ୍ଦରୀ ତୁଇସେ ଭାଙ୍ଗା ନାଇଁ
ମୁଇ ଶୋଇଲେ ସରି ତୁଇ ସପନେ ଆଇବା ପାଏ
ବାୟା ବାୟା ମୁଇଁ ହୋଇଗଲିନି କାଏ
ହେ ଭୁଲିନଯା ରେ ତୁଇରେ ନନୀ ମକେ
ହେ ଛାଡିନଯା ରେ ତୁଇରେ ନାନୀ ମକେ.....
Dillip ✍️
-
କୋମଳ
ହୃଦୟେ ତୁମ
ବୋଳିଦେବି
ଚନ୍ଦନର
ପ୍ରଲେପ
ପ୍ରେମସ୍ପର୍ଶ
ପାଇତୁମେ
ହୋଇବ ଜୀବନ୍ତ
Dillip ✍️
-
କାଳିଆ ତୋ ବିଚିତ୍ର ସୃଷ୍ଟି
**************
ଏ ଜୀବନ ଏକ ପାଣିର ଗାର
ଏ ସମାଜ ଏକ ସ୍ୱାର୍ଥପର
ମଣିଷ ସାଜଇ ଏଠି ଅତି ନିଷ୍ଠୁର
କେମିତିକା ସୃଷ୍ଟି ତୋର କଳାଠାକୁର......
ଏ ସମୟ ଏକ ନଈର ଧାର
ପାଦ ଖସିଗଲେ ମିଳେ ନାହିଁ ଉତ୍ତର
ପାପାକୁ ମଣିଷ ଏଠି କରେ ନିଜର
କେମିତିକା ସୃଷ୍ଟି ତୋର କଳାଠାକୁର......
ଦୁନିଆ ପିଇଛି ଆଜି ସ୍ୱାର୍ଥର ଜହର
ଭଲ ମନ୍ଦ ଦେଖୁ ଚକା ଆଖିରେ ତୋର
ପାପୀକୁ କରୁନୁ କାହିଁ ପାଇଁ ସଂହାର
କେମିତିକା ସୃଷ୍ଟି ତୋର କଳାଠାକୁର......
Dillip ✍️-
ପ୍ରିୟା ମୋର ସାଜିଛି ନବ ବଧୂ
*****************
ସଜେଇ ହୋଇଛି ପ୍ରିୟା ମୋର ଆଜି
ନବ ବଧୂ ବେଶ ଟିଏ ସାଜି
ପାଦରେ ଅଳତା ମଥାରେ ଓଢ଼ଣୀ ନାଇ
ବସିଛି ଆଉ କାହା ବାଟ ଚାହିଁ
ତାକୁ ନେଇ ମୁଁ ସ୍ବପ୍ନ ଦେଖିଥିଲି
ବଧୂ ହେବ ବୋଲି ମୋର
ମଥାରେ ନାଇଁବ ଆଉକା ସିନ୍ଦୁର
ମୁଁ ହେବି ସାତ ପର
ଆଜି ସବୁ ସ୍ୱପ୍ନ ଅନ୍ତ କରି ସିଏ
ଚାଲି ଯିବ ଶାଶୁ ଘର
ମୋ ଫିକା ଜୀବନରେ ତୁମେ ଆସି
ରଙ୍ଗୀନ ବନେଇ ଥିଲ
ମୋ ହୃଦୟରେ ତୁମେ ରହି
ହସରେ ସଜେଇ ଥିଲ
ପ୍ରତିଜ୍ଞା କରି ଥିଲ ପଛକୁ ହଟି ଗଲ
ହୃଦୟ ଦେଇ ଥିଲି ଭାଙ୍ଗି ଦେଇ ଗଲ
ଗଲା ବେଳେ ଲୁହ ଛଡା ସବୁ ଲୁଟି ନେଇ ଗଲ
ମନର ଦୁଃଖକୁ ମନରେ ଚାପି
ଓଠେ ହସେ ମିଛ ହସ
ପ୍ରେମ କରି ବଡ଼ ଭୁଲ ମୁଁ କରିଛି
ମିଛରେ ତୁମକୁ କାହିଁକି ଦେବି ଯେ ଦୋଷ !!
Dillip✍️-
ମୁଁ ଆସିବି କାଶତଣ୍ଡୀ ଫୁଲଟିଏ ହୋଇ
ସାଜିବି ତୁମ ଗଭାର ଗଜରା ହୋଇ
ପିନ୍ଧେଇବି ତୁମକୁ ମୁଁ ଶ୍ୱେତବସ୍ତ୍ର ଟିଏ
ଝରିପଡ଼ୁଥିବି ତୁମ ପ୍ରାଣର ପ୍ରିୟସୀ ହୋଇ
ଶୀତୁଆ ସକାଳର ସେଇ କାକର ବିନ୍ଦୁରେ
ସୁରୁଜ କିରଣର ସେଇ ଧୁ ଧୁ ଖରାରେ
ସଞ୍ଜ ନଇଁବାର ସେଇ ଗୋଧୂଳି ବେଳାରେ
ନିର୍ଜନ ରାତ୍ରିର ସେଇ ଚାନ୍ଦ ଆଲୁଅରେ
କଥାହେବା ବସି ସେଇ ଝରଣା କୂଳରେ
ଆଉ ହଜିଯିବା ଝରଣାର କୁଳୁ କୁଳୁ ସ୍ୱରରେ
ମୁଁ ଆସିବି ଠିକ ସେଇ ନଈପଠା କାଶତଣ୍ଡୀ ଫୁଲଟିଏ ହୋଇ........
Dillip ✍️
-