Jayanarayan Parida  
21 Followers · 12 Following

Joined 3 September 2019


Joined 3 September 2019
2 NOV 2019 AT 19:59

ଭାବିଥିଲି .....
ନୀଳ ସଗାର ରୂପୀ ତୋ ନୟନରେ ମୁକ୍ତ ଆକାଶର ବିହଙ୍ଗ ପରି ଡ଼ଙ୍ଗାଟିଏ ନେଇ ବିହାର କରିବି
ହେଲେ ତୋ ଲୋତକର ସୁନାମୀରେ ଭାଙ୍ଗି ବୁଡ଼ିଯିବି ବୋଲି ଜାଣିନଥିଲି ...

-


24 SEP 2019 AT 23:38

କାଳର କଳା ବାଦଲ ଯେତେବେଳେ
ଜ୍ୟୋସ୍ନାର ରାଣୀକୁ କୋଳେଇ ନେଲା
ଗୋଟିଏ ଛୋଟ ପିଲାର ମାମୁଁ ମାମୁଁ ଡାକ
ଧୀରେ ଧୀରେ କ୍ଷୀଣ ହୋଇ ପବନରେ ମିଶିଗଲା ......
#ଜହ୍ନମାମୁଁ

-


22 SEP 2019 AT 11:31

ବିଲେ କାଶତଣ୍ଡି ଗ୍ରାମେ ଦୁର୍ଗାଦେବୀ
ହୋଇଛନ୍ତି ସତେ ଉଭା
ଶରତ ଋତୁରେ କାକର ବିନ୍ଦୁରେ
ମନ୍ଦିରଟି ଦିଶେ ଶୋଭା ।

-


14 SEP 2019 AT 9:44

ତୁମ ଅପେକ୍ଷାରେ


ପ୍ରେମ କଣ ? ଗୋଟିଏ ଅନ୍ତହୀନ ଯନ୍ତ୍ରଣା ନା ଏକ ଆବେଗମୟ ଅନ୍ତସ୍ୱର । ମୁଁ ତାକୁ ଭଲପାଏ ଏହା ଚିରନ୍ତନ ସତ୍ୟ ନା ଅଲିଖିତ ମିଥ୍ୟା । ତୁମେ ସୁନ୍ଦର କି ଅସୁନ୍ଦର ଏକଥା ମୁଁ ଜାଣେନା ; କିନ୍ତୁ ମୋତେ ଅନୁଭବ ହୁଏ ମୁଁ ଯେମିତି ତୁମ ପ୍ରତୀକ୍ଷାରେ ଅନେକ ବର୍ଷ ହେଲା ଥିଲି । ମୁଁ ଭସାଇ ଦିଏ ନିଜକୁ ତୁମ ପ୍ରେମର ଅତଳ ସାଗରରେ ,ଉଡାଇ ଦିଏ ନିଜକୁ ତୁମ ଦିଗନ୍ତହୀନ ପ୍ରେମାକାଶରେ ଏବଂ ଜଳିପୋଡ଼ି ପାଉଁଶ ହୋଇଯାଏ ତୁମ ପ୍ରେମର ବିରହରେ । ଯେତେବେଳେ ଦେଖା ହୋଇଥାଏ ତୁମ ସହ ସେତେବେଳକୁ ତୁମ ଦେହରେ ବସନ୍ତର ମଳୟ ପବନର ସ୍ପର୍ଶ ଲାଗି ସାରିଥାଏ , ଯୌବନର ସମୁଦ୍ରରେ ଜୁଆର ଆସି ସାରିଥାଏ । ତୁମ ମନରେ ପୁରୁଷ ପ୍ରତି ଭଲପାଇବାର ପୁଷ୍ପ ପ୍ରସ୍ପୁଟିତ ହୋଇ ସାରିଥାଏ । ହେଲେ ସେ ଭଲପାଇବା ମୋ ପାଇଁ ନୁହଁ କେଉଁ ଭାଗ୍ୟବାନ ପୁରୁଷ ପ୍ରତି । ମୋ ଭାଗ୍ୟତ ଗଙ୍ଗଶିଉଳି ପରି ;ରାତ୍ରିର ଅନ୍ଧକାରରେ ଲୋଟିପଡ଼େ ଲୋକଲୋଚନକୁ ଆସିବା ପୂର୍ବରୁ ମଣିଷର ପାଦ ତଳେ ଦଳି ମକଚିବା । ତଥାପି ତୁମ ଅପେକ୍ଷାରେ ଅଛି ମୁଁ ; ଯେମିତି ସ୍ଵାତୀ ନକ୍ଷତ୍ରର ବାରି ବିନ୍ଦୁକୁ ଶାମୁକା ଅପେକ୍ଷାରତ ଅବା ପଦ୍ମକୋଷରେ ବନ୍ଦୀ ଥିବା ଭ୍ରମରଟି ନିଜ ମୁକ୍ତି ଲାଗି ସୂର୍ଯ୍ୟଙ୍କ ପ୍ରଥମ ରଶ୍ମି ପ୍ରତି ।

-


10 SEP 2019 AT 19:27

ଯେଉଁ ନିଶିଥିନୀରେ ତୁମ ହସ୍ତ ଧରି ଅନ୍ଧକାର ରୂପକ ସାଗରକୁ ଲଙ୍ଘିଯିବି ଭାବୁଥିଲି
ଆଜି ତାହା ଅପସରି ଆସି ପ୍ରଭାତରେ ପରିଣତ ହେଲାନି .....
ହେଲେ ମୁଁ ସେ ସାଗରକୁ ଲଙ୍ଘି ପାରିଲିନି😢 😔...
କାରଣ ତୁମ ହସ୍ତ ଯେ ମୋ ହସ୍ତରେ ନଥିଲା😉

-


5 SEP 2019 AT 18:32

ଆଲୋକବର୍ଣ୍ଣା ଉଷା ମାଟିର ଅଙ୍ଗ ସ୍ପର୍ଶ କରୁ ନ କରୁଣୁରୁ ଯେମିତି ଏକ ଯାଦୁକାରୀ ଆବେଦନରେ ଏ ଧରଣୀ ହୁଏ ନବ ଆଲୋକିତ .......
ତାମସା ଦୁରେଇ ଯାଇ ଶୁଭେ ନବ ପ୍ରଭାତର କାକାଳି...
ଠିକ୍ ତୁମେ ମଧ୍ୟ ମୋ ଜୀବନରେ ଆସିବା ପରେ ଏକ ଯାଦୁକାରୀ ଆବେଦନରେ ସବୁ ବଦଳିଗଲା .....
#ଗୁରୁଦେବ

-


5 SEP 2019 AT 9:53

ହଜାର ଥର ହଜିଛି ତୁମ ପ୍ରେମର ଗଳିରେ
ହଜାର ଥର ଭିଜିଛି ତୁମ ସ୍ନେହ ପୀରତିରେ
କିନ୍ତୁ........
ଆଜି ହଜିଛି ମୁଁ ତୁମ ଭାବନାର ରାଜ୍ୟରେ
ଆଉ ଭିଜିଛି ମୋ ଅନ୍ତରାତ୍ମା ..
ଦୁଃଖ ବେଦନାରେ

-


4 SEP 2019 AT 18:38

Woh kisi aur ki haii
Aur meri bas friend hai
Dil ne kaha...
Kitni bhi koshish kar le beta
Woh tere life me nehi hai 😔😔😔

-


4 SEP 2019 AT 13:11

If you are the face of death...
Then...
I want to die peacefully 😉😉

-


3 SEP 2019 AT 20:51

Wo din bhi kya he jisme tumara Yaad Na ayeee......
Wo pyar bhi kya he jisme tumare liye anshu na ayee😉
#BROKENHEART

-


Fetching Jayanarayan Parida Quotes