ଏ ହାତର ପାପ କୁଆଡେ ସେ ହାତ ବି ନିଏନି
ତାହେଲେ ଜଣେ କରିଥିବା ଭୁଲ ପାଇଁଁ ଏଠି
ଆଉ ଜଣେ କଣ ପାଇଁ ଲୁହ ଝରାଏ....-
ଅନ୍ଧାର କୁ ଦେଖି ଦିନେ ଲାଗୁଥିଲା ଡର,
ସିଏ ପୁଣି ଲାଗେ ଆଜି ନିଜଠୁ ନିଜ ର।
ସମୟ ଯେ ସାଙ୍ଗସାଥୀ ମେଳେ ବିତୁଥିଲା,
ନିଃସଙ୍ଗତା ଜୀବନର ସାଥି ପାଲଟିଲା।-
ଜୀବନର ଚଲା ପଥରେ ଆସିଥିଲ ସାଜି ନାଲି ସିନ୍ଦୁର
ନାଲି ନୁହେଁ ତ ସେ ଥିଲା ରଙ୍ଗ ଇନ୍ଦ୍ରଧନୁ ର
ଇନ୍ଦ୍ରଧନୁ ର ସାତ ଟି ରଙ୍ଗ କୁ ଦେହ ରେ ମୁଁ ମାଖୁଥିଲି
ଆଉ ସପନ ରାଇଜ ସାରା ମୁଁ କେତେ ଯେ ଘୁରି ବୁଲୁଥିଲି
ଆଞ୍ଜୁଳେ ଆଞ୍ଜୁଳେ ରଙ୍ଗ ସବୁ ମୋ ଦେହେ ତୁମେ ବିଂଚୁଥିଲ
ସରଗ ପୁର କୁ କେତେ ଥର ବୁଲେଇ ବି ମତେ ନେଉଥିଲ
ଆଜି ଇନ୍ଦ୍ରଧନୁ ଲିଭିଗଲା ସ୍ୱପ୍ନ ସବୁ ହଜିଗଲା
ଆଉ କେବଳ ଧଳା ରଙ୍ଗ ସାଥି ହୋଇ ରହିଗଲା ll
-
ଜୀବନର ପଥେ ପଥେ ପ୍ରିୟା ତୁମ ସାଥେ
ଚାଲିଯିବା ପାଇଁ କେତେ ଆଶା ଥିଲା ସତେ
ମନର ଭାବନା ଆଜି ଖେଳେ ଲୁଚକାଳି
ହୃଦୟର ନୀରବତା କଥା କୁହେ ଆଜି
ଇଏ କି ପ୍ରତୀକ୍ଷା ସତେ ପ୍ରିୟା ତୁମ ପାଇଁ
ଅଦିନେ ସାଜିଲି କଵି ତୁମ ଭାବନାରେ ଭିଜି...-
ନୂଆ ପରିଭାଷା।
ଜୀବନର ଆଶା ନୂଆ ପରିଭାଷା
ବଞ୍ଚିବାର ନୂଆ ପଥ,
ଦିନ ଶେଷରେ ଗଡ଼ି ଚାଲି ଥାଏ
ବୟସର ଭାରେ ରଥ।
ନୂଆ ପରିଭାଷା ଶିକ୍ଷା ପରିଧିରେ
କୁଶିକ୍ଷା,କୁସଂସ୍କାର,
ନୀତି,ନିୟମ ନାମରେ ଅନ୍ଧ ବିଶ୍ବାସ
ସମୂଳେ ବିନାଶ କର।
ମଣିଷ ବଞ୍ଚିବ ମଣିଷ ପଣିଆ ନେଇ
ଅମଣିଷତ୍ୱକୁ ହତ୍ୟା କରି,
ନୂଆ ପରିଭାଷା ଶିକ୍ଷା ଗ୍ରହଣ ପାଇଁ
ହୃଦୟରେ ଉତ୍ସାହ ଦେବ ଭରି।-
"ଜୀବନର ଶେଷ ପର୍ବ"
ଜନ୍ମ ଓ ମୃତ୍ୟୁ ଦୁଇଟିର ଧ୍ରୁବସତ୍ୟ ମଧ୍ୟରେ
କେତୋଟି ପର୍ବ ଆସେ ଦୀର୍ଘ ଜୀବନ ଯାତ୍ରାରେ
କୈଶୋର ପରେ ପ୍ରାପ୍ତ ପୂର୍ଣ୍ଣଯୌବନ
ପ୍ରଗଲ୍ଭତା,ଉନ୍ମାଦନା ମିଶା ରଙ୍ଗୀନ୍ ସ୍ବପ୍ନପରି
ଆଖି ଖୋଲୁ ଖୋଲୁ ନିମିଷେ ହଜିଯିବ
ଆସି ପହଞ୍ଚିବ ଜୀବନର ଶେଷ ପର୍ବ
ଯେଉଁଠି ସବୁ ଶିରା, ଧମନୀ,ଅସ୍ତିମଜ୍ଜା
ବାୟବୀୟ ଅଙ୍ଗପ୍ରତ୍ୟଙ୍ଗ ସ୍ବତଃ ରୋଧିହୋଇଯିବେ
ବିହ୍ରୋହ କରିବେ ଏ ଶିଥିଳ ଶରୀରରୁ ମୁକ୍ତି ପାଇଁ
ଚିରସୌନ୍ଦର୍ଯ୍ୟପିପାସୁ ଚର୍ମ ଚକ୍ଷୁ ବି
ସବୁ ପାର୍ଥିବ ବସ୍ତୁକୁ ଝାପସା ଦେଖିବ
'ରୂପଜମୋହ' ସୃଷ୍ଟି କରୁଥିବା
ଆକର୍ଷଣୀ ଅଙ୍ଗସୌଷ୍ଠବ ବି ଝାଉଁଳି ଯିବ ଦିନେ
ସମୟର ତପ୍ତସମୀରର ସଂଘାତରେ
ମାଂସପେଶୀ ସବୁ ତରଳି ଯିବେ
ସବୁ ରକ୍ତକଣିକା ଶୁଖିଯିବେ ବୟସର ତାପରେ
ସୁକୋମଳ ଚର୍ମରେ ଜଡିହୋଇଯିବ ବୟସର ରେଖା
ଦୀପ୍ତିକାନ୍ତି ହଜିଯିବ କାଳର ବକ୍ଷରେ
ମ୍ଳାନ,ରୁକ୍ଷ ଶୁଷ୍କ ବିବର୍ଣ୍ଣ କଳେବର ଢଳି ଢଳି ଯାଉଥିବ
କଙ୍କାଳର ଢାଞ୍ଚା ବାରି ହୋଇ ଯିବ ବାର୍ଦ୍ଧକ୍ୟର ବାସ୍ତବ ରୂପରେଖରେ
ମାଟି ମନସ୍କ ହେବ ମାଟିର ଘଟ ଯିବାକୁ ମହାନିଦ୍ରା
ଯୌବନରେ ସୁଖ ଅନୁସନ୍ଧିତ୍ସୁ ପ୍ରାଣରୁ
ଜରା କାଳେ ସରି ସରି ଯିବ ବଞ୍ଚିବାର ସୂକ୍ଷ୍ମତମ ଲାଳସା
ସବୁ ଆତ୍ମଶ୍ଳାଘା,ଗର୍ବ,ଅହମିକା ଓ ଦାମ୍ଭିକତାର
ବିଳୟ ଘଟି ବହିଯିବ ସମୟ ସୁଅରେ
ଇନ୍ଦ୍ରିୟ ଆସକ୍ତ ବିଷୟବାସନା ଅପସରି
ଖୋଜି ବୁଲିବ ନିର୍ବାଣ,ମୁକ୍ତିର ମାର୍ଗ ।
~ଦୀପାଞ୍ଜଳି
-
କେତେ ବସନ୍ତ ଆସିଛି ପୁଣି ସମୟର ତାଳେ ତାଳେ ପଳେଇଯାଇଛି......
କେତେ ଗ୍ରୀଷ୍ମ ଆସି ପୁଣି ବର୍ଷାର ଆଗମନରେ ଶେଷ ହୋଇଛି ....
କିନ୍ତୁ ସେ ବସନ୍ତର ରାଣୀ ଯିଏ ମଳୟ ପରୁସୁ ଥିଲା
ସିଏ ଯେ ରୋଦ୍ରଦଗ୍ଧଆର ଝାଞ୍ଜି ପରଶିବ ବୋଲି ମୁଁ ଜାଣିନଥିଲି ¡¡¡!!!-
ଆଞ୍ଜୁଳିଏ ଆଖିର ଲୁହରେ
ବିଦଗ୍ଧ ଜୀବନର ଦଲିଲ ଲେଖୁଛି ବସି !
ଖୁବ ନିର୍ଜନ ଲାଗେ,
ମରୁଭୂମି ପରି ବାଲିଝଡର ସମ୍ମୁଖୀନ ହୋଇ,
କ୍ଲାନ୍ତ ଲାଗେ ଭାରି !
କିନ୍ତୁ ତମର ସେ ଫୁଲସଞ୍ଜ,
ପ୍ରବାଳ ଦ୍ବୀପର ଅସୁମାରୀ ସୁଖର ପ୍ରତୀକ ସନ୍ଦର୍ଶନରେ,
ଭୁଲିଯାଏ ଦୁଃଖର କିୟଦଂଶ ମାତ୍ର ....!-