ବେଦୀରେ ସରେନା ପ୍ରୀତି ଅସୀମିତ
ଜହ୍ନରୁ ସରେନା ଫଲ୍ଗୁ,
ଦୀପ୍ତ ତବ ପ୍ରୀତି.... ଜୁଇରେ ଜାଳିଛ
ସ୍ୱଳ୍ପ ଅଳନ୍ଧୁ ନଲାଗୁ....!✒️-
ସାଗର ଗୀତରେ ମଳୟ ଶୁଭୁଛି
କଲ୍ଲୋଳର ମିଠା ସ୍ୱରରେ,
ତୁମେ ଯେବେ ଛୁଅଁ ବେଳାଭୂମି ହୃଦ
ଫୁଟିଯାଏ ତୃଷ୍ଣା ଫଲ୍ଗୁରେ |
-
ସ୍ମୃତି ଶିଶିର
କେବେ ସାୟର ତୈଳାକ୍ତ ଦିଗନ୍ତରେ ;
ଯେଉଁଠି ଅସ୍ତଭାନୁର ଜୁଇ ଜଳେ,
କେବେ ଦେହରେ ଲିପିବଦ୍ଧ ଶୈଶବର ଅଝଟିଆ ଛିଟାରେ,
ଆଉ କେବେ ତୁମର ଆମର ଶେଷ ଦେଖା ଘାଟରେ..,
ଆଉ କେବେ..........-
ଋଷିବାର ଦିନ ଗଲଣି ଲୋ ସଖୀ
ଦ୍ୱାରିକା ଗଲାଣି କାହ୍ନୁ,
ଗୋପ ଦାଣ୍ଡେ ଆଉ ଝରିବନି ଫଗୁ
ଭୁଲିଯାଆ ତାକୁ ମନୁ !-
ହେ ଫଗୁଣ......!
ସୁପ୍ତ ନୁହଁ ମୁଁ ଯେ ତୁମରି ପ୍ରୀତିରେ
ତୁମେ ହସ୍ନା ପରି ବାସ,
ବାସର ସାରିଲେ ହଳଦୀ ସାୟର
ଦିଗନ୍ତରେ ତୁମେ ଦିଶ,
ବଂଶୁରୀ ମୋହର ଚୋରି ହୋଇଗଲା
ତୁମ ମଳୟ ସ୍ପର୍ଶରେ,
ପ୍ରେମ ପ୍ରେମ ବାସେ ଅବୟବ ତୁମ
ବଉଳଫୁଲିଆ ଋତୁରେ,
କିୟଦଂଶ ତୁମ ସ୍ନାୟୁରେ ବହୁଛି
ସାତ ରଙ୍ଗ ମିଳନରେ,
ତୁମେ ଆସିଲ ଯେ, କାହିଁକି କେଜାଣି
ମୋ ମନ ଉଡେ ପ୍ରେମରେ |-
ମୁଁ ସେଇ ବାଟ ଦେଇ କେବେ ଫେରିନି...
ଯେବେଠୁ ତା ଉତ୍ତରୀୟରେ ମୋ ଭିନ୍ନ ବାସ୍ନାରେ
ବୁଣାଯାଇଥିବା ସୂତାକୁ ଦେଖିଛି....,
ଯେବେ ଶିଶିର ମୁନ୍ଦେ ତା ଆଖିରୁ ଝରି
ଆଉ କେଉଁ ଦିହୁଡି ଲିଭେଇଛି....,
ଯେବେଠୁ ଆଉ କେଉଁ ରଙ୍ଗରେ
ତା ସିମନ୍ତନ ଆର୍ଦ୍ର ହୋଇଛି....|
-
ମ୍ଳାନ ପଂକ୍ତିର ଅଜସ୍ର ବିଭାବରୀ ସଜେଇ
ସଂଯୋଜନା କରିବି ତୁମକୁ,
ବିଧୌତ ସ୍ମୃତି ଚାରଣରୁ ଇଷିକା ଗୋଟାଇ
ଭରିଦେବି ଜୋଛନାରେ ତୁମକୁ,
ବିଧୁ ଗୋ....
ମୋ ପ୍ରୀତିର ଅଳନ୍ଧୁରେ କଳଙ୍କିତ କରି
ସଜେଇବି ତୁମ ଅବୟବ....!
ଅମାବାସ୍ୟାରେ ସଜେଇବି ତୁମକୁ |-
ପ୍ରତ୍ୟୁତ୍ତର...!
ଦାଗଲାଗା ଏଇ ହୃଦୟ ମୋହର
ଅଳନ୍ଧୁ ଘେରା ଏ ମନ,
ଯେତେ ପୋଛୁଥିବ ସେତେ ଜଳୁଥିବ
ହୃଦପ୍ରଦୀପ ଦହନ,
କିପରି ଦେବି ମୁଁ ଫେରନ୍ତା ଫଗୁଣ
ରଙ୍ଗହୀନ କୃଷ୍ଣଚୂଡ଼ା,
ଶୋଭା କି ପାଇବ ଗଜରା ବିହୀନ
କୁଞ୍ଚକେଶୀ ତୁମ ଜୁଡ଼ା |
-
ମନୁଷ୍ୟତଃ, ନିଷ୍ଠା, ଶାଳୀନତା ବିହୀନ ସ୍ଥିତି ଯାହା ଜ୍ଞାନ ସହ ଜଡିତକୁ ତାକୁ ଅଜ୍ଞାନ କୁହାଯାଏ |
-
ନିଶି ଗୋ.....
ବିଧୁ ବି ତୁମର ଖୋଦ୍ୟୋତ ତୁମର..
ମୋ ପାଇଁ ବିରହ ଧାର..,
ଉଆଁସୀ କୋଳରେ କାଳିମା ତୁମର
ମୋ ପାଇଁ ଅଳନ୍ଧୁ ଘେର...,
ସ୍ମିତ ବି ତୁମର ଶ୍ରାବଣ ତୁମର
ମୋ ପାଇଁ ଫିକା ଶର୍ବରୀ,
ବ୍ୟସ୍ତତାରେ ପୂର୍ଣ୍ଣ ମୋ ପାଇଁ ଦୁନିଆ
ତୁମେ ହସ ସୁଖ ଆବୋରି...!-